ଓଡ଼ିଆ ଭାଗବତ: ଓଡ଼ିଆ ସାହିତ୍ୟିକ କୃତି

ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ୧୪ଶ ଶତାବ୍ଦୀରେ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ପଦ୍ୟାବଳୀ ରଚନା । ଭାଗବତ ପ୍ରଥମେ ତାଳପତ୍ର ପୋଥି ଭାବରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ସେଠାରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢ଼ାଯାଏ । ଭାଗବତ ପ୍ରତି ଓଡ଼ିଆ ହିନ୍ଦୁ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ ଏବଂ ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା । ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ । ହୋଇ ଏଭଳି ରଚିତ ଯେ ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ ।

ଓଡ଼ିଆ ଭାଗବତ: ଇତିହାସ, ପଦ୍ୟାବଳୀ, ଆଧାର
ତାଳପତ୍ର ପୋଥି ଭାଗବତ
ଓଡ଼ିଆ ଭାଗବତ  
ଲେଖକଜଗନ୍ନାଥ ଦାସ
ମୂଳ ନାମଶ୍ରୀମଦ ଭାଗବତ
ଦେଶଭାରତ
ଭାଷାଓଡ଼ିଆ
ବିଭାଗପୁରାଣ
ମାଧ୍ୟମ ପ୍ରକାରଛପା (ବନ୍ଧାଇ, ସାଦା ବନ୍ଧାଇ) ଓ ଅନଲାଇନ (ଉଇକିପାଠାଗାରରେ)

ଇତିହାସ

ଓଡ଼ିଆ ଭାଗବତ: ଇତିହାସ, ପଦ୍ୟାବଳୀ, ଆଧାର 
କୃଷ୍ଣ ବଳରାମଙ୍କ ଚିତ୍ର ଭାଗବତ ପୁରାଣ ରୁ

ବ୍ୟାସଦେବ ରଚିତ ସଂସ୍କୃତ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ସେ ସଂସ୍କୃତ ଭାଗବତକୁ ସରଳଭାଷାରେ ବୁଝାଇ ଦେଉଥିଲେ । ପିତାଙ୍କ ଦେହାନ୍ତ ପରେ ଜଗନ୍ନାଥଙ୍କ ବୋଉ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ କହିଲେ । ତେଣୁ ସେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା ଓ ଲୋକାଦୃତ ହେଲା । ପରେ ଜଗନ୍ନାଥ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ ଓ ଭକ୍ତଗଣ ଶୁଣିବାକୁ ଆସନ୍ତି । ଏଥିରେ ମୂଳ ସଂସ୍କୃତ ଭାଗବତର ମଙ୍ଗଳାଚରଣ ସ୍ଥାନ ପାଇବା ଦେଖିବାକୁ ମିଳେ ।

ପଦ୍ୟାବଳୀ

ଭାଗବତ ନବାକ୍ଷରୀ ଛନ୍ଦରେ ରଚିତ । ଓଡ଼ିଆ ଭାଗବତରେ ସଂସ୍କୃତ ଭାଗବତର ମର୍ମାନୁବାଦ ରହିଛି । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ । ତେବେ ଓଡ଼ିଆ ଭାଗବତ ତାତ୍କାଳିକ ଓଡ଼ିଆ ସାମାଜିକ ବ୍ୟବସ୍ଥାକୁ ଭିତ୍ତି କରି ରଚିତ ଲୋକସାହିତ୍ୟ । ଏଥିରେ ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ରହିଛି ।

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ।

ପଦୁ ଗଡ଼ୁଛି ମକରନ୍ଦ ॥
ସେ ମକରନ୍ଦ ପାନ କରି ।
ହେଳେ ତରିଲେ ବ୍ରଜନାରୀ ॥
ସେ ବ୍ରଜନାରୀଙ୍କ ପୟରେ ।
ମନ ମୋ ରହୁ ନିରନ୍ତରେ ॥
ମନ ମୋ ନିରନ୍ତରେ ଥାଉ ।

