ରୀତା ଗାଙ୍ଗୁଲି: ନର୍ତ୍ତକୀ, ସଙ୍ଗୀତଜ୍ଞ ଓ ଗାୟକ

ରୀତା ଗାଙ୍ଗୁଲି (ଇଂରାଜୀ ଭାଷାରେ Rita Ganguly) ଭାରତୀୟ କଳାର ଜଣେ ପ୍ରତିପାଦକ । ସେ ଜଣେ ପାରଙ୍ଗମ ନର୍ତ୍ତକୀ, ସଙ୍ଗୀତଜ୍ଞ ଓ ଗାୟିକା ଯାହାଙ୍କୁ ସନ ୨୦୦୦ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award), ଓ ସନ ୨୦୦୩ରେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି । ସେ ଅଭିନେତ୍ରୀ ମେଘନା କୋଠାରୀଙ୍କର (Meghna Kothari) ମାଆ ।

ରୀତା ଗାଙ୍ଗୁଲି
ଜନ୍ମ
ଲକ୍ଷ୍ନୌ, ଉତ୍ତର ପ୍ରଦେଶ, ଭାରତ
ବୃତ୍ତିକ୍ଲାସିକାଲ ସଙ୍ଗୀତଜ୍ଞ
ପ୍ରସିଦ୍ଧିହିନ୍ଦୁସ୍ଥାନୀ ସଙ୍ଗୀତ (Hindustani music)
ବୈବାହିକ-ସାଥୀକେଶବ କୋଠାରୀ
ସନ୍ତାନଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ମେଘନା କୋଠାରୀ (Meghna Kothari)
ପିତାମାତା(s)କେ. ଏଲ. ଗାଙ୍ଗୁଲି
ମୀନା
ପୁରସ୍କାରପଦ୍ମଶ୍ରୀ
ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award)
ପ୍ରିୟଦର୍ଶୀ ପୁରସ୍କାର
ରାଜୀବ ଗାନ୍ଧି ପୁରସ୍କାର
ଭାରତୀୟ ସମାଲୋଚକ ପୁରସ୍କାର
Broadcasters Association Lifetime Achievement Award

ଜୀବନୀ

ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ‌ହରରେ ଏକ ବ୍ରାହ୍ମଣ ପରିବାରରେ ପିତା କେ ଏଲ ଗାଙ୍ଗୁଲି ଓ ମାତା ମୀନା ଗାଙ୍ଗୁଲିଙ୍କ ଔରଷରୁ ରୀତା ଗାଙ୍ଗୁଲି ଜନ୍ମ ଗ୍ରହଣ କରଥିଲେ । କେ ଏଲ ଗାଙ୍ଗୁଲି ଜଣେ ସାମ୍ବାଦିକ, ସ୍ୱାଧୀନତା ସଂଗ୍ରାମୀ ଓ ଭାରତର ଜାତୀୟ କଂଗ୍ରେସ ପାର୍ଟିର (Congress party) ଜଣେ ସଭ୍ୟ ଥିଲେ । ସନ ୧୯୩୮ରେ ନେହରୁଙ୍କ ସ୍ଥାପିତ ନ୍ୟାସନାଲ ହେରାଲ୍ଡ (National Herald) ଖବର କାଗଜର ସେ ପ୍ରଥମ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ ।

