ଚନ୍ଦ୍ରାଣି ମୁର୍ମୁ: ଓଡ଼ିଆ ରାଜନୀତିଜ୍ଞ

ଚନ୍ଦ୍ରାଣି ମୁର୍ମୁ (ଜନ୍ମ ୧୬ ଜୁନ, ୧୯୯୩) ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ସମାଜସେବୀ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝରରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ଦୁଇ ଥର ସଂସଦର ସଦସ୍ୟ ଥିବା, ଅନନ୍ତ ନାୟକଙ୍କୁ ୬୬,୨୦୩ ଖଣ୍ଡ ଭୋଟରେ ପରାସ୍ତ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଜୟ ସହ ସେ ଲୋକ ସଭାର ସର୍ବକନିଷ୍ଠ ସଦସ୍ୟା ହୋଇଛନ୍ତି । ଜିତିବା ଅବସରରେ ତାଙ୍କୁ ୨୫ ବର୍ଷ ୧୧ ମାସ ଏବଂ ୯ ଦିନ ହୋଇଥିଲା । ଏହା ପୂର୍ବରୁ ୧୬ଶ ଲୋକ ସଭାରେ ହରିୟାଣାର ହିସାର ଲୋକ ସଭା ଆସନରୁ ଜନନାୟକ ଜନତା ପାର୍ଟିର ପ୍ରତିଷ୍ଠାତା ଦୁଷ୍ୟନ୍ତ ଚୌଟାଲା ଏହି କୀର୍ତ୍ତିମାନରେ ଥିଲେ ।

ଚନ୍ଦ୍ରାଣି ମୁର୍ମୁ
ଲୋକ ସଭା ସଦସ୍ୟା
ନିର୍ବାଚନ ମଣ୍ଡଳୀକେନ୍ଦୁଝର
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀଶକୁନ୍ତଳା ଲାଗୁରୀ, ବିଜେଡି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1993-06-16)ଜୁନ ୧୬, ୧୯୯୩
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀଅବିବାହିତା
ବାପା/ବୋଉସଞ୍ଜିବ ମୁର୍ମୁ (ବାପା)
ଉର୍ବଶୀ (ବୋଉ)
ବୃତ୍ତିରାଜନେତ୍ରୀ, ସମାଜସେବୀ

ଶିକ୍ଷା ଏବଂ ବ୍ୟକ୍ତିଗତ ଜୀବନ

ଚନ୍ଦ୍ରାଣି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଆଇଟିଇଆର (ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ) ମହାବିଦ୍ୟାଳୟରୁ ବି.ଟେକ ମେକାନିକାଲ ଇଂଜିନିୟରିଂ ବିଭାଗରେ ୨୦୧୭ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ପାଇଁ ସେ ପ୍ରସ୍ତୁତ ହେଉଥିଲେ ।

ରାଜନୈତିକ ଜୀବନ

ପରିବାର ପ୍ରତିପୋଷଣ ପାଇଁ ସରକାରୀ ଚାକିରୀ ଖୋଜୁଥିବା ଅବସରରେ ତାଙ୍କର ମାମୁଁ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସମାଜସେବୀ, ହରମୋହନ ସୋରେନ ତାଙ୍କୁ ବିଜେଡି ଟିକଟରୁ କେନ୍ଦୁଝରରୁ ଲଢ଼ିବା ପାଇଁ ଉତ୍ସାହିତ କରିଥିଲେ । ଅପ୍ରେଲ ୨, ୨୦୧୯ରେ ସର୍ବସାଧାରଣରେ ତାଙ୍କୁ ବିଜେଡି ତରଫରୁ ଲୋକ ସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ମଇ ୨୩ରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ଅନନ୍ତ ନାୟକଙ୍କୁ ୬୬,୨୦୩ ଖଣ୍ଡ ଭୋଟରେ ପରାସ୍ତ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର

Tags:

କେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ଜନତା ଦଳଭାରତୀୟ ଜନତା ପାର୍ଟିହରିୟାଣାହିସାର୧୬ଶ ଲୋକ ସଭା୧୭ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଜହ୍ନିଓଷାସୁଶାନ୍ତ ସିଂହବିଜୟ ମହାନ୍ତିସଂତୃପ୍ତ ମିଶ୍ରଉମେଶଚନ୍ଦ୍ର ସରକାରସାରଳା ମହାଭାରତକା (ଉପନ୍ୟାସ)୨୧ ମାର୍ଚ୍ଚନବ ଚରଣ ମାଝିପୁରୀଜାଭା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଜଳଝାଲ ମୁଢ଼ିଯବକ୍ଷାରଜାନ ବିବନ୍ଧନଇନଷ୍ଟାଗ୍ରାମହରିଶଙ୍କର ମନ୍ଦିରଭାରତୀୟ ଜାତୀୟ କଂଗ୍ରେସଅଚ୍ୟୁତ ସାମନ୍ତକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମିଳିମିଳାମଲାଲା ୟୁସୁଫଜାଇଫକୀର ମୋହନ ସେନାପତିଭୌଗଳିକ ଦିଗବାରେଣିମଙ୍ଗଳା ମନ୍ଦିରଜଗନ୍ନାଥ ଦାସଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ଆମ୍ବେଦକର ଜୟନ୍ତୀମାଛଜ୍ଞାନପୀଠ ପୁରସ୍କାରଭାରତ ଛାଡ଼ ଆନ୍ଦୋଳନ୧୫ ମାର୍ଚ୍ଚପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଶ୍ୱେତସାରଚକରା ବିଷୋୟୀଟୁକୁନି ସାହୁକୋଣାର୍କ ସୂର୍ଯ୍ୟ ମନ୍ଦିରଉଇକିପାଠାଗାରସୀତା ବିବାହସରୋଜିନୀ ନାଇଡୁ୧୬ଶ ଲୋକ ସଭାମାଟିବିରାଡ଼ି ସାପହେପାଟାଇଟିସ ବିଦେଶଉଇକିପିଡ଼ିଆଶ୍ରୀରାମ ପଣ୍ଡାଦରବାର (କବିତା)ସାଲେଜ୍ ହାନ୍ସଡାସୁଭାଷ ଚନ୍ଦ୍ର ବୋଷଗୀତଗୋବିନ୍ଦକାବୋଟେଗ୍ରାଭିର/ରିଲପିଭିରିନବାହୁଡ଼ା ଯାତ୍ରାଚିଲିକା ହ୍ରଦଗଞ୍ଜା ଲଢ଼େଇସ୍ୱିଡେନରାଷ୍ଟ୍ରୀୟ ପେନସନ ପ୍ରଣାଳୀଭାରତର ସଂସ୍କୃତିଫାଲଗୁନବାଟ ଓଷାଗୋପାଳ ଚନ୍ଦ୍ର ପ୍ରହରାଜସାରଳା ଦାସଅକ୍ଷାଂଶଅଶୋକ ଚକ୍ରଦେବୀପ୍ରସନ୍ନ ପଟ୍ଟନାୟକଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଭଗବତୀ ଚରଣ ପାଣିଗ୍ରାହୀବେଙ୍ଗଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ🡆 More