କ୍ଷେତ୍ରପାଳ

ସବୁ କ୍ଷେତ୍ରରେ ରହିଥାନ୍ତି ଜଣେ ଜଣେ କ୍ଷେତ୍ରପାଳ । ଶାସ୍ତ୍ର ଅନୁଯାୟୀ ଶୈବ କ୍ଷେତ୍ରରେ ବିଷ୍ଣୁ କ୍ଷେତ୍ରପାଳ ରହିଥାନ୍ତି ଓ ବିଷ୍ଣୁ କ୍ଷେତ୍ରରେ ଶିବ କ୍ଷେତ୍ରପାଳ ଭାବେ ରହନ୍ତି । ସହର ଗ୍ରାମରେ ଅପଦେବତାଙ୍କ କବଳରୁ ରକ୍ଷା କରିବା ପାଇଁ ସହରର ଐଶାନ୍ୟ କୋଣରେ କ୍ଷେତ୍ରପାଳ ମୂର୍ତ୍ତି ସ୍ଥାପିତ ହେବା ବିଧି। ତାଙ୍କ ମୁଖ ପଶ୍ଚିମ ଦିଗକୁ ହେବା ଉତ୍ତମ, ଦକ୍ଷିଣ ଦିଗକୁ ହେବା ମଧ୍ୟମ ।

ଶ୍ରୀକ୍ଷେତ୍ରର କ୍ଷେତ୍ରପାଳ

ଶ୍ରୀକ୍ଷେତ୍ର ବିଷ୍ଣୁ କ୍ଷେତ୍ର ଭାବେ ବିଦିତ । ଏଠାରେ କ୍ଷେତ୍ରପାଳ ହେଉଛନ୍ତି ଭୈରବ ବା ଶିବ । ତାଙ୍କ ନାମ ହେଉଛି 'କାମ' ବା 'ସୁନ୍ଦର' । ଅଧିକାଂଶ ସମୟରେ କ୍ଷେତ୍ରପାଳକଙ୍କ ମନ୍ଦିର ଦୁଆର ବନ୍ଦ ହୋଇ ରହିଥାଏ । ସିଂହଦ୍ୱାରରେ ପ୍ରବେଶ କରି ବାଇଶି ପାହାଚ ଅତିକ୍ରମ କରିବା ପରେ ଭିତର ବେଢ଼ାକୁ ପ୍ରବେଶ କରିବେ । ସେଠାରୁ ବାମପଟେ ଅଚିନ୍ତା ପାହୁଣ୍ଡ(ରୋଷଘର ରାସ୍ତା) ଅତିକ୍ରମ କରି ମୁକ୍ତିମଣ୍ଡପ ପାଖକୁ ଯିବାକୁ ପଡ଼ିବ । ମୁକ୍ତିମଣ୍ଡପ ପଛପଟେ କୁରୁମ ବେଢ଼ାକୁ ଲାଗି ଦକ୍ଷିଣକୁ ମୁହଁ କରି ରହିଛନ୍ତି ଏହି କ୍ଷେତ୍ରପାଳ କାମ । କାମ ଅର୍ଥ କନ୍ଦର୍ପ ବା ସୁନ୍ଦର । ଶ୍ରୀକ୍ଷେତ୍ରର କ୍ଷେତ୍ରପାଳ ହେଉଛନ୍ତି ଅତ୍ୟନ୍ତ ସୁନ୍ଦର ।

