ଖଡ଼ିଛୁଆଁ

ଖଡ଼ି ଛୁଆଁ ଓଡ଼ିଶାରେ ପ୍ରଚଳିତ ଏକ ବିଧି, ଶିଶୁମାନେ ବୋଧ ପାଇବାପରେ ଖଡ଼ି ଧରି ଲେଖିବା ବା ବିଦ୍ୟାରମ୍ଭ କରିଥାନ୍ତି । ଏକ ଉତ୍ସବ ମାଧ୍ୟମରେ ବିଦ୍ୟାଶିକ୍ଷାର ଶୁଭାରମ୍ଭ ହୁଏ ।

ଓଡ଼ିଶାର ହିନ୍ଦୁଧର୍ମୀମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଦିନକୁ ଛୋଟ ପିଲାଙ୍କ ବିଦ୍ୟାରମ୍ଭ ପାଇଁ ଏକ ପବିତ୍ର ଦିନ ବୋଲି ବିଶ୍ୱାସ କରନ୍ତି । ଓଡ଼ିଶାର ଘରେଘରେ ପାରମ୍ପରିକ ଭାବେ ଏହି ନିଆରା ବିଧି ପାଳନ ହୁଏ । ଏହି ବିଦ୍ୟାରମ୍ଭ ଉତ୍ସବକୁ ଖଡ଼ି ଛୁଆଁ କୁହାଯାଏ । ଏହା ଏକ ଶୁଭ ଅବସର ଯେଉଁଦିନ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ ବୁଝାଯାଏ । ଏହି ଦିନ ପିଲା ଖଡ଼ି ଧରିବା (ଅକ୍ଷର ଲେଖା ଶିଖିବା) ଆରମ୍ଭ କରନ୍ତି । ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳୀମାନଙ୍କରେ ଆୟୋଜିତ ହୁଏ ।

ବିଧି

ସକାଳୁ ପିତାମାତାମାନେ ପିଲାଙ୍କୁ ଗାଧୋଇ(କେହି କେହି ପିଲାଙ୍କୁ ପୂର୍ବରୁ ଲଣ୍ଡା କରେଇ ଥାଆନ୍ତି ) ନୂଆ ଜାମା ପିନ୍ଧାଇ ବିଦ୍ୟାରମ୍ଭ ପାଇଁ ଉତ୍ସାହିତ କରନ୍ତି । ଖଡ଼ି, ସିଲଟ, ଛଞ୍ଚା, ଧୂପ ଦୀପ, ଫୁଲ ଆଦି ପୂଜା ସରଞ୍ଜାମ, ଭୋଗରାଗ ସହ ଦକ୍ଷିଣା ନେଇ ପହଞ୍ଚନ୍ତି ପୂଜା ସ୍ଥଳୀରେ । ଗଣେଶଙ୍କ ମଙ୍ଗଳାଚରଣ ଓ ପୁଷ୍ପାଞ୍ଜଳି ପରେ ଖଡ଼ି ସିଲଟ ପୂଜା ହୁଏ । ଆଚାର୍ଯ୍ୟ କୁନି ପିଲାଙ୍କ ହାତ ଧରି ସିଲଟ ଉପରେ ଖଡ଼ିରେ ‘ଓଁ ଶ୍ରୀ’ ଲେଖିବାରେ ସହଯୋଗ କରନ୍ତି । କେହି କେହି କେବଳ ତିନୋଟି ମୁଣ୍ଡଳୀ ବୁଲେଇ ଦିଅନ୍ତି ବା ସିଦ୍ଧରସ୍ତୁ ଲେଖନ୍ତି । ଓଁ ହେଉଛି ସୃଷ୍ଟିର ମୂଳ ତତ୍ତ୍ୱ ଓ ଶ୍ରୀ ଏହାର ରୂପ । ତିନୋଟି ମୁଣ୍ଡଳୀ ହେଉଛି ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର । ସିଦ୍ଧରସ୍ତୁ ଅର୍ଥ ବିଦ୍ୟା ସିଦ୍ଧି ହେଉ । ଲେଖି ସାରିବା ପରେ ଚାଟ ଠାକୁର ଓ ଆଚାର୍ଯ୍ୟଙ୍କ ପ୍ରଣାମ କରି ଆଶୀର୍ବାଦ ଭିକ୍ଷାକରନ୍ତି ଓ ଦକ୍ଷିଣା ଦେଇ ସ୍ୱଗୃହକୁ ଫେରିଆସନ୍ତି । ଦକ୍ଷିଣ ଓଡ଼ିଶାରେ ଏହି ବିଧି ଭିନ୍ନ ଏକ ଢଙ୍ଗରେ ଦେଖିବାକୁ ମିଳେ । ଆଚାର୍ଯ୍ୟ ପିଲାଙ୍କୁ ଅରୁଆ ଚାଉଳ ପୂର୍ଣ୍ଣ ପିତ୍ତଳ ଥାଳିରେ ହଳଦୀ ଖଣ୍ଡ ଧରି ଏକ ଅକ୍ଷର ଲେଖାନ୍ତି । ଏହି ଚାଉଳର ଅର୍ଥ ଉତ୍ପାଦକତା ଓ ହଳଦୀର ଅର୍ଥ ପବିତ୍ରତାକୁ ସୂଚାଏ । ଉତ୍ପାଦିକତା ଓ ପବିତ୍ରତା ହେଉଛି ଶିକ୍ଷାର ମୂଳ ମନ୍ତ୍ର ।

