କରୋନାରୀ ଧମନୀ ରୋଗ

କରୋନାରୀ ଧମନୀ ରୋଗ, (ଇଂରାଜୀ ଭାଷା ନାମ କରୋନାରୀ ଆର୍ଟେରି ଡିଜିଜ, ବା ସି.ଏ.ଡି.

ଇସକେମିକ ହାର୍ଟ ଡିଜିଜ ବା ଆଇ.ଏଚ.ଡି., ଆଥେରୋସ୍କ୍ଲେରୋଟିକ ହାର୍ଟ ଡିଜିଜ, ଆଥେରୋସ୍କ୍ଲେରୋଟିକ କାର୍ଡ଼ିଓଭାସ୍କୁଲାର ଡିଜିଜ ଓ ଓ କରୋନାରୀ ହାର୍ଟ ଡିଜିଜ ଯଥାକ୍ରମେ Coronary artery disease ବା CAD, ischemic heart disease ବା IHD), atherosclerotic heart disease, atherosclerotic cardiovascular disease, and coronary heart disease,) ଏକ ରୋଗଦଳ ଯେଉଁଥିରେ ସ୍ଟେବଲ ଆଞ୍ଜିନା, ଅନସ୍ଟେବଲ ଆଞ୍ଜିନା ଓ ହଠାତ୍ କରୋନାରୀ ମୃତ୍ୟୁ ହୁଏ । ଏହି ରୋଗ ହୃଦରକ୍ତନଳୀ ରୋଗ ଦଳର ଏକ ମୂଖ୍ୟ ସଦସ୍ୟ । ଏହି ରୋଗ ହେଲେ ପ୍ରବଳ ଛାତି ଯନ୍ତ୍ରଣା ହୁଏ ଯାହା କାନ୍ଧ, ବାହୁ, ପିଠି, ବେକ ଓ ମୁହଁର ନିମ୍ନ ଭାଗ ପର୍ଯ୍ୟନ୍ତ ବ୍ୟାପିପାରେ । ବେଳେ ବେଳେ ଛାତି ଜ୍ୱଳନ ହୁଏ ଯେପରି ଅମ୍ଳ/ଏସିଡିଟି ଥିଲେ ହୁଏ । ସାଧାରଣତଃ ବ୍ୟାୟାମ କଲାବେଳେ ବା ଆବେଗ ଚାପ ଥିଲେ ଏହି ରୋଗ ହୁଏ, ଅଳ୍ପ କେତେକ ମିନିଟ ପର୍ଯ୍ୟନ୍ତ ରହେ ଓ ବିଶ୍ରାମ ନେଲେ ଭଲ ଲାଗେ । ଛୋଟ ଶ୍ୱାସକ୍ରିୟା ହୋଇପାରେ ବା କଦବା କୌଣସି ଲକ୍ଷଣ ନ ଥାଇ ପାରେ । ଏହାର ପ୍ରଥମ ଲକ୍ଷଣ ହୃଦ୍‌ଘାତ ହୋଇପାରେ । ଅନ୍ୟ ଜଟିଳତା ମଧ୍ୟରେ ହୃଦ୍‌ପାତ କିମ୍ବା ଅନିୟମିତ ହୃତ୍ ସ୍ପନ୍ଦନ ହୁଏ ।

କରୋନାରୀ ଧମନୀ ରୋଗ
କରୋନାରୀ ଧମନୀ ରୋଗ
କରୋନାରୀ ଧମନୀରେ ଆଥେରୋସ୍କ୍ଲେରୋସିସ ଥିବା ଚିତ୍ର ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିcardiology[*], pediatric cardiac surgery[*]
ଆଇସିଡ଼ି-୧୦I20.-I25.
ଆଇସିଡ଼ି-୯-ସିଏମ୍410-414, 429.2
ମେଡ଼ିସିନ-ପ୍ଲସ007115
ଇ-ମେଡ଼ିସିନradio/192
Patient UKକରୋନାରୀ ଧମନୀ ରୋଗ
MeSHD003324

