ହିଳମୋଚା

ହିଳମୋଚା ଏକ ଲତା ଜାତୀୟ ଉଦ୍ଭିଦ। ସନ୍ତସନ୍ତିଆ ଜାଗାରେ ମାଡେ। ଏହାର ପତ୍ରକୁ ଲୋକେ ଶାଗ କରି ଖାଇଥାନ୍ତି। ଭାରତରେ ସବୁସ୍ଥାନରେ ଏହା ଦେଖିବାକୁ ମିଳେ।

ହିଳମୋଚା
Enhydra fluctuans
ହିଳମୋଚା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ସଙ୍ଘ: Magnoliophyta
ଅଶ୍ରେଣୀକୃତ: Magnoliopsida
ଗଣ: Asterales
କୁଳ: Asteraceae
ପ୍ରଜାତି: Enhydra
ଜାତି: E. fluctuans
ବାଇନୋମିଆଲ ନାମ
Enhydra fluctuans
Lour.

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ହିଳିମିଚା, ହିଡ଼ିମିଚା
ସଂସ୍କୃତ ଆଚାରୀ, ଶଙ୍ଖଧାରା, ବାତାରି, ମତ୍ସ୍ୟାକ୍ଷୀ ଓ ପିତ୍ତଦମନା
ହିନ୍ଦୀ ହର ହର
ତେଲୁଗୁ ହଡଡା
ବଙ୍ଗଳା ହିଳିଞ୍ଚା, ହିଳିଞ୍ଚେ

ଶାସ୍ତ୍ରୋକ୍ତ ଗୁଣ

ତିକ୍ତ ରସ, ଶୀତଳ, ସ୍ମାରକ, ଦୃଷ୍ଟିଶକ୍ତି ବର୍ଦ୍ଧକ, ମସ୍ତିସ୍କ ସ୍ନିଗ୍ଧତା କାରକ। ମାତ୍ରା ଅର୍ଦ୍ଧତୋଳାରୁ ଏକତୋଳା।

ବ୍ୟବହାର

ଏହାର ପତ୍ରକୁ ମୁଖ୍ୟତଃ ଔଷଧିରୂପେ ବ୍ୟବହାର କରାଯାଏ। ଏହା ବାତ, ପିତ୍ତ, ବାୟୁ, କଣ୍ଡୁ, କ୍ଷତ, ଦୃଷ୍ଟିଶକ୍ତି ହୀନତା, କଫଦୋଷ, ବ୍ରଣ, କୁଷ୍ଠ, କୃମି, ଶୋଥ ଓ ମସ୍ତକ ରୋଗ ଆଦିରେ ଏହାର ପତ୍ରର ରସକୁ ମହୁ ସହିତ ବ୍ୟବହାର କଲେ ଲାଭ ମିଳେ। ଚର୍ମରୋଗରେ ଏହାର ରସରେ ଗୋଲମରିଚ ଗୁଣ୍ଡ ମିଶାଇ ସେବନ କରାଯାଏ। ପାଣ୍ଡୁ, ଶୋଥ କାମଳ ଆଦିରେ ଏହି ରସକୁ ଗୋମୂତ୍ର ଓ ଗୋଲମରିଚ ଗୁଣ୍ଡ ସହିତ ପ୍ରୟୋଗ କରାଯାଏ। ଅନ୍ତ୍ର ବିକାର ପାଇଁ ଏହାକୁ ଲହୁଣୀ ସହିତ ସେବନ କରାଯାଏ। ଏହାର ଶୁଦ୍ଧ ରସ ପ୍ରତ୍ୟହ ସେବନ କଲେ ପିତ୍ତବିକାର ନାଶ ହୁଏ।

ଏହାର ସାତ ଆଠଟି ପତ୍ର ପିଲାଙ୍କ ଗାଧୁଆପାଣିରେ ପକାଇଲେ ପିଲାଏ ନୀରୋଗ ରହନ୍ତି ଓ ସେମାନଙ୍କ ଦୃଷ୍ଟିଦୋଷ ନିବାରିତ ହୁଏ ବୋଲି ମାନ୍ୟତା ରହିଛି।

