ଅପୁ ବିଶ୍ୱାସ: ବଙ୍ଗଳାଦେଶୀ ଅଭିନେତ୍ରୀ

ଅପୁ ବିଶ୍ୱାସ (ଜନ୍ମ: (1983-10-11)ଅକ୍ଟୋବର ୧୧, ୧୯୮୩

ଅପୁ ବିଶ୍ୱାସ
ଅପୁ ବିଶ୍ୱାସ: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ବ୍ୟକ୍ତିଗତ ଜୀବନ
୨୦୧୭ରେ ଅପୁ
ଜନ୍ମ
ଅବନ୍ତି ବିଶ୍ୱାସ

(1989-10-11) ୧୧ ଅକ୍ଟୋବର ୧୯୮୯ (ବୟସ ୩୪)[ଆଧାର ଲୋଡ଼ା]
ବୋଗ୍ରା ଜିଲ୍ଲା
ଅନ୍ୟ ନାମଅପୁ ଇସ୍‌ଲାମ୍ ଖାନ୍
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ
ବୈବାହିକ-ସାଥୀ
ଶକିବ ଖାନ୍]]
(m. ୨୦୦୮)
ସନ୍ତାନଆବ୍ରାମ ଖାନ୍ ଜୟ
ପିତାମାତା(s)ଉପେନ୍ଦ୍ରନାଥ ବିଶ୍ୱାସ (ବାପା)
ଶେଫାଳୀ ବିଶ୍ୱାସ (ମାଆ)


    ଜନ୍ମସ୍ଥାନ
    ବୋଗ୍ରା ଜିଲ୍ଲା, ବଙ୍ଗଳାଦେଶ; ଜନ୍ମନାମ: ଅବନ୍ତି ବିଶ୍ୱାସ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ୨୦୦୫ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କାଲ୍ ସକଳେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଅମଜାଦ ହୁସେନ । ଏହାପରେ ୨୦୦୬ ମସିହାରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ଅଭିନେତା ଶକିବ ଖାନ୍‌ଙ୍କ ସହ କୋଟୀ ଠାକର କବିନ୍‌ କଥାଚିତ୍ରରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ, ଯାହର ନିର୍ଦ୍ଦେଶନା ଦେଇଥିଲେ ଏଫ୍‌.ଆଇ. ମାଣିକ୍ । ଅପୁ ପ୍ରାୟ ଅଧିକାଂଶ ଚଳଚ୍ଚିତ୍ର ଶକିବ ଖାନ୍‌ଙ୍କ ସ‌ହ କରିଛନ୍ତି ଏବଂ ୨୦୦୮ରେ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଅପୁ ବିଶ୍ୱାସ ୧୧ ଅକ୍ଟୋବର ୧୯୮୩ରେ ବଙ୍ଗଳାଦେଶର ବୋଗ୍ର ଜିଲ୍ଲାରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ଉପେନ୍ଦ୍ରନାଥ ବିଶ୍ୱାସ ଓ ମାଆ ଶେଫାଳୀ ବିଶ୍ୱାସ । ଅପୁ ତାଙ୍କର ପିଲାଦିନରୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଶିଳ୍ପକଳା ଆକାଡେମୀରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କର ପିତାମାତା ତାଙ୍କୁ ରଙ୍ଗୀନ ଦୁନିଆରେ କାମ କରିବା ପାଇଁ ପ୍ରେରଣା ଦେଇଥିଲେ ।

