ସୁଧାକର ସାହୁ: ଓଡ଼ିଶୀ ନୃତ୍ୟ ଗୁରୁ

ସୁଧାକର ସାହୁ ଜଣେ ଓଡ଼ିଶୀ ନୃତ୍ୟ ଗୁରୁ ।

ସୁଧାକର ସାହୁ
ଜନ୍ମ (1935-01-01) ୧ ଜାନୁଆରୀ ୧୯୩୫ (ବୟସ ୮୯)
ବଦ୍ୟକାଟେଣୀ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିଓଡ଼ିଶୀ ନୃତ୍ୟ ଗୁରୁ
ପିତାମାତା(s)ଦୁର୍ଯୋଧନ ସାହୁ, କନକଲତା ସାହୁ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ବାଲ୍ୟ ଜୀବନ ଓ ଶିକ୍ଷା

ସୁଧାକର ସାହୁ, ୧୯୩୫ ମସିହା ଜାନୁୟାରୀ ୧ ତାରିଖରେ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ ବଦ୍ୟକାଟେଣୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ଦୁର୍ଯୋଧନ ସାହୁ, ଓଡ଼ିଶୀ ଛାନ୍ଦ, ଚମ୍ପୁରେ ନିପୂଣ ଥିଲେ ଓ ମାତା କନକଲତା ସାହୁ ମଧ୍ୟ ସଙ୍ଗୀତରେ ରୂଚି ରଖୁଥିଲେ । ସଙ୍ଗୀତମୟ ପରିବେଶରେ ବଢିଥିବା, ସୁଧାକର ମାତ୍ର ୭ ବର୍ଷ ବୟସରୁ ପିତା ଦୁର୍ଯୋଧନ ସାହୁଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଗୁରୁ ଦୁର୍ଯୋଧନ ମହାନ୍ତି ତାଙ୍କର ପ୍ରଥମ ନୃତ୍ୟ ଗୁରୁ ଥିଲେ । ୧୯୫୦ ମସିହା ବେଳକୁ, ସେ କଟକର ଅନ୍ନପୂର୍ଣ୍ଣା ବି ଅନୁଷ୍ଠାନରେ ଯୋଗଦାନ କରିଥିଲେ । ୧୯୫୩ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଥିବା ସମୟରେ, ଗୁରୁ କେଳୁଚରଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପ୍ରଥମ ଗୀତିନାଟ୍ୟ 'ଗିରି ଗୋବର୍ଦ୍ଧନ ପୂଜା'ରେ 'ମଧୁମଙ୍ଗଳ' ଭୂମିକାରେ ଅଭିନୟ କରିଥିଲେ । ଅନ୍ନପୂର୍ଣ୍ଣା ବିରେ ତାଙ୍କ ଅଭିନୟ ଦେଖି ଗୁରୁ ଦେବପ୍ରସାଦ ଦାସ ତାଙ୍କୁ ନିଜର ଶିଷ୍ୟ ଭାବରେ ଗ୍ରହଣ କରିଥିଲେ ଓ ସେତିକି ବେଳୁ, ତାଙ୍କର ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ ହୋଇଥିଲା । ଗୁରୁ ଦେବପ୍ରସାଦ ଦାସଙ୍କ ଦେହାନ୍ତ ପର୍ଯ୍ୟନ୍ତ, ସୁଧାକର ତାଙ୍କ ସହିତ ଜଡ଼ିତ ରହିଥିଲେ । ସେ ସମୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପୁରୀରେ ଏକ ନୃତ୍ୟ ଗବେଷଣା କେନ୍ଦ୍ର ଖୋଲା ଯାଇଥିଲା ଓ ଗୋଟିପୁଅ, ମାହାରୀ ଆଦି ନୃତ୍ୟ ଶିକ୍ଷାପ୍ରଦାନ କରାଯାଉଥିଲା । ଏହି ଗବେଷଣା କେନ୍ଦ୍ରରେ ଯୋଗଦେବା ପାଇଁ ହେଉଥିବା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓ ବୃତ୍ତିଲାଭ କରିଥିଲେ । ଏଠାରେ ସେ ଗୁରୁ ପଦ୍ମନାଭ ଦାସଙ୍କଠାରୁ ଗୋଟିପୁଅ ନାଚ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ, ଗୁରୁ ମୋହନ ମହାପାତ୍ରଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷା ଲାଭ କରିଥିଲେ ।

