ଅମୃତା ରାଓ: କଥାଚିତ୍ର ଅଭିନେତ୍ରୀ

ଅମ୍ରିତା ରାଓ (ଜନ୍ମ: ୭ ଜୁନ ୧୯୮୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ସେ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ଏଥି ସ‌ହ ସେ କିଛି ତେଲୁଗୁ କଥାଚିତ୍ରରେ ଅଭିନୟ କରିଛନ୍ତି । ମୁମ୍ବାଇରେ ଜନ୍ମ ହୋଇଥିବା ଅମ୍ରିତା ୨୦୦୨ ମସିହାରେ ଅବ୍ କେ ବରଷ୍ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ ହୋଇଥିଲେ । ୨୦୦୬ରେ ମୁକ୍ତିଲାଭ କରିଥିବା ବିବାହ ଚଳଚ୍ଚିତ୍ରରେ ଅମ୍ରିତାଙ୍କର ଭୂମିକା ଅଧିକ ଲୋକପ୍ରିୟ ଥିଲା ।

ଅମ୍ରିତା ରାଓ
ଅମୃତା ରାଓ: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ବୈବାହିକ ଜୀବନ
୨୦୧୩ରେ ସିଂ ସାହାବ ଦ ଗ୍ରେଟ୍‌ର ଟ୍ରେଲର ଲଞ୍ଚ ବେଳେ ଅମ୍ରିତା
ଜନ୍ମ
ଅମ୍ରିତା ଦୀପକ ରାଓ

(1981-06-07) ୭ ଜୁନ ୧୯୮୧ (ବୟସ ୪୨)
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୦୨–ଏବେଯାଏଁ
ବୈବାହିକ-ସାଥୀଆର୍‌ଜେ ଅନ୍ମୋଲ (m. 2016)
ସମ୍ପର୍କୀୟପ୍ରତୀକା ରାଓ (ଭଉଣୀ)
ଦୀପକ ରାଓ (ବାପା)

୨୦୦୮ରେ ମୁକ୍ତିଲାଭ କରିଥିବା ୱେଲକମ୍ ଟୁ ସାଜ୍ଜନପୁର ଏବଂ ୨୦୦୪ର ମେଁ ହୁଁ ନା ପାଇଁ ଅମ୍ରିତାଙ୍କୁ ଷ୍ଟାରଡଷ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା । ଅମ୍ରିତାଙ୍କୁ ବଲିଉଡ୍‌ର ସର୍ବୋକୃଷ୍ଟ ନାୟିକା ଭାବରେ ଅନେକ ଗଣମାଧ୍ୟମ ସମ୍ବୋଧିତ କରିଛନ୍ତି । ୨୦୧୧ରେ ଟାଇମ୍‌ସ୍ ଅଫ୍ ଇଣ୍ଡିଆ ଅମ୍ରିତାଙ୍କୁ ୨୦୧୧ର ୫୦ ଶ୍ରେଷ୍ଠ ବାଞ୍ଛନୀୟ ମହିଳାଙ୍କ ମଧ୍ୟରେ ସ୍ଥାନୀତ କରିଥିଲା ।

ପ୍ରାରମ୍ଭିକ ଜୀବନ

ଅମ୍ରିତା ୭ ଜୁନ ୧୯୮୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଦୀପକ ରାଓ ଜଣେ ବିଜ୍ଞାପନ କମ୍ପାନୀର ମାଲିକ । ତାଙ୍କ ସାନ ଭଉଣୀ ପ୍ରୀତିକା ରାଓ ଜଣେ ମଡେଲ ଏବଂ ଦକ୍ଷିଣ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ଅମ୍ରିତା କାନୋସ୍ସା କନଭେଣ୍ଟ ଗାର୍ଲସ୍ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଏବଂ ସୋଫିଆ କଲେଜ, ମୁମ୍ବାଇରୁ ମନସ୍ତ‌ତ୍ୱ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ଅମ୍ରିତା ତାଙ୍କ ପରିବାରକୁ ଏକ ସମ୍ଭ୍ରାନ୍ତ ପରିବାର ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କ ପରିବାର ଏକ ପାରମ୍ପାରିକ, ହିନ୍ଦୁ ଭାରତୀୟ ପରିବାର ଏବଂ ସେ ଜଣେ ଉଦାରବାଦୀ ବୋଲି କ‌ହିଛନ୍ତି । ତାଙ୍କ ମାତୃଭାଷା ହେଉଛି ତେଲୁଗୁ । ସେ ତେଲୁଗୁ ସ‌ହ ମାରାଠୀ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ କଥାବାର୍ତ୍ତା କରିପାରନ୍ତି ।

