ଅନୀତା ଦାସ: ଓଡ଼ିଆ ଅଭିନେତ୍ରୀ

ଅନୀତା ଦାସ (ଜନ୍ମ: ଅକ୍ଟୋବର ୧, ୧୯୫୩) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୦୦ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ କାମ କରିଛନ୍ତି ।

ଅନୀତା ଦାସ
ଜନ୍ମ
ନୟାଗଡ
ମୃତ୍ୟୁମଇ ୧୧, ୨୦୧୮(୨୦୧୮-୦୫-୧୧)
କଟକ, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିଅଭିନୟ
ସକ୍ରିୟ ବର୍ଷ୧୯୭୬-୨୦୧୮
ପ୍ରସିଦ୍ଧିଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ଅନୀତା ଦାସ ଓଡ଼ିଶାର ନୟାଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ବନମାଳୀ ଦାସ ଓ ମା' ସତ୍ୟଭାମା ଦାସ । ଗାଁ ବିଦ୍ୟାଳୟରେ ପାଠପଢି ୧୯୭୩ ମସିହାରେ ସେ କଟକ ଆସିଥିଲେ ଓ ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିବା ସ‌ହ କଳା ବିକାଶ କେନ୍ଦ୍ରର ଛାତ୍ରାବାସରେ ରହି ନୃତ୍ୟ ଶିକ୍ଷା କରିଥିଲେ । ସେହି ସମୟରେ ସେ ଗୁରୁ କେଳୁଚରଣ ମହାପାତ୍ର ଓ ରଘୁନାଥ ଦାଶଙ୍କଠାରୁ ଓଡ଼ିଶୀ ଶିକ୍ଷା କରିଥିଲେ ।

କଥାଚିତ୍ର ଜୀବନ

ସ୍ନାତ୍ତକର ଶେଷ ବର୍ଷରେ, ୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅନୀତା, ନିଜ ପ୍ରଥମ ସଂଳାପରେ ଅଭିଜ୍ଞ ହେମନ୍ତ ଦାସଙ୍କ ବିପକ୍ଷରେ କ‌ହିଥିଲେ,

ତୁମର ତ ଆସିବାର ନଥିଲା, କେମିତି ଆସିଲ ?

। ୧୯୭୬ରେ ମୁକ୍ତିଲାଭ କରିଥିବା, ଦ୍ୱିତୀୟ ଚଳଚ୍ଚିତ୍ର ନାଗଫାଶରୁ କିନ୍ତୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ । ଏଥିରେ ତାଙ୍କ ଉପରେ ଆଧାରିତ ରମ୍ୟ ସଙ୍ଗୀତ 'ନାଥ ନାଥ ହେ ନାଥ, ମୋ ପ୍ରାଣ ନାଥ' ଲୋକପ୍ରିୟତା ଅର୍ଜନ କରିବା ସ‌ହ ତାଙ୍କ ପ୍ରଦର୍ଶନ‌କୁ ମଧ୍ୟ ସମସ୍ତେ ପସନ୍ଦ କରିଥିଲେ । ୧୯୮୩ରେ 'ଭକ୍ତ ସାଲବେଗ' ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ମା' ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଜୀବନରେ ଭିନ୍ନ ମୋଡ ଆଣିଥିଲା ଚଳଚ୍ଚିତ୍ର, ପୁଅ ମୋର କଳାଠାକୁର ଓ ଏହା ପରେ ସେ ସିନେ ଜଗତରେ ମା' ଭାବେ ପରିଚିତ ହୋଇଥିଲେ । ଦୀର୍ଘ ୪୩ ବର୍ଷ ଧରି ସେ ସିନେ ଜଗତରେ ସକ୍ରିୟ ଥିଲେ । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା, ଏକ୍ସ୍‌କ୍ୟୁଜ୍ ମି

ରାଜନୀତି ଜୀବନ

ତ‌ତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ତାଙ୍କୁ ଧର୍ମଶାଳା ଆସନରେ ପାର୍ଥୀ କରିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଏହାପରେ ୧୯୯୨ରେ କଂଗ୍ରେସ ତରଫରୁ ସେ ଯାଜପୁର ରୋଡ଼୍‌ରୁ ଅଧ୍ୟକ୍ଷା ପାର୍ଥୀ ହୋଇ ଅଳ୍ପକେ ପରାଜିତ ହୋଇଥିଲେ ।ଏହାପରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ।

