ଶଶିଭୂଷଣ ରଥ

ଶଶିଭୂଷଣ ରଥ‌(୦୧ ଜାନୁଆରୀ ୧୮୮୫ - ୧୯ ମାର୍ଚ୍ଚ ୧୯୪୩) ସାପ୍ତାହିକ ଖବର କାଗଜ ଆଶାର ପ୍ରତିଷ୍ଠାତା ସମ୍ପାଦକ ଥିଲେ । ୧୯୧୩ ମସିହାରୁ ଆଶା ଖବରକାଗଜ ପ୍ରକାଶନା ଆରମ୍ଭ ହୋଇ ୧୯୨୮ ମସିହାରେ ଏହା ଦୈନିକ ଆଶା ନାମରେ ପ୍ରଥମ ଦୈନିକ ଓଡ଼ିଆ ଖବରକାଗଜ ଭାବେ ପ୍ରକାଶିତ ହେଇଥିଲା । ସେ ବିଚ୍ଚିନ୍ନ ଓଡ଼ିଶାର ଏକତ୍ରୀକରଣ ଦିଗରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଶଶିଭୂଷଣ ରଥ
ଜନ୍ମ(1885-01-01)୧ ଜାନୁଆରୀ ୧୮୮୫
ସୋରଡ଼ା, ଗଞ୍ଜାମ, ମାଡ୍ରାସ୍ ପ୍ରେସିଡେନ୍ସି, ଇଂରେଜ୍ ଶାସନ
ମୃତ୍ୟୁ୧୯ ମାର୍ଚ୍ଚ ୧୯୪୩(1943-03-19) (ବୟସ ୫୮)
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା, ଇଂରେଜ୍ ଶାସନ
ଜାତୀୟତାଭାରତୀୟ
ଅନ୍ୟ ନାମଶଶି ବାବୁ, ଗଞ୍ଜାମ ବ୍ୟାଘ୍ର
ଶିକ୍ଷାମାଟ୍ରିକ୍
ଶିକ୍ଷାନୁଷ୍ଠାନଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାରଳାଖେମୁଣ୍ଡି
ପ୍ରସିଦ୍ଧିସମାଜ ସଂସ୍କାରକ, ଶିଳ୍ପପତି, ସମ୍ପାଦକ, ରାଜନେତା
ବୈବାହିକ-ସାଥୀଅନ୍ନପୂର୍ଣ୍ଣା ରଥ
ସନ୍ତାନଆଶାଲତା ମିଶ୍ର
ପିତାମାତା(s)ଲମ୍ବୋଧର ମହାପାତ୍ର (ଜନ୍ମ ଦାତା),
ଦିଗମ୍ବର ରଥ (ଦତ୍ତ ପିତା)
ପୁରସ୍କାରO.B.E. (ଅର୍ଡର ଅଫ ବ୍ରିଟିଶ୍ ଏମ୍ପାୟାର)

ଆଶା ଖବରକାଗଜ

ଶଶିଭୂଷଣ ରଥ ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା "ଆଶା" ଖବରକାଗଜର ସମ୍ପାଦକ, ମୁଦ୍ରକ ତଥା ପ୍ରକାଶକ ଥିଲେ । ୧୯୧୩ ମସିହା ଏପ୍ରିଲ ମାସରେ ଏହି ସାପ୍ତାହିକ ଖବରକାଗଜର ପ୍ରଥମ ପ୍ରକାଶନ ହୋଇଥିଲା । ପରେ ୧୯୨୮ ମସିହାରେ ଏହା ପ୍ରଥମ ଓଡ଼ିଆ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହୋଇଥିଲା । ଏହି ପତ୍ରିକାଟି ଆଗାମୀ ସମୟରେ ସାମ୍ବାଦିକ ଶ୍ରୀହର୍ଷ ମିଶ୍ର, ଚିନ୍ତାମଣି ମିଶ୍ର, ଗୋଦାବରୀଶ ମହାପାତ୍ର, ରାମଚନ୍ଦ୍ର ସିହ୍ନା ଆଦିଙ୍କ ପାଇଁ ସାମ୍ବାଦିକ ଭାବରେ ପ୍ରତିଷ୍ଠା ଆଣିଦେଇଥିଲା । ଓଡ଼ିଆ ଲିପି ସୁଧାର ଦିଗରେ ଆଶା ପତ୍ରିକା ପ୍ରୟାସ କରିଥିଲା ଓ ଏଥି ନିମନ୍ତେ ସମାଲୋଚିତ ମଧ୍ୟ ହୋଇଥିଲା ।