ସମ୍ବାଦପତ୍ର ପରିବେଶରେ ରହି ଲକ୍ଷ୍ମୌରେ ସେ ବଢ଼ିଥିଲେ । ମାତ୍ର ୧୨ ବର୍ଷ ବୟସରେ ସେ ଗୋପେଶ୍ୱର ବାନେର୍ଜିଙ୍କଠାରୁ ରବୀନ୍ଦ୍ର ସଙ୍ଗୀତ ଶିକ୍ଷା ଲାଭ କରିଥଲେ । ପରେ ସେ ତାଙ୍କର ବଡ଼ ଭଉଣୀ ଗୀତା ଘଟକଙ୍କ ସ‌ହିତ ବିଶ୍ୱ-ଭାରତୀ ବିଶ୍ୱବିଦ୍ୟାଳୟରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଆକାରରେ କଥାକଲି (Kathakali) ଓ ମଣିପୁରୀ (Manipuri) ନୃତ୍ୟ ଶିକ୍ଷା କଲେ କିନ୍ତୁ କଳା ଉପରେ ବେଶୀ ଜୋର ଦେଇଥିଲେ । କୁଞ୍ଚୁ କୁରୁପ ଓ ଚନ୍ଦୁ ପାନିକର ଭଳି ପ୍ରଖ୍ୟାତ ଗୁରୁଙ୍କଠାରୁ ସେ ଅଧିକ କଥାକଲି ନୃତ୍ୟ ଶିକ୍ଷା କରିଥିଲେ ଓ ନିଉ ୟୋର୍କର ମାର୍ଥା ଗ୍ରାହାମ ସ୍କୁଲରେ (Martha Graham School) ଆଧୁନିକ ନୃତ୍ୟ ଶିକ୍ଷା କରିଥିଲେ । ଋଷିଆର ବୋଲଷୋଇ ଥିଏଟର (Bolshoi Theatre) ଭଳି ଖ୍ୟାତନାମା ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଅନୁଷ୍ଠାନରେ (National School of Drama (NSD)) ଫ୍ୟାକଲ୍ଟି ମେମ୍ବର ଭାବରେ ଯୋଗଦାନ କଲେ । ସେଠାରେ ସେ 'ମୁଭମେଣ୍ଟ ଆଣ୍ଡ ମାଇମ' (Movement and Mime) ନାମରେ ଏକ ଏକ ନୂତନ କୋର୍ଷ ପ୍ରଚଳନ କରିଥିଲେ । ସେ ତିରିଶ ବର୍ଷ ଧରି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଅନୁଷ୍ଠାନରେ ଶିକ୍ଷା ପ୍ରଦାନ କରିଥିଲେ । ସେଠାରେ ସେ ପ୍ର‌ଯୋଜନା ଓ ପୋଷାକ ଡିଜାଇନ‌କୁ ନୂତନତ୍ୱ ପ୍ରଦାନ କରିଥିଲେ । ବିକ୍ରିଶ୍ଟ ମଧ୍ୟମ ଅଡିଟୋରିଅମର ଗଠନ ଓ କ୍ଲାସିକାଲ ଥିଏଟରର ପୁନର୍ନିମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରଥିଲେ । ଏନଏସଡି ତ‌ତ୍ତ୍ୱାବଧାନରେ ସେ ଅଷ୍ଟ୍ରେଲିଆ , ଇଂଲଣ୍ଡ, ଶ୍ରୀଲଙ୍କା ଓ ଇସ୍ରାଏଲ ଭଳି ଦେଶମାନଙ୍କରେ ସେ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଭାରତୀୟ କ୍ଲାସିକାଲ ଥିଏଟର କର୍ମଶାଳା କାମ କରିଥିଲେ ।

ପଚାଶ ଦଶକରେ ଏକ ସଂଯୋଗ ବଶତଃ ସେ ଗାଇବାକୁ ସୁଯୋଗ ପାଇଥିଲେ ଯାହା ତାଙ୍କ ଜୀବନର ମୋଡ଼ ବଦଳେଇ ଦେଇଥିଲା ଓ ଗାଇବା ଉପରେ ଅଧିକ ଧ୍ୟାନ କେନ୍ଦ୍ରିଭୂତ କରିଥିଲେ । ବିଖ୍ୟାତ କଥକ ଗୁରୁ ଶମ୍ଭୁ ମହାରାଜଙ୍କର (Shambhu Maharaj) ପ୍ରେରଣା ପାଇ ସେ ଭାରତର ଅନେକ ସ୍ଥାନରେ ସେ ଶାସ୍ତ୍ରୀୟ ଗାୟକ ସିଦ୍ଧେଶ୍ୱରୀ ଦେବୀଙ୍କ (Siddheshwari Devi) ସାଥିରେ ମିଶି ପ୍ରଦର୍ଶନ କରିଥିଲେ ।ଏହିଭଳି ଏକ ପ୍ରଦର୍ଶନ ସମୟରେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଗାୟିକା (Hindustani) ବେଗମ ଅଖତର (Begum Akhtar) ତାଙ୍କୁ ଭେଟି ଶିଷ୍ୟ ରୂପେ ଗ୍ରହଣ କରିଥିଲେ । ସନ ୧୯୭୪ରେ ଅଖତରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେହି ଦୁଇଜଣଙ୍କର ସମ୍ପର୍କ ଅବ୍ୟାହତ ରହିଥିଲା ।


