କଳିଙ୍ଗ, ଭାରତ

କଳିଙ୍ଗ ପୂର୍ବ ଭାରତର ଏକ ଐତିହାସିକ ଭୌଗଳିକ ଓ ରାଜନୈତିକ କ୍ଷେତ୍ର। ଏହା ଉତ୍ତରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଏବଂ ପୂର୍ବରେ ମହୋଦଧିଠାରୁ ପଶ୍ଚିମରେ ଅମରକଣ୍ଟକ ପର୍ବତମାଳା ଓ ଦାକ୍ଷିଣାତ୍ୟ ମାଳଭୂମି ପର୍ଯ୍ୟନ୍ତ ବିସ୍ତୃତ। ଏଠାରେ ପରିଶ୍ରମୀ କଳିଙ୍ଗୀୟ (ସାହସିକ) କୋଶଳୀୟ (କୁଶଳୀ) ଓ ଉତ୍କଳୀୟ (ଉତ୍କୃଷ୍ଟ କଳାକାର) ଓଡ୍ର (ଅରୁଆ ଉତ୍ପନ୍ନ କରୁଥିବା) ଲୋକମାନେ ମହାନଦୀ-ବ୍ରାହ୍ମଣୀ-ବୈତରଣୀ ଅବବାହିକାରେ ବୈଦିକ ସଭ୍ୟତାଠାରୁ ଭିନ୍ନ ଏକ ସଭ୍ୟତା କଳିଙ୍ଗ ସଭ୍ୟତାର ନିର୍ମାଣ କରିଥିଲେ। ଏହା ବର୍ତ୍ତମାନ ପଶ୍ଚିମ ବଙ୍ଗର ନୈରୁତ ଅଞ୍ଚଳ, ମହାକାନ୍ତର (ଝାଡଖଣ୍ଡ), ଛେଦିଗଡ (ଛତିଶଗଡ଼), ଆନ୍ଧ୍ର କଳିଙ୍ଗ ଓ ଓଡ଼ିଶାରେ ପରିବ୍ୟାପ୍ତ। ଯବନର ଲେଖକମାନେ ଓଡ୍ରୀୟମାନଙ୍କୁ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଓରେଟସ୍ ବୋଲି ନାମଦେଇଥିଲେ। ଇତିହାସରେ ଏଥିରେ ଅନେକ ଛୋଟ ବଡ଼ କିନ୍ତୁ ଶକ୍ତିଶାଳୀ ସ୍ୱାଧୀନତା ପ୍ରିୟ ସାମ୍ରାଜ୍ୟମାନ ଗଢିଉଠିଥିଲା। ଶେଷରେ 1568ରେ ଏହି ଅଞ୍ଚଳ ସମ୍ପୁର୍ଣ୍ଣ ଭାବେ ନିଜର ସ୍ୱାଧିନତା ହରାଇଲା।

କଳିଙ୍ଗ, ଭାରତ
କଳିଙ୍ଗଖଣ୍ଡ
କଳିଙ୍ଗ, ଭାରତ
କଳିଙ୍ଗଖଣ୍ଡ
କଳିଙ୍ଗ, ଭାରତ
ଖ୍ରୀ.ପୂ. ୨୬୫ରେ କଳିଙ୍ଗ

