ଅଦା ଶର୍ମା: ଭାରତୀୟ ଅଭିନେତ୍ରୀ

ଅଦା ଶର୍ମା (ଜନ୍ମ: ୧୧ ମଇ ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅଦା ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ୨୦୦୮ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ହିନ୍ଦୀ କଥାଚିତ୍ର ୧୯୨୦ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଅଦାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା । ପରେ ସେ ୨୦୧୪ରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ପରେ ସେ କନ୍ନଡ଼ ଏବଂ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅଦାଙ୍କ ଅଭିନୀତ ସଫଳତମ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକ ହେଲା ୨୦୧୪ର ହସି ତୋ ଫସି, ୨୦୧୭ର କମାଣ୍ଡୋ ୨ । ଅଦାଙ୍କ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବରେ ସ୍ଥାନ ପାଇଛନ୍ତି ।

ଅଦା ଶର୍ମା
ଅଦା ଶର୍ମା: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ, ଅଭିନୀତ କଥାଚିତ୍ର
୨୦୧୪ର ଲ୍ୟାକ୍‌ମି ଫ୍ୟାସନ ଉଇକ୍‌ରେ ଅଦା
ଜନ୍ମ
ଅଦା ଶର୍ମା

(1991-05-11) ୧୧ ମଇ ୧୯୯୧ (ବୟସ ୩୨)
ପାଲାକ୍କଡ଼, କେରଳ, ଭାରତ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮–ଏବେଯାଏଁ

ପ୍ରାରମ୍ଭିକ ଜୀବନ

ଅଦା ଶର୍ମା ୧୧ ମଇ ୧୯୯୧ରେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କେରଳର ପାଲାକ୍କଡ଼ରେ ଜନ୍ମ ହୋଇଥିଲେ ଏବଂ ମୁମ୍ବାଇରେ ବଡ଼ ହୋଇଥିଲେ । ତାଙ୍କ ବାପା ଜଣେ ଜଳ ସେନାଧିକାରୀ ଏବଂ ମାଆ ଜଣେ ଶାସ୍ତ୍ରୀୟ ସଙ୍ଗୀତ ନର୍ତ୍ତକୀ । ଅଦା ମୁମ୍ବାଇର ପାଲି ହିଲ୍‌ର ଅକ୍ଷିଅମ୍ କନ୍‌ଭେଣ୍ଟ ସ୍କୁଲ‌ରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ସେ ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଅଭିନେତ୍ରୀ ହେବା ପାଇଁ ଇଚ୍ଛା କରିଥିଲେ ଏବଂ ସେ ସେତେବେଳ ହିଁ ବିଦ୍ୟାଳୟ ତ୍ୟାଗ କରିବାକୁ ଚାହିଁଥିଲେ, ମାତ୍ର ତାଙ୍କ ବାପାମାଆ ତାଙ୍କୁ ଅତିକମ୍‌ରେ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ ତାଙ୍କର ଦ୍ୱାଦଶ ଶ୍ରେଣୀ ଶିକ୍ଷା ପରେ, ପାଠପଢ଼ା ବନ୍ଦ କରିଥିଲେ ।

ଅଦା ତିନି ବର୍ଷ ବୟସରୁ ନୃତ୍ୟ କରୁଛନ୍ତି ଏବଂ ସେ ମୁମାଇର ନଟରାଜ ଗୋପୀ କ୍ରିଷ୍ଣା କଥକ ଡ୍ୟାନ୍ସ ଏକାଡେମିରୁ କଥକରେ ସ୍ନାତକ ହାସଲ କରିଛନ୍ତି । ସେ ମଧ୍ୟ ଯୁକ୍ତରାଷ୍ଟ୍ରରେ ୪ ମାସର ସାଲ୍‌ସା ନୃତ୍ୟ ଶିକ୍ଷା କରିଛନ୍ତି । ଏତଦ ବ୍ୟତୀତ ସେ ବେଲି ଡ୍ୟାନ୍ସିଂ ମଧ୍ୟ କରନ୍ତି ।

ଅଭିନୟ ଜୀବନ

ଅଦା ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବା ପାଇଁ ଅନେକ ଜାଗରେ ଅଡିସନ୍ ଦେଇଥିଲେ । ମାତ୍ର ତାଙ୍କର କର୍ଲି ଚୁଟି ଏବଂ ଅଳ୍ପ ବୟସ ପାଇଁ ସେ ସବୁଥିରେ ବିଫଳ ହୋଇଥିଲେ । ପରେ ସେ ୨୦୦୮ରେ ୧୯୨୦ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୪ରେ ତେଲୁଗୁ କଥାଚିତର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ନିତିନ୍‌ଙ୍କ ସ‌ହ ହାର୍ଟ ଆଟାକ୍ ଚଳଚ୍ଚିତ୍ର ଜରିଆରେ ସେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ୨୦୧୫ରେ ସେ ରାଣା ବିକ୍ରମ ଚଳଚ୍ଚିତ୍ର ଜରିଆରେ ସେ କନ୍ନଡ଼ କଥାଚିତ୍ର ଜଗତରେ ମଧ୍ୟ ପ୍ରବେଶ କରିଥିଲେ । ୨୦୧୬ରେ ସେ ତାମିଲ ଚଳଚ୍ଚିତ୍ର ଇଧୁ ନାମ୍ମା ଅଲ୍ଲୁରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।

ଅଦାଙ୍କ ଅଭିନୀତ ସଫଳ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଲା: ୨୦୧୪ର ହସି ତୋ ଫସି ଏବଂ ୨୦୧୭ର କମାଣ୍ଡୋ ୨ ।

