ସୌରୀନ୍ଦ୍ର ବାରିକ: ଓଡ଼ିଆ ସାହିତ୍ୟିକ

ସୌରୀନ୍ଦ୍ର ବାରିକ (୩ ଅକ୍ଟୋବର ୧୯୩୮ - ୨୩ ଫେବୃଆରୀ ୨୦୧୬), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ବିଂଶ ଶତାବ୍ଦୀର ଷାଠିଏ ଦଶକରୁ ସାହିତ୍ୟ ରଚନାରେ ସକ୍ରିୟ ଥିବା ସୌରୀନ୍ଦ୍ରଙ୍କର ଏଯାବତ କୋଡ଼ିଏଟି କବିତା ଗ୍ରନ୍ଥ ଓ ନ'ଟି ସମାଲୋଚନା ଗ୍ରନ୍ଥ ପ୍ରକାଶିତ ହୋଇସାରିଛି ।

ସୌରୀନ୍ଦ୍ର ବାରିକ
ସୌରୀନ୍ଦ୍ର ବାରିକ: ରଚନାବଳୀ, ପୁରସ୍କାର ଓ ସମ୍ମାନ, ଆଧାର
ଜନ୍ମ ଓ ଜନ୍ମସ୍ଥାନ(1938-10-03)୩ ଅକ୍ଟୋବର ୧୯୩୮
ବାରିପଦା, ମୟୂରଭଞ୍ଜ
ମୃତ୍ୟୁ୨୩ ଫେବୃଆରୀ ୨୦୧୬(2016-02-23) (ବୟସ ୭୭)
ଭୁବନେଶ୍ୱର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ ଭାଷା)
ଶୈଳୀକବିତା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ସୌରୀନ୍ଦ୍ର ୧୯୩୮ମସିହାରେ ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦୈତାରୀ ବାରିକ ବାରିପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସୌରିନ୍ଦ୍ର ବୃତ୍ତିରେ ଜଣେ ଅଧ୍ୟାପକ ଥିଲେ । ୨୦୧୬ ମସିହା ଫେବୃଆରୀ ୨୩ତାରିଖରେ ସୌରୀନ୍ଦ୍ର ବାରିକଙ୍କର ଭୁବନେଶ୍ୱରଠାରେ ମୃତ୍ୟୁବରଣ କରିଥିଲେ ।

ରଚନାବଳୀ

ନିଜ କବିତା ସମ୍ପର୍କରେ ସୌରୀନ୍ଦ୍ର କହିଥିଲେ, "କବିତାର ଦାସାନୁଦାସ ମୁଁ । ତା ମରଜିରେ ମୁଁ ଚାଳିତ ହୁଏ । ନିଜ ଖୁସିରେ ତାକୁ ଆୟତ୍ତ କରିପାରେନାହିଁ । ତା ତାଡ଼ନାରୁ ନିଜକୁ ସମ୍ଭାଳି ମଧ୍ୟ ପାରେନାହିଁ ।"

କାବ୍ୟଗ୍ରନ୍ଥ

  • ସାମାନ୍ୟ କଥନ - ୧୯୭୫
  • ଉପଭାରତ - ୧୯୮୪
  • ଗୁଣୁଗୁଣୁ ଚିତ୍ରପଟ୍ଟ - ୧୯୮୬
  • ଆକାଶ ପରି ନିବିଡ଼
  • ଲୁହ ଠୁଁ ବି ଅନ୍ତରଙ୍ଗ - ୧୯୮୯
  • ଭାରି ମନେପଡ
  • ଆକାଶପରି ନିବିଡ଼ - ୧୯୮୫
  • ଚାହାଳ ଛାଇରେ ଘଡିଏ - ୧୯୯୦
  • ଅନୁବ୍ରତ - ୧୯୯୦
  • ଆମେ ଦୁହେଁ - ୧୯୯୧
  • ପଢ଼ ବା ନପଢ଼ - ୧୯୯୭
  • ମା
  • ଆଉ ଯାହା କହିବାକୁ ଥିଲା
  • ହଳଦି ବସନ୍ତ
  • ଶକୁନି

ସମାଲୋଚନା

  • ଅନ୍ୱେଷାର ସ୍ୱର
  • ଚେତନାର ଚୌହଦୀ
  • ସତ୍ୟର କୁହୁକ
  • ବାମନର ପାଦ
  • ସମସାମୟିକ ଓଡ଼ିଆ କବିତା

