ଖୁରି ନାୟକ

ଖୁରି ନାୟକ, ଜଗନ୍ନାଥ ମନ୍ଦିରର ଏକ ପ୍ରକାରର ସେବକ ଅଟନ୍ତି । ସେ ଜଗନ୍ନାଥଙ୍କ ଉପରେ ରାଶି, ନକ୍ଷତ୍ର ଓ ଗ୍ରହର କି ପ୍ରଭାବ ରହିବ ଜଣେଇଥା'ନ୍ତି ।

କାର୍ଯ୍ୟ

ଖୁରି ନାୟକ ସେବା କରୁଥିବା ସେବକ ହେଉଛନ୍ତି ଶାଢ଼ୀବନ୍ଧା ଗ୍ରହବିପ୍ର ସେବକ । ପ୍ରତିଦିନ ଜଗନ୍ନାଥଙ୍କ ମଙ୍ଗଳଆଳତୀ ନୀତି ବଢ଼ି ଅବକାଶ ଆରମ୍ଭ ହେବା ବେଳେ ସେ ମନ୍ଦିରକୁ ଆସନ୍ତି । ବେହରଣ ଦ୍ୱାର ନିକଟରେ ବସନ୍ତି ଏବଂ ସେହିଠାରେ ଠାକୁରଙ୍କ ରାଶି, ନକ୍ଷତ୍ର ଓ ଗ୍ରହ ଚଳନ ସମ୍ପର୍କରେ ବିଚାର ଶୁଣାନ୍ତି । ସେହିଦିନ ଜଗନ୍ନାଥଙ୍କର ରାଶିରେ କି ଯୋଗ ରହିଛି, ଘାତ ଅଛି କି ଭଲଫଳ ରହିଛି ତାହା ବର୍ଣ୍ଣନା କରନ୍ତି । ପ୍ରତିଦିନ ରାଶି ଫଳ ଶୁଣାଇବା ବ୍ୟତୀତ ଖୁରି ନାୟକ ଠାକୁରଙ୍କ ସ୍ୱନକ୍ଷତ୍ର ବା ଯାନିଯାତ୍ରା ହେବାର ଅଲେ ପୂର୍ବରୁ ତଡ଼ଉକରଣଙ୍କୁ ଜଣାନ୍ତି । ସବୁ ଉତ୍ସବରେ ଜଗନ୍ନାଥଙ୍କର ରାଶି ନକ୍ଷତ୍ର ଓ ଗ୍ରହଚଳନ ସମ୍ପର୍କରେ ବୁଝାଇ ଦିଅନ୍ତି । ଠାକୁରଙ୍କ ବିଜେ ପାଇଁ କେଉଁ ସମୟ ଶୁଭ ଓ କେଉଁ ସମୟ ଅଶୁଭ ତାହା ମଧ୍ୟ ଜଣାନ୍ତି ।

ଦୋଳପୂର୍ଣ୍ଣମୀ ଦିନ ବଡ଼ ଦେଉଳରେ ଜଗନ୍ନାଥଙ୍କର ଅବକାଶ ନୀତି ବଢ଼ିବା ପରେ ଶ୍ରୀଛାମୁରେ ନୂତନ ପଞ୍ଜିକା ପାଠ କରନ୍ତି । ୨୧ ଦିନ ବାହାର ଚନ୍ଦନ ଓ ୨୧ ଦିନ ଭିତରେ ଚନ୍ଦନ, ମୋଟ ୪୨ ଦିନ ଯାକ ଚନ୍ଦନନୀତି ସମୟରେ ଦିନ ଓ ରାତ୍ର ଆଲଟ ଲାଗି ବେଳେ ଦକ୍ଷିଣଦ୍ୱାରରେ 'ଖୁରି' (ଯେପରି ଘଡ଼ି ସମୟର ଏକ ପରିମାଣ, ସେହିପରି ଖୁରି ମଧ ସମୟର ଏକ ପରିମାଣ) ଧରି ବସି ସେବକମାନଙ୍କୁ ଖବର ଦିଅନ୍ତି ।