ହା କୃଷ୍ଣ ବୋଲି ଜୀବ ଯାଉ ॥

— ଜଗନ୍ନାଥ ଦାସ, ଭାଗବତ ବାଣୀ

ଆଧାର

ବାହାର ଲିଙ୍କ

Tags:

ଓଡ଼ିଆ ଭାଗବତ ଇତିହାସଓଡ଼ିଆ ଭାଗବତ ପଦ୍ୟାବଳୀଓଡ଼ିଆ ଭାଗବତ ଆଧାରଓଡ଼ିଆ ଭାଗବତ ବାହାର ଲିଙ୍କଓଡ଼ିଆ ଭାଗବତଓଡ଼ିଆ ଭାଷାଓଡ଼ିଆ ଲୋକଜଗନ୍ନାଥଜଗନ୍ନାଥ ଦାସତାଳପତ୍ର ପୋଥିଭାଗବତ ଟୁଙ୍ଗି

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ରାନ୍ଧଣାକୋରାପୁଟବୀଜାଣୁଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଫାଇଲେରିଆରାଜନୀତି ବିଜ୍ଞାନ୩ (ସଂଖ୍ୟା)ବରଗଛ୪ ଅପ୍ରେଲ୨୧ ମାର୍ଚ୍ଚଉଇକିମିଡ଼ିଆ ଫାଉଣ୍ଡେସନଅପରେଟିଙ୍ଗ ସିଷ୍ଟମନଟବର ସାମନ୍ତରାୟଧଉଳି୧୯ ମାର୍ଚ୍ଚଭାରତ ସରକାରସଂସ୍କୃତ ଭାଗବତଭୁବନେଶ୍ୱରରାଜେନ୍ଦ୍ର ନାରାୟଣ ସିଂହଦେଓହନୁମାନଲିଚୁଶବ୍ଦ (ପଦ)ଧାତୁଓଡ଼ିଆ ଭାଷାଗଜେନ୍ଦ୍ର ପ୍ରସାଦ ସାହୁପୂଜା (ଉପାସନା)୧୭ ଅପ୍ରେଲଅକ୍ଷୟ ତୃତୀୟାଜୟୀ ରାଜଗୁରୁକରଞ୍ଜଜଳଚାଣକ୍ୟଜଗନ୍ନାଥଙ୍କ ଧୂପସୁନାସ୍ତନ୍ୟପାୟୀଆତ୍ମହତ୍ୟାIndiaଚୈତ୍ର ପୂର୍ଣ୍ଣିମାସୁଗ୍ରୀବବନ୍ଦେ ଉତ୍କଳ ଜନନୀସରସ୍ୱତୀ ସମ୍ମାନକଳାପାହାଡ଼ଭାରତୀୟ ସ୍ୱାଧୀନତା ଆନ୍ଦୋଳନଗ୍ରହରବି ପଟ୍ଟନାୟକରାଜା ରାମମୋହନ ରାୟଓଡ଼ିଆ ନବବର୍ଷଶଙ୍ଖସଞ୍ଚୟ ଖାତାସଚିନ ତେନ୍ଦୁଲକରଭାରତୀୟ ଜନତା ପାର୍ଟିହନୁମାନ ଚାଳିଶାବୁଧେଇ ଓଷାପ୍ରଦୀପ କୁମାର ପାଣିଗ୍ରାହୀଭାରତୀୟ ଜନଗଣନାଆଖଣ୍ଡଳମଣି ମନ୍ଦିରଭାରତୀୟ ଜାତୀୟ କଂଗ୍ରେସବିଶ୍ୱତାପନମଥୁରା ମଙ୍ଗଳଅମର ପ୍ରସାଦ ଶତପଥୀଓଡ଼ିଆ କବି ମାନଙ୍କର ତାଲିକାବୈକୁଣ୍ଠନାଥ ପଟ୍ଟନାୟକକୃଷ୍ଣପାରାଦୀପ ବନ୍ଦରଦିବ୍ୟସିଂହ ଦେବନବକୃଷ୍ଣ ଚୌଧୁରୀବ୍ରାହ୍ମଣ🡆 More