ଅଭିନୟ ଜୀବନ

୨୦୦୫ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ, ମାତ୍ର ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଅମଜାଦ ହୁସେନଙ୍କ ନିର୍ଦ୍ଦେଶିତ କାଲ୍ ସକଳେରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିନଥିଲେ । ସେ ୨୦୦୬ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଜଣେ ମୁଖ୍ୟ ନାୟିକା ଭାବରେ ଅଭିନେତା ଶକିବ ଖାନ୍‌ଙ୍କ ସହ କୋଟୀ ଠାକର କବିନ୍‌ କଥାଚିତ୍ରରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଅପୁଙ୍କର ଅଭିନୟକୁ ସଭିଏଁ ପସନ୍ଦ କରିଥିଲେ ଏବଂ ଧାଲ୍ଲିଉଡ୍‌ରେ ତାଙ୍କୁ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଭାବରେ ଗଣାଗଲା । ତାଙ୍କ ଅଭିନୀତ ଅଧିକାଂଶ କଥାଚିତ୍ରରେ ସେ ଶକିବ ଖାନ୍‌ଙ୍କ ସ‌ହ ଅଭିନୟ କରିଛନ୍ତି । ଏହି ଯୋଡ଼ି ବଙ୍ଗଳାଦେଶର କଥାଚିତ୍ର ଜଗତରେ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଅନ୍ୟତମ । ୨୦୧୩ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଦେବଦାସର ପୁନଃନିର୍ମାଣ କରାଗଲା ଏବଂ ସେଥିରେ ସେ ପାର୍ବତୀ ଭୂମିକାରେ ଅଭିନୟ କରିଥିଲେ । ୨୦୧୩ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ବଙ୍ଗଳାଦେଶୀ କଥାଚିତ୍ର ମାଇଁ ନେମ୍ ଇଜ୍ ଖାନ୍ ବକ୍ସ ଅଫିସ୍‌ରେ ସଫଳ ବ୍ୟବସାୟ କରିଥିଲା ।

ବ୍ୟକ୍ତିଗତ ଜୀବନ

୨୦୦୮ ମସିହାରେ ଅପୁ ବିଶ୍ୱାସ ବଙ୍ଗଳାଦେଶୀ ଅଭିନେତା ଶକିବ ଖାନ୍‌ଙ୍କୁ ବିବାହ କରିଥିଲେ । ସେହିବର୍ଷ ସେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ନାମ ଅପୁ ବିଶ୍ୱାସରୁ ଅପୁ ଇସ୍‌ଲାମ୍ ବିଶ୍ୱାସକୁ ବଦଳାଇଦେଇଥିଲେ । ଏହି ଦମ୍ପତିଙ୍କର ଗୋଟିଏ ଆବ୍‌ରାମ୍ ଖାନ୍ ନାମକ ଏକ ପୁଅ ଅଛି, ଯିଏକି ୨୭ ସେପ୍ଟେମ୍ବର ୨୦୧୬ରେ କଲିକତାଠାରେ ଜନ୍ମଗ୍ରହଣ କରିଥିଲେ । ଅପୁ ତାଙ୍କର ବିବାହ ଏବଂ ପିଲା ବିଷୟରେ ସର୍ବସାଧାରଣରେ କୌଣସି ତଥ୍ୟ ପ୍ରକାଶ କରିନଥିଲେ । ୧୦ ଅପ୍ରେଲ ୨୦୧୭ରେ ସେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ତାଙ୍କ ପୁଅ ସ‌ହ ଏକ ସାକ୍ଷାତକାର ଦେଇଥିଲେ ଏବଂ ସେତେବେଳେ ତାଙ୍କ ବିବାହ ବିଷୟରେ ସର୍ବସାଧାରଣରେ ସ୍ୱୀକାର କରିଥିଲେ ।

ଶକିବ ଖାନ୍ ୨୨ ନଭେମ୍ବର ୨୦୧୭ରେ ଅପୁଙ୍କୁ ଛାଡ଼ପତ୍ର ଦେବାକୁ ଆବେଦନ କରିଥିଲେ ଏବଂ ୨୨ ଫେବୃଆରୀ ୨୦୧୮ରେ ତାଙ୍କ ଅବେଦନକୁ ଛାଡ଼ପତ୍ରକୁ ସ୍ୱୀକୃତି ମିଳିଥିଲା ଏବଂ ଉଭୟ ଦମ୍ପତି ଅଲଗା ହୋଇଯାଇଥିଲେ ।

ଆଧାର

ବାହାର ଆଧାର

Tags:

