ଆଛୁ

ଆଛୁ (ଇଂରାଜୀ ନାମ – ଇଣ୍ଡିଆନ ମଲ୍ବେରୀ, ନୋନି, ଗ୍ରେଟ୍ ମୋରିଣ୍ଡା, କାନେରି ଉଡ଼) ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ଫୁଲ ଧଳା ରଙ୍ଗର ଓ ସୁଗନ୍ଧଯୁକ୍ତ । ଏହାର କାଠ ହଳଦିଆ । ଏହା ରୁବିଏସୀ (Rubiaceae) ବା ମଞ୍ଜିଷ୍ଠା କୁଳର ଏକ ବୃକ୍ଷ ।

ଆଛୁ
ଆଛୁ
ଆଛୁ ଗଛର ଫୁଲ ଓ ଫଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Gentianales
କୁଳ: Rubiaceae
ପ୍ରଜାତି: Morinda
ଜାତି: M. citrifolia
ବାଇନୋମିଆଲ ନାମ
Morinda citrifolia
ଆଛୁ
ଆଛୁ ଗଛର ପତ୍ର ଓ ଫଳ

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପିଣ୍ଡ୍ରେ, ଆଛୁ
ସଂସ୍କୃତ ରଞ୍ଜନଦ୍ରୁ, ଆଚ୍ଛକ, ରଞ୍ଜନଦ୍ରୁମ, ସୌବର୍ଣ୍ଣିକ
ହିନ୍ଦୀ ଆଲ, ଆଛ
କନ୍ନଡ଼ ମଡ୍ଡି
କୋଙ୍କଣୀ ସୁରଙ୍ଗୀ, ବର୍ତୋଣ୍ଡି
ଗୁଜରାଟୀ ସୁରଙ୍ଗୀ
ତାମିଲ ମଞ୍ଚନାରି, ମଞ୍ଚତ୍ପବତ୍ତାଇ,ନୁନା
ତେଲୁଗୁ ମଡ୍ଡି ଚେକ୍କା, ତଗରା, ଟୋଗାରୁ, ଆଚ୍ଛୁ
ବଙ୍ଗଳା ଆଚ, ହୃଦି
ମରାଠି ଆଲ, ବର୍ତୋଣ୍ଡି
ମାଲୟାଲମ ସେରୁମଞ୍ଜ୍ଜାନାଥ୍ଥୀ