ଏହି ରୋଗର ସଙ୍କଟଦାୟକ ଅବସ୍ଥା‌: ଉଚ୍ଚ ରକ୍ତଚାପ, ଧୁମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ଦରିଦ୍ର ଖାଦ୍ୟ, ରକ୍ତରେ ଅତ୍ୟଧିକ କୋଲେସ୍ଟେରଲ, ଅଧିକ ମଦ୍ୟପାନ ଇତ୍ୟାଦି । ଅବସାଦ ମଧ୍ୟ ଏହାର ଅନ୍ୟ ସଙ୍କଟଦାୟକ ଅବସ୍ଥା । ଅନ୍ତର୍ନିହିତ କାର୍ଯ୍ୟକାରୀତା ମଧ୍ୟରେ କରୋନାରୀ ଧମନୀରେ ଆଥେରୋସ୍କ୍ଲେରୋସିସ ମୁଖ୍ୟ ଭୂମିକା ନିଏ । ଏହି ରୋଗ ନିର୍ଣ୍ଣୟ କରିବା ନିମନ୍ତେ ଇସିଜି, କାର୍ଡ଼ିଆକ ସ୍ଟ୍ରେସ ପରୀକ୍ଷା ଓ କରୋନାରୀ ଆଞ୍ଜିଓଗ୍ରାମ ଆବଶ୍ୟକ ହୁଏ ।

ପ୍ରତିଷେଧକ ଭାବେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ନିୟମିତ ବ୍ୟାୟାମ, ସଠିକ ଓଜନ ଓ ଧୂମ୍ରପାନ ନ କରିବା ଉପକାରୀ ସାବ୍ୟସ୍ତ ହୁଏ । ଅନ୍ୟାନ୍ୟ ରୋଗ ଯଥା ଡାଏବେଟିସ, ଉଚ୍ଚ କୋଲେସ୍ଟେରଲ ଓ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ସେବନ ଆବଶ୍ୟକ । ଲକ୍ଷଣ ନ ଥାଇ ବା ସ୍ୱଳ୍ପ ସଙ୍କଟଜନ‌କ ଅବସ୍ଥା ଥିଲେ ସ୍କ୍ରିନିଙ୍ଗ ଅନାବଶ୍ୟକ ଅଟେ । ଏହାର ଚିକିତ୍ସା ପ୍ରତିଷେଧ ଭଳି କରିବାକୁ ହୁଏ । ଅଧିକନ୍ତୁ ଅନ୍ୟ ଔଷଧ ଯଥା ଆସ୍ପିରିନ, ବିଟା ବ୍ଲକର, ନାଇଟ୍ରୋଗ୍ଲିସେରିନ ଆବଶ୍ୟକ ଅନୁସାରେ ଦିଆଯାଏ । ସାଙ୍ଘାତିକ ରୋଗରେ ପର୍‌କ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ (percutaneous coronary intervention ବା PCI) କିମ୍ବା କରୋନାରୀ ବାଇପାସ ଅପରେଶନ (coronary artery bypass surgery ବା CABG) ସାହାଯ୍ୟ ନିଆଯାଏ । ସ୍ଥିତାବସ୍ଥାରେ ଥିବା ରୋଗରେ ପିସିଆଇ ବା ସିଏବିଜି ଅପରେଶନ କଲେ ଆୟୁଷ ବୃଦ୍ଧି ବା ହୃଦ୍‌ଘାତ ସଙ୍କଟ କମିବାର ସୂଚନା ମିଳୁନାହିଁ ।

ସନ ୧୯୯୦ରେ ପୃଥିବୀରେ ମୃତ୍ୟୁର ପ୍ରଥମ କାରଣ ରୂପେ ଏହି ରୋଗର ନାମ ଥିଲା ଓ ୫.୭୪ ନିୟୁତ ମୃତ୍ୟୁ (୧୨ %) ହୋଇଥିଲା ଯାହା ବଢ଼ିଯାଇ ସନ ୨୦୧୩ରେ ୮.୧୪ ନିୟୁତ (୧୬.୮%) ହୋଇଥିଲା । ସିଏଡି ସଙ୍କଟରେ ମୃତ୍ୟୁ ବୟସ ୧୯୮୦ରୁ ୨୦୧୦ ମଧ୍ୟରେ ବିକଶିତ ଦେଶମାନଙ୍କରେ ବଢ଼ିଯାଇଛି । ଯେ କୌଣସି ବୟସରେ ସିଏଡି ସଂଖ୍ୟା ୧୯୯୦ରୁ ୨୦୧୦ ମଧ୍ୟରେ କମିଯାଇଛି । ଆମେରିକାରେ ୬୫ ବର୍ଷ ବୟସ ଉପରେ ୨୦୧୦ ମସିହାରେ ୨୦ % ଲୋକଙ୍କର ସିଏଡି ଥିଲା, ୪୫ରୁ ୬୪ ଭିତରେ ୭ % ଥିଲା ଓ ୧୮ରୁ ୪୫ ଭିତରେ ୧.୩ % ଥିଲା । ପୁରୁଷମାନଙ୍କର ମହିଳାଙ୍କ ଅପେକ୍ଷା ଅଧିକ ରୋଗ ହେଉଛି ।

