ଅଟୋନୋମିକ ଡିସରିଫ୍ଲେକ୍ସିଆ

ଅଟୋନୋମିକ ଡିସରିଫ୍ଲେକ୍ସିଆ ( AD ) ହେଉଛି ଏକ ଅବସ୍ଥା ଯାହା ମେରୁଦଣ୍ଡରେ ଆଘାତ ପରେ ହୋଇପାରେ | ଏହାର ଲକ୍ଷଣ ମଧ୍ୟରେ ଏକାଧିକ ଉଚ୍ଚ ରକ୍ତଚାପର ଘଟଣା ହୁଏ ଯାହାକି ମୁଣ୍ଡବିନ୍ଧାର କାରଣ ହୋଇପାରେ । ଆଘାତର ସ୍ଥାନ ଉପରକୁ ଅଧିକ ଝାଳ ବାହାରେ, ନାକ ବନ୍ଦ ହେବା ଭଳି ଲାଗେ, ଅଳ୍ପ ହୃଦସ୍ପନ୍ଦନ ଗତି ଏବଂ ଉଦ୍‌ବେଗ ମଧ୍ୟ ହୋଇପାରେ । ଆଘାତ ପରେ ଏକ ମାସରୁ ଏକ ବର୍ଷ ପରେ ଏହା ଆରମ୍ଭ ହୁଏ । ଗୋଟିଏ ଦିନରେ ଏକାଧିକ ଘଟଣା ହୋଇପାରେ । ଜଟିଳତା ମଧ୍ୟରେ ଷ୍ଟ୍ରୋକ, ଇଣ୍ଟ୍ରାକ୍ରାନିଆଲ୍ ରକ୍ତସ୍ରାବ, ଫୁସଫୁସ ଇଡିମା ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ।

Autonomic dysreflexia
Autonomic hyperreflexia, mass reflex
ଅଟୋନୋମିକ ଡିସରିଫ୍ଲେକ୍ସିଆ
Vital signs in a person with autonomic dysreflexia after atropine was given for a slow heart rate
ବିଭାଗNeurology
ଲକ୍ଷଣEpisodes of high blood pressure, headache, slow heart rate, sweating above injury
ଆକ୍ରାନ୍ତ ସମୟMonth to year post injury
କାରଣSpinal cord injury
ବିପଦ କାରକInjury above T6
ରୋଗ ନିର୍ଣ୍ଣୟ ପଦ୍ଧତିBased on symptom together with a 25 mmHg increase in SBP
ସଠିକ ରୋଗ ନିର୍ଣ୍ଣୟCushing's syndrome, hyperthyroid, nephrotic syndrome, drug use
ପ୍ରତିକାରEducation
ଔଷଧNitroglycerin, prazosin, nifedipine, hydralazine
ଚିକିତ୍ସାSit the person upright, removing any constrictive clothing, address the trigger
ପୁନଃପୌନିକ~45% of injuries above T6
ମୃତ୍ୟୁ ସାନ୍ଦ୍ରତା22%

ଏହା ସାଧାରଣତଃ ଟି୬ ମେରୁଦଣ୍ଡ ସ୍ତର ଉପରେ ହୁଏ ଯଦିଓ ଟି୧୦ଠାରେ ହେବା ରିପୋର୍ଟ କମ ଅଛି । ଆଘାତ ସ୍ତର ଅଧିକ ହେଲେ ଅଧିକ ସଙ୍କଟ ରହେ । ମୂତ୍ରନଳୀ ସଂକ୍ରମଣ, ମୂତ୍ର ଧାରଣ, କୋଷ୍ଠକାଠିନ୍ୟ ଏବଂ ହେମୋରୋଇଡ ଇତ୍ୟାଦି ରୋଗ ଏହାକୁ ଟ୍ରିଗର କରିପାରେ । ଏହାର କାର୍ଯ୍ୟ ପ୍ରଣାଳୀରେ ସିମ୍ପାଥେଟିକ କ୍ରିୟା ଅଧିକ ହୁଏ ଓ କ୍ଷତିପୂରଣ ପାଇଁ ପାରାସିମ୍ପାଥେଟିକ୍ ପ୍ରତିକ୍ରିୟାର ଅଭାବ ହୁଏ । ଲକ୍ଷଣ ଓ ରକ୍ତଚାପ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ।

