ଦୀପକ କୁମାର: ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ

ଦୀପକ କୁମାର (ଜନ୍ମ: ୮ ଡିସେମ୍ବର ୧୯୫୭) ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ । ସେ ୧୯୭୯ ମସିହାରେ ଗ୍ରାମଫୋନ ରେକର୍ଡରେ ରେକର୍ଡ଼ ହୋଇଥିବା କେଡ଼େ ସୁନ୍ଦର ଦିଶେ କାଳିଆ ହାତୀ ଗୀତ ମାଧ୍ୟମରେ ନିଜର ଓଡ଼ିଆ ସଙ୍ଗୀତରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ୧୯୯୮ ମସିହାରେ ଧର୍ମ ନିକିତି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ସ୍ୱର ସଂଯୋଜନା କରିଥିବା କେତେକ ପ୍ରମୁଖ ଚଳଚ୍ଚିତ୍ର ମଧ୍ୟରେ ବିଧାତା, ମହାସଂଗ୍ରାମ, ତୋ ଆଖି ମୋ ଆଇନା, କ୍ରିମିନାଲ୍, ହିରୋ, ଧର୍ମ, ଗୁଣ୍ଡା, ରିଭେଞ୍ଜ, ଯୋଗୀ ଆଦି ଅନ୍ୟତମ ।

ଦୀପକ କୁମାର
ଜନ୍ମ
ଦୀପକ କୁମାର

(1957-12-08) ଡିସେମ୍ବର ୮, ୧୯୫୭ (ବୟସ ୬୬)
ବୃତ୍ତି(ଓଡ଼ିଆ) ସଙ୍ଗୀତ ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୭୯ରୁ ଏବେଯାଏ

ପ୍ରାରମ୍ଭିକ ଜୀବନ

ଦୀପକ କୁମାର ୧୯୫୭ ଡିସେମ୍ବର ୮ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ।

ବୃତ୍ତିଗତ ଜୀବନ

ସଙ୍ଗୀତ ନିର୍ଦ୍ଦେଶନା

ଦୀପକ କୁମାର ୧୯୭୯ ମସିହାରେ ଗ୍ରାମଫୋନରେ ରେକର୍ଡ଼ ହୋଇଥିବା ଏକ ଆଲବମରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଓଡ଼ିଆ ସଙ୍ଗୀତ ଜଗତରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଏଥିର ଥିବା ଗୀତଗୁଡ଼ିକ ମଧ୍ୟରେ ସିକନ୍ଦର ଆଲାମଙ୍କ କଣ୍ଠରେ "କେଡ଼େ ସୁନ୍ଦର ଦିଶେ କାଳିଆ ହାତୀ", ତୃପ୍ତି ଦାସଙ୍କ କଣ୍ଠରେ "ସେ ତ ଶବରୀ ଅଇଁଠା ଖିଆ" ଏବଂ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ "ଆହେ ଚକାଡୋଳା ଡାକି ଡାକି ମୋର ଦିନ କାଳ ଗଲା" ଆଦି ପ୍ରସିଦ୍ଧ । ଦୀପକ କୁମାର ୧୯୯୮ ମସିହାରେ "ଧର୍ମ ନିକିତି" ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ବିଧାତା, ମହାସଂଗ୍ରାମ, ତୋ ଆଖି ମୋ ଆଇନା, କ୍ରିମିନାଲ୍, ହିରୋ, ଧର୍ମ, ଗୁଣ୍ଡା, ରିଭେଞ୍ଜ, ଯୋଗୀ ଆଦି ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା କରିଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦଶନାରେ "ନାଲି ଫରକ୍ ବାଲି ତୋର ଦେଖି ଷ୍ଟାଇଲ" , "ସୁନେଲି ସୁନେଲି ଖରା ତୋ ମୁହଁ ସାରା", "ତୋର ନହକା ନହକା ଚାଲି", "ମୁଁ ତୋ ହିରୋ ଗୋରୀ ତୁ ହେରୋଇନ୍", "ସଙ୍କଟ ମୋଚନ କେଶରୀ ନନ୍ଦନ ବିକଳେ କରୁଛି ତୁମକୁ ମିନତି", "ଗୁନ୍ ଗୁନ୍ ଗାଏ ଭଅଁରଟା", "ରାଗିଚ କି କଥା କହୁନ", "ଆଜି ଆମ ସାଙ୍ଗ ବାହାଘର" ଏବଂ "ଲାଲ୍ ଗୁଲାବୀ ଲାଲ୍ ଗୁଲାବୀ ମସ୍ତ ଦିଶୁଛୁ" ଆଦି ଜଣାଶୁଣା ।

