ସନ୍ ଅଫ୍ ସତ୍ୟମୂର୍ତ୍ତି

ସନ୍ ଅପ୍ ସତ୍ୟମୂର୍ତ୍ତି (S/O Satyamurthy ଭାବରେ ମଧ୍ୟ ଜଣା) ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏସ୍.

ରାଧାକ୍ରିଷ୍ଣା, ଯାହାକି ହାରିକ ଆଣ୍ଡ୍ ହାସିନ୍ କ୍ରିଏସନ୍ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିବିକ୍ରମ ଶ୍ରୀନିବାସ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଲ୍ଲୁ ଅର୍ଜୁନ, ସମନ୍ତା ଅକ୍କିନେନୀ ଏବଂ ନିତ୍ୟା ମେନନ । କନ୍ନଡ଼ ଅଭିନେତା ଉପେନ୍ଦ୍ର ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଅନ୍ୟାନ୍ୟ ପ୍ରମୁଖ କଳାକାରମାନାନଙ୍କ ମଧ୍ୟରେ ଥିଲେ ସ୍ନେହା, ଅଦା ଶର୍ମା, ରାଜେନ୍ଦ୍ର ପ୍ରସାଦ, ବ୍ରହ୍ମାନନ୍ଦମ ଏବଂ ଅଲ୍ଲୀ । ଜଣାଶୁଣା ଅଭିନେତା ପ୍ରକାଶ ରାଜ ଏହି କଥାଚିତ୍ରରେ ଜଣେ ଅତିଥି କଳାକାର ଭାବରେ କାର୍ଯ୍ୟ କରିଥିଲେ, ଯିଏକି ସତ୍ୟମୂର୍ତ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ ।

ସନ୍ ଅଫ୍ ସତ୍ୟମୂର୍ତ୍ତି‌
ନିର୍ଦ୍ଦେଶକତ୍ରିବିକ୍ରମ ଶ୍ରୀନିବାସ
ପ୍ରଯୋଜକଏସ୍. ରାଧା କ୍ରିଷ୍ଣା
ସଂଳାପତ୍ରିବିକ୍ରମ ଶ୍ରୀନିବାସ
କଳାକାରଅଲ୍ଲୁ ଅର୍ଜୁନ
ଉପେନ୍ଦ୍ର
ପ୍ରକାଶ ରାଜ
ବ୍ରହ୍ମାନନ୍ଦମ
ରାଜେନ୍ଦ୍ର ପ୍ରସାଦ
ସାମନ୍ତା ଅକ୍କିନେନୀ
ସ୍ନେହା
ଅଦା ଶର୍ମା
ନିତ୍ୟା ମେନନ
ବର୍ଣ୍ଣନାଅଲ୍ଲୁ ଅର୍ଜୁନ
ସଙ୍ଗୀତଦେବୀ ଶ୍ରୀ ପ୍ରସାଦ
ଚିତ୍ରଗ୍ରହଣପ୍ରସାଦ ମୁରେଲ୍ଲା
ସମ୍ପାଦକପ୍ରବୀଣ ପୁଡ଼ି
Production
company
ହାରିକା ଆଣ୍ଡ୍ ହୁସେନ୍ କ୍ରିଏସନ୍
ବିତରକକ୍ଲାସିକ୍ ଏଣ୍ଟରଟେନମେଣ୍ଟସ୍
(ବେଦଶୀ)
ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍
(ନିଜାମ୍)
ମୁକ୍ତିଲାଭ ତାରିଖ
୯ ଅପ୍ରେଲ ୨୦୧୫
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚ୪୦-୫୦ କୋଟି
ମୋଟ ଆୟ୯୫ କୋଟି