ବଳଭଦ୍ରଙ୍କ ରାଶି ହେଉଛି 'ଶ୍ରବଣ ମକର', ଦେବୀ ସୁଭଦ୍ରାଙ୍କର ରାଶି ହେଉଛି 'ଜ୍ୟେଷ୍ଠା ବିଛା' ଜଗନ୍ନାଥଙ୍କ ରାଶି ହେଉଛି 'ରୋହିଣୀ ବୃଷ' । ଏହି ରାଶିର ଖୁରି ନାୟକ ଗଣନା କରି ପ୍ରତିଦିନ ବିବରଣୀ ଶୁଣାନ୍ତି ।

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ଖୁରି ନାୟକ କାର୍ଯ୍ୟଖୁରି ନାୟକ ଆହୁରି ଦେଖନ୍ତୁଖୁରି ନାୟକ ଆଧାରଖୁରି ନାୟକ ବାହାର ଲିଙ୍କଖୁରି ନାୟକଜଗନ୍ନାଥ ମନ୍ଦିରଜଗନ୍ନାଥ ମନ୍ଦିର ସେବକ ତାଲିକା

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ସରକାରଗୁରୁ ପ୍ରସାଦ ମହାନ୍ତିଭାରତର ଜାତୀୟ ପତାକାଓଡ଼ିଶାର ଭୂଗୋଳଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଛାୟାପଥକାଟୁଲୁ ରବି କୁମାରତାଳଧ୍ୱଜଲକ୍ଷ୍ମୀଜଗନମୋହ‌ନ ଲାଲଓ ଅନ୍ଧଗଳିଭାରତୀୟ ଡାକ ସେବାଅଚ୍ୟୁତାନନ୍ଦ ଦାସବିନୋଦ ଚନ୍ଦ୍ର ନାୟକଟିଣଟ୍ରାପିଜିଅମଓଡ଼ିଶୀନବକଳେବରବୀଣାପାଣି ମହାନ୍ତିଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଖାରବେଳଜୟ ଜଗନ୍ନାଥମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଦଗ୍ଧତିଳ ଚତୁର୍ଥୀଜୟୀ ରାଜଗୁରୁନିତ୍ୟାନନ୍ଦ ଶତପଥୀତପସ୍ୱିନୀହେପାଟାଇଟିସ ବିସରୋଜିନୀ ସାହୁ୧୬୬୫୨୦୧୨ଓମ'ଙ୍କ ନିୟମଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଧାନ ପୃଷ୍ଠାଗୋପାଳ କୃଷ୍ଣ ରଥନବଗୁଞ୍ଜରସୁଇଜରଲ୍ୟାଣ୍ଡମୁକୁନ୍ଦ ଦେବଜଳଉତ୍କଳ ବିଶ୍ୱବିଦ୍ୟାଳୟଫେବୃଆରୀବ୍ରାଉଜରଦୀପକ ମିଶ୍ରମନମୋହନ ସାମଲଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପୁନମ ମିଶ୍ରଭଦ୍ରକ ଜିଲ୍ଲାଅର୍ଥଶାସ୍ତ୍ରଇନ୍ଦିରା ଗାନ୍ଧୀମାଗୁଣିର ଶଗଡ଼ (କଥାଚିତ୍ର)ଓଡ଼ିଶା ପ୍ରିମିଅର ଲିଗବ୍ରାହ୍ମ ସମାଜଶ୍ରୀତମ ଦାସମହାପ୍ରସାଦଗୌରହରି ଦାସପ୍ରଦୀପ କୁମାର ପାଣିଗ୍ରାହୀବିରଳା ମନ୍ଦିର, ହାଇଦ୍ରାବାଦପଙ୍କଜ ଉଧାସଶଙ୍କରାଚାର୍ଯ୍ୟବସନ୍ତ କୁମାର ଶତପଥୀଭଣ୍ଡ ଗଣେଶ୨୯ ମାର୍ଚ୍ଚକମ୍ପ୍ୟୁଟରଫତୁରାନନ୍ଦପାପୁଆ ନିଉ ଗିନିଗିରିଜା କୁମାର ବଳୀୟାରସିଂହଚିଲିକା (କବିତା)ଦୁର୍ଗା ପୂଜା🡆 More