ଅନ୍ଧତ୍ୱ

ଆଲୋକ ରଶ୍ମି ବିଭିନ୍ନ ବସ୍ତୁ ଉପରେ ପଡ଼ି ପ୍ରତିଫଳିତ ହୋଇ ଚକ୍ଷୁରେ ପ୍ରବେଶ କରି ସ୍ନାୟୁ ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ । ସେଠାରେ ଏହା ପ୍ରୋସେସିଙ୍ଗ (Processing) ହେବା ପରେ ଆମେ ବସ୍ତୁକୁ ଦେଖିପାରୁ । ଏହାକୁ ଆମେ ଦୃଷ୍ଟି ଶକ୍ତି କହୁ । ଶାରୀରିକ ଓ ସ୍ନାୟୁଗତ କାରଣ ଯୋଗୁ ଦୃଷ୍ଟି ଶକ୍ତିର ଅଭାବ ହେବାକୁ ଅନ୍ଧତ୍ତ୍ୱ କୁହାଯାଏ । ଦୃଷ୍ଟି ଶକ୍ତିହୀନତା ଓ ଅନ୍ଧତ୍ତ୍ୱର ମାନକ (Scale) ନିରୁପଣ କରିବା ନିମନ୍ତେ ଅନେକ ପ୍ରକାର ସ୍କେଲ ପ୍ରସ୍ତୁତ କରାଯାଇଛି । ନାସ୍ତି ଆଲୋକ ଅନୁଭବକୁ ସମ୍ପୁର୍ଣ୍ଣ ଅନ୍ଧତ୍ତ୍ୱ (NLP ବା no light perception) କୁହାଯାଏ । ଅଧିକାଂଶ ସମୟରେ ଆଶିଂକ ଦୃଷ୍ଟି ଶକ୍ତି ଥିଲେ ମଧ୍ୟ ଅନ୍ଧ କହନ୍ତି । ବେଳେ ବେଳେ କୌଣସି ଜିନିଷ ଦେଖା ନ ଯାଇ କେବଳ ଆଲୋକ ସ୍ରୋତ ଓ ତାହାର ଦିଗ ଦେଖାଯାଏ ।

ଅନ୍ଧତ୍ତ୍ୱ (ଦୃଷ୍ଟି ଅପଂଗତା )
ଅନ୍ଧତ୍ୱ
ଗୋଟିଏ ଧଳା ବାଡ଼ି, ଅନ୍ଧତ୍ତ୍ୱ(ଦୃଷ୍ଟି ଅପଂଗତା)ର ଆନ୍ତର୍ଜାତୀୟ ଚିହ୍ନ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*], ଚକ୍ଷୁରୋଗ ବିଜ୍ଞାନ[*]
ଆଇସିଡ଼ି-୧୦H54.0, H54.1, H54.4
ଆଇସିଡ଼ି-୯-ସିଏମ୍369
ରୋଗ ଡାଟାବେସ28256

ଦୃଷ୍ଟିହୀନତା ନିମନ୍ତେ ସାହାଯ୍ୟ ପରିପ୍ରେକ୍ଷୀରେ ସରକାର ଅନେକ ଜଟିଳ ସଂଜ୍ଞା ପ୍ରସ୍ତୁତ କରିଛନ୍ତି ଯାହାକୁ ନ୍ୟାୟିକ ଅନ୍ଧତ୍ତ୍ୱ (legal blindness) କୁହାଯାଉଛି । ଆମେରିକା ଓ ୟୁରୋପରେ ଚଷମା ଲେନ୍ସ ସହିତ ଭିଜୁଆଲ୍ ଆକୁଇଟି (visual acuity) ୬/୬୦କିମ୍ବା ତାହାଠାରୁ କମ୍ ଥିଲେ ନ୍ୟାୟିକ ଅନ୍ଧତ୍ତ୍ୱ କହନ୍ତି । ଏହାର ଅର୍ଥ ଜଣେ ସୁସ୍ଥ ଲୋକ ବସ୍ତୁଠାରୁ ୨୦୦ ଫୁଟ ଦୂରରେ ଥାଇ ଯେତିକି ଦେଖି ପାରିବ ଅନ୍ୟ ଜଣେ ଚଷମା ଲଗେଇ ମଧ୍ୟ ୨୦ ଫୁଟ ଦୂରରେ ଥାଇ ସେତିକି ଦେଖି ପାରିଲେ ତାହାକୁ ଅନ୍ଧ କୁହାଯିବ । ଏହା ବ୍ୟତିତ ସାଧାରଣ ଦୃଷ୍ଟି ଥାଇ ମଧ୍ୟ ଯଦି ଜଣେ ୨୦ ପରିମିତ ସ୍ଥାନ ଦେଖିପାରେ ତାହା ହେଲେ ମଧ୍ୟ ତାହାକୁ ଅନ୍ଧ କୁହାଯିବ । ୨୦/୭୦ରୁ ୨୦/୨୦୦ ଭିଜୁଆଲ୍ ଆକୁଇଟି ଥିଲେ ନିମ୍ନ ଦୃଷ୍ଟି ଶକ୍ତି କୁହାଯିବ ।