ଏହି କଥାଚିତ୍ରରେ ମୁଖ୍ୟତଃ ତିନିଗୋଟି ଚରିତ୍ର ଉପରେ ଚିତ୍ରଣ କରାଯାଇଛି, ପ୍ରଥମ ଚରିତ୍ରଟି ତା'ର ହୃଦୟକୁ ଅନୁସରଣ କରେ, ଦ୍ୱିତୀୟ ଜଣଙ୍କ ତା'ର ମସ୍ତିଷ୍କର ବୁଦ୍ଧି ଏବଂ ତୃତୀୟ ଜଣଙ୍କ ତା'ର ବାହୁବଳକୁ ବ୍ୟବହାର କରିଥାଏ । ପ୍ରଥମ ଜଣଙ୍କ ହେଉଛି ସତ୍ୟମୂର୍ତ୍ତି ନାମକ ଜଣେ କୋଟିପତିର ପୁଅ ଆନନ୍ଦ, ଯିଏକି ତା'ର ବାପାଙ୍କର ମୃତ୍ୟୁ ପରେ ସବୁ ସମ୍ପତ୍ତି ଋଣଦାତାଙ୍କୁ ପ୍ରଦାନ କରିଦିଏ । ଦ୍ୱିତୀୟ ଜଣଙ୍କ ହେଉଛି ସାମ୍ବାଶିବା ରାଓ, ଯିଏକି ଜଣେ ଧନୀ ବ୍ୟକ୍ତି ଏବଂ ତା ଝିଅ ସମୀରା ଆନନ୍ଦର ପ୍ରେମରେ ପଡ଼ିଯାଏ । ତୃତୀୟ ଚରିତ୍ରଟି ହେଉଛି ଦେବରାଜ ନାଇଡ଼ୁ, ଯିଏକି ଗୋଟିଏ ଅଞ୍ଚଳରେ ଏକ ବଡ଼ ଗୁଣ୍ଡା ଭାବରେ ପରିଚିତ । ସତ୍ୟମୂର୍ତ୍ତି ସାମ୍ବାଶିବ ରାଓଙ୍କୁ ବିକିଥିବା ଏକ ସମ୍ପତ୍ତି ଉପରେ ଦେବରାଜର ଅକ୍ତିଆର ଥାଏ, ତେଣୁ ସାମ୍ବାଶିବ ରାଓ ଏହି ସମ୍ପତ୍ତିର ପ୍ରକୃତ କାଗଜପତ୍ର ଯୋଗାଡ଼ କରିବାକୁ ଆନନ୍ଦକୁ ଦେବରାଜ ପାଖକୁ ପଠାଏ । ଏହି କଥାଚିତ୍ରଟିର କାହାଣୀ ଆନନ୍ଦ ଭୋଗୁଥିବା ଅସୁବିଧା ଏବଂ ତାକୁ କେମିତି ସାମ୍ନା କରି ଲୋକମାନଙ୍କୁ ନିଜ କଥାରେ ଏକଯୁଟ କରାଇପାରୁଛି, ସେ ଉପରେ ନିର୍ମାଣ କରାଯାଇଛି ।

୨୦୧୪ ମସିହାର ନଭେମ୍ବର ମାସରେ ଏହି କଥାଚିତ୍ରଟିର ୫ ଫେବୃଆରୀ ୨୦୧୫ରେ ମୁକ୍ତିଲାଭ କରିବା ପାଇଁ ଘୋଷଣା କରାଯାଇଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହାର ମୁକ୍ତିଲାଭ ତାରିଖ ୨ ଅପ୍ରେଲ ୨୦୧୫କୁ ଘୁଞ୍ଚାଇ ଦିଆଯାଇଥିଲା । ୩୦ ମାର୍ଚ୍ଚ ୨୦୧୫ରେ ଏହି କଥାଚିତ୍ରଟି ସେନ୍ସର୍ ବୋର୍ଡ଼ର ଅନୁମୋଦନ ପାଇବା ପରେ ପୁଣିଥରେ ମୁକ୍ତିଲାଭ ତାରିଖ ୯ ଅପ୍ରେଲ ୨୦୧୫କୁ ଘୁଞ୍ଚାଯାଇଥିଲା, ଯେଉଁଦିନ ଶେଷରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ଇଂରାଜୀ ସବ୍‌ଟାଇଟଲ୍ ସହିତ ତାମିଲନାଡ଼ୁରେ ମୁକ୍ତିଲାଭ କରିଥିବା କିଛି ବିରଳ ତେଲୁଗୁ କଥାଚିତ୍ର ମଧ୍ୟରୁ ଅନ୍ୟତମ ।

ଅଭିନୟ

  • ଅଲ୍ଲୁ ଅର୍ଜୁନ - ବିରାଜ ଆନନ୍ଦ
  • ଉପେନ୍ଦ୍ର - ଦେବରାଜ ନାଇଡ଼ୁ
  • ରାଜେନ୍ଦ୍ର ପ୍ରସାଦ - ଶାମ୍ବାଶିବା ରାଓ
  • ପ୍ରକାଶ ରାଜ - ସତ୍ୟମୂର୍ତ୍ତୀ (ଅତିଥି କଳାକାର)
  • ସାମନ୍ତା ଅକ୍କିନେନୀ - ସମୀରା / ଶୁଭଲକ୍ଷ୍ମୀ
  • ସ୍ନେହା - ଲକ୍ଷ୍ମୀ
  • ଅଲ୍ଲୀ - ପାରନ୍ଧ୍ୟମାୟା
  • ନିତ୍ୟା ମେନନ - ବଲ୍ଲୀ
  • ଅଦା ଶର୍ମା - ପଲ୍ଲବୀ
  • ସିନ୍ଧୁ ତୋଲନି - ବିରାଜର ଭାଉଜ
  • ପବିତ୍ରା ଲୋକେଶ - ବିରାଜର ମାଆ
  • ବ୍ରହ୍ମାନନ୍ଦମ - କୋଡ଼ା ରାମବାବୁ
  • ଏମ୍. ଏସ୍. ନାରାୟଣ - ପଲ୍ଲବୀର ବଡ଼ବାପା
  • କୋଟା ଶ୍ରୀନିବାସ ରାଓ - ଦେବାରାଜର ବାପା
  • ରାଓ ରମେଶ - ପଲ୍ଲବୀର ବାପା
  • ସମ୍ପଥ ରାଜ - ବୀରସମୟ ନାଇଡ଼ୁ
  • ବେନିଲା କିଶୋର - ବିରାଜର ବଡ଼ ଭାଇ
  • ମାମିଲା ଶୈଲଜା ପ୍ରିୟା - ସମୀରାର ମାଆ
  • ବଂଶୀ କ୍ରିଷ୍ଣା - ଯୋଗେଶ୍ୱର