ଅଭିନୟ ଜୀବନ

୨୦୦୨-୨୦୦୬

ଅମ୍ରିତା ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ତାଙ୍କ କଲେଜ ପଢ଼ିବା ସମୟରେ ପ୍ରଥମେ କିଛି ବିଜ୍ଞାପନରେ ଅଭିନୟ କରିଥିଲେ । ସେ ୨୦୦୨ରେ ୧୭ ବର୍ଷ ବୟସରେ ଏକ ଆଲବମ୍ ୱୋଃ ପ୍ୟାର ମେରା ଜରିଆରେ ଦର୍ଶକଙ୍କ ସମ୍ମୁଖକୁ ଆସିଥିଲେ ।

ଅମୃତା ରାଓ: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ବୈବାହିକ ଜୀବନ 
୨୦୧୨ର ଲ୍ୟାକ୍ ମି ଫ୍ୟାସନ ଉଇକ୍‌ର ରାମ୍ପରେ ଅମ୍ରିତା

୨୦୦୨ରେ ଅମ୍ରିତା ହିନ୍ଦୀ କଥାଚିତ୍ର ଅବ୍ କେ ବରଷ୍ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରରେ ଅମ୍ରିତାଙ୍କର ଭୂମିକା ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ । ୨୦୦୩ରେ ଅମ୍ରିତା ଶାହିଦ କପୁରଙ୍କ ସ‌ହ ଇସ୍କ ଭିସ୍କ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାର ଏବଂ ଆଇଆଇଫାରେ ଶ୍ରେଷ୍ଠ ନବାଗତା ମନୋନୀତ କରାଯାଇଥିଲା ।

୨୦୦୪ରେ ଅମ୍ରିତା ମସ୍ତି ଚଳଚ୍ଚିତ୍ରରେ ବିବେକ ଓବାରାଏ, ରିତେଶ ଦେଶମୁଖ, ଅଜୟ ଦେବଗନଙ୍କ ସ‌ହ ଅହବିନୟ କରିଥିଲେ । ଏହି ଭୂମିକାଙ୍କୁ ସମୀକ୍ଷକମାନେ ପସନ୍ଦ କରିଥିଲେ । ଏହାପରେ ସେ ଫାରା ଖାନ୍‌ଙ୍କ ଚଳଚ୍ଚିତ୍ର ମେଁ ହୁଁ ନାରେ ଅଭିନେତା ଶାହାରୁଖ ଖାଁ, ସୁନୀଲ ସେଟ୍ଟୀ, ସୁସ୍ମିତା ସେନ, ଜାୟେଦ୍ ଅଖତାର୍‌ଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ମନୋନୀତ କରାଯାଇଥିଲା । ୨୦୦୫ରେ ସେ ଶାହିଦ କପୁର ଏବଂ ସଞ୍ଜୟ ଦତ୍ତଙ୍କ ସ‌ହ ୱାଃ ଲାଇଫ୍ ହୋ ତୋ ୟେସି! ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ବର୍ଷ ସେ ଶିକାର ଏବଂ ପ୍ୟାରେ ମୋହନ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।

୨୦୦୬ରେ ଅମ୍ରିତା ବିବାହ ଚଳଚ୍ଚିତ୍ର ଜରିଆରେ ଅଧିକ ଲୋକପ୍ରିୟ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ଅମ୍ରିତାଙ୍କ ସ‌ହ ଶାହିଦ କପୁର, ଆଲୋକ ନାଥ, ଅନୁପମ ଖେର ଆଦି ଅଭିନୟ କରିଥିଲେ । ୧୩ତମ ଷ୍ଟାରସ୍କ୍ରିନ୍ ଆୱାର୍ଡ଼ରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା ।

୨୦୦୭-୨୦୧୧

୨୦୦୭ରେ ଅମ୍ରିତା ତେଲୁଗୁ ଚଳଚ୍ଚିତ୍ର ଅତିଦୀରେ ଅଭିନେତା ମହେଶ ବାବୁଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ । ୨୦୦୮ରେ ଅମ୍ରିତା ମାଇଁ ନେମ୍ ଇସ୍ ଆନ୍ଥୋନୀ ଗୋନ୍‌ସାଲ୍‌ଭସ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ନାକାରତ୍ମକ ମନ୍ତବ୍ୟ ମିଳିଥିଲା ଏବଂ ଚଳଚ୍ଚିତ୍ରଟୀ ସେତେ ସଫଳ ବ୍ୟବସାୟ କରିପାରିନଥିଲା । ଅମ୍ରିତାଙ୍କ ଭୂମିକାକୁ କିଛି ସମୀକ୍ଷକମାନେ ମଧ୍ୟ ପସନ୍ଦ କରିଥିଲେ । ସେହି ବର୍ଷ ସେ ସୌର୍ଯ୍ୟ ଚଳଚ୍ଚିତ୍ରରେ ଏକ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।