ଏହା ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି । ପ୍ରାରମ୍ଭିକ ଚିକିତ୍ସାରେ ବ୍ୟକ୍ତିକୁ ସିଧା ବସିବା, ସଙ୍କୋଚନ‌କାରୀ ପୋଷାକ ନ ପିନ୍ଧିବା ଓ ଟ୍ରିଗର ଏଡ଼େଇବା ପାଇଁ ଚେଷ୍ତା କରିବା ଆବଶ୍ୟକ । ଏଥିପାଇଁ ଏକ ମୂତ୍ର କ୍ୟାଥେର୍ କିମ୍ବା ଅନ୍ତନଳୀ ଖାଲି କରିବାକୁ ଆଙ୍ଗୁଳିର ସାହାଯ୍ୟ ନେବା ଆବଶ୍ୟକ ହୋଇପାରେ । ଯଦି ରକ୍ତଚାପ ୧୫୦ ମିମି ପାରଦରୁ ଅଧିକ ରହିଥାଏ, ତେବେ ନାଇଟ୍ରୋଗ୍ଲିସେରିନ୍, ପ୍ରାଜୋସିନ୍, ନିଫେଡିପିନ୍ କିମ୍ବା ହାଇଡ୍ରାଲାଜାଇନ୍ ଭଳି ଔଷଧ ବ୍ୟବହାର କରାଯାଇପାରେ। ଅନ୍ୟାନ୍ୟ ପଦକ୍ଷେପଗୁଡିକ ମୂତ୍ରାଶୟରେ ବ୍ଲାଟକ୍ସ ଇଞ୍ଜେକ୍ସନ ଦିଆଯାଇପାରେ । ପ୍ରତିଷେଧ ନିମନ୍ତେ ସମ୍ଭାବ୍ୟ ଘଟଣା ସମ୍ବନ୍ଧରେ ଶିକ୍ଷା ଦିଆଯାଏ ।

ଅଟୋନୋମିକ ଡିସ୍ରେଫ୍ଲେକ୍ସିଆ ଟି୬ ମେରୁଦଣ୍ଡ ସ୍ତର ଉପରେ ୨୦ରୁ ୭୦% ଲୋକଙ୍କଠାରେ ଦେଖାଯାଏ | ଏଥିରେ ମୃତ୍ୟୁ ସଙ୍କଟ ୨୨% ଥାଏ । ଏହି ଅବସ୍ଥା ପ୍ରଥମେ ହିଲଟନ୍ ୧୮୬୦ ମସିହାରେ ବର୍ଣ୍ଣନା କରିଥିଲେ । ଏହି ଅବସ୍ଥାରେ ଥିବା ଅନେକ ଲୋକ ସମ୍ପ୍ରଦାୟର ଚିକିତ୍ସା ପାଇଁ ଔଷଧ ପାଖରେ ରଖିଥାଆନ୍ତି।

ଆଧାର

Tags:

ଉଚ୍ଚ ରକ୍ତଚାପଉଦ୍‌ବେଗଫୁସଫୁସ ଇଡିମାବାତମୁଣ୍ଡ ବିନ୍ଧାଷ୍ଟ୍ରୋକ

🔥 Trending searches on Wiki ଓଡ଼ିଆ:

ଶିଶୁ ଅନନ୍ତ ଦାସବଳରାମ ଦାସବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାwiki.phtmlମନୋଜ ଦାସକୋରାଖଇପ୍ରଶାନ୍ତ କୁମାର ମୁଦୁଲିକୁନ୍ତଳା କୁମାରୀ ସାବତଭଦଭଦଳିଆବାରବାଟି ଦୁର୍ଗପି. ସାଇନାଥକେବେ ତମେ ନାହଁ କେବେ ମୁଁ ନାହିଁଜଟାୟୁଦୁର୍ଗାସମଲେଶ୍ୱରୀ ମନ୍ଦିରଉଇକିପିଡ଼ିଆ ସମୂହର ତାଲିକାଗୋପବନ୍ଧୁ ଚୌଧୁରୀସ୍ୱାଧୀନତା ଦିବସ‌ (ଭାରତ)ମଇ ଦିବସଜାପାନଉଇକିକଥାହଳଦୀରାମଚନ୍ଦ୍ର ମିଶ୍ରକବାଡିପ୍ରଦୀପ କୁମାର ପାଣିଗ୍ରାହୀଭାରତର ସଂସ୍କୃତିଜୀବସାରଚନ୍ଦ୍ରଗୁପ୍ତରଞ୍ଜିତା ନାୟକବେଦଏଚଆଇଭି/ଏଡସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରତାମିଲ ଭାଷା୨୩ ମାର୍ଚ୍ଚଲେସଲି କ୍ଲାଉଡିଅସଗଙ୍ଗବଂଶକାଳିନ୍ଦୀ ଚରଣ ପାଣିଗ୍ରାହୀଆମ୍ବବ୍ୟଞ୍ଜନ ବର୍ଣ୍ଣଅପରାଜିତା ଷଡ଼ଙ୍ଗୀତାରିଣୀ ମନ୍ଦିର, ଘଟଗାଁପ୍ରିୟା ବଦଲାନିସାଲଭାଡୋର ଡାଲିଭଗବତ ଗୀତାଯମୁନାଭାରତ ଲୀଳାଗୁପଚୁପଯୁକ୍ତରାଷ୍ଟ୍ର ଆମେରିକାସଚ୍ଚିଦାନନ୍ଦ ରାଉତରାୟପ୍ରାଣବନ୍ଧୁ କରଦ୍ରୌପଦୀ ମୁର୍ମୁଓଡ଼ିଶାକୁଞ୍ଜବିହାରୀ ଦାଶସଖୀ କଣ୍ଢେଇ ନାଚଉଇକିଖବରପରିସଂଖ୍ୟାନଧର୍ମେନ୍ଦ୍ର ପ୍ରଧାନଗୋଲ୍‌ମାଲ୍ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଜୟ ଜଗନ୍ନାଥକୃଷ୍ଣ କୁମାର ମହାନ୍ତି🡆 More