ଖଇରମୁଣ୍ଡୀ ବସନ୍ତ

ଖଇରମୁଣ୍ଡୀ ବସନ୍ତ (ଇଂରାଜୀରେ Brown-headed Barbet, ଜୀବବିଜ୍ଞାନ ନାମ Psilopogon zeylanicus) ଭାରତୀୟ ଉପମହାଦ୍ୱୀପରେ ଦେଖାଯାଉଥିବା ଏକ ଏସୀୟ ବାର୍ବେଟ୍ ପ୍ରଜାତିର ପକ୍ଷୀ । କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଆର୍ଦ୍ର ଅରଣ୍ୟରେ ଏହି ପକ୍ଷୀ ବସବାସ କରନ୍ତି । ନେପାଳ ଓ ଭାରତର ତେରାଇ ଅଞ୍ଚଳରୁ ନେଇ ଶ୍ରୀଲଙ୍କା ପର୍ଯ୍ୟନ୍ତ ଏହି ପକ୍ଷୀ ବ୍ୟାପ୍ତ । IUCN ତାଲିକାରେ ଏହି ପକ୍ଷୀକୁ “Least Concern” ଶ୍ରେଣୀରେ ସ୍ଥାନ ଦିଆଯାଇଛି । ଖଇରମୁଣ୍ଡୀ ବସନ୍ତ ମୁଖ୍ୟତଃ ଗଛ ଉପରେ ବାସ କରନ୍ତି ଏବଂ ବିଭିନ୍ନ ଫଳ, କୀଟପତଙ୍ଗ ଏମାନଙ୍କ ପ୍ରମୁଖ ଆହାର । ଏମାନେ ଜନବସତି ନିକଟରେ ରହିବାକୁ କୁଣ୍ଠାବୋଧ କରନ୍ତି ନାହିଁ, ତେଣୁ ବିଭିନ୍ନ ନଗରର ଉଦ୍ୟାନରେ ମଧ୍ୟ ଏମାନେ ଦେଖିବାକୁ ମିଳନ୍ତି । ଗଛର କୋରଡ଼ ବା ଗର୍ତ୍ତରେ ନିଜର ବସା ବାନ୍ଧି ଖଇରମୁଣ୍ଡୀ ବସନ୍ତ ସେଥିରେ ୨-୪ ଅଣ୍ଡା ଦେଇଥାଏ । ଆମ୍ବ, ପାଚିଲା ପଣସ, ଅମୃତଭଣ୍ଡା, ଡିମିରି, କଦଳୀ ଓ ଅନ୍ୟ ବହୁ ଫଳ ଏମାନେ ଖାଆନ୍ତି । ଉଭୟ ଘଞ୍ଚ ଅରଣ୍ୟ ଓ ଜନବସତି ପାଖର ତୋଟା ଏବଂ ଉଦ୍ୟାନ ଏମାନଙ୍କ ପରିବାସର ଅନ୍ତର୍ଭୁକ୍ତ । ଗଛ କୋରଡ଼ରେ ରହିଥିବା ଏମାନଙ୍କ ବସା ଅସ୍ଥାୟୀ । ଉଭୟ ଅଣ୍ଡିରା ଓ ମାଈ ଅଣ୍ଡା ଉଷୁମାଇଥାନ୍ତି ଏବଂ ନିଜର କୁରା, କୁରା ଶବ୍ଦଦ୍ୱାରା ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ କରନ୍ତି ।

ଖଇରମୁଣ୍ଡୀ ବସନ୍ତ
ଖଇରମୁଣ୍ଡୀ ବସନ୍ତ
ଭାରତର ଭରତପୁରରେ ରେକର୍ଡ୍ ହୋଇଥିବା ଖଇରମୁଣ୍ଡୀ ବସନ୍ତ ପକ୍ଷୀର ଡାକ
Conservation status
ଖଇରମୁଣ୍ଡୀ ବସନ୍ତ
Least Concern  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Piciformes
Family: Megalaimidae
Genus: Psilopogon
ଜାତି: P. zeylanicus
ବାଇନୋମିଆଲ ନାମ
Psilopogon zeylanicus
(ୟୋହାନ୍ ଫ୍ରେଡ୍ରିଖ୍ ମେଲିନ୍, ୧୭୮୮)
Synonyms