୨୦୦୮ରେ ସେ ଅନ୍ୟ ଏକ ସଫଳ ଚଳଚ୍ଚିତ୍ର ୱେଲକମ୍ ଟୁ ସାଜ୍ଜନ୍‌ପୁରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଷ୍ଟାରଡଷ୍ଟରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୦୯ରେ ସେ କ୍ରିକେଟ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଭିକ୍ଟ୍ରିରେ ଅଭିନୟ କରିଥିଲେ । ସେହି ବର୍ଷ ସେ ନିରଜ ଭୋରାଙ୍କ କମେଡ଼ି ଚଳଚ୍ଚିତ୍ର ସର୍ଟକଟ୍‌ରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ସ‌ହ ଅଭିନୟ କରିଥିଲେ । ୨୦୧୧ରେ ଅମ୍ରିତା ଲଭ୍ ୟୁ ମିଷ୍ଟ କଲାକାରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ବିଫଳ ହୋଇଥିଲା ।

୨୦୧୩-ଏବେଯାଏଁ

ଚଳଚ୍ଚିତ୍ର ଜଗତରୁ ଦୁଇ ବର୍ଷ ଦୂରେଇ ରହିବା ପରେ ଅମ୍ରିତା ୨୦୧୩ରେ ଜଲି ଏଲ୍ଏଲ୍‌ବିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଏହି ଚଳଚ୍ଚିତ୍ରରେ ଅମ୍ରିତାଙ୍କର ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ଏହାପରେ ୨୦୧୩ରେ ସେ ସନି ଦେଓଲଙ୍କ ସ‌ହ ସିଂ ସାହବ ଦ ଗ୍ରେଟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ବୈବାହିକ ଜୀବନ

ଅମ୍ରିତା ତାଙ୍କ ୭ବର୍ଷର ପ୍ରେମିକ ଆର୍‌ଜେ ଅନ୍ମୋଲଙ୍କୁ ୧୫ ମ)ଇ ୨୦୧୬ରେ ମୁମ୍ବାଇରେ ବିବାହ କରିଥିଲେ ।

ଅଭିନୀତ କଥାଚିତ୍ର

  • ୨୦୦୨: ଅବ୍ କେ ବରଷ୍
  • ୨୦୦୨: ଦ ଲିଜେଣ୍ଡ ଅଫ୍ ଭଗତ୍ ସିଂହ
  • ୨୦୦୩: ଇସ୍କ ଭିସ୍କ
  • ୨୦୦୪: ମସ୍ତି
  • ୨୦୦୪: ମେଁ ହୁଁ ନା
  • ୨୦୦୪: ଦିୱାର
  • ୨୦୦୫: ୱା! ଲାଇଫ୍ ହୋ ତୋ ୟେସି!
  • ୨୦୦୫: ଶିଖର
  • ୨୦୦୬: ପ୍ୟାରେ ମୋହନ
  • ୨୦୦୬: ବିବାହ
  • ୨୦୦୭: ହୈ ବେବି
  • ୨୦୦୭: ଅତିଦୀ (ତେଲୁଗୁ)
  • ୨୦୦୮: ମାଇଁ ନେମ୍ ଇସ୍ ଆନ୍ଥୋନୀ ଗୋନ୍‌ସାଲ୍‌ଭସ୍
  • ୨୦୦୮: ସୌର୍ଯ୍ୟ
  • ୨୦୦୮: ୱେଲକମ୍ ଟୁ ସାଜନ୍‌ପୁର୍
  • ୨୦୦୯: ଭିକ୍ଟ୍ରି
  • ୨୦୦୯: ସର୍ଟକଟ୍
  • ୨୦୦୯: ଲାଇଫ୍ ପାର୍ଟନର୍
  • ୨୦୧୦: ଜାନେ କାହାଁ ସେ ଆୟି ହୈ
  • ୨୦୧୧: ଲଭ୍ ୟୁ ମିଷ୍ଟର କଲାକାର୍
  • ୨୦୧୩: ଜଲି ଏଲ୍ଏଲ୍‌ବି
  • ୨୦୧୩: ସିଂ ସାହାବ ଦ ଗ୍ରେଟ୍
  • ୨୦୧୩: ସତ୍ୟାଗ୍ରହ

