ନର୍‌ଏପିନେଫ୍ରିନ

ନର୍‌ଏପିନେଫ୍ରିନ ବା ଏନଇ (Norepinephrine (NE), ଅନ୍ୟ ନାମ ନରଆଡ୍ରେନାଲିନ/ noradrenaline (NA), କାଟେକୋଲାମିନ (catecholamine) ପରିବାରର ଏକ ଜୈବିକ ରାସାୟନିକ ପଦାର୍ଥ ଯାହା ମସ୍ତିଷ୍କ ଓ ଶରୀରରେ ଏକ ହରମୋନ (hormone) ଓ ନିଉରୋଟ୍ରାନ୍ସମିଟର (neurotransmitter) କାମ କରେ । ନରଆଡ୍ରେନାଲିନ ନାମଟି ଲାଟିନ ଭାଷାରୁ ନିଆଯାଇଛି ଯାହାର ଅର୍ଥ ବୃକ୍‌କ ପାଖରେ, ଓ ଏହା ସାଧାରଣତଃ ସଂଯୁକ୍ତ ରାଷ୍ଟ୍ରରେ ବ୍ୟବ‌ହୃତ ହୁଏ; ଯୁକ୍ତରାଷ୍ଟ ଆମେରିକାରେ ତାହାକୁ ନର୍‌ଏପିନେଫ୍ରିନ କୁହାଯାଏ ଓ ସେହି ଶବ୍ଦ ଗ୍ରୀକ୍ ଭାଷାରୁ ନିଆଯାଇଛି ଓ ସମାନ ଅର୍ଥବୋଧକ ଅଛି । "ନର୍‌ଏପିନେଫ୍ରିନ" ନାମଟି ସମାନ ନାମରେ ନର୍‌ଏପିନେଫ୍ରିନ (ଔଷଧ) ଭାବରେ ମଧ୍ୟ ପ୍ରସ୍ତୁତ ହେଉଛି । ନାମ ନିର୍ବିଶେଷରେ ଏହା ଶରୀରରେ ପ୍ରସ୍ତୁତ ହୁଏ ଓ ଏହାଦ୍ୱାରା ପ୍ରଭାବିତ ହୁଏ, ତେଣୁ ଏହାକୁ ନରଆଡ୍ରେନର୍ଜିକ (noradrenergic) ନାମ ଦିଆଯାଇଛି ।

Norepinephrine
ନର୍‌ଏପିନେଫ୍ରିନ
ନର୍‌ଏପିନେଫ୍ରିନ
Clinical data
Synonyms
  • NE, NA,
  • Noradrenaline,
  • (R)-(–)-Norepinephrine,
  • l-1-(3,4-Dihydroxyphenyl)-2-aminoethanol
Physiological data
Source tissueslocus coeruleus; sympathetic nervous system; adrenal medulla
Target tissuessystem-wide
Receptorsα1, α2, β1, β3
Agonistssympathomimetic drugs, clonidine, isoprenaline
AntagonistsTricyclic antidepressants, beta blockers, antipsychotics
Precursordopamine
Biosynthesisdopamine β-monooxygenase
MetabolismMAO-A; COMT
Identifiers
IUPAC name
  • (R)-4-(2-amino-1-hydroxyethyl)benzene-1,2-diol
CAS Number
PubChem CID
IUPHAR/BPS
DrugBank
ChemSpider
KEGG
ECHA InfoCard100.000.088 Edit this at Wikidata

