ଆଣ୍ଟି-ଏନଏମଡିଏ ରିସେପ୍ଟର ଏନ‌କେଫାଲାଇଟିସ

ଆଣ୍ଟି-ଏନଏମଡିଏ ରିସେପ୍ଟର ଏନ‌କେଫାଲାଇଟିସ (ଇଂରାଜୀ ଭାଷାରେ Anti-NMDA receptor encephalitis) ଏକ ପ୍ରକାର ମସ୍ତିଷ୍କ ପ୍ରଦାହ (brain inflammation) ରୋଗ ଯାହା ଆଣ୍ଟିବଡି (antibodies) ଯୋଗୁ ହୁଏ । ପ୍ରାରମ୍ଭରେ ଜ୍ୱର, ମୁଣ୍ଡ ବିନ୍ଧା ଓ ଥକ୍କାଣ ଅନୁଭବ ହୁଏ । ଏହା ପରେ ସାଇକୋସିସ (psychosis) ହୁଏ ଯାହା ଡିଲ୍ୟୁଜନ (false beliefs) ବା ମିଥ୍ୟା ବିଶ୍ୱାସ ଓ ହାଲ୍ୟୁସିନେସନ (seeing or hearing things that others do not see or hear) ବା ନଥିବା ଜିନିଷ ଦେଖାଯାଏ ଓ ଶୁଣାଯିବା ଲକ୍ଷଣ ଦେଖାଏ । ରୋଗୀ ଦ୍ୱନ୍ଦ୍ୱପୂର୍ଣ୍ଣ ଓ ଉତ୍ତେଜିତ ଥିବା ଦେଖାଯାଏ । ସମୟକ୍ରମେ ବାତ (Seizures), ହାଇପୋଭେଣ୍ଟିଲେସନ (decreased breathing), ଅଟୋନିମିକ ଇନସ୍ଟାବିଲିଟି (blood pressure and heart rate variability) ଇତ୍ୟାଦି ଲକ୍ଷଣ ଦେଖାଯାଏ ।

ଆଣ୍ଟି-ଏନଏମଡିଏ ରିସେପ୍ଟର ଏନ‌କେଫାଲାଇଟିସ (Anti-NMDA receptor encephalitis)
ଏନଏମଡିଏ ରିସେପ୍ଟର ଆଣ୍ଟିବଡି ଏନ‌କେଫାଲାଇଟିସ (NMDA receptor antibody encephalitis)
ଆଣ୍ଟି-ଏନଏମଡିଏ ରିସେପ୍ଟର ଏନ‌କେଫାଲାଇଟିସ
ଏନଏମଡିଏ ରିସେପ୍ଟର (NMDA receptor) ଚିତ୍ର
ଲକ୍ଷଣପ୍ରାରମ୍ଭ: ଜ୍ୱର, ମୁଣ୍ଡ ବିନ୍ଧା, ଥକ୍କାଣ ଅନୁଭବ, ସାଇକୋସିସ, ଉତ୍ତେଜିତ
ପରେ: ବାତ (Seizures), ହାଇପୋଭେଣ୍ଟିଲେସନ (decreased breathing), ଅଟୋନିମିକ ଇନସ୍ଟାବିଲିଟି (blood pressure and heart rate variability)
ଆକ୍ରାନ୍ତ ସମୟକିଛି ଦିନଠାରୁ କିଛି ସପ୍ତାହ
ବିପଦ କାରକଓଭାରିଆନ ଟେରାଟୋମା (Ovarian teratoma), ଅଜ୍ଞାତ
ରୋଗ ନିର୍ଣ୍ଣୟ ପଦ୍ଧତିନିର୍ଦ୍ଦିଷ୍ଟ ଆଣ୍ଟିବଡି (antibodies) ସେରେବ୍ରୋ ସ୍ପାଇନାଲ ଫ୍ଲୁଇଡ (cerebral spinal fluid)
ସଠିକ ରୋଗ ନିର୍ଣ୍ଣୟଭୁତାଣୁ ଏନ‌କେଫାଲାଇଟିସ (Viral encephalitis, ଆକ୍ୟୁଟ ସାଇକୋସିସ (acute psychosis), ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ
ଔଷଧକର୍ଟିକୋସ୍ଟିରଏଡ (Corticosteriods), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin/ IVIG), ପ୍ଲାଜ୍ମା ବିନିମୟ (plasma exchange), ଆଜାଥାଇଓପ୍ରିନ
ଚିକିତ୍ସାଇମ୍ମ୍ୟୁନୋସପ୍ପ୍ରେସିଭ ଔଷଧ (Immunosuppresive medication), ଅପରେଶନ
Prognosisଚିକିତ୍ସାରେ ଉପଶମ ହୋଇଯାଏ
ପୁନଃପୌନିକଅପେକ୍ଷାକୃତ ସାଧାରଣ
ମୃତ୍ୟୁ ସାନ୍ଦ୍ରତା~୪% ମୃତ୍ୟୁ ସଙ୍କଟ