ଭୌଗଳିକ ପ୍ରାପ୍ତି ସ୍ଥାନ

ଆଛୁ 
ଆଛୁ ଫୁଲ

ଏହା ପଥୁରିଆ ଏବଂ ଘଞ୍ଚ ଛାୟାଯୁକ୍ତ ଜଙ୍ଗଲରେ ତଥା ସମୁଦ୍ର ଉପକୂଳବର୍ତ୍ତୀ ଲୁଣା ମାଟିରେ ମଧ୍ୟ ଭଲ ଭାବରେ ବଢ଼ି ପାରେ । ଏହି ବୃକ୍ଷଟି ରୋପଣର ୧୮ ମାସ ପରେ ପରିପକ୍ୱ ହୋଇ ଫଳ ଧାରଣ କରିଥାଏ । ଏହା ଆଗ୍ନେୟଗିରୀ ଉପତ୍ୟକା ଏବଂ ଚୂନ ପଥର ଖଣି ଅଞ୍ଚଳରେ ମଧ୍ୟ ଖୁବ ଭଲ ଭାବେ ଉପଯୋଜିତ ହୋଇ ବଢ଼ି ପାରେ । ଏହା ୩୦ଫୁଟ ପର୍ଯ୍ୟନ୍ତ ବଢ଼ିପାରେ । ବର୍ତ୍ତମାନ ଏହା ବିଶ୍ୱର ସମଗ୍ର ଅଞ୍ଚଳରେ ବ୍ୟବସାୟୀକ ଭିତ୍ତିରେ ଚାଷ କରାଯାଉଛି । ଦକ୍ଷୀଣପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ ମହାଦେଶରେ ଏହା ବହୁଳ ପରିମାଣରେ ଦେଖା ଯାଏ । ଏହାକୁ ବେଳେ ବେଳେ ଦୁର୍ଭିକ୍ଷ ଫଳ ବୋଲି ଆଖ୍ୟା ଦିଆଯାଏ । କିଛି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହରେ ଏହାକୁ ପ୍ରଧାନ ଖାଦ୍ୟ ସହିତ କଞ୍ଚା କିମ୍ବା ରନ୍ଧନ ପରେ ଏକ ତରକାରୀ ଭାବେ ଖିଆ ଯାଇ ଥାଏ । ଅଷ୍ଟ୍ରେଲିଆରେ ଏହାକୁ କିଛି ଜାତି ସମୁଦାୟ ଏହି କଞ୍ଚା ଫଳକୁ ଲୁଣ ସହିତ ଖାଇଥାଆନ୍ତି । ଆମ ଭାରତରେ ଅନେକ ରାଜ୍ୟରେ ଏହାକୁ ବ୍ୟବସାୟୀକ ସ୍ତରରେ ଚାଷ କରାଯାଉଥିବାବେଳେ, ଓଡ଼ିଶାରେ ଏହି ବୃକ୍ଷର ଉପସ୍ଥିତି ବିଷୟରେ ପ୍ରାୟ କେହି ଜାଣନ୍ତି ନାହିଁ । ଆମ ଓଡ଼ିଶାର ଅନେକ ପୁର ପଲ୍ଲୀରେ ଏହି ବୃକ୍ଷଟି ଦେଖାଯାଏ କିନ୍ତୁ ଏହାର ଔଷଧୀୟ ଚମତ୍କାରିତା ଏବଂ ଏହାର ପୃଥିବୀ ବ୍ୟାପୀ ବ୍ୟବସାୟୀକ ଓ ଶିଳ୍ପ ଭିତ୍ତିକ ବ୍ୟବହାର ବିଷୟରେ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ଅଜ୍ଞ । ଏହା ବାଲେଶ୍ୱରର ନୀଳଗିରୀ ଜଙ୍ଗଲ ଅଞ୍ଚଳରେ ତଥା ମୟୂରଭଞ୍ଜ, ଭଦ୍ରକ ଅଞ୍ଚଳରେ ଅନେକ ସ୍ଥାନରେ ଏହି ବୃକ୍ଷ ଦେଖାଯାଏ ।

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା

ଆଛୁ 
ଆଛୁ ଫଳ ଓ ମଞ୍ଜି

ଆଛୁ ଏକ ଚିର ହରିତ ବୃକ୍ଷ ଏବଂ ଏହା ୩ରୁ ୧୦ ମିଟର ଯାଏଁ ଉଚ୍ଚ ହୋଇଥାଏ । ବୃକ୍ଷର ପ୍ରଜାତି ଅନୁଯାୟୀ ଏହାର ଫଳ, ମଞ୍ଜି, ରସ ଗନ୍ଧ, ସ୍ୱାଦ ଭିନ୍ନ ଭିନ୍ନ ହୋଇପାରି ଥାଏ ।

