ବାବା ହରଭଜନ ସିଂହ: ସ୍ମରଣୀୟ ଭାରତୀୟ ସୈନିକ

କ୍ୟାପ୍ଟେନ ବାବା ହରଭଜନ ସିଂହ (୩୦ ଅଗଷ୍ଟ ୧୯୪୬ - ୪ ଅକ୍ଟୋବର ୧୯୬୮) ଜଣେ ପୂର୍ବତନ ଭାରତୀୟ ସୈନିକ । ଭାରତୀୟ ସୈନିକମାନଙ୍କଦ୍ୱାରା ତାଙ୍କୁ ନାଥୁଲାର ନାୟକ (Hero of Nathula) ସମ୍ମାନରେ ସମ୍ମାନିତ କରାଯାଇଛି ଏବଂ ତାଙ୍କ ସ୍ମରଣରେ ଏକ ମନ୍ଦିର ନିର୍ମାଣ କରାଯାଇଛି । ହରଭଜନ ସିଂହଙ୍କୁ ସୈନିକମାନେ ବାବା ଭାବରେ ସମ୍ବୋଧନ କରନ୍ତି । ପୂର୍ବ ହିମାଳୟର ଉଚ୍ଚ ଇଲାକାମାନଙ୍କରେ ସୁରକ୍ଷା ଦାୟିତ୍ୱରେ ଥିବା ସୈନିକମାନଙ୍କର ରକ୍ଷା ବାବା ହରଭଜନ ସିଂହଙ୍କର ଆତ୍ମା କରିଥାଏ ବୋଲି ବିଶ୍ୱାସ ରହିଛି । ତାଙ୍କର ଅନେକ ବିଶ୍ୱସ୍ତ ଅନୁଗତ ଭାରତୀୟ ସୈନ୍ୟବାହିନୀରେ ବିଭିନ୍ନ ସୀମାରେ ଦାୟିତ୍ୱରେ ଅଛନ୍ତି । ଅନେକ ସାଧୁମାନଙ୍କ ମତରେ ଯେଉଁମାନେ ବାବା ହରଭଜନ ସିଂହଙ୍କ ଆରଧନା କରନ୍ତି, ସେ ତାଙ୍କ ଉପରେ ସଦା କୃପା ରଖିଥାନ୍ତି ।

ବାବା ହରଭଜନ ସିଂହ: ପ୍ରାରମ୍ଭିକ ଜୀବନ ଓ ସୈନିକ ଭାବରେ କାର୍ଯ୍ୟ, ମୃତ୍ୟୁ ଏବଂ ସମ୍ବନ୍ଧିତ କୀମ୍ବଦନ୍ତି, ଉତ୍ତର ଦାୟିତ୍ୱ
ବାବା ହରଭଜନ ସିଂହ ମନ୍ଦିର ଭିତରର ଦୃଶ୍ୟ ।
ବାବା ହରଭଜନ ସିଂହ: ପ୍ରାରମ୍ଭିକ ଜୀବନ ଓ ସୈନିକ ଭାବରେ କାର୍ଯ୍ୟ, ମୃତ୍ୟୁ ଏବଂ ସମ୍ବନ୍ଧିତ କୀମ୍ବଦନ୍ତି, ଉତ୍ତର ଦାୟିତ୍ୱ
ବାବା ହରଭଜନ ସିଂହ ମନ୍ଦିରର ବାହାର ପାଖର ଦୃଶ୍ୟ

ପ୍ରାରମ୍ଭିକ ଜୀବନ ଓ ସୈନିକ ଭାବରେ କାର୍ଯ୍ୟ

ବାବା ହରଭଜନ ସିଂହ ୩୦ ଅଗଷ୍ଟ ୧୯୪୬ରେ ଏକ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ତାଙ୍କର ଜନ୍ମିତ ଗାଁର ନାମ ଥିଲା ସଦ୍ରନା, ଯାହାକି ବ୍ରିଟିଶ-ଭାରତ ଅଧିନରେ ଥିବା ପଞ୍ଜାବର ଗୁଜ୍ଜାରାବାଲା ଜିଲ୍ଲାରେ ଥିଲା ଏବଂ ଏବେ ଏହା ପଞ୍ଜାବର ତରଣ ଜିଲ୍ଲାରେ ବଥେଭାଇନି ନାମରେ ଅବସ୍ଥିତ । ହରଭଜନ ସିଂହ ତାଙ୍କ ଗାଁ ସ୍କୁଲରୁ ପଢ଼ା ଆରମ୍ଭ କରିଥିଲେ ଏବଂ ପରେ ୧୯୫୫ରେ ପଞ୍ଜବାର ପଟ୍ଟିରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲରୁ ମେଟ୍ରିକ ପାଶ କରିଥିଲେ । ସେ ଜଣେ ସୈନିକ ଭାବରେ ପ୍ରଥମେ ଅମୃତସରରେ ପଞ୍ଜାବ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଏହାପରେ ୩୦ ଜୁନ ୧୯୬୫ ମସିହାରେ ତାଙ୍କୁ ଏକ କମିଶନ ଦିଆଯାଇଥିଲା ଏବଂ ସେ ୧୪ ରାଜୁପୁତ ରେଜିମେଣ୍ଟ ଯୋଗଦେଇଥିଲେ । ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ତାଙ୍କର କମିଶନ‌କୁ ୧୪ରୁ ୧୮କୁ ବଢ଼ାଇଦିଆଯାଇଥିଲା । ଏହି କମିଶନ ସ‌ହିତ ସେ ୪ ଅକ୍ଟୋବର ୧୯୬୮ ଯାଏଁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସିକିମରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ଏବଂ ସମ୍ବନ୍ଧିତ କୀମ୍ବଦନ୍ତି

