ରେଙ୍ଗାଳୀ ବନ୍ଧ

ରେଙ୍ଗାଳୀ ଡେମ ଭାରତୀୟ ରାଜ୍ୟ ଓଡ଼ିଶାରେ ଅବସ୍ଥିତ । ଏହା ଅନୁଗୁଳ ଜିଲ୍ଲାସ୍ଥ ରେଙ୍ଗାଲି ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀରେ ନିର୍ମିତ ବହୁମୂଖୀ ପ୍ରକଳ୍ପ । 

ନିର୍ମାଣ 

ଏହି ପ୍ରକଳ୍ପ ୧୯୮୫ରେ ନିର୍ମିତ ହେଇଥିଲା । ଏହାର ନିର୍ମାଣ ପୂର୍ବରୁ ଓ ନିର୍ମାନ ଚାଲୁଥିବା ବେଳେ ବହୁ ବିରୋଧର ସମ୍ମୁଖୀନ ହେଇଥିଲା । ଏହି ପ୍ରକଳ୍ପଦ୍ୱାରା ବିସ୍ଥାପିତ ହେଇଥିବା ୧୦,୭୦୦ ପରିବାର ଓ ସ୍ଥାନୀୟ ନେତୃବୃନ୍ଦ ଏହାକୁ ପ୍ରବଳ ନିରୋଧ କରିଥିଲେ । ସରକାରଙ୍କଦ୍ୱାରା ଦିଆଯାଇଥିବା ପୁନର୍ବାସ ପ୍ରସ୍ତାବକୁ ନେଇ ମଧ୍ୟ ବିରୋଧ ହେଇଥିଲା । 

ସବିଶେଷ ତଥ୍ୟ

ରେଙ୍ଗାଲି ଡେମର ଉଚ୍ଚତା ୭୦ ମିଟର ହେଇଥିବା ସ୍ଥଳେ ଏହା ୧୦୪୦ ମିଟର ଦୀର୍ଘ । ଡେମଦ୍ୱାରା ହେଇଥିବା ଜଳାଶୟର ଆୟତନ ୨୭,୮୪୦ ହେକ୍ଟର ( ପୂର୍ଣ ଜଳଧାରଣ ସମୟରେ ) ଓ ହାରାହାରି ଆୟତନ ୨୮,୦୦୦ ହେକ୍ଟର । ଜଳାଶୟକୁ ଜଳ ପ୍ରଦାନକାରୀ ଅଞ୍ଚଳର ଆୟତନ ୨୫,୨୫୦ ବର୍ଗ କିଲୋମିଟର । ଡେମର ୫ଟି ଜଳବିଦ୍ୟୁତ କେନ୍ଦ୍ରରୁ ୫୦ ମେଗାୱାଟ ପରମାଣ ଲେଖା ବିଦ୍ୟୁତ ଉପ୍ପନ୍ନ ହୁଏ । ଜଳଭଣ୍ଡାରରେ ୩୪୧୨୦ ଲକ୍ଷ୍ୟ ଘନ ମିଟର ଜଳ ସଞ୍ଚିତ ହୁଏ ଓ ଏହା ଓଡ଼ିଶାର ହୀରାକୁଦ ପରେ ଦ୍ୱିତୀୟ ବୃହତ ଜଳଭଣ୍ଡାର । 

ଜଳସେଚନ 

ରେଙ୍ଗାଲି ଡେମର ଉଦବୃତ୍ତ ଜଳକୁ ଧାରଣ କରି ସେଥିରୁ ଚାଷ ପାଇଁ ଜଳସେଚନ ପାଇଁ ଡେମର ତଳ ମୁଣ୍ଡରେ ୩୫ କିଲୋମିଟର ଦୁରତ୍ୱରେ ଏକ ବାରେଜ ନିର୍ମିତ ହୋଇଛି । ଏହି ବାରେଜ ମଧ୍ୟ ଡେମର ଜଳ ବ୍ୟତୀତ ୪,୭୮୦ ବର୍ଗ କିଲୋମିଟର ଅଞ୍ଚଳର ଜଳକୁ ଧରି ରଖିଥାଏ ଓ କେନାଲ ସବୁଦ୍ୱାରା ନିକଟ ବାରଟି ଚାଷ ଜମିରେ ଜଳସେଚନ କରିଥାଏ ।  