ଅପୁ ବିଶ୍ୱାସ ପ୍ରାରମ୍ଭିକ ଜୀବନଅପୁ ବିଶ୍ୱାସ ଅଭିନୟ ଜୀବନଅପୁ ବିଶ୍ୱାସ ବ୍ୟକ୍ତିଗତ ଜୀବନଅପୁ ବିଶ୍ୱାସ ଆଧାରଅପୁ ବିଶ୍ୱାସ ବାହାର ଆଧାରଅପୁ ବିଶ୍ୱାସ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ରାମାୟଣପ୍ରସନ୍ନ କୁମାର ପଣ୍ଡାଲିଙ୍ଗରାଜ ମନ୍ଦିରଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଢଗ ଢମାଳିହୃଷୀକେଶ ପଣ୍ଡାସୂଚନା ପ୍ରଯୁକ୍ତିବିଦ୍ୟାସାରଥୀ ବାବାଗୁଗଲଚବିଶ ଗୁରୁଜନ ଗଣ ମନମାର୍ଚ୍ଚ ୨୧ଉତ୍କଳ ବ୍ରାହ୍ମଣପରିବେଶସରଳା ଦେବୀମୁକୁନ୍ଦ ଦେବଲକ୍ଷ୍ମୀନାରାୟଣ ସାହୁନନ୍ଦିଘୋଷବାଙ୍କୀଭାରତୀୟ ସମ୍ବିଧାନଓଡ଼ିଶାର ଲୋକନୃତ୍ୟରଥରସଗୋଲାଶାନ୍ତନୁ କୁମାର ଆଚାର୍ଯ୍ୟଆମ୍ବସୌରୀନ୍ଦ୍ର ବାରିକବରଗଛରାଜନୀତି ବିଜ୍ଞାନବଣ୍ଡ (ଅର୍ଥ)ବିଜୁ ପଟ୍ଟନାୟକବିଶ୍ୱ ଏଡ୍‌ସ ଦିବସଶ୍ରବଣା (ନକ୍ଷତ୍ର)ଆଶୁତୋଷ ପରିଡ଼ାଜଗନମୋହ‌ନ ଲାଲଭୂମିକମ୍ପଶ୍ରୀ ଅରବିନ୍ଦଉତ୍କଳ ଦିବସରାଜେନ୍ଦ୍ର କିଶୋର ପଣ୍ଡାଗୋପାଳକୃଷ୍ଣ ପଟ୍ଟନାୟକଭାଷାବିଦ୍ୟାଳୟଶ୍ରୀଲଙ୍କାର ଭୂଗୋଳପକୋଡ଼ାପୂର୍ଣ୍ଣଚ୍ଛେଦରଥଯାତ୍ରାଭୁବନେଶ୍ୱରବୀର ସୁରେନ୍ଦ୍ର ସାଏସାରଳା ମନ୍ଦିରହନୁମାନକାଟୁଲୁ ରବି କୁମାରଦୀନକୃଷ୍ଣ ଦାସମାଗୁଣିର ଶଗଡ଼ (କଥାଚିତ୍ର)ଛାୟାପଥରବୀନ୍ଦ୍ରନାଥ ଠାକୁରସତ୍ୟନାରାୟଣ ରାଜଗୁରୁସ୍ତୁତି ଚିନ୍ତାମଣିଭାରତୀୟ ସଂଖ୍ୟା ପ୍ରଣାଳିବିଜୟ ଶଙ୍କର ଦାସଭାରତର ସଂସ୍କୃତିକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ପ୍ରତୀକ୍ଷାତମନ୍ନା ବ୍ୟାସଓଡ଼ିଶୀ ସଙ୍ଗୀତଆଖୁକୃଷ୍ଣଚନ୍ଦ୍ର ପାଣିଗ୍ରାହୀରାମଚନ୍ଦ୍ର ବେହେରାମାଟିର ମଣିଷଓଡ଼ିଆ କଥାଚିତ୍ର ଜଗତଜଗନ୍ନାଥପୁରୀ ଜିଲ୍ଲା🡆 More