ଥୋମାସ ଆଲଭା ଏଡ଼ିସନ

ଥୋମାସ ଆଲଭା ଏଡ଼ିସନ(English: Thomas Alva Edison) (ଫେବୃଆରୀ ୧୧, ୧୮୪୭ – ଅକ୍ଟୋବର ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବାବସାୟୀ ଥିଲେ । ସେ ଅନେକ ଯନ୍ତ୍ର ବାହାର କରିଥିଲେ ଯାହାକି ସାରା ବିଶ୍ୱଜୀବନକୁ ବହୁତ ପ୍ରଭାବିତ କରିଥିଲା । ଫୋନୋଗ୍ରାଫ , ଚଳଚ୍ଚିତ୍ର କ୍ୟାମେରା , ବହୁତ ଦିନ ଚାଲିପାରୁଥିବା ବିଦ୍ୟୁତ ବଲ୍ବ ଇତ୍ୟାଦି ତାଙ୍କରି ଅବଦାନ । ଜଣେ ଖବରକାଗଜ ସାମ୍ବାଦିକ ତାଙ୍କୁ ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧନା କରିଥିଲେ । ସେ ପ୍ରଥମ ଉଦ୍ଭାବକ ଥିଲେ ଯିଏକି ସମୂହ ଉତ୍ପାଦନର ତତ୍ତ୍ୱ (the principles of mass production) ଓ ବହୁ ପରିମାଣରେ ଏକତ୍ର କାମ କରି(large-scale teamwork) ଉଦ୍ଭାବନ କରିବା ସୂତ୍ର ବ୍ୟବହାର କରିଥିଲେ । ଏଣୁ ତାଙ୍କୁ ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣାଗାରର ନିର୍ମାତା ବୋଲି ମଧ୍ୟ କୁହାଯାଏ ।

ଥୋମାସ ଏଡ଼ିସନ
ଥୋମାସ ଆଲଭା ଏଡ଼ିସନ
"Genius is one percent inspiration, ninety-nine percent perspiration."
– Thomas Alva Edison, (Harper's Magazine) (September 1932 edition)
ଜନ୍ମ
ଥୋମାସ ଅଲଭା ଏଡ଼ିସନ

(1847-02-11)ଫେବୃଆରୀ ୧୧, ୧୮୪୭
ମିଲନ , ଓହିଓ , ଯୁକ୍ତରାଷ୍ଟ୍ର ଆମେରିକା (Milan, Ohio, U.S.)
ମୃତ୍ୟୁଅକ୍ଟୋବର ୧୮, ୧୯୩୧(1931-10-18) (ବୟସ ୮୪)
ୱେଷ୍ଟ ଅରେଞ୍ଜ , ନିଉ ଜର୍ସି ,ଯୁକ୍ତରାଷ୍ଟ୍ର ଆମେରିକା (West Orange, New Jersey, U.S.)
ଜାତୀୟତାଆମେରିକୀୟ
ଶିକ୍ଷାସ୍କୁଲ ଅଧାରୁ ଛାଡି ଦେଇଥିଲେ (School dropout)
ବୃତ୍ତିଉଦ୍ଭାବକ ଓ ବ୍ୟବସାୟୀ
ବୈବାହିକ-ସାଥୀ(s)
ମ୍ୟାରୀ ଷ୍ଟିଲୱେଲ (Mary Stilwell)
(m. ୧୮୭୧⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

ମିନା ମିଲର (Mina Miller)
(m. ୧୮୮୬⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସମ୍ପର୍କୀୟଲୁଇଷ୍ଟ ମିଲର(Lewis Miller) (ଶ୍ୱଶୁର)
ଦସ୍ତଖତ
ଥୋମାସ ଆଲଭା ଏଡ଼ିସନ
A Day with Thomas Edison (1922)