ଓଡ଼ିଆ କଥାଚିତ୍ର

ହିନ୍ଦୀ ଚଳଚ୍ଚିତ୍ର

ପୁରସ୍କାର

  • ବାଣୀଚିତ୍ର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼
  • 'ଭକ୍ତ ସାଲବେଗ', 'ତପସ୍ୟା' ଓ 'ଏଇତ ଦୁନିଆ' ଚଳଚ୍ଚିତ୍ର ପାଇଁ ରାଜ୍ୟ ସରକାରଙ୍କଦ୍ୱାରା ସମ୍ମାନିତ ।
  • ଚିତ୍ରପୁରୀ
  • ବାଣୀ ଚିତ୍ର
  • ସିନେମା ସଂସାର
  • ଚଳଚ୍ଚିତ୍ର ଜଗତ
  • ସିନେକ୍ରିଟିକ୍

ମୃତ୍ୟୁ

୨୦୧୮ ମସିହା ମଇ ମାସ ୧୧ ତାରିଖରେ ଅନୀତାଙ୍କର କଟକ ମିଶନରୋଡ଼ସ୍ଥିତ ବାସଭବନରେ ହୃଦ୍‌ଘାତରେ ତିରୋଧାନ ଘଟିଥିଲା ।

ଆଧାର

ଅଧିକ ତଥ୍ୟ

Tags:

ଅନୀତା ଦାସ ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଅନୀତା ଦାସ କଥାଚିତ୍ର ଜୀବନଅନୀତା ଦାସ ରାଜନୀତି ଜୀବନଅନୀତା ଦାସ ପୁରସ୍କାରଅନୀତା ଦାସ ମୃତ୍ୟୁଅନୀତା ଦାସ ଆଧାରଅନୀତା ଦାସ ଅଧିକ ତଥ୍ୟଅନୀତା ଦାସଅଭିନେତ୍ରୀ (ନାରୀ କଳାକାର)ଓଡ଼ିଆ କଥାଚିତ୍ର ଜଗତଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ମନୋଜ ଦାସସ୍ୱାମୀ ବିବେକାନନ୍ଦଚିନ୍ତାମଣି ମହାନ୍ତିଶ୍ରୀରାଧା୧୯୪୧ୟୁରୋପଅଶୋକ କୁମାର ଦାସଅନ୍ନଦା ଶଙ୍କର ରାୟଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଫକୀର ମୋହନ ସେନାପତିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାସମ୍ବାଦବୃହସ୍ପତିପୃଥିବୀର ବାୟୁମଣ୍ଡଳଧନୁ ସଂକ୍ରାନ୍ତିଲାଟିନ ଭାଷାମକର ସଂକ୍ରାନ୍ତିନନ୍ଦିନୀ ଶତପଥୀମନ୍ମଥ ମିଶ୍ରଗୋପୀନାଥ ମହାନ୍ତିପଞ୍ଚାୟତ ରାଜଚିତ୍ତରଞ୍ଜନ ଦାସବିଭିନ୍ନ ପ୍ରକାର ଶାଗର ତାଲିକାପକ୍ଷବ୍ରାହ୍ମ ସମାଜକବିସୂର୍ଯ୍ୟ ବଳଦେବ ରଥମାୟାଧର ମାନସିଂହଧଉଳିଦେବଦଳନବାତବଳରାମ ଦାସଉଇକିପିଡ଼ିଆ ସମୂହର ତାଲିକାମଧୁସୂଦନ ରାଓରାଶି ଓ ନକ୍ଷତ୍ରଜୟ ଜଗନ୍ନାଥଟଙ୍କ ତୋରାଣିକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସେପ୍ଟେମ୍ବରଦାମୋଦର ରାଉତଲଣ୍ଡନଲାଲ ବାହାଦୁର ଶାସ୍ତ୍ରୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନନ୍ଦିଘୋଷଅନନ୍ତ ପଟ୍ଟନାୟକଓଡ଼ିଶାର ଇତିହାସକୃଷ୍ଣଚୂଡ଼ାବିଶ୍ୱ ଆଜମା ଦିବସବାହାରିନକ୍ରିକେଟଅଚ୍ୟୁତାନନ୍ଦ ପ‌ତି🡆 More