ଇତିହାସକାରଙ୍କ ମତାମତ

  • ଟି.ଏ. ଗୋପୀନାଥ ରାଓ - ତାଙ୍କ ଲିଖିତ ବହି 'ଏଲିମେଣ୍ଟ ଅଫ୍ ହିନ୍ଦୁ ଆଇକନୋଗ୍ରାଫି'ରେ କ୍ଷେତ୍ରପାଳଙ୍କ ସମ୍ପର୍କରେ ବିଶେଷ ବର୍ଣ୍ଣନା ରହିଛି । କେଉଁ କ୍ଷେତ୍ରରେ କିଏ କ୍ଷେତ୍ରପାଳ ରହିଛନ୍ତି, କ୍ଷେତ୍ରପାଳଙ୍କ ଆକୃତି, ବର୍ଣ୍ଣ ଓ ଗଢ଼ଣ ସମ୍ପର୍କରେ ସେ ସବିଶେଷ ଜଣାଇଛନ୍ତି । ଶ୍ରୀକ୍ଷେତ୍ରର କ୍ଷେତ୍ରପାଳଙ୍କ ସମ୍ପର୍କରେ ମଧ୍ୟ ସେ ବେଶ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ ଶ୍ରୀକ୍ଷେତ୍ର ଯେମିତି ସୁନ୍ଦର ଓ କ୍ଷେତ୍ରପାଳ ଆକର୍ଷଣୀୟ, ଏହାର କ୍ଷେତ୍ରପାଳ କାମ ମଧ୍ୟ ସେମିତି ସୁନ୍ଦର ଓ ଆକର୍ଷଣୀୟ ।
  • ସିଦ୍ଧେଶ୍ୱର ମହାପାତ୍ର - କ୍ଷେତ୍ରର କ୍ଷେତ୍ରପାଳ ଯଦି ଅନ୍ଧାରରେ ରହିବେ, ତେବେ କ୍ଷେତ୍ରର ବୌଦ୍ଧିକ ବିକାଶ ହେବ ନାହିଁ । ତାଙ୍କ ମତରେ ଶ୍ରୀକ୍ଷେତ୍ରର କ୍ଷେତ୍ରପାଳଙ୍କର ଏକ ସୁନ୍ଦର ସ୍ତୁତି ରହିଛି:

'ନମସ୍ତେସ୍ତୁ ଭୀଷଣ' କୁରଲୋଚନମ ତ୍ରିଶୁଳ ପାନ ପାତ୍ରୀ ଚ ଦଧାନମୁଗ୍ର ଭୈରବମ୍ କ୍ଷେତ୍ର ଦର୍ଶନଂ ମେ ଦେହି
ପାପଘ୍ନ ଚଣ୍ଡ ବିକ୍ରମା ମହାପାପହରମୁଗ୍ର " ନମାମି କ୍ଷେତ୍ରରକ୍ଷକମ୍" - (ମୁକ୍ତି ଚିନ୍ତାମଣି)’ ।

ଅର୍ଥାତ ହେ କ୍ଷେତ୍ରପାଳ, ତୁମେ ଭୟଙ୍କର, କୁରଲୋଚନ । ତୁମ ହସ୍ତରେ ତ୍ରିଶୂଳ ଓ ପାନପତ୍ର । ତୁମେ ଉଗ୍ର, ଭୈରବ, ପାପନାଶକାରୀ । ତୁମେ କ୍ଷେତ୍ର ରକ୍ଷକ, କ୍ଷେତ୍ର ଦର୍ଶନରେ ମୋତେ ସହାୟ ହୁଅ ।

ଅବସ୍ଥାନ ବିଧି

ସହର ଗ୍ରାମରେ ଅପଦେବତାଙ୍କ କବଳରୁ ରକ୍ଷା କରିବା ପାଇଁ ସହରର ଐଶାନ୍ୟ କୋଣରେ କ୍ଷେତ୍ରପାଳ ମୂର୍ତ୍ତି ସ୍ଥାପିତ ହେବା ବିଧି। ତାଙ୍କ ମୁଖ ପଶ୍ଚିମ ଦିଗକୁ ହେବା ଉତ୍ତମ, ଦକ୍ଷିଣ ଦିଗକୁ ହେବା ମଧ୍ୟମ । ଶ୍ରୀମନ୍ଦିରରେ କ୍ଷେତ୍ରପାଳ ଦକ୍ଷିଣ ଦିଗକୁ ମୁହଁ କରିଛନ୍ତି । କ୍ଷେତ୍ରପାଳ ସାତ୍ତ୍ୱିକ ମୂର୍ତ୍ତି (ସୌମ୍ୟ ବଦନ), ରାଜସିକ ଓ ତାମସିକ ମୂର୍ତ୍ତି (ଉଗ୍ରବଦନ) ଏହିଭଳି ତିନପ୍ରକାର ରୂପରେ କଳ୍ପିତ । ସେ ଦ୍ୱିବାହୁ, ଚତୁର୍ବାହୁ, ଷଡ଼ବାହୁ, ଅଷ୍ଟବାହୁବିଶିଷ୍ଟ ହେଇପାରନ୍ତି । ଏଥପାଇଁ ବଡ଼ ଦେଉଳରେ ପ୍ରବାଦ ଅଛି:

 'ନୀଳେତ୍ପଳ ନୟନିରେ ଦେଖ କ୍ଷେତ୍ରପାଳ । ଏହିଟି ଅଟନ୍ତି ଶଙ୍ଖକ୍ଷେତ୍ର ଜଗୁଆଳ ଲୋ!'(ବେଢ଼ା ବୁଲା)

ଆହୁରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

Tags:

କ୍ଷେତ୍ରପାଳ ଶ୍ରୀକ୍ଷେତ୍ରର କ୍ଷେତ୍ରପାଳ ଆହୁରି ଦେଖନ୍ତୁକ୍ଷେତ୍ରପାଳ ଆଧାରକ୍ଷେତ୍ରପାଳ ଅଧିକ ତଥ୍ୟକ୍ଷେତ୍ରପାଳବିଷ୍ଣୁଶିବ

🔥 Trending searches on Wiki ଓଡ଼ିଆ:

ନେମାଳଓଡ଼ିଶାର କଳାଇନ୍ଦିରା ଗାନ୍ଧୀବାମାଚରଣ ମିତ୍ରଛତୁ ତରକାରୀଅଚ୍ୟୁତ ନାୟକକୁଜିବର ପ‌ତ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀଫେବୃଆରୀ ୨୮ଲକ୍ଷ୍ମୀନାରାୟଣ ସାହୁତାରିଣୀ ମନ୍ଦିର, ଘଟଗାଁରାଶି ଓ ନକ୍ଷତ୍ରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଦ୍ୱିତୀୟ ଭାସ୍କରଚିଲିକା (ବହୁବିକଳ୍ପ)ଜ୍ଞାନପୀଠ ପୁରସ୍କାରଜଗନ୍ନାଥ ମନ୍ଦିରଭାରତୀୟ ଜନତା ପାର୍ଟିହାଡ଼ଫୁଟିତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟରାସେଶ୍ୱରୀ ପାଣିଗ୍ରାହୀକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଦ୍ୟୁତପ୍ରଭା ଦେବୀଏଞ୍ଜେଲା ମେର୍କେଲ୍ରତ୍ନାକର ଚଇନିଜାପାନ ସାଗରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଖାଦ୍ୟରାସନ କାର୍ଡ଼ (ଭାରତ)୧୬୬୫ମହାତ୍ମା ଗାନ୍ଧୀଦୁର୍ଗା ପୂଜାତରୁଣକାନ୍ତି ମିଶ୍ରଫୋସିନୋପ୍ରିଲପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଭଦଭଦଳିଆଚୁଡ଼ାବାଇଶି ପାହାଚମାଲେସିଆଓଡ଼ିଆ ସାହିତ୍ୟବଳରାମ ଦାସପ୍ରତାପରୁଦ୍ର ଦେବରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେ୧୯୮୪ଯଦୁମଣି ମହାପାତ୍ର୭ (ସଂଖ୍ୟା)ଚାଟ୍ ଜିପିଟିବନ୍ଦେ ଉତ୍କଳ ଜନନୀଓଡ଼ିଶାର ଇତିହାସସମ୍ବଲପୁର ଜିଲ୍ଲାଶ୍ରବଣ ( ରାମାୟଣ ର ଚରିତ୍ର )ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭାଷାମ୍ୟାଲେରିଆଭଦ୍ରକଏମିସ ଲୋକ୨୪ ଅପ୍ରେଲଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରତ୍ରିଭୁଜଭଣ୍ଡ ଗଣେଶପ୍ରେମଖଡ଼ଗପୁରଫସ୍‌ଫରସପଲଉରାବଣଉତ୍ତମ ମହାନ୍ତିସମର ସଲିମ ସାଇମନସତୀ (ହିନ୍ଦୁ ଦେବୀ)ଘରଓଡ଼ିଆ ଲିପିମୁକ୍ତିକାନ୍ତ ମଣ୍ଡଳହେପାଟାଇଟିସ🡆 More