ଖାରବେଳଙ୍କ ଉତଥାନ

ଖାରବେଳ କଳିଙ୍ଗର ଜଣେ ବୀର ଯୋଦ୍ଧା-ରାଜା ଥିଲେ । ସେ ମଧ୍ୟ ଭାରତୀୟ ଉପମହାଦେଶରେ ଜୈନ ଧର୍ମର ଅଭ୍ୟୁତ୍ଥାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, କିନ୍ତୁ ତାହାଙ୍କୁ ଭାରତ ଇତିହାସରେ ସେତେ ଗୁରୁତ୍ୱ ଦିଆଯାଇନାହିଁ । ଭୁବନେଶ୍ୱରର ହାତୀଗୁମ୍ଫା ଶିଳାଲେଖ ଅନୁସାରେ ସେ ମଗଧର ରାଜଗୃହ ଆକ୍ରମଣ କରିଥିଲେ ଯାହା ଇଣ୍ଡୋ-ଗ୍ରୀକ ରାଜା ଦେମେଟ୍ରିଅସଙ୍କୁ ମଥୁରା ଫେରିଯିବାକୁ ବାଧ୍ୟ କରିଥିଲା । କିନ୍ତୁ ଶିଳାଲେଖ ସେ ମଗଧକୁ କଳିଙ୍ଗ ସହ ମିଶାଇ ଦେଇଥିଲେ ବୋଲି ବୁଝାଇ ନଥାଏ , ବରଂ ଏହା ତାଙ୍କର ଶୁଙ୍ଗ ଶାସକ ପୁଷ୍ୟମିତ୍ର ଓ ଅଗ୍ନିମିତ୍ରଙ୍କ ସହ ଭଲ ବୁଝାମଣାକୁ ବୁଝାଇଥାଏ ଯାହା ମୌର୍ଯ୍ୟ ସାମ୍ରାଜ୍ୟର ମୂଳ ନାସ କରିବାରେ ସାହାଯ୍ୟ କରିଥିଲା ।

ଟୀକା

ଆହୁରି ଦେଖନ୍ତୁ

Tags:

🔥 Trending searches on Wiki ଓଡ଼ିଆ:

ନିଓୱାଇଜ ଧୂମକେତୁବଳରାମୟୁରୋପଜୈନ ଧର୍ମଓଡ଼ିଆ ଭାଗବତ୨୯ ମାର୍ଚ୍ଚଆହମ୍ମଦୀୟଚୁମ୍ବନଏଲୋରା ଗୁମ୍ଫାଗୋପୀନାଥ ମହାନ୍ତିସାମବେଦକୋଣାର୍କଓଡ଼ିଶାର ଲୋକକଳାକଳାହାଣ୍ଡି ଜିଲ୍ଲାବିଶ୍ୱ ନାଟ୍ୟ ଦିବସଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିସମ୍ବାଦଯଶୋଧାରା ମିଶ୍ରକାଶୀ ବିଶ୍ୱନାଥ ମନ୍ଦିରତନ୍ଦୁର୍ହସ୍ତମୈଥୁନଓମ'ଙ୍କ ନିୟମରତ୍ନାକର ଚଇନିଭାରତକବିସୂର୍ଯ୍ୟ ବଳଦେବ ରଥକଣ୍ଡୋମନାଗଫେଣୀ ଗଛଜର୍ଜ କ୍ୟାଣ୍ଟରଭଦ୍ରକ୧୯୬୯ଆଣ୍ଟର୍କଟିକାହୃଷୀକେଶ ମଲ୍ଲିକ୮ ଜୁନଶାରଳା ପୁରସ୍କାରପୌରୁଷ ଅସାମର୍ଥ୍ୟଅନ୍ଧତ୍ୱଦୀନନାଥ ପାଠୀଅପର୍ଣ୍ଣା ମହାନ୍ତି୮୮୭ନିତ୍ୟାନନ୍ଦ ମହାପାତ୍ରଓଡ଼ିଶାର ମାପ ବ୍ୟବସ୍ଥାଜଗନ୍ନାଥଓଡ଼ିଆ ନାଟକସୂଚନା ଅଧିକାର ଆଇନ ୨୦୦୫ବୀଣାପାଣି ମହାନ୍ତିମାଳିକାମାୟାଧର ମାନସିଂହହରପ୍ପା ସଭ୍ୟତାମେଘଦୂତ (ରାଧାନାଥଙ୍କ କାବ୍ୟ)ବର୍ଷାଭକ୍ତ ଚରଣ ଦାସତାଜମହଲଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୨୬ ଜାନୁଆରୀବିଭୂତି ପଟ୍ଟନାୟକବ୍ରାଉଜରସାଧାରଣତନ୍ତ୍ର ଦିବସ (ଭାରତ)ସୁରେନ୍ଦ୍ର ମହାନ୍ତି୨ ମାର୍ଚ୍ଚଶ୍ରାଦ୍ଧକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଯୌନ ଉତ୍ପୀଡ଼ନ୨ ଅଗଷ୍ଟପ୍ରତିଭା ଶତପଥୀକିଶୋରୀ ଚରଣ ଦାସପ୍ରଧାନ ପୃଷ୍ଠାଡାଇନୋସର🡆 More