ଦୂରଦର୍ଶନ

  • ୨୦୦୯: ପରଫେକ୍ଟ ବ୍ରାଇଡ୍
  • ୨୦୧୬: ମେରି ଆୱାଜ୍ ହି ପେହଚାନ ହୈ

ଆଧାର

ଅଧିକ ତ‌ଥ୍ୟ

Tags:

ଅମୃତା ରାଓ ପ୍ରାରମ୍ଭିକ ଜୀବନଅମୃତା ରାଓ ଅଭିନୟ ଜୀବନଅମୃତା ରାଓ ବୈବାହିକ ଜୀବନଅମୃତା ରାଓ ଅଭିନୀତ କଥାଚିତ୍ରଅମୃତା ରାଓ ଦୂରଦର୍ଶନଅମୃତା ରାଓ ଆଧାରଅମୃତା ରାଓ ଅଧିକ ତ‌ଥ୍ୟଅମୃତା ରାଓ

🔥 Trending searches on Wiki ଓଡ଼ିଆ:

ପାଲାବୈଷ୍ଣବ ପାଣିବିଞ୍ଝାରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜ୍ଞାନମଣ୍ଡଳ୨୦୦୪ସୌଭାଗ୍ୟ କୁମାର ମିଶ୍ରପୁଷ୍ୟା (ନକ୍ଷତ୍ର)ପୁରୀଭାରତର ଜାତୀୟ ପତାକା୨୦୦୧ସୁକନ୍ୟା ସମୃଦ୍ଧି ଯୋଜନାଜାତୀୟ ସଙ୍ଗୀତଜଗନ୍ନାଥ ମନ୍ଦିର, କୋରାପୁଟକେଦାରନାଥ ମନ୍ଦିରଉଇକିକଥାଜୁଲାଇଖ୍ରୀଷ୍ଟ ଧର୍ମତରଳ ଝାଡ଼ାଓଡ଼ିଶାର ଇତିହାସସାଇକୋସିସଓଡ଼ିଶାର ସାଂସଦ ମାନଙ୍କର ତାଲିକାଗୋପାଳ ଚନ୍ଦ୍ର ପ୍ରହରାଜନୃସିଂହ ଚରଣ ପଣ୍ଡାଅବସାଦଅଶୋକାଷ୍ଟମୀତୁଳସୀ ଗଛମୁସଲମାନଆଷ୍ଟାଟାଇନଜ୍ୟୋତି ପ୍ରକାଶ ପାଣିଗ୍ରାହୀରାମାୟଣ (ବହୁବିକଳ୍ପ)ଯୁକ୍ତରାଷ୍ଟ୍ର ଆମେରିକାରୁକ୍ମିଣୀ ବିବାହମୟୂରଭଞ୍ଜ ରାଜ୍ୟଶାନ୍ତନୁ କୁମାର ଆଚାର୍ଯ୍ୟମୋହିନୀ ଏକାଦଶୀରାୟଗଡ଼ା ଜିଲ୍ଲାୱାଇ-ଫାଇଜଳ ପ୍ରଦୂଷଣସିପାହୀ ବିଦ୍ରୋହଉତ୍କଳ ଦୀପିକାଦଶାବତାରଗୋଦାବରୀଶ ମିଶ୍ରପାଞ୍ଜିଗଜପତି ମହାରାଜାବ୍ୟଞ୍ଜନ ବର୍ଣ୍ଣଭାରତୀୟ ଜନତା ପାର୍ଟିପୃଥିବୀଅପ୍ରେଲମହାଦେଶବିଲଙ୍କା ରାମାୟଣବର୍ଷା ପ୍ରିୟଦର୍ଶିନୀଏକାଦଶୀନୂଆ ଦିଲ୍ଲୀତ୍ରିଭୁଜଭାଷା ବିଜ୍ଞାନଜାପାନମହାଶ୍ୱେତା ରାୟମହେନ୍ଦ୍ରଗିରିଖାଦ୍ୟଡଙ୍ଗାବୀର ସୁରେନ୍ଦ୍ର ସାଏବିଷତନ୍ତକୁଞ୍ଜବିହାରୀ ଦାଶଜାପାନୀ ଭାଷାସିଷ୍ଟର ଶ୍ରୀଦେବୀବୃହସ୍ପତି୧୦ ମାର୍ଚ୍ଚକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଶୀରାମଚନ୍ଦ୍ର ବେହେରା🡆 More