ଆନ୍ଥ୍ରାକ୍ସ: ଜୀବାଣୁ ଦ୍ଵାରା ବ୍ୟାପୁଥିବା ରୋଗ

ଆନ୍ଥ୍ରାକ୍ସ ରୋଗ ବ୍ୟାସିଲସ୍ ଅନନ୍ଥ୍ରାସିସ୍ (Bacillus anthracis) ନାମକ ଏକ ଜୀବାଣୁଦ୍ୱାରା ହୁଏ । ଏହି ରୋଗର ଚାରି ରୁପର ଉପସ୍ଥାପନା ଅଛି: ଚର୍ମ, ପ୍ରଶ୍ୱାସ, ଅନ୍ତନଳୀ ଓ ଇଞ୍ଜେକସନ୍ । ସଂକ୍ରମଣ ସଂସ୍ପର୍ଶରେ ଆସିବାର ଏକ ଦିନରୁ ୨ମାସ ଭିତରେ ଲକ୍ଷଣ ପ୍ରକାଶ ପାଏ । ଚର୍ମ ସଂକ୍ରମଣ ଗୋଟିଏ ଛୋଟ ଫୋଟକା ଆକାରରେ ବାହାରେ ଯାହାର ଚାରିପଟ ଫୁଲି କଷ୍ଟବିହୀନ ଘାଆ ହୋଇଯାଏ ଓ ତାହାର କେନ୍ଦ୍ରଟି କଳା ଦେଖାଯାଏ । ପ୍ରଶ୍ୱାସ ଲକ୍ଷଣରେ ଜ୍ୱର, ଛାତି ଯନ୍ତ୍ରଣା ଓ ଛୋଟ ଶ୍ୱାସ କ୍ରିୟା ହୁଏ । ଅନ୍ତନଳୀ ରୁପରେ ଅଇ, ବାନ୍ତି, ତରଳ ଝାଡ଼ା ଓ ପେଟ ଯନ୍ତ୍ରଣା ହୁଏ । ଇଞ୍ଜେକସନ୍ ରୁପରେ ଶୀରାଭ୍ୟନ୍ତର ଇଞ୍ଜେକସନ ନେବା ସ୍ଥାନରେ ଜ୍ୱର ଓ ପୂଜ ଘାଆ ହୁଏ ।

ଆନ୍ଥ୍ରାକ୍ସ
ଆନ୍ଥ୍ରାକ୍ସ: ଜୀବାଣୁ ଦ୍ଵାରା ବ୍ୟାପୁଥିବା ରୋଗ
ଆନ୍ଥ୍ରାକ୍ସ ରୋଗରେ ଚର୍ମ ଘାଆ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A22.{{{3}}}
ଆଇସିଡ଼ି-୯-ସିଏମ୍022
ରୋଗ ଡାଟାବେସ1203
ମେଡ଼ିସିନ-ପ୍ଲସ001325
ଇ-ମେଡ଼ିସିନmed/148
Patient UKଆନ୍ଥ୍ରାକ୍ସ
MeSHD000881

ସଂକ୍ରମିତ ପଶୁ ଉତ୍ପାଦରେ ଥିବା ଜୀବାଣୁମାନଙ୍କର ସ୍ପୋର ସଂସ୍ପର୍ଶରେ ଆସିଲେ ଆନ୍ଥ୍ରାକ୍ସ ରୋଗ ହୁଏ । ଶ୍ୱାସକ୍ରିୟା, ଖାଦ୍ୟ ଓ ଖଣ୍ଡିଆ ଚର୍ମ ମାଧ୍ୟମରେ ସଂକ୍ରମଣ ସାଧିତ ହୁଏ । ମଣିଷଠାରୁ ମଣିଷ ସଂକ୍ରମିତ ହୁଏ ନାହିଁ । ପଶୁଙ୍କର କାମ କରୁଥିବା ଲୋକ ବା ପଶୁ ଉତ୍ପାଦ ସମ୍ଭାଳିବା ଲୋକ, ପୋଷ୍ଟ ଅଫିସ୍‌ର କର୍ମଚାରୀ ଓ ମିଲିଟାରୀ ଲୋକଙ୍କର ଏହି ରୋଗ ସଙ୍କଟ ଅଧକ ରହେ । ରକ୍ତରେ ଆଣ୍ଟିବଡି ବା ଟକ୍ସିନ ଥିଲେ ଅଥବା ସଂକ୍ରମିତ ସ୍ଥାନରୁ ସାମ୍ପଲ୍ ନେଇ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।