ଡବ୍ଲ୍ୟୁ.ଏଚ୍.ଓ. ସଂଜ୍ଞା ଅନୁସାରେ ଭିଜୁଆଲ୍ ଆକୁଇଟି ୨୦/୬୦ରୁ କମ୍ ଓ ୨୦/୨୦୦ ସହ ସମାନ ବା ଅଧିକ, ୨୦୦ରୁ କମ୍ ଭିଜୁଆଲ୍ ଫିଲ୍ଡ ଅପେକ୍ଷାକୃତ ଭଲ ଆଖିରେ ଥିଲେ ତ୍ତାହାକୁ ନିମ୍ନ ଦୃଷ୍ଟି କୁହାଯିବ । ଚଷମା ସହ ଭିଜୁଆଲ ଆକୁଇଟି ୨୦/୪୦୦ରୁ କମ୍ ବା ଭିଜୁଅଲ୍ ଫିଲ୍ଡ ୧୦ରୁ କମ୍ ଥିଲେ ଅନ୍ଧ କୁହାଯିବ ।

ଆଧାର

‌‌

Tags:

en:Processingen:Scale

🔥 Trending searches on Wiki ଓଡ଼ିଆ:

ଶେର ଶାହ ସୁରୀରାସେଶ୍ୱରୀ ପାଣିଗ୍ରାହୀବୈଜୟନ୍ତ ପଣ୍ଡାହେପାଟାଇଟିସଗୋପାଳ ଚନ୍ଦ୍ର ପ୍ରହରାଜସେଇ ଝିଅଟିକାଶୀ ବିଶ୍ୱନାଥ ମନ୍ଦିରସ୍ତନଲଘିଷ୍ଠ ସାଧାରଣ ଗୁଣିତକଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକୁଜିବର ପ‌ତ୍ରଓଡ଼ିଆ ସାହିତ୍ୟର ଇତିହାସଆଲୋକବଳରାମ ଦାସବିଶ୍ୱତାପନସରୋଜିନୀ ନାଇଡୁଉଦୟନାଥ ଷଡ଼ଙ୍ଗୀମୁମ୍ବାଇଭାରତ ସରକାରଜୟଦେବ୫ ନଭେମ୍ବରପ୍ଲୁଟୋଉଇକିଅଭିଧାନଗୋପୀନାଥ ମହାନ୍ତିଜଣ୍ଡିସ୍ଜ୍ଞାନପୀଠ ପୁରସ୍କାରକୁତାମ ଚଣ୍ଡୀ ମନ୍ଦିରପ୍ରାଣୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀନବଗୁଞ୍ଜରଚିଲିକା (ବହୁବିକଳ୍ପ)ଜିନା ସାମଲବିଜ୍ଞାନରାଜେନ୍ଦ୍ର କିଶୋର ପଣ୍ଡାନନ୍ଦିଘୋଷନମିତା ଅଗ୍ରୱାଲଇତିହାସଶବ୍ଦ (ପଦ)କବିସୂର୍ଯ୍ୟ ବଳଦେବ ରଥଦଗ୍ଧଢଗ ଢମାଳିମାର୍ଚ୍ଚ ୨୧ହନୁମାନବୈଶାଖଶୈଳବାଳା ଦାସସମର ସଲିମ ସାଇମନଖାଦ୍ୟସତ୍ୟନାରାୟଣ ରାଜଗୁରୁରାଧାମୋହନ ଗଡ଼ନାୟକଓଡ଼ିଆ କାବ୍ୟ କବିତାବିଜୟ ଶଙ୍କର ଦାସଓଡ଼ିଆ ଭ୍ରମଣ ସାହିତ୍ୟଭଦ୍ରକ ଜିଲ୍ଲାପକୋଡ଼ାଆରିଷ୍ଟୋଟଲମାୟାଧର ମାନସିଂହଜ୍ଞାନକୋଷIndiaଲିମାଚନ୍ଦ୍ରଶେଖର ରଥଥାଲକୁଡ଼ିଭକ୍ତ ଚରଣ ଦାସ (ରାଜନେତା)ନେଲସନ ମଣ୍ଡେଲାଡାକ ମୁନସୀଅକ୍ଷାଂଶଓଡ଼ିଆ ଭାଗବତଇଣ୍ଡୋନେସିଆଚନ୍ଦନ ଯାତ୍ରା🡆 More