Megalaima zeylanica

ବୟସ୍କ ଖଇରମୁଣ୍ଡୀ ବସନ୍ତର ମୁଣ୍ଡ, ବେକ ଓ ଛାତି ମାଟିଆ (ଖଇରିଆ) ରଙ୍ଗର । ଏମାନଙ୍କ ଆଖି ଚାରିପଟେ ଏକ ହଳଦିଆ ଦାଗ ରହିଥାଏ । ଏହା ଦେହର ଅନ୍ୟ ଅଂଶର ପର ସବୁଜ ରଙ୍ଗର । ଏହି ପକ୍ଷୀଟି ପ୍ରାୟ ୨୭ ସେଣ୍ଟିମିଟର୍ ଲମ୍ବା । ଏମାନଙ୍କ ମୁଣ୍ଡ ବଡ଼, ବେକ ଛୋଟ ଓ ଲାଞ୍ଜଟି ଛୋଟ । ଏହି ପକ୍ଷୀ ଡାକ ଦେବା ସମୟରେ ବାରମ୍ବାର କୁଟ୍ରୂ…କୁଟ୍ରୂ…କୁଟ୍ରୂ ଡାକିଥାଏ । ଜଣକର ଡାକ ସରିଲେ ଆଉ ଏକ ପକ୍ଷୀ ତା’ ଡାକର ପୁନରାବୃତ୍ତି କରେ । ଏମାନେ ଶୀତ ଦିନରେ ଡାକ ପକାଇବା ପ୍ରାୟ ଶୁଣାଯାଏ ନାହିଁ ।

ସିଂହଳୀ ଭାଷାରେ ଖଇରମୁଣ୍ଡୀ ବସନ୍ତକୁ ପୋଲୋସ୍ କୋତ୍ତୋରୁୱା - පොලොස් කොට්ටෝරුවා ବୋଲି ଡକାଯାଏ ।

ଆଧାର

ଅନ୍ୟାନ୍ୟ ଲିଂକ୍

Tags:

🔥 Trending searches on Wiki ଓଡ଼ିଆ:

ରାକ୍ଷୀ ପୂର୍ଣ୍ଣିମାମାଲେସିଆଚିନ୍ତାମଣି ବେହେରାବିଶ୍ୱ ମ୍ୟାଲେରିଆ ଦିବସପୋଟଳ ରସାIndiaଲଣ୍ଡନପଠାଣି ସାମନ୍ତସମୟ (କାଳ)ପିଙ୍କି ପ୍ରଧାନଶ୍ରବଣା (ନକ୍ଷତ୍ର)ପୁରୀଟିଣବ୍ରାଉଜରଗର୍ଭାଶୟ କର୍କଟଶ୍ରୀସାରଳା ମନ୍ଦିରଯୌନ ସମ୍ଭୋଗରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟପାଇକ ଆଖଡ଼ା୨୫ ଅପ୍ରେଲଚାଣକ୍ୟଦାସକାଠିଆବିଦ୍ୟୁତପ୍ରଭା ଦେବୀଜାଭା (ପ୍ରୋଗ୍ରାମିଂ ଭାଷା)ଅଂଶୁଘାତଆନ୍ଧ୍ର ପ୍ରଦେଶମୁକୁନ୍ଦ ଦେବଇଣ୍ଡୋନେସିଆଭୁବନେଶ୍ୱରସାରଥୀ ବାବାଦୁର୍ଗା ପୂଜାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଆ ଭାଗବତଆଲୋକଶ୍ରୀରାଧାଅଣ୍ଡା ରୋଲଗାଲୁଆଧାତୁଶବ୍ଦ (ପଦ)ହରିପ୍ରସାଦ ଚୌରାଶିଆବିରଳା ମନ୍ଦିର, କୋଲକାତାସୁନାବେଶଆକବରଦାମୋଦର ରାଉତ୧ (ସଂଖ୍ୟା)ଗୌତମ ବୁଦ୍ଧ୨୧ଓଡ଼ିଆସମର ସଲିମ ସାଇମନଯାଜପୁର ଜିଲ୍ଲାଯୌନ ଉତ୍ପୀଡ଼ନଚନ୍ଦ୍ରଶେଖର ନନ୍ଦରାଜାରାଣୀ ମନ୍ଦିରପାଇକ ବିଦ୍ରୋହଇନ୍ଦିରା ଗାନ୍ଧୀକଳାହାଣ୍ଡି ଜିଲ୍ଲାପକ୍ଷଭାରତୀୟ ସ୍ୱାଧୀନତା ଆନ୍ଦୋଳନଇତିହାସଡାକ ମୁନସୀଖିଲିପାନମନମୋହନ ସାମଲବ୍ୟଞ୍ଜନ ବର୍ଣ୍ଣଓଡ଼ିଶାର ମାପ ବ୍ୟବସ୍ଥାଯକୃତଭାରତର ସଂସ୍କୃତିvji40🡆 More