ଅଧିକ ସଙ୍କଟ ଥିବା ଲୋକଙ୍କୁ ଆନ୍ଥ୍ରାକ୍ସ ଟିକା ନେବାକୁ ସୁପାରିସ କରାଯାଏ । ସଂକ୍ରମଣ ଇତିହାସ ଥିବା ସ୍ଥାନର ପଶୁମାନଙ୍କୁ ଟିକା ଦେବାକୁ ସୁପାରିସ୍ କରାଯାଏ । ସଂସ୍ପର୍ଶରେ ଆସିବା ପରେ ଦୁଇ ମାସ ଧରି ଡକ୍ସିସାଇକ୍ଲିନ ବା ସିପ୍ରୋଫ୍ଲୋକ୍ସାସିନ ଭଳି ଆଣ୍ଟିବାୟୋଟିକ୍ ନେଲେ ରୋଗ ପ୍ରତିରଧ ହୋଇଯାଏ । ସଂକ୍ରମଣ ହୋଇଗଲେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଟକ୍ସିନ ଦେଇ ଚିକିତ୍ସା କରାଯାଏ । ସଂକ୍ରମଣର ପ୍ରକାର ଉପରେ ଆଣ୍ଟିବାୟୋଟିକର ପ୍ରକାର ଓ ସଂଖ୍ୟା ନିର୍ଭର କରେ । ବ୍ୟାପକ ସଂକ୍ରମଣ ହେଲେ ଆଣ୍ଟିଟକ୍ସିନ ଦିଆଯାଏ ।

ଆଫ୍ରିକା ତ‌ଥା ମଧ୍ୟ ଓ ଦକ୍ଷିଣ ଏସିଆରେ ଆନ୍ଥ୍ରାକ୍ସ ଏକ ସାଧାରଣ ରୋଗ । ଏହା ନିୟମିତ ଭାବରେ ଦକ୍ଷିଣ ୟୁରୋପରେ ଦେଖାଯାଏ କିନ୍ତୁ ଉତ୍ତର ୟୁରୋପ ଓ ଉତ୍ତର ଆମେରିକାରେ ଏତେ ସାଧାରଣ ନୁହେଁ । ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୨,୦୦୦ ଲୋକଙ୍କୁ ଏହି ରୋଗ ହେଉଥିଲେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ କେବଳ ୨ ଜଣଙ୍କୁ ହୁଏ । ସମୁଦାୟ ସଂକ୍ରମଣର ୯୫% କେବଳ ଚର୍ମ ସଂକ୍ରମଣ ହୁଏ । ଅଣଚିକିତ୍ସିତ ଲୋକଙ୍କ ମଧ୍ୟରୁ ମୃତ୍ୟୁ ସଙ୍କଟ ୨୪% ଲୋକଙ୍କୁ ହୁଏ । ଅନ୍ତନଳୀ ସଂକ୍ରମଣ ହେଲେ ମୃତ୍ୟୁ ସଙ୍କଟ ୨୫ରୁ ୭୫% ରହେ ଓ ପ୍ରଶ୍ୱାସ ସଂକ୍ରମଣରେ ୨୫ରୁ ୭୫% ଏହି ସଙ୍କଟ ରହେ । ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରତି ବର୍ଷ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଅନ୍ୟାନ୍ୟ ପଶୁ ମୃତ୍ୟୁ ବରଣ କରୁଥିଲେ । ଅନେକ ଦେଶମାନଙ୍କରେ ଆନ୍ଥ୍ରାକ୍ସକୁ ଅସ୍ତ୍ର ଭାବରେ ପ୍ରସ୍ତୁତ କରି ରଖାଯାଇଛି । ତୃଣଭୋଜୀ ପ୍ରାଣୀ ଚରିଲା ବେଳେ ଜୀବାଣୁ ସ୍ପୋର ଖାଇଲେ ବା ପ୍ରଶ୍ୱାସରେ ଦେହକୁ ଗଲେ ସଂକ୍ରମଣ ହୁଏ । ମାଂସାସୀ ପ୍ରାଣୀ ସଂକ୍ରମିତ ପଶୁକୁ ଖାଇଲେ ସଂକ୍ରମିତ ହୋଇ ରୋଗ ହୁଏ ।


ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଟୁକୁନି ସାହୁସ୍ୱର୍ଣ୍ଣ ମନ୍ଦିରସୁନାବେଶଖୋର୍ଦ୍ଧାଜଗନ୍ନାଥ ଦାସନୀଳକଣ୍ଠ ଦାସଅଶ୍ୱିନୀ କୁମାର ଘୋଷସରସ୍ୱତୀ ନଦୀରାମ୍ବୁଟାନ୍୧୦ ଫେବୃଆରୀପ୍ରତାପ କେଶରୀ ଦେବଓଡ଼ିଆ ସାହିତ୍ୟର ଇତିହାସକଟକଖଜାରୁଦ୍ରମା ଦେବୀ୨ (ସଂଖ୍ୟା)ବିଶ୍ୱଜିତ ଦାସସତ୍ରାଜିତ୍‌କାଳିନ୍ଦୀ ଚରଣ ପାଣିଗ୍ରାହୀକନ୍ନଗୀବିଭୂତି ପଟ୍ଟନାୟକଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପଦ୍ମ ଫୁଲଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକାଶତାବ୍ଦୀର ସୂର୍ଯ୍ୟଅବସରକର୍ପୁରସଜନାଅଖିଳ ମୋହନ ପଟ୍ଟନାୟକଚନ୍ଦନ ଯାତ୍ରାସଚିନ ତେନ୍ଦୁଲକର୨୯ ଅପ୍ରେଲପିଠାଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀଭାରତୀୟ ସମ୍ବିଧାନଗୋପାଳ ଛୋଟରାୟମାୟାଧର ମାନସିଂହକୋଇଲି ଚଉତିଶାକାଳୀଚରଣ ପଟ୍ଟନାୟକରମାଦେବୀ ଚୌଧୁରୀମାୟାଧର ଜେନାରାଷ୍ଟ୍ରୀୟ ସ୍ୱୟଂସେବକ ସଂଘବେଦ୧୯୧୭ଅବକାଶ ବେଶଭୀମ ଭୋଇରସାବଳିପଞ୍ଚାୟତ ରାଜଚତୁର୍ଭୁଜ୧୧୯୩ଜଗନ୍ନାଥ ମନ୍ଦିରଅମରପୋଇପୁରୁଷୋତ୍ତମ ଦେବ୧୯୯୨ବୀରକିଶୋର ଦାସହୋ ଜନ‌ଜାତିବ୍ରହ୍ମେଶ୍ୱର ମନ୍ଦିର, ଭୁବନେଶ୍ୱରବିଶ୍ୱ ପଶୁ ଦିବସବୀଣାପାଣି ମହାନ୍ତିପାର୍କିନ୍‌ସନ୍ ରୋଗମୋହନ ଭୋଗମହାଦେଶତାମିଲନାଡୁକଳିଙ୍ଗ ଯୁଦ୍ଧମିଶ୍ର ସତ୍ୟନାରାୟଣମୌଳିକ ସଂଖ୍ୟା୩୦ ଅପ୍ରେଲଚାରି ଧାମରାଧାନାଥ ରାୟଓଡ଼ିଆ ନାଟକ🡆 More