ପାଳୁଅ ଲଡୁ: ଓଡ଼ିଆ ମିଠା

ପାଳୁଅ ଲଡୁ, ଭଦ୍ରକରେ ମିଳୁଥିବା ଏକ ମିଠା ।

ପାଳୁଅ ଲଡୁ
ପାଳୁଅ ଲଡୁ: ଓଡ଼ିଆ ମିଠା
ଭଦ୍ରକର ପାଳୁଅ ଲଡୁ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଲେଖାଳିଧନି ସାହୁ
ଖାଇବାର ସବିଶେଷ
ମୂଳ ଉପାଦାନପାଳୁଅ, ଛେନା, ସୁଜି, ମଇଦା ଓ ଚିନି

ପ୍ରସ୍ତୁତି

ପାଳୁଅ ଲଡୁ: ଓଡ଼ିଆ ମିଠା 
ଏକ ଜରିରେ ଥିବା ପାଳୁଅ ଲଡ଼ୁ

ପାଳୁଅ ମାଟି ତଳେ ମିଳୁଥିବା ଏକପ୍ରକାର ମୂଳ । କୋରାପୁଟ, କେନ୍ଦୁଝର ଆଦି ଜଙ୍ଗଳାଞ୍ଚଳରେ ପ୍ରାୟ ଏହା ମିଳେ । ଏହାକୁ ସଂଗ୍ରହ କରି ଲଡ଼ୁ ପ୍ରସ୍ତୁତି ଆଗରୁ ଏକ ପାତ୍ରରେ ପାଣିରେ ବୁଡ଼ାଇ ରଖିଲେ ଏହା କିଛି ସମୟପରେ ମିଳାଇ ଯାଇ ପାତ୍ରର ତଳେ ବସିଯାଏ । ଏହି ମଣ୍ଡକୁ ଛାଣି ଶୁଖାଇ ଗୁଣ୍ଡ କରାଯାଏ । ଏହି ଗୁଣ୍ଡ ପାଳୁଅକୁ ଛେନା, ସୁଜି, ମଇଦା, ଚିନି, ଗରମ ଗୁଆ ଘିଅ ଓ ପାନ ମଧୁରୀ ଦେଇ ଭଲ ଭାବରେ ଚକଟା ଯାଏ । ଏହାକୁ ଛୋଟ ଛୋଟ ଗୋଲାକାର ଆକୃତି ଦେଇ ଗୁଆ ଘିଅରେ ଛଣାଯାଏ । ତାପରେ ଏହାକୁ ଚିନି ସିରାରେ ପକେଇ ଲଡୁ ପ୍ରସ୍ତୁତ କରାଯାଏ । ଲଡୁ ଉପରେ କାଜୁ ବାଦାମ ଓ କିସମିସ ଆଦି ଦେଇ ପରଷାଯାଏ ।

ଇତିହାସ

ପାଳୁଅ ଲଡୁ, କେବେଠାରୁ ଆରମ୍ଭ ଏହାର କୌଣସି ଇତିହାସ ଲିପିବଦ୍ଧ କରି ରଖାଯାଇ ନାହିଁ । ଗବେଷକ ବାଇଧର ସାହୁଙ୍କ ମତରେ ଏହାକୁ ପାଞ୍ଚଶହ ବର୍ଷ ତଳେ ପ୍ରସ୍ତୁତ କରାଯାଇ, ଭଦ୍ରକର ପ୍ରସିଦ୍ଧ "ବୁଢ଼ା ଗଣେଶ" ପୂଜାରେ ଭୋଗ ଲଗାଯାଉଥିଲା । ଅନ୍ୟ ଏକ ମତ ଅନୁସାରେ ପ୍ରାୟ ୧୦୦ବର୍ଷ ତଳେ ଶଙ୍କରପୁରଧନି ସାହୁ ଏହାକୁ ତିଆରି କରି ଭଦ୍ରକର ବୁଧବାର ହାଟରେ ବିକୁଥିଲେ । ପରବର୍ତ୍ତୀ ସମୟରେ ଗଙ୍ଗାଧର ସାହୁ, ସୁଧାଂଶୁ ସାହୁ ଆଦି ଏହାକୁ ଲୋକପ୍ରିୟ କରାଇଥିଲେ । ୧୯୬୩ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭଦ୍ରକ ଆସିଥିବା ସମୟରେ ଉଦୟ ସାହୁ ତାଙ୍କୁ ପାଳୁଅ ଲଡୁ ଖୁଆଇଥିଲେ । ନେହେରୁଙ୍କୁ ଏହା ଭଲ ଲାଗିଥିବାରୁ, ସେ ଗୋଟିଏ ଖାଇବା ପରେ ଆଉ ଗୋଟିଏ ମାଗି ଖାଇଥିଲେ । ସେବେଠାରୁ ପାଳୁଅ ଲଡୁ ଭଦ୍ରକରୁ ବାହାରି ସମଗ୍ର ରାଜ୍ୟରେ ଲୋକପ୍ରିୟ ହୋଇପାରିଥିଲା ।

