କାରାକୁମ ମରୁଭୂମି: ଏସିଆ ମହାଦେଶର ଏକ ମରୁଭୂମି

କାରାକୁମ ମରୁଭୂମି (ତୁର୍କମେନ: Garagum; ରୂସୀ: Каракумы; ଇଂରାଜୀ: Karakum) ମଧ୍ୟ ଏସିଆରେସ୍ଥିତ ଏକ ମରୁଭୂମି ଅଟେ । ତୁର୍କମେନିସ୍ଥାନ ଦେଶର ୭୦% ପ୍ରତିଶତ ଯାଗା ଏହି ମରୁଭୂମି କ୍ଷେତ୍ରରେ ଆସିଥାଏ । କାରାକୁମ ଶବ୍ଦର ଅର୍ଥ - କଳା ବାଲି ହୋଇଥାଏ । ଏଠାରେ ଆବାଦି ବହୁତ କମ ଘନ ହୋଇଥାଏ ଏବଂ ଖୁବକମ ସମସ୍ତ ୬.୫ ବର୍ଗ କିମିରେ ଏକ ବ୍ୟକ୍ତି ମିଳିଥାଏ । ଏଠାରେ ବର୍ଷା ପାଖାପାଖି ୧୦ ବର୍ଷରେ ମାତ୍ର ଥରେ ହୋଇଥାଏ । ଏହ ବିଶ୍ୱର ସବୁଠାରୁ ବଡ଼ ବାଲିଯୁକ୍ତ ରେଜିସ୍ଥାନମାନଙ୍କ ମଧ୍ୟରେ ଗୋଟିଏ ଅଟେ ।

କାରାକୁମ ମରୁଭୂମି: ଭୂଗୋଳ, ମାନବୀୟ ଗତିବିଧି, ଏହାକୁ ମଧ୍ୟ ଦେଖନ୍ତୁ
ଅନ୍ତରିକ୍ଷରେ କାରାକୁମ ମରୁଭୂମି - ଡାହାଣରେ (କୌସ୍ପିୟନ ସାଗର) ଦେଖା ଯାଉଅଛି ଏବଂ ଚିତ୍ରର ବାମ ପାର୍ଶ୍ୱର ଉପରେ (ଆମୂ ଦରିୟା)ର ରେଖା
କାରାକୁମ ମରୁଭୂମି: ଭୂଗୋଳ, ମାନବୀୟ ଗତିବିଧି, ଏହାକୁ ମଧ୍ୟ ଦେଖନ୍ତୁ
ତୁର୍କମେନିସ୍ଥାନରେ କାରାକୁମର ଏକ ଦୃଶ୍ୟ
କାରାକୁମ ମରୁଭୂମି: ଭୂଗୋଳ, ମାନବୀୟ ଗତିବିଧି, ଏହାକୁ ମଧ୍ୟ ଦେଖନ୍ତୁ
ହଳଦିଆ ରଙ୍ଗ ହୋଇଥିବା ଅଂଶ କାରାକୁମ ଅଟେ

ଭୂଗୋଳ

ସବୁ ମିଶାଇ କାରାକୁମର କ୍ଷେତ୍ରଫଳ ୩,୫୦,୦୦୦ ବର୍ଗ କିମି ଅଟେ । ତୁର୍କମେନିସ୍ତାନର ଅଧିକତର କ୍ଷେତ୍ର ଏହି ମରୁଭୂମିରେ ଆସିଥାଏ । କାରାକୁମ (କୌସ୍ପିୟନ ସାଗର)ର ପୂର୍ବରେ ଏବଂ (ଅରଳ ସାଗର)ର ଦକ୍ଷିଣରେ ରହିଥାଏ । ଉତ୍ତର - ପୂର୍ବରେ ଆମୂ ଦରିୟା ଏବଂ (କିଜିଲ କୁମ ମରୁଭୂମି) ରହିଛି । ଆଧୁନିକ ଯୁଗରେ ଅରଳ ସାଗରର ମୂଳରୁ ସେହି ଝରଣାର ବହୁତ ଅଂଶ ଏହି ମରୁଭୂମିର କବଳରେ ଆସିଗଲାଣି , ଏବଂ କିଛି ଲୋକ ଏହି ଭାଗକୁ "ଅରଳ କାରାକୁମ" କହିବାକୁ ଲାଗିଲେ । ଏହା ପାଖାପାଖି ୪୦,୦୦୦ ବର୍ଗ କିମି (୧୫,୪୪୦ ବର୍ଗ ମିଲି)ରେ ବିସ୍ତୃତ ହୋଇଛି । ଅରଳର ସୁଖି ଯାଇଥିବା ଚଟାଣ ଉପରେ କୃଷି କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ପ୍ରକାର କୀଟନାଶକ ପଦାର୍ଥ ମିଶା ଯାଇଥିଲା, ଯାହା ନହରରୁ ବୋହି ହୋଇ ଏଠାକୁ ଆସି ଯାଇଥିଲା । ଏବେ ଏହା ଏକ ମାସ ଧୂଳିରେ ମିଶି ଯାଇଛି ଏବଂ ପବନ ସହିତ ଉଡି ହଜାର ମାଇଲ ଦୂର ପର୍ଯ୍ୟନ୍ତ ପ୍ରଦୂଷଣ ନେଇଯାଇ ଥାଏ । ଅରଳ କାରାକୁମରୁ ଉଡୁ ଥିବା କୀଟମରା ପଦାର୍ଥ "ଆଣ୍ଟାର୍କାଟିକା"ରେ "ପେଙ୍ଗୁଇନ" ମାନଙ୍କ ରକ୍ତରେ ମିଳି ସାରିଛି । ଏଠାର ଧୂଳି ଗ୍ରୀନଲ୍ୟାଣ୍ଡର "ହିମାନିୟୋ(ଗ୍ଲୋଶିୟରୋ)"ରେ ଏବଂ "ବେଲାରୂସ"ର କ୍ଷେତରେ ମିଳି ସାରିଛି ।