ଶରୀର ଓ ମସ୍ତିଷ୍କ‌କୁ ନର୍‌ଏପିନେଫ୍ରିନ କ୍ରିୟାଶୀଳ କରିଦିଏ । ଶୟନ ସମୟରେ ନର୍‌ଏପିନେଫ୍ରିନ ସବୁଠାରୁ କମ୍ ନିର୍ଗତ ହୁଏ ଓ ଶୟନରୁ ଜାଗିଲା ବେଳେ, ଚାପ ଓ ବିପଦ ସମୟରେ ସର୍ବାଧିକ ନିର୍ଗତ ହୁଏ ଯାହାକୁ 'ପଳାୟନ-ଯୁଦ୍ଧ ପ୍ରତିକ୍ରିୟା' କୁହାଯାଏ । ନର୍‌ଏପିନେଫ୍ରିନ ମସ୍ତିଷ୍କରେ କାମ ଉତ୍ତେଜନା ଓ ଜାଗରୁକତା ବୃଦ୍ଧି କରେ, ସତର୍କତା ସୃଷ୍ଟି କରେ, ସ୍ମରଣଶକ୍ତି ଅଧିକ ଓ ପୁନସ୍ଥାପନ କରେ, ଧ୍ୟାନ କେନ୍ଦ୍ରିଭୂତ କରେ ଓ ତାହା ସ‌ହିତ ଅସ୍ଥିରତା ଓ ଉତ୍କଣ୍ଠା ମଧ୍ୟ ଅଧିକ କରାଏ । ଦେହାର ଅନ୍ୟାନ୍ୟ ସ୍ଥାନରେ ନର୍‌ଏପିନେଫ୍ରିନ ଯୋଗୁ ହୃତ୍‌ପିଣ୍ଡ ଗତିହାର, ରକ୍ତ ଚାପ ଅଧିକ ହୁଏ, ଶକ୍ତି ଭଣ୍ଡାରରୁ ଗ୍ଲୁକୋଜ ନିର୍ଗତ ହୁଏ, ସ୍କେଲିଟାଲ ପେଶୀକୁ ରକ୍ତ ସରବରାହ ଅଧିକ ହୁଏ, ପାକଅନ୍ତନାଳୀ ପ୍ରଣାଳୀକୁ ରକ୍ତ ସ୍ରୋତ କମିଯାଏ ଓ ତାହାର ଚଳନ କ୍ରିୟା ମଧ୍ୟ କମିଯାଏ, ମୂତ୍ରାଶ‌ୟରୁ ମୂତ୍ର ନିଷ୍କାସନ ପରିମାଣ କମିଯାଏ ।