୧୯୬୮ ମସିହାରେ ସେ ସିକିମର ପୂର୍ବାଞ୍ଚଳରେ ନାଥୁଲାଲ ପାଖାପଖି ଅଞ୍ଚଳରେ ଶହିଦ ହୋଇଥିଲେ । ହରଭଜନ ସିଂହ ମାତ୍ର ୨୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁ ସେଠାରେ କାର୍ଯ୍ୟରତ ସୈନିକ ଏବଂ ଆଖପାଖର ଗାଁ ଲୋକ ତ‌ଥା ପିପୁଲ୍ସ ଲିବେରାଲ ଆର୍ମି (PLA), ସମସ୍ତଙ୍କ ପାଇଁ ଏକ କିମ୍ବଦନ୍ତୀ ହୋଇରହିଛି । ଏହି କିମ୍ବଦନ୍ତୀ ଅନୁସାରେ ସେ ସିକିମ ଓ ତିବ୍ୱତ ମଧ୍ୟରେ ଥିବା ଭାରତ-ଚାଇନା ସୀମାର ସୁରକ୍ଷା କରନ୍ତି ।

ବାବା ହରଭଜନ ସିଂହ ତିବ୍ୱତ ଓ ସିକିମ ମଧ୍ୟରେ ଥିବା ଏକ ପର୍ବତର ୪,୪୦୦ ମିଟର ଉଚ୍ଚରେ ଥିବା ନାଥୁଲା ନାମକ ଜାଗାରେ ଏକ ଯୁଦ୍ଧରେ ଶହିଦ ହୋଇଥିବା କଥା ଅଧିକାରୀକ ତ‌ଥ୍ୟ ଅନୁସାରେ ଜଣାଯାଏ । ଏହି ସ୍ଥାନରେ ୧୯୬୫ ମସିହାରେ ଭାରତ ଓ ଚାଇନା ମଧ୍ୟରେ ଯୁଦ୍ଧ ହୋଇଥିଲା । ୨୬ ଜାନୁଆରୀ ୧୯୬୯ରେ ବାବା ହରଭଜନ ସିଂହଙ୍କୁ ତାଙ୍କ ବୀରତ୍ୱ ଏବଂ ଶହୀଦ ହୋଇଥିବା ପାଇଁ ମହାବୀର ଚକ୍ର ପଦକଦ୍ୱାରା ସମ୍ମାନିତ କରାଯାଇଥିଲା ।

ବାବା ହରଭଜନ ସିଂହ: ପ୍ରାରମ୍ଭିକ ଜୀବନ ଓ ସୈନିକ ଭାବରେ କାର୍ଯ୍ୟ, ମୃତ୍ୟୁ ଏବଂ ସମ୍ବନ୍ଧିତ କୀମ୍ବଦନ୍ତି, ଉତ୍ତର ଦାୟିତ୍ୱ 
ବାବା ହରଭଜନ ସିଂହ ମନ୍ଦିରରେ ଥିବା ଫଳକ