ଖଡ଼ି ଛୁଆଁ ବିଧି ପରେ ପିଲା ଚାଟ ବା ଛାତ୍ର ବୋଲାନ୍ତି । ଚାଟଶାଳୀ ବା ବିଦ୍ୟାଳୟରେ ଭର୍ତ୍ତି ହୁଅନ୍ତି । ଏହି ଦିନୁ ତାଙ୍କର ଶିକ୍ଷା ଗ୍ରହଣ ଆରମ୍ଭ ହୋଇ ବସ୍ତାନୀ ଧରି ଅବଧାନ ବା ଓଝାଙ୍କ ପାଖକୁ ଯିବା ନିତିଦିନିଆ ହୁଏ ଗୁରୁକୂଳ ପରମ୍ପରାରେ କାହିଁ କେଉଁ ଆବହମାନ କାଳରୁ ଏହି ଦିନ ବିଦ୍ୟାର୍ଥୀ ଗୁରୁକୂଳରେ ଯୋଗ ଦେବା ବିଧି ଥିଲା । ପିଲାଙ୍କ ବୋଧ ଆସିବା ପରଠୁ ପିତାମାତା ସେମାନଙ୍କ ଶିକ୍ଷା ବ୍ୟବସ୍ଥା କଥା ଚିନ୍ତା କରନ୍ତି । ଓଡ଼ିଆ ଅଭିଭାବକମାନେ ଆଗକାଳରେ ସନ୍ତାନକୁ ସାତ ବର୍ଷ ବେଳକୁ ଶିକ୍ଷା ଆରମ୍ଭ ପାଇଁ ବିଦ୍ୟାଳୟ ପ୍ରେରଣ ବ୍ୟବସ୍ଥା କରୁଥିଲେ । ଏବେ ବିଦେଶୀ ଢାଞ୍ଚାର ଶିକ୍ଷା ବ୍ୟବସ୍ଥା ସହ ପିଲାକୁ ସମକକ୍ଷ କରିବା ପାଇଁ ମାତ୍ର ତିନି ବର୍ଷ ବୟସରୁ ବିଦ୍ୟାରମ୍ଭ ବ୍ୟବସ୍ଥା କରୁଛନ୍ତି ।

ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଉଭୟ ପବିତ୍ର ଦିବସରେ ଓଡ଼ିଆମାନେ ବାଲ୍ୟକାଳରେ ଜୀବନରେ ମାତ୍ର ଥରେ ସିଲଟ ଉପରେ ପ୍ରଥମ ଅକ୍ଷର ଲେଖି ବିଦ୍ୟାର ବୀଜ ବୁଣନ୍ତି ।