ପ୍ରାୟ ୫୦% କେଶ୍‌ରେ ଅର୍ବୁଦ (tumors) ଥିବା ଦେଖାଯାଏ ବିଶେଷତଃ ଓଭାରି ବା ଡିମ୍ବାଶୟର (ovaries) ଟେରାଟୋମା (teratoma) ଥାଏ ଓ ବାକି କେଶ୍‌ମାନଙ୍କରେ କାରଣ ଜଣାପଡ଼େନାହିଁଁ । ଅନ୍ତର୍ନିହିତ କାରଣରୂପେ ଅଟୋଇମ୍ମ୍ୟୁନ (autoimmune) ଦୋଷୀ ଥିବା ବିଶ୍ୱାସ କରାଯାଏ ଯେଉଁଥିରେ ମସ୍ତିଷ୍କରେ ଥିବା ଏନ-ମିଥାଇଲ ଡି-ଆସ୍ପାର୍ଟେଟ ରିସେପ୍ଟରର (en:N-methyl D-aspartate receptors) ଜିଏଲୟୁଏନ୧ (en:GluN1 subunit) (N-methyl D-aspartate receptors) ଟାର୍ଗେଟରେ ଥିବା ଜଣାଯାଏ । ସେରେବ୍ରୋ ସ୍ପାଇନାଲ ଫ୍ଲୁଇଡରେ (cerebral spinal fluid) ନିର୍ଦ୍ଦିଷ୍ଟ ଆଣ୍ଟିବଡି (antibodies) ପାଇଲେ ରୋଗ ନିର୍ଣ୍ଣୟ ହୁଏ । ଏମଆରଆଇ (MRI) ସାଧାରଣ ଥାଏ । ଅନେକ ସମୟରେ ଭୂଲ ନିର୍ଣ୍ଣୟ କରାଯାଇଥାଏ ।

ସ୍ୱାଭାବିକ ଭାବରେ ଏହକୁ ଇମ୍ମ୍ୟୁନୋସପ୍ପ୍ରେସିଭ ଔଷଧ (Immunosuppresive medication) ଦେଇ ଚିକିତ୍ସା କରାଯାଏ ଓ ଅର୍ବୁଦ ଥିଲେ ଅପରେଶନ କରାଯାଏ । ପ୍ରାୟ ୮୦% ରୋଗୀ ସୁଫଳ ପାଆନ୍ତି । ରୋଗ ଆରମ୍ଭ ହେବା ସମୟରେ ଚିକିତ୍ସା ଆରମ୍ଭ କଲେ ଅଧିକ ସୁଫଳ ମିଳେ । ଦୀର୍ଘକାଳୀନ ମାନସିକ ଓ ବ୍ୟବ‌ହାରିକ ସମସ୍ୟା ରହିପାରେ । ପ୍ରାୟ ୪% ରୋଗୀ ମୃତ୍ୟୁ ବରଣ କରନ୍ତି । ପ୍ରାୟ ୧୦% ରୋଗୀଙ୍କର ପୁନର୍ବାର ରୋଗ ହୁଏ ।