  • ପୁଷ୍ପ – ପୁଷ୍ପ ସମୂହ ୭୫-୯୦ସଂଖ୍ୟା ଗୁଛରେ ପେଣ୍ଡୁ ଆକାର ମଞ୍ଜରିରେ ଥାଏ । ପୁଷ୍ପ ଦଳଗୁଡ଼ିକ ଦେଖିବାକୁ ଧଳା । ପୁଷ୍ପ ଦଣ୍ଡଗୁଡ଼ିକ ୧୦ -୩୦ ମିଲିମିଟର । ଅନ୍ତର୍ଦଳ ୫ ଖଣ୍ଡୀୟ, ଧଳା
  • ପତ୍ର- ଅଭିମୁଖ ସ୍ଥିତି, ମସୃଣ, ଅଣ୍ଡାକାର ୨୦-୪୫ସେଣ୍ଟିମିଟର, ପତ୍ରଡେମ୍ଫ ଟାଣ ୧.୫ରୁ ୨ ସେଣ୍ଟିମିଟର
  • ଫଳ- ଈଷତ ହଳଦିଆ, ମାଂସାଳ, ୫-୧୦ ସେଣ୍ଟିମିଟର, ୩-୪ ସେଣ୍ଟିମିଟର ବ୍ୟାସାର୍ଦ୍ଧ । ପାଚିବା ପରେ କୋମଳ ଏବଂ ମାଂସାଳ ହୋଇଥାଏ । ଏହାର ରସରୁ ଏକ ପ୍ରକାର ଶଢା ଗନ୍ଧ ନିର୍ଗତ ହୋଇଥାଏ ।
  • ମଞ୍ଜି/ ବୀଜ – ମଞ୍ଜିଗୁକରେ ବାୟୁ କୋଟର ଭାରି ରହିଥାଏ ଯାହାକି ବୀଜବପନରେ ସାହାଯ୍ୟ କରିଥାଏ । ମାସ ମାସ ପାଣିରେ ଭାସି ରହିବା ପରେ ମଧ୍ୟ ବିଜରୁ ଚାରା ଅଙ୍କୁରିତ ହୋଇଥାଏ ।
  • ଚେର – ଏହାର ଚେର ପ୍ରତାନ ପ୍ରଣାଳୀ ଲେମ୍ବୁ ଏବଂ କଫି ଗଛର ଚେର ପରି । ଏକ ମୁଖ୍ୟ ଚେର ସହିତ ପାର୍ଶ୍ୱ ଶାଖା ଚେର ମାତି ଥାଏ ।
  • ପ୍ରଜାତି – ମୋରିଣ୍ଡା ଟିଙ୍କଚୋରିଆ, ମୋରିଣ୍ଡା ବ୍ରାକ୍ଟେଟା, ମୋରିଣ୍ଡା ପୋଟ୍ଟେରୀ

ପୋଷାକ ତତ୍ତ୍ୱ ଏବଂ ଉଦ୍ଭିଦ ରସାୟନ

ଆଛୁ 
ଆଛୁ ଫଳ

ଆଛୁ ଫଳ ଗୁଣ୍ଡରେ ଶ୍ୱେତସାର ଏବଂ ତନ୍ତୁ ଜାତୀୟ ତତ୍ତ୍ୱ ମଧ୍ୟମ ପରିମାଣରେ ଥାଏ । ମୁଖ୍ୟ ପୋଷାକ ତତ୍ତ୍ୱଗୁଡ଼ିକ ହେଲା ; ଭିଟାମିନ –ସି ,ନିଆସିନ (ବି-୩),ଆଇରନ୍(ଲୌହ), ପୋଟାସିୟମ, ଭିଟାମିନ-ଏ, କ୍ୟାଲ୍କିଅମ, ସୋଡିୟମ ଇତ୍ୟାଦି ମଧ୍ୟମ ପରିମାଣରେ ଥାଏ । ଉଦ୍ଭିଦ ରସାୟନ - ଲିଗ୍ନାନ, ଓଲିଗୋ ଏବଂ ପୋଲୀ ସାକାରଇଡ, ଫ୍ଲାଭୋନୋ ଇଡ, ଇରିଡୋଇଡ, ଫେଟିଏସିଡ, ସ୍କୋପୋଲେଟିନ, କାଟେଚୀନ, ବିଟା-ସାଇଟୋଷ୍ଟେରୋଲ, ଡାମ୍ନାକାନ୍ଥାଳ ଏବଂ ଆଲ୍କାଲୋଇଡ଼