ମସ୍ତିଷ୍କରେ ଥିବା ନିଉକ୍ଲିଅସରୁ ନରଆଡ୍ରେନାଲିନ ପ୍ରସ୍ତୁତ ହୁଏ, ଯାହାର ମସ୍ତିଷ୍କର ଅନ୍ୟାନ୍ୟ ସ୍ଥାନମାନଙ୍କରେ ଶକ୍ତିଶାଳୀ ପ୍ରଭାବ ପଡ଼ିଥାଏ । ଏହିଭଳି ନିଉକ୍ଲିଅସମାନଙ୍କ ମଧ୍ୟରୁ 'ଲୋକସ ସେରୁଲିଅସ' ଏକ ଗୁରୁତ୍ତ୍ୱପୁର୍ଣ୍ଣ ନିଉକ୍ଲିଅସ ଯାହା ପନ୍‌ସରେ ଥାଏ । ମସ୍ତିଷ୍କ ବାହାରେ ମେରୁଦଣ୍ଡ ପାଖରେ ସିମ୍ପାଥେଟିକ ଗାଙ୍ଗ୍ଲିଅନରୁ ଏକ ନିଉରୋଟ୍ରାନ୍ସମିଟର ଭାବରେ ନର୍‌ଏପିନେଫ୍ରିନ କାମ କରିଥାଏ । ଏହା ଆବଡୋମେନରେ ଥିବା ଆଡ୍ରେନାଲିନ ଗ୍ରନ୍ଥିରୁ ନିର୍ଗତ ହୋଇ ରକ୍ତସ୍ରୋତରେ ମିଶିଯାଏ । ଜୀବକୋଷର ପୃସ୍ଠଦେଶରେ ଥିବା ଆଡ୍ରେନର୍ଜିକ ରିସେପ୍ଟର ସ‌ହିତ ନର୍‌ଏପିନେଫ୍ରିନ ସଂଯୁକ୍ତ ହୋଇଯାଏ ଅଥବା ତାହାକୁ ସକ୍ରିୟ କରିଦିଏ ।ଆଡ୍ରେନାଲିନ ପ୍ରଣାଳୀକୁ ପରିବର୍ତ୍ତନ କରି ବିଭିନ୍ନ ଧରଣର ବିଶିଷ୍ଟ ଔଷଧ ପ୍ରସ୍ତୁତ କରାଯାଉଛି । ଗମ୍ଭୀର ରୂପରେ ନିମ୍ନ ରକ୍ତଚାପ ଥିଲେ ନର୍‌ଏପିନେଫ୍ରିନ (ଔଷଧ) ଔଷଧ ଦିଆଯାଏ । ରିସେପ୍ଟର ଉପରେ ନରାଆଡ୍ରେନାଲିନର ପ୍ରଭାବକୁ ବିଟା ବ୍ଲକର (Beta blockers) ଅବରୋଧ କରିଦିଏ ଓ ସେଥିନିମନ୍ତେ ଗ୍ଲକୋମା, ଅଧକପାଳି ଓ ଅନେକ ଗୁଡ଼ିଏ ହୃତ୍‌ପିଣ୍ଡ-ରକ୍ତନାଳୀ ସମସ୍ୟାଗୁଡ଼ିକରେ ଏହା ଦିଆଯାଏ । ଆଲଫାବ୍ଲକର (Alpha blockers) ଏକ ଭିନ୍ନ ଦଳର ନରଆଡ୍ରନାଲିନ ପ୍ରଭାବକୁ ଅବରୋଧ କରେ ଯାହା ଯୋଗୁ କେତେକ ମାନସିକ ରୋଗ ଓ ହୃତ୍‌ପିଣ୍ଡ-ରକ୍ତନାଳୀ ରୋଗମାନଙ୍କର ଚିକିତ୍ସା ସମ୍ଭବ ହୁଏ । ଅନେକ ମହତ୍ତ୍ୱପୂର୍ଣ୍ଣ ମନରୋଗ ଔଷଧମାନଙ୍କର ନରଆଡ୍ରେନାଲିନ ପ୍ରଣାଳୀ ଉପରେ ଗମ୍ଭୀର ପ୍ରଭାବ ରହୁଥିବା ଫଳରେ ଅନେକ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୁଏ ଯାହା ଯୋଗୁ ଉପକାର ବା ବିପତ୍ତି ମଧ୍ୟ ମିଳିପାରେ ।

ଅଧଃକ୍ରିୟା

ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଦେହରେ ନର୍‌ଏପିନେଫ୍ରିନର ଅଧଃକ୍ରିୟା ହୋଇ ଅନେକ ମେଟାବୋଲାଇଟରେ (metabolite) ପରିଣତ ହୋଇଯାଏ । ପ୍ରଥମ ସୋପାନରେ ମୋନୋଆମିନୋ ଅକ୍ସିଡଜ (monoamine oxidase) ବା କାଟେକଲ-ଓ-ମିଥାଇଲ ଟ୍ରାନ୍ସଫରେଜ (COMT) ଭଳି ଏଞ୍ଜାଇମଦ୍ୱାରା କାଟାଲାଇଜ ହୁଏ । ତାହା ପରେ ଅନେକ ଗୁଡ଼ିଏ ରାସ୍ତା ମାଧ୍ୟମରେ ଭାଙ୍ଗିବା କାମ ଜାରି ରହେ । ଅବଶେଷରେ ଏହା ଭାନିଲିଲମାଣ୍ଡେଲିକ ଏସିଡ (Vanillylmandelic acid) ବା କଞ୍ଜୁଗେଟେଡ ୩-ମେଥୋକ୍ସି-୪-ହାଇଡ୍ରୋକ୍ସିଫିନାଇଲଏଥିଲିନ ଗ୍ଲାଇକଲ (MHPG|) ପ୍ରସ୍ତୁତ ହୁଏ ଯାହା ଏକ ନିଷ୍କ୍ରିୟ ପଦାର୍ଥ ଓ ମୁତ୍ର ସାଥିରେ ଦେହରୁ ନିଷ୍କାସିତ ହୋଇଯାଏ ।

ନର୍‌ଏପିନେଫ୍ରିନ
Norepinephrine degradation. Metabolizing enzymes are shown in boxes.