ଆଧାର

Tags:

en:Meghna Kotharien:Sangeet Natak Akademi Awardଇଂରାଜୀ ଭାଷାପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

ଆପେଣ୍ଡିସାଇଟିସକଳାପାହାଡ଼ସତୀ ଅନୁସୂୟାଡାଲମାଅନନ୍ତ ପଟ୍ଟନାୟକନବୀନ ପଟ୍ଟନାୟକଫତୁରାନନ୍ଦଅଶ୍ରୁମୋଚନ ମହାନ୍ତିଆନନ୍ଦ ଶଙ୍କର ଦାସକାଗଜରାଣୀ ଲକ୍ଷ୍ମୀବାଈବାଘଗିରିଜା କୁମାର ବଳୀୟାରସିଂହଆଣ୍ଡାମାନ ସାଗରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାସୁନାଗୋଦାବରୀଶ ମିଶ୍ରଢେଙ୍କାନାଳମାସଉଇକିପିଡ଼ିଆ ସମୂହର ତାଲିକାଦାସକାଠିଆପ୍ରହ୍ଲାଦ ନାଟକମନୋଜ କୁମାର ମିଶ୍ରମେହମୁଦ ହୁସେନ୨୦ ଅଗଷ୍ଟଗୋପାଳକୃଷ୍ଣ ପଟ୍ଟନାୟକଓଡ଼ିଆ ଭାଗବତଗୋପାଳ ଚନ୍ଦ୍ର ପ୍ରହରାଜସମର ସଲିମ ସାଇମନନବଯୌବନ ବେଶଜଣ୍ଡିସ୍୨୫ ଅପ୍ରେଲରାମାବତାରମ୍କବାଟନାରୀବାଦପାର୍ବତୀରଥରାଜ ଯୋଗଲିଙ୍ଗରାଜ ମନ୍ଦିରରାଧାନାଥ ରାୟସାଇକେଲମାର୍ଚ୍ଚ୫ ନଭେମ୍ବରରାସାୟନିକ ମୌଳିକଚନ୍ଦନ ଯାତ୍ରାଦେବସ୍ନାନ ପୂର୍ଣ୍ଣିମାଚିଲିକା (କବିତା)କୋଣାର୍କଓମ'ଙ୍କ ନିୟମଲକ୍ଷ୍ମୀନାରାୟଣ ସାହୁମୟୂରଭଞ୍ଜ ଜିଲ୍ଲାଓଡ଼ିଆ ଭାଷା ଆନ୍ଦୋଳନଓ ଅନ୍ଧଗଳିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାରାଶି ଓ ନକ୍ଷତ୍ରତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟମାଲେସିଆଓଡ଼ିଆ ଭାଷାଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଭୀମ ପୃଷ୍ଟିଯୌନ ସମ୍ଭୋଗଭକ୍ତ ଚରଣ ଦାସ (ରାଜନେତା)କାଞ୍ଚି ଅଭିଯାନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶ୍ରୀରାଧାଚିକୁନ‌ଗୁନିଆଖିଲିପାନଏଞ୍ଜେଲା ମେର୍କେଲ୍ଦାମୋଦର ରାଉତପ୍ରଗତିବାଦୀପ୍ରତିଭା ଶତପଥୀ🡆 More