ବ୍ୟବହାର

ଏହାର ସର୍ବାଙ୍ଗ ଔଷଧୀୟ କାମରେ ଆସେ । ରକ୍ତାତିସାର, ଅତିସାର, ରକ୍ତସ୍ରାବ, ରକ୍ତପିତ୍ତ ଓ ବ୍ରଣାଦିର ନିବାରଣ ପାଇଁ ଏହାର ପ୍ରୟୋଗ କରା ଯାଇଥାଏ । ଏହାର ପତ୍ରକୁ ବାଟି ଗୋରୁଙ୍କ ଦେହଲେ ଲେପିଲେ ସେମାନଙ୍କ କାନ୍ଧଫଟା ଦରଜ ନିବାରିତ ହୁଏ । ଏହାର ଚେରର ଛାଲିକୁ ଜଳରେ ସିଝାଇ, ଚାଉଳଧୁଆ ପାଣି ସହିତ ସେବନ କଲେ ପ୍ରଦର ଭଲହୁଏ । ଏହାର ପତ୍ର ରସ ସହିତ ମୁଥା ପତ୍ରର ରସ ସେବନ କଲେ ଅତିସାର ଭଲହୁଏ । ଏହାର ପତ୍ରର ରସ ସହିତ ହଳଦୀଗୁଣ୍ଡ ମିଶାଇ ଖୁଆଇଲେ ବାଛୁରୀ ନୀରୋଗ ରୁହେ। ବିଭିନ୍ନ ଚର୍ମ ରୋଗରେ ଏହାର ପତ୍ରରସକୁ ସୋରିଷ ତେଲ ସହିତ ପାକ କରି ଲଗାଯାଏ । ଏହାର ଛେଲିକୁ ସିଝାଇ ସେହି ପାଣିରେ ଧୋଇଲେ ଅନେକ ପ୍ରକାର ଚର୍ମରୋଗ ପ୍ରଶମିତ ହୁଏ । ଆଛୁ ଫଳକୁ ରସୁଣ ମିଶାଇ ବାଟି ତାହାକୁ ବ୍ରଣରେ ଲେପଦେଲେ ତାହା ଭଲହୁଏ ।

ପାରମ୍ପରିକ ଚିକିତ୍ସାରେ ବ୍ୟବହାର

ଏହାର ପତ୍ରସିଦ୍ଧ କ୍ୱାଥ ଏବଂ ଫଳରସ ଉପଯୋଗରେ ଜ୍ୱର, ବିଷମ ଜ୍ୱର (ମେଲେରିଆ), କାମଳ, ଉଚ୍ଚ ରକ୍ତ ଚାପ, ଦୁଷ୍ଟ ବ୍ରଣ, ସଂକ୍ରମଣ ଜନିତ ଘା ଇତ୍ୟାଦି ଆରୋଗ୍ୟ ହୋଇଥାଏ । ବୀଜ ତୈଳରୁ ଆମାଶୟ ବ୍ରଣ, ମୁଣ୍ଡ ଉକୁଣି, ଚର୍ମ ଉକୁଣି ଇତ୍ୟାଦି ଚିକିତ୍ସା କରାଯାଇଥାଏ । ପତ୍ର ରସ କିମ୍ବା ପତ୍ର କଳ୍କ ଏବଂ ଫଳମଜ୍ଜାର ଗରମ ସେକଦ୍ୱାରା ଗଣ୍ଠିବାତ, ହାଡ଼ ଏବଂ ମାଂସପେଶୀ ଆଘାତ ଏବଂ ମକଚା, ଗହିର କ୍ଷତ ଇତ୍ୟାଦି ଆରୋଗ୍ୟ ହୋଇ ଥାଏ । ଏହାର ଫୁଲ ଏବଂ ପତ୍ରର ଉଷ୍ମ ଭାମ୍ପଦ୍ୱାରା ଚକ୍ଷୁପତା ବ୍ରଣ ଭଲ ହୋଇଥାଏ । ତାଜା ଫଳ ରସରୁ ଦାନ୍ତମାଢି ଫୁଲା, ମୁଖ ଦୁର୍ଗନ୍ଧ ଓ ରକ୍ତ ବାହାରିବା ଇତ୍ୟାଦି ରୋଗ ଭଲ ହୋଇଥାଏ ।ସମଗ୍ର ଫଳ ଏବଂ ବୀଜରେ ଆନ୍ତ କୃମୀ ମାରକ କ୍ଷମତା ଥାଏ ଓ ଏହା ମୃଦୁ ବିରେଚକ । ଏହାଛଡା ଏହା ମଧୁମେହ, ହାର୍ନିଆ, ହାଡ଼ଭଙ୍ଗା, ଅରୁଚି, ମୂତ୍ରାଶୟ ସଂକ୍ରମଣ, ପେଟ ଫୁଲା ରୋଗରେ ଖୁବ ବ୍ୟବହାର ହୁଏ ।

