ପଦ୍ମ ଲୋଚନ ପଣ୍ଡା: ଓଡ଼ିଆ ରାଜନୀତିଜ୍ଞ

ପଦ୍ମ ଲୋଚନ ପଣ୍ଡା (ଜନ୍ମ: ୧୦ ଅପ୍ରେଲ ୧୯୫୩; ଜନ୍ମସ୍ଥାନ: ଛଉଣ ଗଡ଼ିଆ, ବାଲେଶ୍ୱର) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ତିନି ଥର ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପଦ୍ମ ଲୋଚନ ପଣ୍ଡା
ପଦ୍ମ ଲୋଚନ ପଣ୍ଡା: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-04-10) ୧୦ ଅପ୍ରେଲ ୧୯୫୩ (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୁନ୍ତଳା କୁମାରୀ ପଣ୍ଡା
ସନ୍ତାନ୩ ପୁଅ, ୧ ଝିଅ
ବାପା/ବୋଉକାଳନ୍ଦୀ ଚରଣ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ପଦ୍ମ ଲୋଚନ ପଣ୍ଡା ୧୯୫୩ ମସିହାର ଅପ୍ରେଲ ମାସ ୧୦ ତାରିଖରେ ବାଲେଶ୍ୱର ଜିଲ୍ଲାସ୍ଥିତ ଶିମୂଳିଆ ବ୍ଲକ୍ ଅନ୍ତର୍ଗତ ଝଉଣ ଗଡ଼ିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଳନ୍ଦୀ ଚରଣ ପଣ୍ଡା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ । ସେ କୁନ୍ତଳା କୁମାରୀ ପଣ୍ଡାଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି ।

ରାଜନୈତିକ ଜୀବନ

ପଦ୍ମ ଲୋଚନ ପଣ୍ଡା ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସେ ପଞ୍ଚାୟତ ସ୍ତରରୁ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ସେ କହ୍ନେଇପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଏହାର ପରବର୍ତ୍ତୀ ସରପଞ୍ଚ ନିର୍ବାଚନରେ ସେ ମଧ୍ୟ ପୁଣିଥରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୪ ମସିହାରେ ପଞ୍ଚାୟତ ସମିତି ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।

ପଦ୍ମ ଲୋଚନା ପଣ୍ଡା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏଥିସହ ୧୯୯୦, ୨୦୦୦, ୨୦୦୯ ଓ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

୧୯୯୯ ମସିହାରେ ପଦ୍ମ ଲୋଚନ ପଣ୍ଡା ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୨ ଫେବୃଆରୀ ୧୯୯୯ରୁ ୬ ଡିସେମ୍ବର ୧୯୯୯ ଯାଏଁ ସେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୧୦ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ଯାଏଁ ରାଜ୍ୟ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଦଳ ଭିତରେ ମତ ଭେଦ କାରଣ ଯୋଗୁଁ ୨୦୧୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ପଦ୍ମଲୋଚନଙ୍କ ସହ କିଛି ବ୍ଲକ୍‌ସ୍ତରୀୟ ନେତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହାପରେ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶାଓଡ଼ିଶା ବିଧାନ ସଭାଭାରତୀୟ ଜନତା ପାର୍ଟିଭାରତୀୟ ଜାତୀୟ କଂଗ୍ରେସଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୩ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

କାଳୀଚରଣ ପଟ୍ଟନାୟକସୁଧାଂଶୁବାଳା ହାଜରାଉତ୍କଳ ସାହିତ୍ୟ ସମାଜଓଡ଼ିଆ କାବ୍ୟ କବିତାତାମିଲନାଡୁନବରାତ୍ରୀମଧୁସୂଦନ ଦାସମାୟାଧର ମାନସିଂହଜୀବସାରସନ୍ନିହିତ ସରୋବରତନ୍ତ୍ରକଳସା ଚଉତିଶାQR codeବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱରବନ୍ଦେ ମାତରମସଂଖ୍ୟା ରେଖାଇତି ସାମନ୍ତ୧୧ ନଭେମ୍ବରସୀତା ବିବାହ୪ ଡିସେମ୍ବରଆହେ ଦୟାମୟ ବିଶ୍ୱ ବିହାରୀଭାରତଉପେନ୍ଦ୍ର ଭଞ୍ଜହରେକୃଷ୍ଣ ମହତାବସରସ୍ୱତୀମାୟାଧର ଜେନାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଫନୀ ମହାନ୍ତିପଠାଣି ପଟ୍ଟନାୟକଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟବାଘପରିମେୟ ସଂଖ୍ୟାସମାଜ (ଖବରକାଗଜ)ବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋଦାବରୀଶ ମିଶ୍ରପରେଶ କୁମାର ପଟ୍ଟନାୟକପଠାଣି ସାମନ୍ତ୧୩ ଫେବୃଆରୀତତେ ଭଲ ପାଉଛି ବୋଲିପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥଙ୍କ ଧୂପକ୍ୟୁ. ଆର. କୋଡ଼ପାନରୋଷନୀ ସିଂହ ଦେଓଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରପ୍ରତାପ କେଶରୀ ଦେବ୯୨୯ଶାନ୍ତନୁଐଶ୍ୱର୍ଯ୍ୟା ରାୟଅପସ୍ମାର୨୯ ଅପ୍ରେଲରୁଦ୍ରମା ଦେବୀହାତୀମେଥିଓଡ଼ିଶାର ମାପ ବ୍ୟବସ୍ଥାପ୍ରମିଳା ମଲ୍ଲିକକମ୍ପ୍ୟୁଟରପୁଷ୍ଟିସାରଶିଶୁ ଅନନ୍ତ ଦାସକୋଇଲି ଚଉତିଶାଅଖିଳ ମୋହନ ପଟ୍ଟନାୟକବିକ୍ରମ କେଶରୀ ଦେଓଆଫଗାନିସ୍ତାନସାନ୍ତାଳୀ ଭାଷାକିଶୋର ଚନ୍ଦ୍ର ସିଂହ ଦେଓମହାପାତ୍ର ନୀଳମଣି ସାହୁଜନ ବୀମସସଚିନ ତେନ୍ଦୁଲକର🡆 More