ବାହାର ଆଧାର

Tags:

ହିଳମୋଚା ବିବିଧ ଭାରତୀୟ ପ୍ରାଦେଶିକ ନାମହିଳମୋଚା ଶାସ୍ତ୍ରୋକ୍ତ ଗୁଣହିଳମୋଚା ବ୍ୟବହାରହିଳମୋଚା ବାହାର ଆଧାରହିଳମୋଚା

🔥 Trending searches on Wiki ଓଡ଼ିଆ:

ଗୋପବନ୍ଧୁ ଦାସଶ୍ରୀକୃଷ୍ଣଲିସବନଯୁଗଳ କିଶୋର ଦତ୍ତମହାତ୍ମା ଗାନ୍ଧୀ୧୯୧୪୧୯୬୮ସୌଭାଗ୍ୟ କୁମାର ମିଶ୍ରନିଓୱାଇଜ ଧୂମକେତୁସମାଜ (ଖବରକାଗଜ)ସୋମନାଥଅଚ୍ୟୁତାନନ୍ଦ ପ‌ତିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଉମେଶଚନ୍ଦ୍ର ସରକାରଗୋଦାବରୀଶ ମହାପାତ୍ରକାସ୍ପିଆନ ସାଗରଜାପାନୀ ୟେନ୍ବନମାଳୀ ଦାସଆର୍ଜେଣ୍ଟିନାରଶ୍ମି ରାଉଳଶଗୁନ୍ ଚୌଧୁରୀକୌରବଜଗନ୍ନାଥଆଣ୍ଟିବଡି୧୯୮୬ସାପଜୟୀରାମ ସାମଲଓଡ଼ିଶାର କଳାସଂଯୁକ୍ତା ରାଉତଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଅସହଯୋଗ ଆନ୍ଦୋଳନ୨୭ ମାର୍ଚ୍ଚଉତ୍କଳ ଦିବସଅଣଚାଶ ପବନଚାରି ଧାମଭାରତୀୟ ଆଇନରେ ବ୍ୟଭିଚାରଅକ୍ଷୟ ତୃତୀୟାଏକାଦଶୀରାମାୟଣଉପେନ୍ଦ୍ର ଭଞ୍ଜରବର୍ଟ ମୂଗମାର୍କ ଜୁକରବର୍ଗଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପହୋମୱାର୍ଡ଼ନୀଳଶୈଳ (ଉପନ୍ୟାସ)୪ ମାର୍ଚ୍ଚଲୁସାକସୁଭାଷ ଚନ୍ଦ୍ର ବୋଷସମଲେଶ୍ୱରୀ ମନ୍ଦିରବଳରାମ ଦାସପଟ୍ଟଚିତ୍ରଜ୍ଞାନୀ ଦେବାଶିଷ ମିଶ୍ରଦୁର୍ଗାମାଧବ ମିଶ୍ରପବନଧର୍ମପଦ୧୯୭୭ନମିତା ଅଗ୍ରୱାଲରୋମାନିଆଗୋପାଳ ଚନ୍ଦ୍ର ପ୍ରହରାଜକୁଲନ ବାଗେ୨୦୨୩ର ଓଡ଼ିଆ କଥାଚିତ୍ର୮ ଜୁନଡାଇନୋସରଲକ୍ଷ୍ମୀନାରାୟଣ ସାହୁଉତ୍କଳ ସମ୍ମିଳନୀ୨୬ ଅପ୍ରେଲରାଜେନ୍ଦ୍ର ନାରାୟଣ ସିଂହଦେଓ୧୯୮୪ଅର୍ଚ୍ଚନା (କବିତା ସଙ୍କଳନ)ଗୋପାଳ ଛୋଟରାୟ🡆 More