ଶାସ୍ତ୍ରୋକ୍ତ ଗୁଣ

ତିକ୍ତ ରସ ମିଶ୍ରିତ କଟୁରସ, ଚକ୍ଷୁ ହିତକର, ଉଷ୍ଣବୀର୍ଯ୍ୟ। ମାତ୍ରା ଦୁଇ ଅଣାରୁ ଆଠଅଣା।

ଚିକିତ୍ସା ବିଜ୍ଞାନଦ୍ୱାରା ପ୍ରମାଣିତ ତଥ୍ୟ

  1. ଏହାର ଫଳ ବିଜରୁ ପ୍ରସ୍ତୁତ ତୈଳରେ ଲିନୋଲେଇକ୍ ଏସିଡ୍ ମହଜୁଦ ଥିବା ହେତୁ ଏହା ଗଣ୍ଠିବାତ ଏବଂ କୈଶୋର ଅବସ୍ତାରେ ଚେହେରାରେ ହେଉଥିବା ବ୍ରଣ ଆରୋଗ୍ୟ କରେ ।
  2. ଏବେ ଗବେଷଣାରୁ ପ୍ରମାଣିତ ଯେ ଆଛୁ ଫଳ ରସ କର୍କଟ ରୋଗକୁ ବହୁପରିମାଣରେ ପ୍ରତିହତ ଓ ପ୍ରତିରୋଧ କରିଥାଏ ।
  3. ଆଛୁ ଫଳ ରସ ଯକୃତ ଦୌର୍ବଲ୍ୟ ଏବଂ କ୍ଷୟଶୀଳ ଜର୍ଜରୀତ ଯକୃତକୁ ସଂପୂର୍ଣ୍ଣ ଭାବେ ପୁନର୍ଜୀବିତ କରିବାର କ୍ଷମତା ଥାଏ ।
  4. ଏହା ଶିରା ଧମନୀ ବିସ୍ତାରକ ହୋଇଥିବା ହେତୁ ଏହା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ ଏହାଛଡା ଅତିସାର ଓ ପେଟମୋଡା ତରଳ ଝାଡାରେ ଏହାର ଉପଯୋଗଦ୍ୱାରା ଅନେକ ଉପଶମ ଦେଇଥାଏ ।
  5. ଏହାର ଫଳ ମଜ୍ଜାରେ ଯଥେଷ୍ଟ ପରିମାଣରେ ବେଦନା ନାଶକ ଓ ଶୋଥହର ଉପାଦାନ ରହିଛି ଯାହା ବେଦନା ଓ ପୀଡ଼ା ହ୍ରାସ କରିବା ସହିତ ତୀବ୍ର ଫୁଲା କମାଇଥାଏ ।
  6. ଏକ ଗବେଷଣା ଅନୁଯାୟୀ ଆଛୁ ଫଳ ମସ୍ତିସ୍କପିଣ୍ଡକୁ ରକ୍ତ ସଞ୍ଚାଳନ ବୃଦ୍ଧି କରାଇ ସ୍ମୃତି ବିଭ୍ରଂଶ ଓ ସ୍ମୃତିନାଶରୁ ସ୍ୱାଭାବିକ ସ୍ଥିତିକୁ ଆଣି ଥାଏ ।

ଆଧାର

ବାହାର ଆଧାର

  1. ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  2. Scot C. Nelson - Species Profiles for Pacific Island Agroforestry www.traditionaltree.org April 2006 ver. 4
  3. Wang MY, Su C. Cancer preventive effect of Morinda citrifolia (Noni). Ann N Y Acad Sci. 2001 Dec;952:161-8.Department of Pathology, UIC College of Medicine, Rockford, Illinois 61107, USA. [email protected].
  4. Basar S, Uhlenhut K, Högger P, Schöne F, Westendorf J.- Analgesic and antiinflammatory activity of Morinda citrifolia L. (Noni) fruit.(Institute of Experimental and Clinical Pharmacology and Toxicology, University Clinic Hamburg, Germany)-Phytother Res. 2010 Jan;24(1):38-42.
  5. Pachauri SD, Tota S, Khandelwal K, Verma PR, Nath C, Hanif K, Shukla R, Saxena JK, Dwivedi AK.- Protective effect of fruits of Morinda citrifolia L. on scopolamine induced memory impairment in mice: a behavioral, biochemical and cerebral blood flow study. (Division of Pharmaceutics, CSIR-Central Drug Research Institute, Lucknow, India)- J Ethnopharmacol. 2012 Jan 6;139(1):34-41. Epub 2011 Nov 15.