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବିଜ୍ଞାନକୃଷ୍ଣପ୍ରସାଦ ମିଶ୍ରପ୍ରତିଭା ଶତପଥୀପର୍ଫେନାଜାଇନରାସେଶ୍ୱରୀ ପାଣିଗ୍ରାହୀଓଡ଼ିଆ କବି ମାନଙ୍କର ତାଲିକାଭାରତର ସଂସ୍କୃତିରାମାବତାରମ୍ମାଲକାନଗିରି ଜିଲ୍ଲାମଙ୍ଗଳା ମନ୍ଦିରସାରଥୀ ବାବାବିଶ୍ୱ ମ୍ୟାଲେରିଆ ଦିବସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା୨୬ ଅପ୍ରେଲମେହମୁଦ ହୁସେନ୫ ନଭେମ୍ବରଡାକ ମୁନସୀମୁକ୍ତିକାନ୍ତ ମଣ୍ଡଳପଖାଳଶାସ୍ତି (ଓଡ଼ିଆ କଥାଚିତ୍ର)ୟୁରୋପନରେନ୍ଦ୍ର ମୋଦୀଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାତ୍ମା ଗାନ୍ଧୀକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବ୍ୟାଙ୍କଖାଦ୍ୟଅଖିଳ ମୋହନ ପଟ୍ଟନାୟକଫେବୃଆରୀ ୨୯ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଟ୍ରାଲୋକିନୁମାବଉଇକିପିଡ଼ିଆବ୍ୟଞ୍ଜନ ବର୍ଣ୍ଣଲକ୍ଷ୍ମୀ ପୁରାଣଶତ୍ରୁଘ୍ନ ପାଣ୍ଡବଚିକୁନ‌ଗୁନିଆନିତ୍ୟାନନ୍ଦ ଶତପଥୀଦ୍ୱିତୀୟ ଭାସ୍କରପରୀକ୍ଷାବିଦ୍ୟାଳୟଖାସି ମାଂସ ତରକାରୀନଅଙ୍କ ଦୁର୍ଭିକ୍ଷଜଗନ୍ନାଥଙ୍କ ବେଶଉପନିଷଦବିସ୍ଥାପିତ କାନ୍ଧ ଗଣ୍ଠିମାର୍ଚ୍ଚଜୟ ଜଗନ୍ନାଥଚୁଡ଼ାସୁଭାଷ ଚନ୍ଦ୍ର ବୋଷକୋଷ୍ଠକାଠିନ୍ୟଉତ୍ତମ ମହାନ୍ତିଜଗନ୍ନାଥସତ୍ୟବାଦୀ ବନ ବିଦ୍ୟାଳୟରାସାୟନିକ ମୌଳିକବଉଳନନ୍ଦିନୀ ଶତପଥୀଲୋକ ସଭାଚିତ୍ତରଞ୍ଜନ ଦାସଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଅମାବାସ୍ୟାର ଚନ୍ଦ୍ରସୋନପୁର ରାଜ୍ୟଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଓଡ଼ିଆ ସାହିତ୍ୟବିନ୍ଦୁକବାଟସବ୍ୟସାଚୀ ମିଶ୍ର୧୯୬୧ହନୁମାନ ଚାଳିଶାଶୀତଳ ଷଷ୍ଠୀ ଯାତ୍ରା🡆 More