ଅଭିନୀତ କଥାଚିତ୍ର

  • ୨୦୦୮: ୧୯୨୦ (ହିନ୍ଦୀ)
  • ୨୦୧୧: ଫିର୍ (ହିନ୍ଦୀ)
  • ୨୦୧୩: ହମ୍ ହୈ ରାହି କାର୍ କେ (ହିନ୍ଦୀ)
  • ୨୦୧୪: ହାର୍ଟ ଆଟାକ୍ (ତେଲୁଗୁ)
  • ୨୦୧୪: ହସି ତୋ ଫସି (ହିନ୍ଦୀ)
  • ୨୦୧୫: ସନ୍ ଅଫ୍ ସତ୍ୟ ମୂର୍ତ୍ତୀ (ତେଲୁଗୁ)
  • ୨୦୧୫: ରାଣା ବିକ୍ରମ (କନ୍ନଡ଼)
  • ୨୦୧୫: ସୁବ୍ରମଣ୍ୟମ୍ ଫର୍ ସେଲ୍ (ତେଲୁଗୁ)
  • ୨୦୧୬: ଗରମ୍ (ତେଲୁଗୁ)
  • ୨୦୧୬: କସନମ୍ (ତେଲୁଗୁ)
  • ୨୦୧୬: ଇଧୁ ନାମା ଅଲ୍ଲୁ (ତାମିଲ)
  • ୨୦୧୭: କମାଣ୍ଡୋ ୨ (ହିନ୍ଦୀ)

ଆଧାର

ଅଧିକ ତ‌ଥ୍ୟ

Tags:

ଅଦା ଶର୍ମା ପ୍ରାରମ୍ଭିକ ଜୀବନଅଦା ଶର୍ମା ଅଭିନୟ ଜୀବନଅଦା ଶର୍ମା ଅଭିନୀତ କଥାଚିତ୍ରଅଦା ଶର୍ମା ଆଧାରଅଦା ଶର୍ମା ଅଧିକ ତ‌ଥ୍ୟଅଦା ଶର୍ମା

🔥 Trending searches on Wiki ଓଡ଼ିଆ:

କିଶୋରୀ ଚରଣ ଦାସଇଟାକ୍ରାଇନିକ ଏସିଡମାସଭରତ (ରାମାୟଣ)ପ୍ରହ୍ଲାଦ ନାଟକହିଙ୍ଗୁଳା ମନ୍ଦିରବାଇଶି ପାହାଚଇରାକସୁରେନ୍ଦ୍ର ମହାନ୍ତିମୁସଲମାନଜଗନ୍ନାଥ ଦାସଇଲେକ୍ଟ୍ରୋନିକ କମର୍ସବିଜୟ ମିଶ୍ରସପ୍ତର୍ଷିସୁଦାମ ମାରାଣ୍ଡିଭକ୍ତ ଚରଣ ଦାସବେଙ୍ଗାଳୁରୁମୀନ (ମାସ)ଗଙ୍ଗାଧର ମେହେରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଯଦୁମଣି ମହାପାତ୍ରଭର୍ତ୍ତୃହରି ମହତାବଗୋଦାବରୀଶ ମିଶ୍ରଶ୍ରୀରାଧାବୁଢ଼ୀଠାକୁରାଣୀ ମନ୍ଦିର୫ ଅଗଷ୍ଟକମ୍ପ୍ୟୁଟର ବିଜ୍ଞାନଅରୁଣ କୁମାର ସାହୁଓଡ଼ିଆ ଲିପିରାମଚନ୍ଦ୍ର ବେହେରାଜଗନ୍ନାଥ ପ୍ରସାଦ ଦାସଉଦର ଯନ୍ତ୍ରଣାଜହ୍ନିଓଷାଅଗ୍ନ୍ୟାଶୟ ଅକ୍ଷମତାଗୋପବନ୍ଧୁ ଦାସବିଧାତା (୨୦୦୩ର ଚଳଚ୍ଚିତ୍ର)ବିଜୁ କୃଷକ କଲ୍ୟାଣ ଯୋଜନାଦଗ୍ଧଭୁବନେଶ୍ୱରଜ୍ଞାନମଣ୍ଡଳସୀତାଭାରତୀୟ ମୁଦ୍ରାଶାନ୍ତନୁ କୁମାର ଆଚାର୍ଯ୍ୟଜ୍ଞାନୀନ୍ଦ୍ର ବର୍ମାବ୍ୟାଙ୍କସାଲଭାଡୋର ଡାଲିଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକରଣ (ଜାତି)ଛତ୍ରପୁର, ଗଞ୍ଜାମକୃଷ୍ଣ କୁମାର ମହାନ୍ତିTaxonomy (biology)ମାଗୁଣିର ଶଗଡ଼ପ୍ରତିଭା ଶତପଥୀକୋଣାର୍କ ସୂର୍ଯ୍ୟ ମନ୍ଦିରବିଭୂତି ପଟ୍ଟନାୟକଜାପାନୀ ଭାଷାଧାତୁପ୍ରଶାନ୍ତ କୁମାର ମୁଦୁଲିଲାଜକୁଳୀ ଲତାଆକବରଫେସବୁକକଳାପାହାଡ଼ପଠାଣି ସାମନ୍ତବିଧାନ ସଭା ସଭ୍ୟକଟକ ଚଣ୍ଡୀ ମନ୍ଦିରଆଠଗଡ଼ରାଜାରାଣୀ ମନ୍ଦିର🡆 More