ଏହା ଏକ ଅପେକ୍ଷାକୃତ ସାଧାରଣ ରୋଗ । ପ୍ରାୟ ୮୦% ମହିଳା ରୋଗୀ ଅଛନ୍ତି । ସ୍ୱାଭାବିକ ଭାବରେ ୪୫ରୁ କମ୍ ବୟସ୍କ ଯୁବକମାନଙ୍କୁ ଏ ରୋଗ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ । ସନ ୨୦୦୭ରେ ପ୍ରଥମେ ଜୋସେଫ ଡାଲମୁ ଏହି ରୋଗ ବର୍ଣ୍ଣନା କରିଥିଲେ ।

ଏହା ମଧ୍ୟ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ

Tags:

en:Seizuresen:antibodiesen:autonomic instabilityen:delusionsen:encephalitisen:hallucinationsen:hypoventilationen:psychosisଆଣ୍ଟିବଡିଇଂରାଜୀ ଭାଷାଜ୍ୱରବାତସାଇକୋସିସ

🔥 Trending searches on Wiki ଓଡ଼ିଆ:

ସୁରେନ୍ଦ୍ର ମହାନ୍ତିଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରମନମୋହନ ସାମଲଭଦଭଦଳିଆହେପାଟାଇଟିସ ବିପିଙ୍କି ପ୍ରଧାନଲକ୍ଷ୍ମୀ ପୁରାଣଓଡ଼ିଆ କଥାଚିତ୍ର ଜଗତଭାରତୀୟ ସ୍ୱାଧୀନତା ଆନ୍ଦୋଳନପାର୍ବତୀମହେନ୍ଦ୍ର ସିଂହ ଧୋନିମାସଭଣ୍ଡ ଗଣେଶପାପୁଆ ନିଉ ଗିନିଜଳଅଚ୍ୟୁତାନନ୍ଦ ଦାସଶରତ କୁମାର ମହାନ୍ତିବିଶ୍ୱନାଥ କରସ୍ତନଗଙ୍ଗାଧର ମେହେରଜନ୍ମ ନିରୋଧବିରଳା ମନ୍ଦିର, କୋଲକାତା୭ (ସଂଖ୍ୟା)ଲଣ୍ଡନରାସାୟନିକ ମୌଳିକରାମମଟର ସାଇକେଲଗୁରୁ ପ୍ରସାଦ ମହାନ୍ତିସୋନାଲ ମାନସିଂହକାଗଜମଙ୍ଗଳା ମନ୍ଦିରଅନନ୍ତ ପଟ୍ଟନାୟକଜାହାଙ୍ଗୀରଲାଟିନ ଭାଷାବଉଳରାଜନୀତି ବିଜ୍ଞାନଆଜାଦ ହିନ୍ଦ୍ ଫୌଜସଚ୍ଚିଦାନନ୍ଦ ରାଉତରାୟ୧୯୬୧ମହାଦେଶଗୋଦାବରୀଶ ମହାପାତ୍ରଭାରତୀୟ ସମ୍ବିଧାନ୧ମ ଓଡ଼ିଶା ବିଧାନ ସଭାବସନ୍ତ କୁମାର ଶତପଥୀବୀର ସୁରେନ୍ଦ୍ର ସାଏଅର୍ଥଶାସ୍ତ୍ରଜାପାନ ସାଗରଅକ୍ଷୟ ତୃତୀୟାଅଣସରପଲଉବାଙ୍କୀସୁନାବେଶମହାବିଦ୍ୟାଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଶ୍ରୀନିବାସ ରାମାନୁଜନଶ୍ରୀ ଅରବିନ୍ଦଅଣ୍ଡାଅଲାରନାଥ ମନ୍ଦିର୧୦୫୪ହେମନ୍ତ କୁମାର ଦାସବିଜୁ ପଟ୍ଟନାୟକକୋଷ୍ଠକାଠିନ୍ୟକାଳିନ୍ଦୀ ଚରଣ ପାଣିଗ୍ରାହୀସତ୍ୟବାଦୀ ବନ ବିଦ୍ୟାଳୟଭଗବତୀ ଚରଣ ପାଣିଗ୍ରାହୀମାଲକାନଗିରି ଜିଲ୍ଲାଫାଇଲେରିଆଯଦୁମଣି ମହାପାତ୍ର🡆 More