ବିଦେଶରେ ପାଳନ

କେବଳ ଓଡ଼ିଶା ନୁହେଁ ବିଦେଶରେ ରହୁଥିବା ଓଡ଼ିଆଙ୍କଠାରୁ ଦେଖି ବିଦେଶୀମାନେ ମଧ୍ୟ ଏହାର ପ୍ରାସଙ୍ଗିକତାକୁ ବୁଝନ୍ତି ଓ ପାଳନ କରନ୍ତି । ଖଡ଼ି ଛୁଆଁ ଏକ ଭିନ୍ନ ପ୍ରାଚୀନ ପରମ୍ପରା ଯାହାକୁ କୌଣସି ଓଡ଼ିଆ ଆଧୁନିକ ଯୁଗରେ ପାଦଦେଇ ମଧ୍ୟ ନିଜ ପିଲାଙ୍କୁ ଏହି ବିଧିରୁ ଦୁରେଇ ରଖି ନାହାନ୍ତି । ଏଇ କାଗଜ କଲମ ଓ କମ୍ପ୍ୟୁଟର ଯୁଗରେ ବିଦେଶରେ ମଧ୍ୟ ଖଡ଼ି ଓ ସିଲଟ ଖଣ୍ଡେ ଯୋଗାଡ଼ କରିବାକୁ କେହି ପଛାନ୍ତି ନାହିଁ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମାସଜୁନଭାନୁଜୀ ରାଓଫେବୃଆରୀଆଲୋକଦାମୋଦର ରାଉତଏମିସ ଲୋକସିଦ୍ଧାନ୍ତ ମହାପାତ୍ରବିଭୂତି ପଟ୍ଟନାୟକରାମାୟଣଉପନିଷଦଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଶେର ଶାହ ସୁରୀନେମାଳଶାସ୍ତି (ଓଡ଼ିଆ କଥାଚିତ୍ର)ଚିତ୍ତରଞ୍ଜନ ତ୍ରିପାଠୀକବିସୂର୍ଯ୍ୟ ବଳଦେବ ରଥଓମ'ଙ୍କ ନିୟମକାଳିଚରଣ ପଟ୍ଟନାୟକକଳସା ଚଉତିଶାଖାଦ୍ୟନବୀନ ପଟ୍ଟନାୟକଅନନ୍ତ ବାସୁଦେବ ମନ୍ଦିରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିରଳା ମନ୍ଦିର, ହାଇଦ୍ରାବାଦକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀଲଙ୍କାର ଭୂଗୋଳସତ୍ୟବାଦୀ ବନ ବିଦ୍ୟାଳୟମାର୍ଚ୍ଚହୃଷୀକେଶ ପଣ୍ଡାବିଜୟ ମିଶ୍ରସମ୍ବଲପୁରଜଗନ୍ନାଥ ପ୍ରସାଦ ଦାସପ୍ଲୀହାଚବିଶ ଗୁରୁହରେକୃଷ୍ଣ ମହତାବଚାରି ଧାମସାଲଭାଡୋର ଡାଲି୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଉତ୍କଳ ସମ୍ମିଳନୀଅକ୍ଷୟ ତୃତୀୟାବିଜୁ ପଟ୍ଟନାୟକପଖାଳହମିଦା ବାନୁ ବେଗମଓଡ଼ିଆ ନାଟକଶଙ୍କରାଚାର୍ଯ୍ୟଭଗବତୀ ଚରଣ ପାଣିଗ୍ରାହୀମଇ ଦିବସବିନ୍ଦୁଛାନ୍ଦନେତୃତ୍ୱଓଡ଼ିଆ ଭାଷାସାମାଜିକ ଆନ୍ଦୋଳନରାଜ ଯୋଗବର୍ଷା ପ୍ରିୟଦର୍ଶିନୀକଖାରୁ ଫୁଲ ଭଜାବୈଜୟନ୍ତ ପଣ୍ଡାରାଶି ଓ ନକ୍ଷତ୍ରଅଷ୍ଟ୍ରିଆକୁଞ୍ଜବିହାରୀ ଦାଶରାମଶଙ୍କର ରାୟଶୈଳବାଳା ଦାସରାଜକିଶୋର ପଟ୍ଟନାୟକତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରଥଲକ୍ଷ୍ମୀଗୋଦର ରୋଗରକ୍ତହରିପ୍ରସାଦ ଚୌରାଶିଆଘର🡆 More