ଏକ କିମ୍ବଦନ୍ତୀ ଅନୁସାରେ, ହରଭଜନ ସିଂହ ଏକ ବରଫପାତରେ ପୋତି ହୋଇ ମୃତ୍ୟବରଣ କରିଥିଲେ । ସେତେବେଳେ ସେ ଦୂରରେ ଥିବା ଏକ ମିଲିଟାରୀ କ୍ୟାମ୍ପକୁ କିଛି ଦରକାରୀ ଦ୍ରବ୍ୟ ନେଇ ଯାଉଥିବା ଦଳର ମୁଖ୍ୟ ଭାବରେ ଯାଉଥିଲେ । ଏହି ଦୁର୍ଘଟଣାର ତିନିଦିନ ପରେ ତାଙ୍କର ମୃତଦେହ ଏକ ବରଫ ପାହାଡ଼ ତଳୁ ଉଦ୍ଧାର କରାଯାଇଥିଲା । ଏହାପରେ ସମ୍ପୂର୍ଣ୍ଣ ମିଲିଟାରୀ ପ୍ରଥା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏହି କିମ୍ବଦନ୍ତୀ ଅନୁସାରେ ତାଙ୍କର ମୃତଦେହକୁ ଖୋଜୁଥିବା ସୈନିକଙ୍କୁ ସେ ସ୍ୱପ୍ନରେ ତାଙ୍କର ମୃତଦେହ ପୋତିହୋଇଥିବା ସ୍ଥାନ ବିଷୟରେ ଜଣାଇଥିଲେ ଏବଂ ସେହି ସ୍ଥାନରେ ହିଁ ତାଙ୍କର ମୃତଦେହ ଉଦ୍ଧା କରାଯାଇଥିଲା । କିଛି ଭାରତୀୟ ସୈନିକଙ୍କ ଅନୁସାରେ ବାବା ହରଭଜନ ସିଂହ ଭାରତ ଏବଂ ଚାଇନାର ଯୁଦ୍ଧ ସମୟରେ ଅତିକମରେ ତିନିଦିନ ପୂର୍ବରୁ ଆଗୁଆ ସୂଚନା ଦେଇଥାନ୍ତି । ନାଥୁଲାରେ ଭାରତ ଓ ଚାଇନା ଦୁଇଦେଶ ମଧ୍ୟରେ ପତାକା ବୈଠକ ସମୟରେ ଚାଇନା ତରଫରୁ ବାବା ହରଭଜନ ସିଂହଙ୍କ ସମ୍ମାନାର୍ଥେ ତାଙ୍କ ପାଇଁ ମଧ୍ୟ ଏକ ଚୌକିର ବ୍ୟବସ୍ଥା କରାଯାଇଥାଏ ।

କିଛି ସାଧାରଣ ବିଶ୍ୱାସ ଅନୁସାରେ, ଯଦି କୌଣସି ସୈନିକ ସ୍ୱଚ୍ଛ ଏବଂ ସଠିକ ପୋଷାକ ପରିଧାନ କରିନଥାନ୍ତି, ତାଙ୍କୁ ବାବା ହରଭଜନ ସିଂହଙ୍କଦ୍ୱାରା ଶକ୍ତ ଚାପୁଡ଼ା ପଡ଼ିଥାଏ । ପ୍ରଦର୍ଶିତ ପାଇଁ ଥିବା ତାଙ୍କର ପୋଷାକ ଅନ୍ୟ କାହାଦ୍ୱାରା ସଫା କରାଯାଇନଥାଏ, ତାକୁ କେବଳ ସେ ହିଁ ପରିଷ୍କାର କରିଥାନ୍ତି ।

ଉତ୍ତର ଦାୟିତ୍ୱ

ତାଙ୍କୁ ସନ୍ଥ ବାବା ରୂପେ ସଭିଏଁ ଜାଣନ୍ତି । ପ୍ରତ୍ୟେକ ବର୍ଷ ୧୧ ସେପ୍ଟେମ୍ବରରେ ଏକ ଜିପ୍ଦ୍ୱାରା ତାଙ୍କର ନିଜର ଆସବାପତ୍ର ନିକଟବର୍ତ୍ତୀ ରେଳ ଷ୍ଟେସନ‌ ନୂଆ ଜଳପାଇଗୁରିକୁ ପଠାଯାଏ, ଯେଉଁଠାରୁ ସେମାନେ ଏକ ଟ୍ରେନ ସାହାଯ୍ୟରେ ପଞ୍ଜାବର କପୁରଥଲା ଜିଲ୍ଲାରେ ଥିବା ତାଙ୍କ ଗାଁ କୁକାକୁ ପଠାଯାଇଥାଏ । ଭାରତୀୟ ରେଳସେବା ଅନୁସାରେ ଖାଲି ଥିବା ସ୍ଥାନ‌କୁ ପ୍ରତୀକ୍ଷାରେ ଥିବା ଯାତ୍ରୀ ବା ପ୍ରଥମ ଆସିଥିବା ଯାତ୍ରୀକୁ ଦିଆଯାଇଥାଏ, ମାତ୍ର ବାବା ହରଭଜନ ସିଂହଙ୍କ ପାଇଁ ରିଜର୍ଭ କରାଯାଇଥିବା ସ୍ଥାନ ଆଉ କାହାକୁ ଦିଆଯାଏ ନାହିଁ । ପ୍ରତ୍ୟେକ ବର୍ଷ ତାଙ୍କ ଯାତ୍ରା ସମୟରେ ତାଙ୍କ ସ‌ହିତ ତାଙ୍କ ଘରକୁ ତିନିଜଣ ସୈନିକ ତାଙ୍କର ପରିଚାରିକା ଭାବରେ ଯାଇଥାନ୍ତି । ନାଥୁଲାରେ ନିଯୁକ୍ତ ଥିବା ସୈନିକମାନଙ୍କଦ୍ୱାରା ସେମାନଙ୍କର ପାରିଶ୍ରମିକରୁ କିଛି ଅଂଶ ବାବା ହରଭଜନ ସିଂହଙ୍କ ମାଆଙ୍କ ପାଖକୁ ପଠାଯାଇଥାଏ ।