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀ ଶ୍ରୀ ପ୍ରସାଦ । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁ ଦିକ୍ଷୀତ ଏହି କଥାଚିତ୍ରରେ ଗୀତ ଗାଇଥିଲେ, ଯାହା ଥିଲା ତାଙ୍କର ପ୍ରଥମ ତେଲୁଗୁ ଗୀତ । ଏହି କଥାଚିତ୍ରଟିର ଗୀତ ୧୪ ମାର୍ଚ୍ଚ ୨୦୧୫ରେ ମୁକ୍ତିଲାଭ କରିଥିଲା । ଗୀତ ରିଲିଜ୍ ବେଳେ ତେଲୁଗୁ କଥାଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ର ପବନ କଲ୍ୟାଣ ଓ ମହେଶ ବାବୁ ଅତିଥି ଭାବରେ ଉପସ୍ଥିତ ଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

କ୍ରିଏଟିଭ କମନ୍ସୟୁନିଫର୍ମ ରିସୋର୍ସ ଲୋକେଟରଶ୍ରୀ ଅରବିନ୍ଦଫାରୋ ଦ୍ୱୀପପୁଞ୍ଜଆନ୍ତ୍ରିକ ଅବରୋଧବୀର ସୁରେନ୍ଦ୍ର ସାଏକାଳିନ୍ଦୀ ଚରଣ ପାଣିଗ୍ରାହୀକଟକ ଜିଲ୍ଲାନନ୍ଦିନୀ ଶତପଥୀଚକ୍ରବର୍ତ୍ତୀ ରାଜଗୋପାଳାଚାରୀଆଫ୍ରିକାହରପ୍ପା ସଭ୍ୟତାଓଡ଼ିଶାର ଲୋକନୃତ୍ୟଓଡ଼ିଆ ଭାଷାଉତ୍କଳ ସାହିତ୍ୟ ସମାଜ୯ ଜୁନଭାରତଖାରବେଳ ସ୍ୱାଇଁମାଟ୍ରିକ୍ସଉଦର ଚାପସଂଗୀତକୋରାପୁଟ ଜିଲ୍ଲାଚେକ ରିପବ୍ଲିକପଦାର୍ଥ୧୭ ମାର୍ଚ୍ଚ୭ ମାର୍ଚ୍ଚନୀଳମାଧବ ମନ୍ଦିରଦ୍ୱିତୀୟ ବିଶ୍ୱଯୁଦ୍ଧରାମଚନ୍ଦ୍ର ମିଶ୍ରସୁଡୋଏଫେଡ୍ରିନସୁଭାଷ ଚନ୍ଦ୍ର ବୋଷବିଭିନ୍ନ ପ୍ରକାର ଶାଗର ତାଲିକାସୌର ଜଗତକୃଷ୍ଣନିର୍ମାଲ୍ୟଉପେନ୍ଦ୍ର ଭଞ୍ଜକ୍ଲିଣ୍ଡାମାଇସିନଦାମୋଦର ରାଉତଅଭିମନ୍ୟୁଯୀଶୁବନ୍ଦେ ଉତ୍କଳ ଜନନୀରାମଶଙ୍କର ରାୟ୧୬ ମାର୍ଚ୍ଚଜୟଦେବ ଉନାଡକଟବଲାଙ୍ଗୀରଧର୍ମପଦଉଇକିପାଠାଗାରଗୋପାଳ କୃଷ୍ଣ ରଥଇସାଭୁକୋନାଜୋନିଅମକଳିଙ୍ଗ ଯୁଦ୍ଧଓଡ଼ିଶା ବିଧାନ ସଭାଗୋପବନ୍ଧୁ ଦାସରମାକାନ୍ତ ରଥବ୍ରହ୍ମପୁରମାଟିବିରାଡ଼ି ସାପସୁଦୀପ ତ୍ୟାଗୀଓଡ଼ିଶାର ଦୋଳଯାତ୍ରାନାଉରୁବିଜାଣ୍ଟିନୀୟ ସାମ୍ରାଜ୍ଯଚୀନ୨୦୨୨ ଫିଫା ବିଶ୍ୱକପ୍ସିଦ୍ଧାନ୍ତ ମହାପାତ୍ରଯୋଗଏସିଆଜଗନମୋହ‌ନ ଲାଲଘରWikipediaତରଳ ଝାଡ଼ା୧୦ ମାର୍ଚ୍ଚରମାଦେବୀ ଚୌଧୁରୀଦଶାବତାରପୁଷ୍ପେନ୍ଦ୍ର ସିଂହ ଦେଓ🡆 More