ଚଳଚ୍ଚିତ୍ର

ଆଧାର

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଦୀପକ କୁମାର

Tags:

ଦୀପକ କୁମାର ପ୍ରାରମ୍ଭିକ ଜୀବନଦୀପକ କୁମାର ବୃତ୍ତିଗତ ଜୀବନଦୀପକ କୁମାର ଚଳଚ୍ଚିତ୍ରଦୀପକ କୁମାର ଆଧାରଦୀପକ କୁମାର ବାହାର ଆଧାରଦୀପକ କୁମାରଓଡ଼ିଆ ଭାଷାକ୍ରିମିନାଲ୍ଗୁଣ୍ଡାତୋ ଆଖି ମୋ ଆଇନାଧର୍ମ ନିକିତିବିଧାତା (୨୦୦୩ର ଚଳଚ୍ଚିତ୍ର)ମହାସଂଗ୍ରାମଯୋଗୀ (ଓଡ଼ିଆ କଥାଚିତ୍ର)ରିଭେଞ୍ଜହିରୋ

🔥 Trending searches on Wiki ଓଡ଼ିଆ:

ଅଙ୍କୁଶକୃମିଓଡ଼ିଆ ଭାଷାଏକଲବ୍ୟ ପୁରସ୍କାରନୀଳକଣ୍ଠ ଦାସଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଫକୀର ମୋହନ ସେନାପତିରାଜ୍ୟ ସଭାଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)ଦସ୍ତାବିଜୟ ମିଶ୍ରଭାରତର ସଂସ୍କୃତିବେଦଭାରତୀୟ ଡାକ ସେବାମୁସଲମାନପିତ୍ତକୋଷଚୀନଫାଇଲେରିଆଚନ୍ଦନଲାଗି ବେଶଓଡ଼ିଶା ପ୍ରିମିଅର ଲିଗଓଡ଼ିଆ ଭାଷା ଆନ୍ଦୋଳନ୨୧ ଜାନୁଆରୀଭାଷା ବିଜ୍ଞାନଓଡ଼ିଶାର ପର୍ବପର୍ବାଣିତୁଳସୀ ଦାସଜାତୀୟ ଆୟଚୋଡ଼ଗଙ୍ଗ ଦେବହସ୍ତମୈଥୁନଜୟ ଜଗନ୍ନାଥଉମେଶଚନ୍ଦ୍ର ସରକାରଉଇକିପିଡ଼ିଆଅଚ୍ୟୁତାନନ୍ଦ ଦାସସୁଗ୍ରୀବରାଜନୀତି ବିଜ୍ଞାନବରଫସେପ୍ଟେମ୍ବରଅବସାଦ୨୬ ଜୁନଭକ୍ତ ଚରଣ ଦାସମାୟାଧର ମାନସିଂହ୧୯୭୬ହନୁମାନ ଚାଳିଶାମନୋରଞ୍ଜନ ଦାସରାମାୟଣ (ବହୁବିକଳ୍ପ)କବିସୂର୍ଯ୍ୟ ବଳଦେବ ରଥଉତ୍ତର ଭାଦ୍ରପଦ (ନକ୍ଷତ୍ର)ଢେଙ୍କାନାଳ ଜିଲ୍ଲାକନ୍ଧମାଳ ଜିଲ୍ଲାଅନ୍ତର୍ଜାତୀୟ ମାତୃଭାଷା ଦିବସମହାତ୍ମା ଗାନ୍ଧୀଓଡ଼ିଆ ରାମାୟଣଇଣ୍ଟରନେଟ୩୧ ଡିସେମ୍ବରଓଡ଼ିଶାର ଲୋକନୃତ୍ୟ୨୮ ଜୁଲାଇଏକାଦଶୀଶୈଳଭାମା ମହାପାତ୍ରଦିବ୍ୟସିଂହ ଦେବଶୈଳବାଳା ଦାସଭାରତୀୟ ଦଣ୍ଡ ସଂହିତା, ୧୮୬୦ଚତୁର୍ଶୃଙ୍ଗୀ ମନ୍ଦିରଭାରତୀୟ ଜାତୀୟ କଂଗ୍ରେସଅମଲା ଅକ୍କିନେନିଓଡ଼ିଆ ନାରୀ କବି ମାନଙ୍କ ତାଲିକାଜ୍ଞାନପୀଠ ପୁରସ୍କାରବୃହସ୍ପତିଅମରପୋଇ🡆 More