ପର୍ଶୁରାମେଶ୍ୱର ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

ପର୍ଶୁରାମେଶ୍ୱର ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର, ଯାହା ଓଡ଼ିଶାର ସବୁଠୁ ପୁରୁଣା ମନ୍ଦିର ମଧ୍ୟରୁ ଗୋଟିଏ । ଏହା ସବୁଠୁ ଭଲ ଭାବେ ସରଂକ୍ଷିତ ହୋଇଥିବା ଏକ ପୁରୁଣା ଉତ୍କଳୀୟ ମନ୍ଦିର ଏବଂ ଏହାର ନିର୍ମାଣ ଖ୍ରୀ.ଅ.୭ମରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳୋଦଭବ କାଳରେ ହୋଇଥିଲା । ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । ନଗର ଶୈଳୀର ଏହି ମନ୍ଦିରଟି ଖ୍ରୀ.ଅ.

୬୫୦ରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ, ତଥା ଏହି ମନ୍ଦିର ୧୦ମ ଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ହୋଇଥିବା ମନ୍ଦିର ସମୂହର ସମସ୍ତ ବିଶେଷତ୍ୱ ବହନ କରେ ।

ପର୍ଶୁରାମେଶ୍ୱର ମନ୍ଦିର
ପର୍ଶୁରାମେଶ୍ୱର ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର
Image of the temple showing the tower and worship hall in the foreground
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Countryଭାରତ

ପର୍ଶୁରାମେଶ୍ୱର ମନ୍ଦିରରେ ବିମାନ, ଗର୍ଭଗୃହ ବ୍ୟତୀତ ଏକ ବାଡ଼ ରହିଛି । ଏହି ମନ୍ଦିରରେ ଜଗମୋହନ କୁହାଯାଉଥିବା ଏକ ବିଶେଷ ଅଂଶ ଦେଖିବାକୁ ମିଳେ, ଯାହା ପୂର୍ବବର୍ତ୍ତୀ ମନ୍ଦିର ସମୂହରେ ନଥିଲା । ଶୈବ ମନ୍ଦିର ହୋଇଥିବା ସତ୍ତ୍ୱେ ଏଠାରେ ସାଧାରଣତଃ ଶାକ୍ତ ମନ୍ଦିରମାନଙ୍କରେ ଦେଖିବାକୁ ମିଳୁଥିବା ଅନେକ ମୂର୍ତ୍ତୀ ରହିଛି । ସପ୍ତମାତୃକାଙ୍କ ମୂର୍ତ୍ତି ସ୍ଥାନ ପାଇବାରେ ଏହା ହେଉଛି ଭୁବନେଶ୍ୱରରେ ଥିବା ପ୍ରଥମ ମନ୍ଦିର । ଏହି ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ସରଂକ୍ଷିତ । ଜୁନ-ଜୁଲାଇ ମାସରେ ପାଳିତ ପର୍ଶୁରାମାଷ୍ଟମୀ ଏହି ମନ୍ଦିରରେ ହେଉଥିବା ସର୍ବ ପ୍ରଧାନ ପର୍ବ । ଏହା ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ହୁଏ ।

ଇତିହାସ

ପର୍ଶୁରାମେଶ୍ୱର ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର 
ମନ୍ଦିରରେ ଥିବା ଶିବଲିଙ୍ଗ

ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ସମୂହ ମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଭୁବନେଶ୍ୱର ଥିବା ଏକ ସର୍ବ ପୁରାତନ ମନ୍ଦିର । କେତେକ ଐତିହାସିକଙ୍କ ଅନୁସାରେ ଏହା ଶତ୍ରୁଘନେଶ୍ୱର, ଭରତେଶ୍ୱର ଓ ଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ପରେ ୮ମ ଶତାବ୍ଦୀର ପ୍ରଥମ ଭାଗରେ ନିର୍ମିତ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ଖ୍ରୀ.ଅ ୬୫୦ର ବୋଲି କହନ୍ତି । ଫରଗୁସନ୍ଙ୍କ ଅନୁସାରେ ଏହା ଖ୍ରୀ.ଅ.୫୦୦ରେ ତିଆରି । ଅଧିକାଂଶ ଗବେଷକ ଏହାକୁ ୭ମ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳର ବୋଲି ଦର୍ଶାନ୍ତି ।

ଏହି ମନ୍ଦିରଟି ଶୈଳୋଦଭବ ବଂଶଦ୍ୱାରା ନିର୍ମିତ । ଏହି ବଂଶ ଶୈବ ଧର୍ମୀ ଥିଲେ । ଏମାନେ ଶାକ୍ତ ଉପାସନା ମଧ୍ୟ କରୁଥିବାରୁ ଏହି ମନ୍ଦିରରେ ଅନେକ ଶାକ୍ତ ମୂର୍ତ୍ତି ଦେଖିବାକୁ ମିଳେ । ୧୯୦୩ ମସିହାରେ ଏହାର ମରାମତି କରାଯାଇଥିଲା । ମୂଳ ରୂପକୁ ସମାନ ରଖି କେବଳ ଗର୍ଭଗୃହ ଓ ଛାତରେ କିଛି ପରିବର୍ତ୍ତନ କରାଯାଇଥିଲା । ପୂର୍ବ ଉପକୂଳରେ ଥିବାରୁ ଅନ୍ୟ ମନ୍ଦିର ମାନଙ୍କ ପରି ୧୨ଶ-୧୩ଶ ଶତାବ୍ଦୀର ମୁସଲିମ ଆକ୍ରମଣଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇନାହିଁ । ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ହେଉଛି ।