ବୃତ୍ତିଗତ ଜୀବନ

ଗୁରୁ ଦେବପ୍ରସାଦ ଦାସଙ୍କ ନିର୍ଦ୍ଦେଶନାରେ 'ଶରତ ରାସ' ନାମକ ଗୀତିନାଟ୍ୟରେ କୃଷ୍ଣ ଭୂମିକାରେ ଅଭିନୟ କରି ସୁଧାକର ସାହୁ, ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଇନ୍ଦ୍ରାଣି ରେହମାନଙ୍କ ସହ, ସେ ମର୍ଦ୍ଦଳ ବାଦକ ଓ ଗାୟକ ଭାବରେ ବହୁସ୍ଥାନରେ ପରିବେଷଣ କରିଥିଲେ । ଶୃଙ୍ଗାର ରସ ଓ କରୁଣ ରସକୁ ବିଶେଷ ଭଲ ପାଉଥିବା ସୁଧାକର, ବହୁ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି । ଓଡ଼ିଶାରେ ବାନ୍ଧ ନୃତ୍ୟକୁ ପରିଚିତ ଓ ପ୍ରତିଷ୍ଠିତ କରାଇବାରେ, ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ନୃତ୍ୟ ଗୁରୁ ଭାବରେ

ସୁଧାକର ସାହୁ, ଗୁରୁ ଦେବପ୍ରସାଦ ଦାସଙ୍କ ଶୈଳୀର ଜଣେ ଦକ୍ଷ ନୃତ୍ୟଗୁରୁ ଭାବରେ ପରିଚିତ । ମାତ୍ର ୨୫ ବର୍ଷ ବୟସରୁ, ସେ ନୃତ୍ୟ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ । ପୁରୀର କିଶୋର କ୍ଳବ, ମୟୁରଭଞ୍ଜ କଳା ପରିଷଦ, ସମ୍ବଲପୁର କଳା ପରିଷଦ, ଛତ୍ରପୁର କଳା ପରିଷଦ, ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳାମନ୍ଦିର ଆଦି ଅନୁଷ୍ଠାନରେ, ସେ ନୃତ୍ୟ ଶିକ୍ଷା ଦେଇଥିଲେ । ତାଙ୍କର ପ୍ରମୁଖ ଶିଷ୍ୟମାନଙ୍କ ମଧ୍ୟରେ ଇନ୍ଦିରା ପଟ୍ଟନାୟକ, ବିଜୟଲକ୍ଷ୍ମୀ ମହାନ୍ତି, ନିତା ବହିଦାର, ବାଣୀ ମାଧବ, ଇତିଶ୍ରୀ ମହାନ୍ତି, ପୂର୍ଣ୍ଣିମା ବାରିକ, ଦୀପ୍ତି ମିଶ୍ର, ଉର୍ମୀଳା ଓ ସୁଜାତା ମହାପାତ୍ର ଆଦି ଅନ୍ୟତମ ।

ନୃତ୍ୟ ନିର୍ଦ୍ଦେଶନା

ନୃତ୍ୟାଭିନୟ

  • କଲ୍ୟାଣ ପଲ୍ଲବୀ
  • ଆନନ୍ଦ ଭୈରବୀ
  • ଗୌଡ଼ ପଲ୍ଲବୀ

ଗୀତିନାଟ୍ୟ

  • ମାନିନୀ
  • ଶକୁନ୍ତଳା
  • କୋଣାର୍କ
  • ବିଚିତ୍ର ବର୍ଣ୍ଣ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • କଳିଙ୍ଗ ଭାରତୀ ସଚ୍ଚିଦାନନ୍ଦ ପୁରସ୍କାର - ୧୯୯୧
  • ଭାରତ ସରକାରଙ୍କ ଫେଲୋସିପ
  • ଗୁରୁ ଦେବପ୍ରସାଦ ପୁରସ୍କାର
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ- ୨୦୧୪
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪

ଗୁରୁ ସୁଧାକର ସାହୁଙ୍କ ସମ୍ମାନରେ, ୨୦୧୦ ମସିହାରୁ ଓଡ଼ିଶୀ ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ 'ସୁଧାକର ସାହୁ ସମ୍ମାନ' ଆରମ୍ଭ କରାଯାଇଛି ।