ଏଡ଼ିସନ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ ସହିତ ଯୁକ୍ତରାଜ୍ୟ, ଫ୍ରାନ୍‌ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ । ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର । ଏହା ଭିତରେ ଥିଲା ଷ୍ଟକ ଟିକର, ଯାନ୍ତ୍ରିକ ଭୋଟ ଗଣାଳୀ, ବିଦ୍ୟୁତ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ ଶକ୍ତି, ମ୍ୟୁଜିକ ରେକର୍ଡ଼ ଏବଂ ମୋସନ ପିକ୍ଚର । ଜଣେ ଟେଲିଗ୍ରାଫ ଅପରେଟର ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ । ଏଡିସନ ପ୍ରଥମେ ବିଦ୍ୟୁତ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ । ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମ୍ୟାନହାଟନ୍ ଦ୍ୱୀପ, ନିଉୟର୍କରେ ଥିଲା ।

ବାଲ୍ୟ ଜୀବନ

ଥୋମାସ ଆଲଭା ଏଡ଼ିସନ 
ବାଳୁତ ଏଡିସନ୍

ଥୋମାସ ଏଡ଼ିସନ ମିଲନ୍, ଓହିଓରେ ଜନ୍ମଗ୍ରହଣ କରିଥିଲେ ଓ ପୋର୍ଟ ହ୍ୟୁରନ, ମିଚିଗାନ୍‌ରେ ଲାଳିତପାଳିତ ହୋଇଥିଲେ । ସେ ସାମୁଏଲ ଓଗଡେନ ଏଡ଼ିସନ, ଜୁନିୟର (୧୮୦୪-୯୬ ମାର୍ସାଲ ଟାଉନ, ନୋଭା ସ୍କଟିଆ, କାନାଡ଼ାରେ ଜନ୍ମିତ) ଏବଂ ନାନସି ମାଥିଉଜ ଇଲିଅଟଙ୍କର (୧୮୧୦-୧୮୭୧ ଚେନାଙ୍ଗୋ କାଉଣ୍ଟି, ନିଉୟର୍କରେ ଜନ୍ମିତ) ସପ୍ତମ ତଥା ଶେଷ ସନ୍ତାନ ଥିଲେ । ୧୮୩୭ର ଅସଫଳ ମାକେଞ୍ଜି ବିଦ୍ରୋହରେ ସାମିଲ ଥିବାରୁ ତାଙ୍କ ପିତାଙ୍କୁ କାନାଡ଼ାରୁ ପଳାଇ ଆସିବାକୁ ପଡ଼ିଲା । ଏଡ଼ିସନ ନିଜକୁ ଡଚ ବଂଶଧର ବୋଲି ଭାବୁଥିଲେ ।

ବିଦ୍ୟାଳୟରେ ଶିଶୁ ଏଡ଼ିସନଙ୍କର ମୁଣ୍ଡ ସ୍ଥିର ରହୁନଥିଲା, ସେଥିପାଇଁ ତାଙ୍କ ଶିକ୍ଷକ, ରେଭେରେଣ୍ଡ ଏଙ୍ଗ୍ଲେ ତାଙ୍କୁ ପାଗେଳା ବୋଲି ଡାକୁଥିଲେ । ଏତିକିରେ ଏଡ଼ିସନଙ୍କର ତିନିମାସର ବିଦ୍ୟାଳୟ ପାଠ ଶେଷ ହେଲା । ଏଡ଼ିସନପରେ କହୁଥିଲେ, "ମୋ ମାଆ ମୋତେ ତିଆରି କରିଥିଲେ । ସେ ମୋ ଉପରେ ଏତେ ନିଶ୍ଚିତ ଥିଲେ, ଏତେ ଭରସା କରୁଥିଲେ ଯେ, ମୋତେ ଲାଗିଲା ମୋର ବଞ୍ଚିବାର କାରଣ ଅଛି, କେହି ଜଣକୁ ମୁଁ ଦୁଃଖୀ କରି ପାରିବିନି । ତାଙ୍କ ମାଆ ତାଙ୍କୁ ଘରେ ପଢ଼ାଉଥିଲେ । ତାଙ୍କର ଅଧିକାଂଶ ଶିକ୍ଷା ଆର.ଜି. ପାର୍କରଙ୍କର ସ୍କୁଲ ଅଫ ନାଚୁରାଲ ଫିଲୋସୋଫି ଓ ଦି କୁପର ୟୁନିଅନରୁ ଆସିଥିଲା ।