ଆଧାର

Tags:

ବାବା ହରଭଜନ ସିଂହ ପ୍ରାରମ୍ଭିକ ଜୀବନ ଓ ସୈନିକ ଭାବରେ କାର୍ଯ୍ୟବାବା ହରଭଜନ ସିଂହ ମୃତ୍ୟୁ ଏବଂ ସମ୍ବନ୍ଧିତ କୀମ୍ବଦନ୍ତିବାବା ହରଭଜନ ସିଂହ ଉତ୍ତର ଦାୟିତ୍ୱବାବା ହରଭଜନ ସିଂହ ଆଧାରବାବା ହରଭଜନ ସିଂହ

🔥 Trending searches on Wiki ଓଡ଼ିଆ:

ବେଦାନ୍ତ୨୧ବିଜୁ ପଟ୍ଟନାୟକତିଳକମନୋଜ ଦାସଅଂଶୁଘାତମଇ ଦିବସବର କୋଳିବଳଦେବଜୀଉ ମନ୍ଦିରରାଣୀ ଲକ୍ଷ୍ମୀବାଈସୌଭାଗ୍ୟ କୁମାର ମିଶ୍ରବ୍ୟାସଦେବବି. ଆର. ଆମ୍ବେଦକରନାରଦତରଳ ଝାଡ଼ାଯୌଥ ପରିବାରଗଣେଶକେଳୁଚରଣ ମହାପାତ୍ରଫଣୀଶ୍ୱର ନାଥ 'ରେଣୁ'ଫାଶୀଭାରତର ରାଷ୍ଟ୍ରପତିକଟକ ଜିଲ୍ଲାହୃଷୀକେଶ ପଣ୍ଡାଓଡିଶାରେ ପର୍ଯ୍ୟଟନଭାରତର ଜିଲ୍ଲାମାନଙ୍କର ତାଲିକାରେଖାଲିଙ୍ଗରାଜ ମନ୍ଦିରନଟବର ସାମନ୍ତରାୟ୨୮ ଜାନୁଆରୀସତ୍ୟନାରାୟଣ ରାଜଗୁରୁଜଳନ୍ଧର ଦେବକେନ୍ଦୁଝର ଜିଲ୍ଲାଅଶ୍ୱତ୍ଥାମାଚାରି ଧାମରାଖାଲ ମହାନ୍ତିମହାପ୍ରସାଦଛତାକୋଣାର୍କତରୁଣକାନ୍ତି ମିଶ୍ରବୌଦ୍ଧ ଧର୍ମଓଡ଼ିଆ ଭ୍ରମଣ ସାହିତ୍ୟ୩୦ ଅପ୍ରେଲଇଂରାଜୀ ଭାଷାଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବିରଜା ମନ୍ଦିରବନ୍ଦେ ମାତରମଡାଇନୋସରରାଶି ଓ ନକ୍ଷତ୍ରମୁମ୍ବାଇଷୋଳପୂଜାଇଟାଲୀଇନ୍ଦିରା ଗାନ୍ଧୀମହାତ୍ମା ଗାନ୍ଧୀଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବାଲେଶ୍ୱର ଜିଲ୍ଲାଲକ୍ଷ୍ମଣ ନାୟକଗୋପବନ୍ଧୁ ଦାସମାସମ୍ୟାଲେରିଆଦେବସ୍ନାନ ପୂର୍ଣ୍ଣିମାକପିଳେନ୍ଦ୍ର ଦେବଆମ୍ରେଲିଭକ୍ତ ଚରଣ ଦାସପ୍ରେମଯଶୋଧାରା ମିଶ୍ରଜଗନ୍ନାଥ ପ୍ରସାଦ ଦାସଅଷ୍ଟ୍ରିଆଦୀପଉଇକିକମନ୍ସ🡆 More