ଖିଚିଂ: ମୟୂରଭଞ୍ଜ ଜିଲ୍ଲାର ଗ୍ରାମ

]

ଖିଚିଂ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାମୟୂରଭଞ୍ଜ
Time zoneIST (+୫.୩୦)
ଡାକ କୋଡ଼
୭୫୭୦୩୯
ଯାନବାହାନ ପଞ୍ଚୀକରଣOD

ଖିଚିଂ ମୟୂରଭଞ୍ଜ ଜିଲ୍ଲାରେ ଥିବା ଏକ ଗ୍ରାମ । ଏହି ଗାଁ କୀଚକେଶ୍ୱରୀ ମନ୍ଦିର ଓ ସେଠାକାର କଳା ମୁଗୁନି ପଥର କାମ ପାଇଁ ପ୍ରସିଦ୍ଧ । ଖିଚିଂ ଭଞ୍ଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା ।

ଅବସ୍ଥିତି

ଖିଚିଂ ବାଲେଶ୍ୱରଠାରୁ ୧୯୦ କିମି ଓ ବାରିପଦାଠାରୁ ୧୩୦ କିମି ଦୂର । କରଞ୍ଜିଆ, ଜସିପୁର, ରାୟରଙ୍ଗପୁର ଓ କେନ୍ଦୁଝରଠାରୁ ଖିଚିଂକୁ ନିୟମିତ ବସ ଚାଲିଥାଏ । କେନ୍ଦୁଝର, ଟାଟା ନଗର, ବାରିପଦା ଓ ବାଲେଶ୍ୱର ରେଳଷ୍ଟେସନ ଆଦି ଏହାର ପାଖାପାଖି ରେଳଷ୍ଟେସନ । ଭୁବନେଶ୍ୱର, କଲିକତା, ଜାମସେଦପୁର ଓ ରାଞ୍ଚି ଏୟାରପୋର୍ଟ ଖିଚିଂର ପାଖାପାଖି ବିମାନବନ୍ଦର ।

କୀଚକେଶ୍ୱରୀ ମନ୍ଦିର

ଖିଚିଂରେ ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ନିର୍ମିତ କୀଚକେଶ୍ୱରୀ ଦେବୀଙ୍କ ଏକ ମନ୍ଦିର ରହିଛି । ଏହା ୧୯୨୦ରୁ ୧୯୨୬ ମସିହା ମଧ୍ୟରେ ମୟୂରଭଞ୍ଜର ତତ୍କାଳୀନ ଭଞ୍ଜବଂଶୀୟ ମହାରାଜାଙ୍କଦ୍ୱାରା ନିର୍ମିତ । ଦେବୀ କୀଚକେଶ୍ୱରୀ ଭଞ୍ଜବଂଶୀୟ ରାଜାଙ୍କ ଇଷ୍ଟଦେବୀ ଥିଲେ । ମନ୍ଦିରଟି ବିଭିନ୍ନ କାରଣରୁ ଭାଙ୍ଗିରୁଜି ଯାଇଥିବାରୁ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କଦ୍ୱାରା ୧୯୩୪-୧୯୪୨ ମସିହା ଭିତରେ ଏହି ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା । ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କଦ୍ୱାରା ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ପଥର କାର୍ଯ୍ୟ

ଖିଚିଂ ପଥରକାମ ପାଇଁ ଜଣାଶୁଣା । କୀଚକେଶ୍ୱରୀ ମନ୍ଦିରରେ ଆଞ୍ଚଳିକ କାରିଗରଙ୍କ ପଥରକାମ ଦେଖିବାକୁ ମିଳିଥାଏ । ମନ୍ଦିର ନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ୧୯୪୦ ଦଶକରେ ଶେଷ ହେବା ପରେ ଆଞ୍ଚଳିକ ପଥର କାରିଗରମାନେ କାମ ଅଭାବରୁ ଜୀବିକା ନିର୍ବାହ କରିବାକୁ ଅକ୍ଷମ ହେଉଥିଲେ । କଳାକାରଙ୍କ ଦୂରାବସ୍ଥାକୁ ବୁଝିପାରି ତତ୍କାଳୀନ ମହାରାଜା ସେମାନଙ୍କ ପାଇଁ ଖିଚିଂଠାରେ ଏକ ସୋସାଇଟି ତିଆରିକରିଥିଲେ । ସ୍ଥାନୀୟ ଅଞ୍ଚଳରୁ ସଂଗୃହିତ ପଥରରେ ମୃର୍ତ୍ତି ନିର୍ମାଣ କରି କାରିଗରମାନେ ଏହି ସୋସାଇଟିକୁ ବିକ୍ରୀ କରି ଜୀବିକା ନିର୍ବାହ କରୁଥିଲେ । ସୋସାଇଟି ମୂର୍ତ୍ତିଗୁଡ଼ିକ ବିକିବା ବ୍ୟବସ୍ଥା କରୁଥିଲା । ରାଜ୍ୟ ସରକାର ୧୯୭୮ ମସିହାରେ ଏହି ସୋସାଇଟି ଅଧୀନରେ ଏକ ପଥର ଖୋଦେଇ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏଠାରୁ ତାଲିମ ନେଇ ବହୁ ଶିଳ୍ପୀ ଦେଶ ବିଦେଶରେ ନାଁ କରିଛନ୍ତି । ସରକାରୀ ଉଦାସୀନତା ଯୋଗୁ ଏହି କେନ୍ଦ୍ରଟି ୨୦୦୬ ମସିହାରୁ ବନ୍ଦ ହୋଇ ଯାଇଛି ।