Tags:

ଆଛୁ ବିବିଧ ଭାରତୀୟ ପ୍ରାଦେଶିକ ନାମଆଛୁ ଭୌଗଳିକ ପ୍ରାପ୍ତି ସ୍ଥାନଆଛୁ ଉଦ୍ଭିଦ ସ୍ୱରୂପ ବର୍ଣ୍ଣନାଆଛୁ ପୋଷାକ ତତ୍ତ୍ୱ ଏବଂ ଉଦ୍ଭିଦ ରସାୟନଆଛୁ ବ୍ୟବହାରଆଛୁ ଶାସ୍ତ୍ରୋକ୍ତ ଗୁଣଆଛୁ ଚିକିତ୍ସା ବିଜ୍ଞାନଦ୍ୱାରା ପ୍ରମାଣିତ ତଥ୍ୟଆଛୁ ଆଧାରଆଛୁ ବାହାର ଆଧାରଆଛୁ

🔥 Trending searches on Wiki ଓଡ଼ିଆ:

ଜୟଦେବ ଜେନାନବୀନ ପଟ୍ଟନାୟକଜନ ଗଣ ମନଟୀକା ଗୋବିନ୍ଦ ଚନ୍ଦ୍ର୨୮ ଅପ୍ରେଲସହଦେବ (ମହାଭାରତ)ଡୋରାପଠାଣି ସାମନ୍ତଆମ୍ବସଚ୍ଚିଦାନନ୍ଦ ରାଉତରାୟରବି ପଟ୍ଟନାୟକବିଜୁ ପଟ୍ଟନାୟକସାମବେଦଜଗନ୍ନାଥଙ୍କ ଧୂପସୁଦଶା ବ୍ରତବ୍ରାଉଜରଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ହନୁମାନ ଜୟନ୍ତୀରାଧାନାଥ ରାୟ୨୪ ଅପ୍ରେଲ୧୪ ଅପ୍ରେଲହିମାଳୟଲୋକ ସଭାଚୁଡ଼ାପଞ୍ଚସଖାବନମାଳୀ ଦାସଯୋଗବଣିଶିବାଜୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଆ ଖାଦ୍ୟକ୍ଷୀରହରେକୃଷ୍ଣ ମହତାବମସ୍କୋପ୍ରାଣକୃଷ୍ଣ ପରିଜାଜୟଦ୍ରଥମନୋଜ ଦାସଙ୍କ କଥା ଓ କାହାଣୀଅପରେଟିଙ୍ଗ ସିଷ୍ଟମ୧୫ ଅପ୍ରେଲରାମଚନ୍ଦ୍ର ବେହେରାପରଶୁରାମଛତିଶଗଡ଼ତ୍ରିଭୁଜମଥୁରା ମଙ୍ଗଳନବକଳେବରଗଜେନ୍ଦ୍ର ପ୍ରସାଦ ସାହୁଭରତ (ରାମାୟଣ)ରାଧାମୋହନ ଗଡ଼ନାୟକଉପେନ୍ଦ୍ର ଭଞ୍ଜକିରଣ ବେଦୀକିଶୋରୀ ଚରଣ ଦାସଜଗଦୀଶ ମହାନ୍ତିଅହଲ୍ୟା (ଓଡ଼ିଆ କଥାଚିତ୍ର)ଓଡ଼ିଶାର କଳାପାପମୋଚନୀ ଏକାଦଶୀଅକ୍ଷୟ ମହାନ୍ତିବିଶ୍ୱ ମ୍ୟାଲେରିଆ ଦିବସ୧୯୮୪ଇଲନ ମସ୍କଅନ୍ନପୂର୍ଣ୍ଣା ମହାରଣାଏମିତି ଭାଇ ଜଗତେ ନାହିଁନବକୃଷ୍ଣ ଚୌଧୁରୀମିଳିମିଳାଚନ୍ଦନ ଯାତ୍ରାଓଡ଼ିଆ ଭାଷାକବିସୂର୍ଯ୍ୟ ବଳଦେବ ରଥଦିବ୍ୟସିଂହ ଦେବଦୁଃଶାସନଓଡ଼ିଆ ରାନ୍ଧଣା🡆 More