ପରିବେଶ ଉପରେ ପ୍ରଭାବ 

ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ବଙ୍ଗୋପସାଗର ନିକଟରେ ଥିବା ଭିତର କନିକା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଉପରେ ଏହି ରେଙ୍ଗାଲି ବନ୍ଧ ନିର୍ମାଣ ହେଲା ପରେ ପ୍ରଭାବ ପଡିଛି ବୋଲି କୁହାଯାଏ। ପରିବେଶବିଦମାନଙ୍କ ଅନୁସାରେ ଭିତର କନିକାର ବିରଳ ଜାତୀୟ ବୃକ୍ଷସବୁ ପୂର୍ବରୁ ନଦୀରେ ଆସୁଥିବା ପଟୁ ମାଟି ଓ ଧାତବ ଦ୍ରବଣରୁ ସାର ଗ୍ରହଣ କରି ବୃଦ୍ଧି ହଉଥିଲେ । ଡେମ ହେଲାପରେ ସେ ଜଳରୁ ପଟୁମାଟି ଓ ଧାତବ ଲବଣ ସବୁ ଡେମରେ ରହିଯିବାଦ୍ୱାରା ତାହା ଭିତର କନିକା ଅରଣ୍ୟକୁ ଉପଲବ୍ଧ ହଉନାହିଁ । ଜଳ ପରିମାଣ ମଧ୍ୟ କମି ଯାଉଛି ।  

ଡେମ ନିର୍ମାଣ ପୂର୍ବରୁ ଆସୁଥିବା ୧୯,୫୧୪ ମିଲିୟନ ଘନ ମିଟର ଜଳ , ବନ୍ଧ ନିର୍ମାଣ ପରେ ୧୭.୩୮୯ ମିଲିୟନକୁ କମିଯାଇଛି । ଭବିଷ୍ୟତରେ ଏହା ଆହୁରି କମି ୧୪,୦୦୦ ମିଲିୟନ ଘନ ମିଟରକୁ ଆସିଯିବା ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଅନୁଧ୍ୟାନ କରିଥିବା ବିଶେଷଜ୍ଞମାନେ ।  

ନିର୍ମାଣ

୧୯୮୫ରେ ଏହି ବନ୍ଧ ନିର୍ମାଣ କରାଯାଇଥିଲା ଅନେକ ଲୋକଙ୍କ ବିସ୍ଥାପନ ଏବଂ ସରକାରଙ୍କର ଏହି ସମସ୍ୟାର ମୁକାବିଲା କରିବାର ଦୁର୍ବଳ ଉପାୟ ହେତୁ ଏହି ପ୍ରକଳ୍ପର ଧାରଣା ଏବଂ ପ୍ରାରମ୍ଭିକ କାର୍ଯ୍ୟକାରିତା ସମୟରେ ସ୍ଥାନୀୟ ଲୋକମାନେ ଏହି ପ୍ରକଳ୍ପକୁ ସ୍ୱାଗତ କରିନଥିଲେ । ଏହି ପ୍ରକଳ୍ପରେ ସମୁଦାୟ ୧୦,୭୦୦ ପରିବାର ବିସ୍ଥାପିତ ହୋଇଥିଲେ ।

ଆଧାର

ବାହାର ଲିଙ୍କ

Tags:

ରେଙ୍ଗାଳୀ ବନ୍ଧ ନିର୍ମାଣ ରେଙ୍ଗାଳୀ ବନ୍ଧ ସବିଶେଷ ତଥ୍ୟରେଙ୍ଗାଳୀ ବନ୍ଧ ଜଳସେଚନ ରେଙ୍ଗାଳୀ ବନ୍ଧ ପରିବେଶ ଉପରେ ପ୍ରଭାବ ରେଙ୍ଗାଳୀ ବନ୍ଧ ନିର୍ମାଣରେଙ୍ଗାଳୀ ବନ୍ଧ ଆଧାରରେଙ୍ଗାଳୀ ବନ୍ଧ ବାହାର ଲିଙ୍କରେଙ୍ଗାଳୀ ବନ୍ଧଅନୁଗୋଳ

🔥 Trending searches on Wiki ଓଡ଼ିଆ:

ଶ୍ରୀକ୍ଷେତ୍ର ଦେବାଦେବୀସଂଯୁକ୍ତା ପାଣିଗ୍ରାହୀଇରଫାନ ପଠାଣ୧୯୩୪୧୦ ଜୁନହୃତ୍‌ପିଣ୍ଡହଳଦୀ ବସ‍ନ୍ତରଘୁନାଥ ପରିଚ୍ଛାରାବଣାନୁଗ୍ରହବର୍ଷା ପ୍ରିୟଦର୍ଶିନୀକାଜାଖସ୍ତାନଗଣନ ସଂଖ୍ୟାଇନ୍ଦୁରାଣୀ ମହାପାତ୍ରନିତ୍ୟାନନ୍ଦ ମହାପାତ୍ରମନୋରଞ୍ଜନ ଦାସଆଷ୍ଟାଟାଇନରାମକୃଷ୍ଣ ମଠଏ ଦିଲ୍ ତତେ ଦେଲିଚନ୍ଦନ ଯାତ୍ରାରାମାୟଣ (ବହୁବିକଳ୍ପ)ସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପକ୍ଷମୌଳିକ ସଂଖ୍ୟାସାଲଭାଡୋର ଡାଲିସଚ୍ଚିଦାନନ୍ଦ ରାଉତରାୟବଲାଙ୍ଗୀର ଜିଲ୍ଲାଉତ୍ତମ ମହାନ୍ତିରାମାନନ୍ଦ ରାୟବ୍ରାଉଜରଗାୟତ୍ରୀ ସରାଫକାଳିନ୍ଦୀ ଚରଣ ପାଣିଗ୍ରାହୀଭକ୍ତ ଚରଣ ଦାସବୈଦେହୀଶ ବିଳାସମଣିଷଇନ୍ଦ୍ରାଣୀ ପଟ୍ଟନାୟକଗଙ୍ଗବଂଶଭାରତୀୟ ଜନତା ପାର୍ଟି୨୬ ଅପ୍ରେଲପର୍ଶୁରାମ ଧଡ଼ାପ୍ରହ୍ଲାଦ ନାଟକଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗ୩୧ ଜୁଲାଇଛାତ୍ରବୃତ୍ତିସାଇକୋସିସନବରାତ୍ରୀଯୀଶୁଭାରତର ଜାତୀୟ ପ୍ରତୀକସବୁ ମାୟାରେ ବାୟାମହାଭାରତବିଷମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଆ ଲିପିକଳାପାହାଡ଼ମହାନଦୀରାମଚନ୍ଦ୍ର ବେହେରା୪ (ବହୁବିକଳ୍ପ)ଭାରତର ପ୍ରଧାନମନ୍ତ୍ରୀଓଡ଼ିଆ ଭାଷା ଆନ୍ଦୋଳନମହାତ୍ମା ଗାନ୍ଧୀ୧୯୭୬ଭ୍ୟାକୁମ୍ କ୍ଲିନର୍କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଦଣ୍ଡ ନାଟଉଇକିପିଡ଼ିଆ ସମୂହର ତାଲିକାଗୀତତମନ୍ନା ବ୍ୟାସବିଜୁ ଜନତା ଦଳଭଦଭଦଳିଆସିପାହୀ ବିଦ୍ରୋହମାରୀଚ🡆 More