ଆଧାର

Tags:

ସୁଧାକର ସାହୁ ବାଲ୍ୟ ଜୀବନ ଓ ଶିକ୍ଷାସୁଧାକର ସାହୁ ବୃତ୍ତିଗତ ଜୀବନସୁଧାକର ସାହୁ ନୃତ୍ୟ ଗୁରୁ ଭାବରେସୁଧାକର ସାହୁ ନୃତ୍ୟ ନିର୍ଦ୍ଦେଶନାସୁଧାକର ସାହୁ ସମ୍ମାନ ଓ ପୁରସ୍କାରସୁଧାକର ସାହୁ ଆଧାରସୁଧାକର ସାହୁଓଡ଼ିଶୀ

🔥 Trending searches on Wiki ଓଡ଼ିଆ:

ପକ୍ଷକବାଟନଅତୁଣ୍ଡୀଅଚ୍ୟୁତ ଗୋକୁଳ ନାୟକବୈକୁଣ୍ଠନାଥ ପଟ୍ଟନାୟକଆନନ୍ଦ ଶଙ୍କର ଦାସପୂର୍ଣ୍ଣଚ୍ଛେଦକୃଷ୍ଣଢଗ ଢମାଳିମହାତ୍ମା ଗାନ୍ଧୀଜଗନ୍ନାଥଙ୍କ ଧୂପ୧୯୬୧ଇଣ୍ଟରନେଟଜାପାନ ସାଗରଭୀମ ପୃଷ୍ଟିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସ୍ତନ୍ୟପାୟୀକୁତାମ ଚଣ୍ଡୀ ମନ୍ଦିରଗର୍ଭାଶୟ କର୍କଟବରଗଛପକୋଡ଼ାକାଞ୍ଚି ଅଭିଯାନବି. ଆର. ଆମ୍ବେଦକରଭ୍ୟାକୁମ୍ କ୍ଲିନର୍c3bn4ଭାରତର ନଦୀ ସମୂହର ତାଲିକାଯୁକ୍ତରାଷ୍ଟ୍ର ଆମେରିକାଆଣ୍ଡାମାନ ସାଗରଜଣ୍ଡିସ୍ନେଲସନ ମଣ୍ଡେଲାଓଡ଼ିଶାର ଭୂଗୋଳବିଜୟ ଶଙ୍କର ଦାସରାଜେନ୍ଦ୍ର କିଶୋର ପଣ୍ଡାଜଳହୃଷୀକେଶ ମଲ୍ଲିକପ୍ରାଣୀଏଞ୍ଜେଲା ମେର୍କେଲ୍ଅପରେଟିଙ୍ଗ ସିଷ୍ଟମଗୋପାଳ ଚନ୍ଦ୍ର ପ୍ରହରାଜଶ୍ରୀନିବାସ ରାମାନୁଜନମୁମ୍ବାଇଖଡ଼ଗପୁରଶରତ କୁମାର ମହାନ୍ତିଫକୀର ମୋହନ ସେନାପତିବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନ୍ନଦା ଶଙ୍କର ରାୟସାରଥୀ ବାବାସୁଭାଷ ଚନ୍ଦ୍ର ବୋଷମୁକ୍ତିକାନ୍ତ ମଣ୍ଡଳଆପେଣ୍ଡିସାଇଟିସପାଇକ ବିଦ୍ରୋହଶ୍ରୀବାମାଚରଣ ମିତ୍ରସରସ୍ୱତୀ ସମ୍ମାନମଧୁସୂଦନ ରାଓହନୁମାନ ଚାଳିଶାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସଂକ୍ରାନ୍ତିଇରା ମହାନ୍ତିମନୋଜ ଦାସଙ୍କ କଥା ଓ କାହାଣୀଶାନ୍ତନୁ କୁମାର ଆଚାର୍ଯ୍ୟଫେବୃଆରୀଗୁରୁପ୍ରସାଦ ମହାନ୍ତିଜୟ ଜଗନ୍ନାଥବିଦ୍ୟାଳୟଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବୈଜୟନ୍ତ ପଣ୍ଡାବୈଷ୍ଣବ ପାଣିରାଉରକେଲାସାମାଜିକ ଆନ୍ଦୋଳନଚିଲିକା (କବିତା)🡆 More