ଆଧାର

ବାହାର ଲିଙ୍କ

Tags:

ଖିଚିଂ ଅବସ୍ଥିତିଖିଚିଂ କୀଚକେଶ୍ୱରୀ ମନ୍ଦିରଖିଚିଂ ପଥର କାର୍ଯ୍ୟଖିଚିଂ ଆଧାରଖିଚିଂ ବାହାର ଲିଙ୍କଖିଚିଂ

🔥 Trending searches on Wiki ଓଡ଼ିଆ:

୧୦୫୪ବିନ୍ଦୁଆନନ୍ଦ ଶଙ୍କର ଦାସଓଡ଼ିଶା ସରକାରସିନ୍ଧୁ ନଦୀପ୍ରସନ୍ନ କୁମାର ପଣ୍ଡାଶ୍ରୀଜୀବସାର ଗବି. ଆର. ଆମ୍ବେଦକରହନୁମାନଓଡ଼ିଆ କାବ୍ୟ କବିତାବିଶ୍ୱନାଥ କରଗୁରୁପ୍ରସାଦ ମହାନ୍ତିଦୀପା ସାହୁ (୧୯୮୫ ଜନ୍ମ)ଭଣ୍ଡ ଗଣେଶଅଂଶୁପା ହ୍ରଦହେପାଟାଇଟିସ ବିରମାକାନ୍ତ ରଥ୨୦୧୨ଗୁଗଲକଟକ ଜିଲ୍ଲାସୁଭାଷ ଚନ୍ଦ୍ର ବୋଷଦାସିଆ ବାଉରୀନଇ ଆରପାରିଏମିସ ଲୋକପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଉଇକିପିଡ଼ିଆ ସମୂହର ତାଲିକାଶିବଯୁକ୍ତରାଷ୍ଟ୍ର ଆମେରିକାସୂର୍ଯ୍ୟବଂଶୀ ସୂରଜ୫ ନଭେମ୍ବରଉତ୍କଳ ବ୍ରାହ୍ମଣପର୍ଫେନାଜାଇନଓଡ଼ିଶୀ୨୧ସରସ୍ୱତୀ ସମ୍ମାନକବାଟଚିଲିକା ହ୍ରଦରକ୍ତପାରମିତା ଶତପଥୀଗଙ୍ଗାଧର ରଥଦଣ୍ଡ ନାଟତ୍ରିଭୁଜଲକ୍ଷ୍ମୀନାରାୟଣ ସାହୁଭ୍ୟାକୁମ୍ କ୍ଲିନର୍ଶ୍ରୀନିବାସ ରାମାନୁଜନପଣା ସଂକ୍ରାନ୍ତିଯଦୁମଣି ମହାପାତ୍ରରାମାବତାରମ୍ବିଜୟ ଶଙ୍କର ଦାସସତୀ (ହିନ୍ଦୁ ଦେବୀ)ପ୍ରତୀକ୍ଷାଇଣ୍ଟରନେଟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଚାରି ଧାମଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶତ୍ରୁଘ୍ନ ପାଣ୍ଡବଶନିବାରପଠାଣି ସାମନ୍ତସତ୍ୟେନ୍ଦ୍ର ନାଥ ବୋଷଭୂମିକମ୍ପଭାରତୀୟ ଜାତୀୟ କଂଗ୍ରେସଟ୍ରାପିଜିଅମଏଣ୍ଡୋମେଟ୍ରିଓସିସଗୋଦାବରୀଶ ମିଶ୍ରହରେକୃଷ୍ଣ ମହତାବଗଙ୍ଗାଧର ମେହେର🡆 More