ପାଳୁଅ ଲଡୁକୁ ଏକ କୁଟିର ଶିଳ୍ପର ମର୍ଯ୍ୟଦା ଦେଇ, ପାଳୁଅର ଆମଦାନି ଓ ସୁଲଭ ଦରରେ ଯୋଗାଣ ବ୍ୟବସ୍ଥା କରାଯାଇପାରିଲେ ଏହାର ଲୋକପ୍ରିୟତା ଆହୁରି ବଢନ୍ତା ବୋଲି ବ୍ୟବସାୟୀମାନେ ମତ ଦିଅନ୍ତି ।

ଆଧାର

Tags:

ଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଦାଶରଥୀ ଜେନାଆଖିମହାବୀର ଜୈନଇଲନ ମସ୍କବିଶ୍ୱଜିତ ଦାସଗଣିତହୃଷୀକେଶ ପଣ୍ଡାଭିତରକନିକା ଜାତୀୟ ଉଦ୍ୟାନରମାକାନ୍ତ ରଥଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଧର୍ମଗଡ଼ବସନ୍ତ କୁମାରୀ ପଟ୍ଟନାୟକଚନ୍ଦ୍ରଶେଖର ରଥବିଶ୍ୱନାଥ ଦାସଦୁର୍ଗା ପୂଜାଆତ୍ମହତ୍ୟାଉଇକିପିଡ଼ିଆସଂସ୍କୃତ ଭାଗବତଦଶରଥଗୋପବନ୍ଧୁ ଦାସଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଶବ୍ଦ (ପଦ)ଧରଣୀଧର ଭୂୟାଁଓଡ଼ିଆ ଭାଷା ଆନ୍ଦୋଳନରେବତୀ (କ୍ଷୁଦ୍ରଗଳ୍ପ)କରଞ୍ଜଦଳିତରାଜନୀତି ବିଜ୍ଞାନଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରାସନ କାର୍ଡ଼ (ଭାରତ)ଆମ୍ବଛେନା ମୁଡୁକିକଟକ ଜିଲ୍ଲାଓଡ଼ିଶାର ସଂସ୍କୃତିଜଗନ୍ନାଥରଣଜିତ ପଟ୍ଟନାୟକଉତ୍କଳ ବ୍ରାହ୍ମଣବର କୋଳିଜୟୀରାମ ସାମଲବବୃବାହନ (ମହାଭାରତ)ଝୁମରଗୁଣ୍ଡିଚା ମନ୍ଦିରତାମିଲ ଭାଷାଲାଲ ବାହାଦୁର ଶାସ୍ତ୍ରୀଜଗନ୍ନାଥଙ୍କ ଧୂପସୁନାତୋରାଣିଅହଲ୍ୟାଜହ୍ନିଓଷାଇତିହାସରାସେଶ୍ୱରୀ ପାଣିଗ୍ରାହୀହେମୋଫିଲିଆପୂରଣବାଚକ ସଂଖ୍ୟାଶିବକଲମସୁଦର୍ଶନ ପଟ୍ଟନାୟକଇସଲାମ ଧର୍ମସଚ୍ଚିଦାନନ୍ଦ ରାଉତରାୟସୀତା ବିବାହକୋରାପୁଟଭାରତୀୟ ସମ୍ବିଧାନକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଜଳଚନ୍ଦନଲାଗି ବେଶ🡆 More