ସ୍ଥାପତ୍ୟ

ଉତ୍କଳୀୟ ମନ୍ଦିରମାନଙ୍କର ଦୁଇଗୋଟି ଅଂଶ ଥାଏ; ବିମାନ ବା ଗର୍ଭଗୃହ ଓ ଜଗମୋହନ, ଯେଉଁଠାରୁ ଭକ୍ତମାନେ ବିଗ୍ରହ ଦର୍ଶନ କରନ୍ତି । ପର୍ଶୁରାମେଶ୍ୱର ମନ୍ଦିରରେ ଏହି ଜଗମୋହନ ପ୍ରଥମ ଥର ପାଇଁ ତିଆରି ହୋଇଥିବାର ଦେଖାଯାଏ । ପୂର୍ବ ମନ୍ଦିର ମାନଙ୍କରେ ଜଗମୋହନ ଦେଖାଯାଏ ନାହିଁ । ଏବଂ ପରବର୍ତ୍ତୀ ମନ୍ଦିର ନାଟ ମଣ୍ଡପ ଓ ଭୋଗ ମଣ୍ଡପ ଭଳି ଦୁଇ ଗୋଟି ଅଧିକ ଅଂଶ ଦେଖାଯାଏ ।

ଆଧାର

Tags:

ଓଡ଼ିଶାଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ଜୟ ଜଗନ୍ନାଥଫାଇଜାବାଦ ରେଳ ଷ୍ଟେସନଶଗୁନ୍ ଚୌଧୁରୀପଠାଣି ସାମନ୍ତବସନ୍ତ ରୋଗଭୌଗଳିକ ଦିଗବାରେଣିରଜନୀ ରଞ୍ଜନମୋଗଲ ସାମ୍ରାଜ୍ୟରାଶି ଓ ନକ୍ଷତ୍ରବ୍ୟାଙ୍କ୨୯ ମାର୍ଚ୍ଚନୂତନ ବର୍ଷବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାକରମା ନୃତ୍ୟନିତ୍ୟାନନ୍ଦ ଶତପଥୀପୌରୁଷ ଅସାମର୍ଥ୍ୟJagannathଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଆ ଲିପିଓଡ଼ିଆ ଉଇକିପିଡ଼ିଆପ୍ରଥମ ବିଶ୍ୱଯୁଦ୍ଧଗୋଦାବରୀଶ ମହାପାତ୍ରପୁରୀନଟବର ଶତପଥୀ୮ ମାର୍ଚ୍ଚ୧୯୬୭କମ୍ପ୍ୟୁଟରଜୁଲିଅସ ସିଜରଯନ୍ତ୍ରଣାସଲମାନ ଖାଁକୁମ୍ଭ (ରାଶି)ମହୁବଳଦେବଜୀଉ ମନ୍ଦିରକେରଳ୩୧ ମାର୍ଚ୍ଚଚିତ୍ତରଞ୍ଜନ ଦାସମୟୂରଭଞ୍ଜ ଜିଲ୍ଲା୧୯୬୯ପାର୍ବତୀରାମଜଗନ୍ନାଥଙ୍କ ବେଶଦଣ୍ଡ ନାଟରାଜନୀତି ବିଜ୍ଞାନତୃପ୍ତି ଦାସକୋଣାର୍କବର୍ଷାଅଚ୍ୟୁତାନନ୍ଦ ପ‌ତିରାଜେନ୍ଦ୍ର ନାରାୟଣ ସିଂହଦେଓଗୋଲୋକ ବିହାରୀ ଧଳଓଡ଼ିଆଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିସୁଚିତ୍ରା ପାଣିଗ୍ରାହୀତ୍ରିଭୁଜକୃଷ୍ଣ ଜନ୍ମାଷ୍ଟମୀଇନ୍‌ଫ୍ଲୁଏଞ୍ଜାଲକ୍ଷ୍ମୀନାରାୟଣ ସାହୁଦ୍ଵାରକାଧୀଶ ମନ୍ଦିରଭାରତର ସଂସ୍କୃତିୟୁ ଟ୍ୟୁବଶ୍ରୀକ୍ଷେତ୍ର ଦେବାଦେବୀଫୁଲପୌଷ ପୂର୍ଣ୍ଣିମାଦୀପକ ମିଶ୍ରଉତ୍କଳ ଦିବସପ୍ରଦୂଷଣଆଖଣ୍ଡଳମଣି ମନ୍ଦିର🡆 More