ଗୋଦାବରୀଶ ମହାପାତ୍ର

ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

ଗୋଦାବରୀଶ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1898-10-01)୧ ଅକ୍ଟୋବର ୧୮୯୮
କୁମାରଙ୍ଗ ଶାସନ, ବାଣପୁର, ଖୋର୍ଦ୍ଧା ଜିଲ୍ଲା
ମୃତ୍ୟୁ୨୫ ନଭେମ୍ବର ୧୯୬୫(1965-11-25) (ବୟସ ୬୭)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟସତ୍ୟବାଦୀ ଯୁଗ
ବିଷୟକବି, ଗାଳ୍ପିକ, ସମ୍ପାଦକ ଓ ବ୍ୟଙ୍ଗ ଲେଖକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନ କାଳ

'ଗୋଦାବରୀଶ ମହାପାତ୍ର' ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ୧ ଅକ୍ଟୋବର ୧୮୯୮ରେ ଜନ୍ମ ନେଇଥିଲେ । ତାଙ୍କ ପିଲାବେଳ ସତ୍ୟବାଦୀ ବନବିଦ୍ୟାଳୟରେ କଟିଥିଲା, ଯାହା ତାଙ୍କୁ ପରେ ଦେଶସେବା ପାଇଁ ଉତ୍ସାହିତ କରିଥିଲା । ୧୯୨୮ରେ ସେ ଶଶି ଭୂଷଣ ରଥଙ୍କଦ୍ୱାରା ବ୍ରହ୍ମପୁରରୁ ପ୍ରକାଶିତ 'ଆଶା'ର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । ସ୍ୱାଧୀନଚେତନା ଓ ବ୍ୟଙ୍ଗ ସାହିତ୍ୟରେ ସେ ଥିଲେ ଜଣେ ଗାଳ୍ପିକ । ତାଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଦୋଷ ଦୁର୍ବଳତାକୁ ଖୋଲା ଖୋଲି ପ୍ରକାଶ କରିଥଲା ଯାହା ତାଙ୍କୁ ଜଣେ ସୁପରିଚିତ କଥାକାରର ମାନ୍ୟତା ଦେଇଥିଲା । ସେ ଦୀର୍ଘ ପଚାଶ ବର୍ଷ ଧରି ସାହିତ୍ୟ ସାଧନ ସହିତ ଜଡ଼ିତ ଥିଲେ । ଗୋଦାବରୀଶ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା, ପ୍ରଭୃତି ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି ।

ରଚନାବଳୀ

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଗୋଦାବରୀଶ ମହାପାତ୍ର ଜୀବନ କାଳଗୋଦାବରୀଶ ମହାପାତ୍ର ରଚନାବଳୀଗୋଦାବରୀଶ ମହାପାତ୍ର ସମ୍ମାନ ଓ ପୁରସ୍କାରଗୋଦାବରୀଶ ମହାପାତ୍ର ଆଧାରଗୋଦାବରୀଶ ମହାପାତ୍ରଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଧର୍ମେନ୍ଦ୍ର ପ୍ରଧାନମାଲଟାଶାରଳା ପୁରସ୍କାରଦୀନନାଥ ପାଠୀବେଣୁଧର ରାଉତପ୍ରତୀକ୍ଷାହିଙ୍ଗୁଳା ମନ୍ଦିରତରଳ ଝାଡ଼ାଭାରତୀୟ ମୁଦ୍ରାବିଜୁ ଜନତା ଦଳବୁଦ୍ଧ ପୂର୍ଣ୍ଣିମାହିପୋପୋଟାମସଯମୁନାବୈଦେହୀଶ ବିଳାସ୯ ଫେବୃଆରୀକାଶୀ ବିଶ୍ୱନାଥ ମନ୍ଦିରତିନୋଟି ରତନପୂର୍ବେଶ୍ୱର ଶିବ ମନ୍ଦିରବିରଜା ମନ୍ଦିରଚଇତି ଘୋଡ଼ା ନାଚସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚେକ୍ ଗଣରାଜ୍ୟଭାରତୀୟ ଡାକ ସେବାଆଣ୍ଟିଅକ୍ସିଡାଣ୍ଟରବି ସିଂଦଅଣାସୀତାକାନ୍ତ ମହାପାତ୍ରଧର୍ମଲବଣ ସତ୍ୟାଗ୍ରହସାତକଡ଼ି ହୋତାଚିନ୍ତାମଣି ବେହେରାନରେନ୍ଦ୍ର ମୋଦୀପଇସାରାଜକିଶୋର ରାୟରସାୟନ ବିଜ୍ଞାନ୬ ଜୁଲାଇରଜପ୍ରଧାନ ପୃଷ୍ଠାଫିନଲ୍ୟାଣ୍ଡ୩ ସେପ୍ଟେମ୍ବରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବହନୁମାନ ଜୟନ୍ତୀମାସପରିସଂଖ୍ୟାନସ୍ୱର ବର୍ଣ୍ଣନମିତା ଅଗ୍ରୱାଲଉଇକିକମନ୍ସବିଜୁ ପଟ୍ଟନାୟକକେନ୍ଦୁଝର ଜିଲ୍ଲାଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଗୋପୀନାଥ ମହାନ୍ତିକାହ୍ନୁଚରଣ ମହାନ୍ତିକଲମ୍ବିଆ୨ ଜୁନବିଜୟ କୁମାର ପ୍ରଧାନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରତୁଷାରକାନ୍ତି ବେହେରାଯକୃତରାଧାରାଣୀ ପଣ୍ଡାଆଶ୍ୱିନଏ. ପି. ଜେ. ଅବଦୁଲ କଲାମଖପୁରୀ କଣା ଅସ୍ତ୍ରୋପଚାର୨ ଅପ୍ରେଲବ୍ୟଞ୍ଜନ ବର୍ଣ୍ଣହନୁମାନ ଚାଳିଶାମ୍ୟାଲେରିଆପକ୍ଷଶୁକ୍ରସଂକ୍ରାନ୍ତିପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରବିଶ୍ୱଜିତ ଦାସଓଡ଼ିଶାର କଳାଇରା ମହାନ୍ତି🡆 More