ଜୀବନୀ

ଶଶିଭୂଷଣ ୧୮୮୫ ମସିହାରେ ଗଞ୍ଜାମ ଜିଲ୍ଲାର ସୋରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୦୨ ମସିହାରେ ସେ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇଥିଲେ । ତାପରେ ସେ ବମ୍ବେ ଚାଲିଯାଇଥିଲେ । ସେଠାରୁ ଫେରି ସେ ମଧୁ ବାବୁଙ୍କଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀରେ ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ଉତ୍କଳ ଟ୍ୟାନେରୀକୁ ଛାଡି କଲିକତାରେ "ୟଙ୍ଗ ଆଣ୍ଡ କୋ" କମ୍ପାନୀରେ ଯୋଗ ଦେଇଥିଲେ । ସେଠାରୁ ସେ ଓଡ଼ିଶା ଫେରି ନୀଳମଣି ବିଦ୍ୟାରତ୍ନଙ୍କ ପରାମର୍ଶ ଗ୍ରହଣ କରି "ଆଶା" ପତ୍ରିକାର ପ୍ରକାଶନ ଆରମ୍ଭ କରିଥିଲେ । ୧୯୩୩ ମସିହାରେ ତାଙ୍କରି ସମ୍ପାଦନାରେ "ନ୍ୟୁ ଓଡ଼ିଶା" ପତ୍ରିକା ପ୍ରକାଶନ ଆରମ୍ଭ ହୋଇଥିଲା । ଇଂରାଜୀ ସାପ୍ତାହିକ ପତ୍ରିକା "ଇଷ୍ଟ କୋଷ୍ଟ"ର ସେ ପ୍ରକାଶକ ଥିଲେ । ୧୯୨୧ ମସିହାରେ ଗାନ୍ଧୀଜିଙ୍କର ଓଡ଼ିଶା ଆଗମନ ସମୟରେ ସେ ବିଚ୍ଚିନ୍ନ ଓଡ଼ିଶାର ଏକତ୍ରୀକରଣ ବିଷୟରେ ତାଙ୍କୁ ଅବଗତ କରେଇଥିଲେ ।

ଆଧାର

Tags:

ଦୈନିକ ଆଶା

🔥 Trending searches on Wiki ଓଡ଼ିଆ:

August 11ଗ୍ରାସନଳୀୟୁନିଫର୍ମ ରିସୋର୍ସ ଲୋକେଟରଯକ୍ଷ୍ମାସାଇପ୍ରସଇଉରୋପହାକିମ ବାବୁନକ୍ଷତ୍ରରମଜାନଜ୍ୟାମିତିକୁନ୍ତଳା କୁମାରୀ ସାବତଲସ ଏଞ୍ଜଲେସ ଲେକର୍ସକୁଞ୍ଜବିହାରୀ ଦାଶଭାରତର ନ୍ୟାୟୀକ ବ୍ୟବସ୍ଥା୧୪ ମାର୍ଚ୍ଚଯୁଗଳ କିଶୋର ପଟ୍ଟନାୟକନାଟୋବଳରାମ ଦାସଚକ୍ରବର୍ତ୍ତୀ ରାଜଗୋପାଳାଚାରୀଶାନ୍ତନୁ କୁମାର ଆଚାର୍ଯ୍ୟପାଦର ଗଣ୍ଠିଜଗନମୋହ‌ନ ଲାଲଓଡ଼ିଆ ଖବରକାଗଜ ତାଲିକାସେସିଲିଆ ପେଇନ-ଗାପୋସ୍ଚକିନରାଶି ଓ ନକ୍ଷତ୍ରବୈକୁଣ୍ଠନାଥ ପଟ୍ଟନାୟକଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଲୋମୁଷ୍ଟାଇନଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକମ୍ପ୍ୟୁଟରଜୈନ ଧର୍ମମାଟିବିରାଡ଼ି ସାପସାଇକେଲମିରା ଅଲଫାସାବିଷ୍ଣୁ ଚରଣ ସେଠୀମାଳତୀ ଚୌଧୁରୀମୁନ୍ନା ଖାଁକାହ୍ନୁଚରଣ ମହାନ୍ତିବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରଫୁଲ୍ଲ ସାମଲତରଳ ଝାଡ଼ାଓଡ଼ିଆ କଥାଚିତ୍ର ଜଗତ୨୭ ମାର୍ଚ୍ଚଖାଦ୍ୟ୨୦ ଅପ୍ରେଲପରଝିଅ ଘର ଭାଙ୍ଗେନାଶେୟାର ବଜାରରାଜ ଯୋଗରାୟଗଡ଼ା୧୯୨୭ମାଡ୍ରିଦହୃଷୀକେଶ ପଣ୍ଡାଲଳିତ ମାନସିଂହଗୁଗଲଜେନନକିଶୋରୀ ଚରଣ ଦାସଅନୁଭବ ମହାନ୍ତିଆକବରଆଣ୍ଡ୍ରଏଡ଼ମାଙ୍ଗାଲୋରେଉମାଶଙ୍କର ମିଶ୍ରହିନ୍ଦୁଅଷ୍ଟ୍ରିଆଭାରତୀୟ ଜାତୀୟ କଂଗ୍ରେସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାସୁଭାଷ ଚନ୍ଦ୍ର ବୋଷରାଉରକେଲା🡆 More