ଆଧାର

Tags:

ଅନିୟମିତ ହୃତ୍ ସ୍ପନ୍ଦନଇଂରାଜୀ ଭାଷାଛାତି ଯନ୍ତ୍ରଣାହୃଦ୍‌ଘାତହୃଦ୍‌ପାତ

🔥 Trending searches on Wiki ଓଡ଼ିଆ:

ଓଡ଼ିଆମୁନ୍ନା ଖାଁନରୱେପୁରାଣଦ୍ରୌପଦୀ ମୁର୍ମୁକର୍କଟ ରୋଗକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିଶ୍ୱ ଜଳ ଦିବସଜଗନ୍ନାଥଙ୍କ ବେଶହାଡ଼କଲିକତା୯୯୪ସୁଦୀପ ତ୍ୟାଗୀରାଶି ଓ ନକ୍ଷତ୍ରଓଡ଼ିଶା ଭାସ୍କରୟୁ ଟ୍ୟୁବ୨୯ ମାର୍ଚ୍ଚଶୁଆଗଙ୍ଗାଧର ମେହେରଭାରତୀୟ ଜନତା ପାର୍ଟିଆଣ୍ଡ୍ରଏଡ଼ସାଉଦି ଆରବ୧୫୮୧ସମାଜ (ଖବରକାଗଜ)୧୭ ମାର୍ଚ୍ଚରାମଚନ୍ଦ୍ର ମିଶ୍ର୧୯୬୨ବିଶ୍ୱତାପନନୃସିଂହଗୋପବନ୍ଧୁ ଦାସକୋଣାର୍କ ସୂର୍ଯ୍ୟ ମନ୍ଦିରଜୟଦେବ ଉନାଡକଟମହେନ୍ଦ୍ର ସିଂହ ଧୋନିଭୁବନେଶ୍ୱରବିବାହମହମ୍ମଦତରଳ ଝାଡ଼ାସୌଭାଗ୍ୟ କୁମାର ମିଶ୍ରଓଡ଼ିଶାରାଜେନ୍ଦ୍ର ନାରାୟଣ ସିଂହଦେଓଜଗନ୍ନାଥଦଣ୍ଡ ନାଟଓଡ଼ିଆ ଲିପିମିଳିତ ଜାତିସଂଘଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଭାରତଓଡ଼ିଶାର ଦୋଳଯାତ୍ରାବଳଭଦ୍ର ମାଝୀଜ୍ୟାମିତିରାମଶଙ୍କର ରାୟଅଟିଜିମ୍ ସ୍ପେକ୍ଟ୍ରମଅଚ୍ୟୁତାନନ୍ଦ ଦାସ୧୯ ଡିସେମ୍ବରଜର୍ମାନୀସିକ୍ଲ ସେଲ୍ ରୋଗଧର୍ମଡାଲଟେପାରିନଆକ୍ରାଲୋକ ସଭାଖାରବେଳ ସ୍ୱାଇଁପାଦ ଭାତୁଡ଼ିକଟକଇତିହାସକାପୋସିସ ସାର୍କୋମାଉଇକିଅଭିଧାନଇମେଲଶିବପିତ୍ତାସ୍ମରୀସଂସ୍କୃତwiki.phtml୪ ଅଗଷ୍ଟନନ୍ଦିନୀ ଶତପଥୀଉମାଶଙ୍କର ମିଶ୍ର🡆 More