ମାନବୀୟ ଗତିବିଧି

କାରାକୁମ ଯାଗା ଭିତରେ "ବୋଲ୍ସୋଈ" ପର୍ବତ ଶୃଙ୍ଗ ଆସିଥାଏ ଯେଉଁଥିରେ ପାଷାଣ ଯୁଗ (ପ୍ରସ୍ତର ଯୁଗ) ମନୁଷ୍ୟ ମାନଙ୍କ ବସବାସର ଅବଶେଷ ମିଳିଛି । ଆଧୁନିକ ଯୁଗରେ ଏହା ଦୁନିଆର ଦ୍ୱିତୀୟ ସବୁଠାରୁ ଲମ୍ବା ନହର ଅଟେ , ଯାହାକୁ "କାରାକୁମ ନହର" କୁହାଯାଏ । ଏହା ୧,୩୭୫ କିମି ଲମ୍ବା ଅଟେ କିନ୍ତୁ ସମୟ ସହିତ ଏଥିରୁ ପାଣି ଯାଗା-ଯାଗାରୁ ବିଭାଗ ହେବାରେ ଲାଗିଲା , ଯାହାଦ୍ୱାରା ବହୁ ଛୋଟ ଝରଣା ତିଆରି ହେଲା । ଏହାର ପାଣି ମରୁଭୂମିର ତଳ ସ୍ତର ଲୁଣକୁ ଉପରକୁ ନେଇ ଆସିଥାଏ ।

ଏହାକୁ ମଧ୍ୟ ଦେଖନ୍ତୁ

ଆଧାର

Tags:

କାରାକୁମ ମରୁଭୂମି ଭୂଗୋଳକାରାକୁମ ମରୁଭୂମି ମାନବୀୟ ଗତିବିଧିକାରାକୁମ ମରୁଭୂମି ଏହାକୁ ମଧ୍ୟ ଦେଖନ୍ତୁକାରାକୁମ ମରୁଭୂମି ଆଧାରକାରାକୁମ ମରୁଭୂମିଇଂରାଜୀମଧ୍ୟ ଏସିଆ

🔥 Trending searches on Wiki ଓଡ଼ିଆ:

ଇଡିମାଓମ୍୧୩ ମାର୍ଚ୍ଚନରେନ୍ଦ୍ର ମୋଦୀକରମା ନାଚଗୁଗଲଗୀତଡାଲଖାଇଜିନା ସାମଲଖାରବେଳ ସ୍ୱାଇଁହରିଶଙ୍କର ମନ୍ଦିରଲୋକ ସଭାଉସେନ ବୋଲ୍ଟମାଧବୀ ଦାସୀଜଗନ୍ନାଥଙ୍କ ଧୂପବନ୍ୟ ଗୟଳଅଭିନେତ୍ରୀ (ନାରୀ କଳାକାର)ବିନୋଦିନୀ ଦେବୀଶ୍ରୀରାମ ପଣ୍ଡାସବୁଠାରୁ ଦୀର୍ଘ ରାତିଛବିଳ ମଧୁ ବର୍ଣ୍ଣବୋଧଅପରାଜିତା ମହାନ୍ତିଜଳ ପ୍ରଦୂଷଣସୌରୀନ୍ଦ୍ର ବାରିକବୀଣାପାଣି ମହାନ୍ତିପ୍ରଧାନ ପୃଷ୍ଠାସବ୍ୟସାଚୀ ମିଶ୍ରବଳରାମ ଦାସରବି ସିଂଉତ୍କଳ ଦୀପିକାନାସାଜୀବସାରରଘୁରାଜପୁରତୃପ୍ତି ଦାସଦୀପାବଳୀଅଟଳ ବିହାରୀ ବାଜପେୟୀତ୍ରିଭୁଜରାମଚନ୍ଦ୍ର ମିଶ୍ରଦ୍ରୌପଦୀ ମୁର୍ମୁରବି ପଟ୍ଟନାୟକଉଇକିପିଡ଼ିଆଅଂଶୁଘାତଗଣିତଆଇଓଏସସମ୍ବାଦଗୋପାଳ ଛୋଟରାୟପଞ୍ଚୁ ଫୁଟଣଟୁକୁନି ସାହୁମହାନଦୀଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯କଳିଙ୍ଗ ଯୁଦ୍ଧନିତ୍ୟାନନ୍ଦ ମହାପାତ୍ରଛଉ ନାଚକଟକରାଉରକେଲାଶତ୍ରୁଘ୍ନ ପାଣ୍ଡବଆତ୍ମହତ୍ୟାମଦର ଟେରେସାଭକ୍ତ ଚରଣ ଦାସଅମ୍ବିକା (ମହାଭାରତ)ଶ୍ରାଦ୍ଧରାବଣଅଚ୍ୟୁତ ସାମନ୍ତଚିତ୍ତରଞ୍ଜନ ନାୟକଯୁକ୍ତରାଷ୍ଟ୍ର ଆମେରିକା🡆 More