ଅନ୍ୟାନ୍ୟ

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୮ (ଆକାଶପରି ନିବିଡ଼ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, (୧୯୭୭, ସାମାନ୍ୟ କଥନ ପାଇଁ)
  • ବିଷୁବ ପୁରସ୍କାର - ୨୦୦୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଧରିତ୍ରୀ ସମ୍ମାନ
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୦ (ଭୁବନେଶ୍ୱର ପୁସ୍ତକମେଳା)

ଆଧାର

Tags:

ସୌରୀନ୍ଦ୍ର ବାରିକ ରଚନାବଳୀସୌରୀନ୍ଦ୍ର ବାରିକ ପୁରସ୍କାର ଓ ସମ୍ମାନସୌରୀନ୍ଦ୍ର ବାରିକ ଆଧାରସୌରୀନ୍ଦ୍ର ବାରିକ

🔥 Trending searches on Wiki ଓଡ଼ିଆ:

ଥାଲାସେମିଆନୋଭାକ୍ ଜାକୋଭିକଅଭିମନ୍ୟୁ ସାମନ୍ତସିଂହାରରାଜାରାଣୀ ମନ୍ଦିରଚିତ୍ତରଞ୍ଜନ ନାୟକଭାରତୀୟ ରାଜ୍ୟ ଗୁଡ଼ିକର ପ୍ରତୀକପୁରୀଭାରତୀୟ ଡାକ ସେବାବରଗଛଭିତରକନିକା ଜାତୀୟ ଉଦ୍ୟାନ୧୮୯୯ଏ. ପି. ଜେ. ଅବଦୁଲ କଲାମ୨ (ସଂଖ୍ୟା)ଗୋଲୋକ ବିହାରୀ ଧଳ୫୩୩ଯାଯାବର (୧୯୭୫ର କଥାଚିତ୍ର)ଉପେନ୍ଦ୍ର ଭଞ୍ଜପଞ୍ଚୁ ଫୁଟଣଅଭିନେତ୍ରୀ (ନାରୀ କଳାକାର)ତରଳ ଝାଡ଼ାଓଡ଼ିଶା ପ୍ରିମିଅର ଲିଗଭାରତୀୟ ଜନତା ପାର୍ଟିଓଡ଼ିଆ କବି ମାନଙ୍କର ତାଲିକାମସ୍ତିଷ୍କ ଅର୍ବୁଦଭାରତଗୁନ୍‌ଗୁନ୍‌ବୌଦ୍ଧ ଧର୍ମରାଜେନ୍ଦ୍ର କିଶୋର ପଣ୍ଡାନବୀନ ପଟ୍ଟନାୟକଗୁରୁପ୍ରସାଦ ମହାନ୍ତିମୌଳିକ ସଂଖ୍ୟାକୋଷହିମାଚଳ ପ୍ରଦେଶପକ୍ଷୀପାରମିତା ଶତପଥୀନେହା ବାମ୍ପ୍ରତିଭା ରାୟଗୀତଇରା ମହାନ୍ତିପାରାକେନ୍ଦୁଝର ଜିଲ୍ଲାସରସ୍ୱତୀ ବନ୍ୟଜନ୍ତୁ ଅଭୟାରଣ୍ୟବଲାଙ୍ଗୀରରଘୁରାଜପୁରବ୍ରଜନାଥ ବଡ଼ଜେନାକବିସୂର୍ଯ୍ୟ ବଳଦେବ ରଥବାଜି ରାଉତଜାନକୀ ବଲ୍ଲଭ ପଟ୍ଟନାୟକଆଣ୍ଡ୍ରଏଡ଼ଭୀମ ଭୋଇକାଳିନ୍ଦୀ ଚରଣ ପାଣିଗ୍ରାହୀସ୍ୱାମୀ ବିବେକାନନ୍ଦରାସନ କାର୍ଡ଼ (ଭାରତ)୧୮ ଅପ୍ରେଲଭୁବନେଶ୍ୱର ବେହେରାଚିକିତ୍ସା ବିଜ୍ଞାନମଟର ସାଇକେଲକୁଷ୍ଠଅନ୍ନଦା ଶଙ୍କର ରାୟ🡆 More