କର୍ମମୟ ଜୀବନର ପ୍ରାରମ୍ଭ

ଥୋମାସ ଆଲଭା ଏଡ଼ିସନ 
୧୮୭୮ରେ ଏଡିସନ୍

ଉଦ୍ଭାବନ ସମୂହ

ରାଜନୀତି ଓ ଧର୍ମ ସମ୍ପର୍କରେ ମତ

ଶେଷ ଜୀବନ

ଅଧିକ ଦେଖନ୍ତୁ

ଆଧାର

ବାହାର ଲିଙ୍କ

    Information and media

Tags:

ଥୋମାସ ଆଲଭା ଏଡ଼ିସନ ବାଲ୍ୟ ଜୀବନଥୋମାସ ଆଲଭା ଏଡ଼ିସନ କର୍ମମୟ ଜୀବନର ପ୍ରାରମ୍ଭଥୋମାସ ଆଲଭା ଏଡ଼ିସନ ଶେଷ ଜୀବନଥୋମାସ ଆଲଭା ଏଡ଼ିସନ ଅଧିକ ଦେଖନ୍ତୁଥୋମାସ ଆଲଭା ଏଡ଼ିସନ ଆଧାରଥୋମାସ ଆଲଭା ଏଡ଼ିସନ ବାହାର ଲିଙ୍କଥୋମାସ ଆଲଭା ଏଡ଼ିସନ

🔥 Trending searches on Wiki ଓଡ଼ିଆ:

ଗଜପତି ଜିଲ୍ଲାଅକ୍ଷୟ ମହାନ୍ତିଭାରତୀୟ ଜାତୀୟ କଂଗ୍ରେସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଉତ୍କଳ ଗ୍ରାମୀଣ ବ୍ୟାଙ୍କଭଦଭଦଳିଆଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରାଜାରାଣୀ ମନ୍ଦିରକରଣ (ଜାତି)କୁନ୍ତଳା କୁମାରୀ ସାବତହିନ୍ଦୀବୃହସ୍ପତିବିଭିନ୍ନ ପ୍ରକାର ଶାଗର ତାଲିକାହନୁମାନ ଚାଳିଶାହିନ୍ଦୁ୧୧ ଅପ୍ରେଲରାସନ କାର୍ଡ଼ (ଭାରତ)ସୂର୍ଯ୍ୟ ଦେବତାୟୁରୋପବିରିରାବଣମୟୂରଲାଟିନ ଭାଷାକର୍ଣ୍ଣାଟକକ୍ରିକେଟଦାମୋଦର ରାଉତଟଙ୍କ ତୋରାଣିମନୋରଞ୍ଜନ ଦାସଧଉଳିପୃଥିବୀବଂଶୀଧର ସାହୁଭାରତର ଜାତୀୟ ପତାକାଲିଙ୍ଗରାଜ ମନ୍ଦିରବଳରାମ ଦାସ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଇନ୍ଦ୍ରନୀଳକଣ୍ଠ ଦାସଏପ୍ଟିନେଜୁମାବପଦାର୍ଥକେଦାରନାଥ ମନ୍ଦିରଅରବିନ୍ଦ କେଜରିୱାଲହୃଷୀକେଶ ପଣ୍ଡାୟାସ ମହାବାତ୍ୟାଥିଓଡ଼ୋଲାଇଟଶିରିଡ଼ି ସାଇ ବାବାଅମ୍ଳ ବୃଷ୍ଟିଗୁଗଲସାକ୍ଷୀଗୋପାଳକବି ସମ୍ରାଟ ଉପେନ୍ଦ୍ର ଭଞ୍ଜକେନ୍ଦ୍ରାପଡ଼ା🡆 More