ବୈକୁଣ୍ଠନାଥ ପଟ୍ଟନାୟକ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଗୋଷ୍ଠୀର (ସବୁଜ ଯୁଗ)ର ଜଣେ କବି ଥିଲେ । ସେ ୧୯୦୪ ମସିହା ସେପ୍ଟେମ୍ବର ୧୪ ତାରିଖରେ ବଡ଼଼ମ୍ବାର କୃଷିପ୍ରେମୀ, ସ୍ୱାଧୀନଚେତା ସୁମନ୍ତ ପଟ୍ଟନାୟକଙ୍କ ପୁତ୍ରଭାବେ ଜନ୍ମ ଗ୍ରହଣ କରିଥିଲେ। ସେହି ବଡ଼଼ମ୍ବାରେ ରହୁଥିବା ତାଙ୍କ ପିଉସା ଦୀନବନ୍ଧୁ ପଟ୍ଟନାୟକ ନିଃସନ୍ତାନ ଥିବାରୁ ସେ ତାଙ୍କର ପୋଷ୍ୟପୁତ୍ର ଭାବେ ତାଙ୍କ ଗୃହରେ ସାରାଜୀବନ ଅତିବାହିତ କରିଥିଲେ ।

ବୈକୁଣ୍ଠନାଥ ପଟ୍ଟନାୟକ
ବୈକୁଣ୍ଠନାଥ ପଟ୍ଟନାୟକ: ଶିକ୍ଷା, କର୍ମ ଜୀବନ, ପରିବାର
ଜନ୍ମ ଓ ଜନ୍ମସ୍ଥାନ(1904-09-14)୧୪ ସେପ୍ଟେମ୍ବର ୧୯୦୪
ବଡ଼଼ମ୍ବା
ମୃତ୍ୟୁ୨୬ ଜାନୁଆରୀ ୧୯୭୯(1979-01-26) (ବୟସ ୭୪)
ବୃତ୍ତିଶିକ୍ଷକ
ଭାଷାଓଡ଼ିଆ
ଶିକ୍ଷାସ୍ନାତକ (ଓଡ଼ିଆ)
ଶିକ୍ଷାନୁଷ୍ଠାନସତ୍ୟବାଦୀ ବନ ବିଦ୍ୟାଳୟ,
ରେଭେନ୍ସା ମହାବିଦ୍ୟାଳୟ,
କଲିକତା ବିଶ୍ୱବିଦ୍ୟାଳୟ
ସମୟସବୁଜ ଯୁଗ
ସାହିତ୍ୟ କୃତିଉତ୍ତରାୟଣ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର, ୧୯୬୫
ଜୀବନସାଥୀଆଦରମଣି ଦେବୀ
ସନ୍ତାନସୁନନ୍ଦା ପଟ୍ଟନାୟକ

ଦସ୍ତଖତବୈକୁଣ୍ଠନାଥ ପଟ୍ଟନାୟକ: ଶିକ୍ଷା, କର୍ମ ଜୀବନ, ପରିବାର

ଶିକ୍ଷା

ତାଙ୍କର ଶିକ୍ଷା ଆରମ୍ଭ ହୋଇଥିଲା ବଡ଼଼ମ୍ବାଗଡ଼ ନିବାସୀ ମାଟିବଂଶର ଅବଧାନଙ୍କ ପାଖରେ। ବାଲ୍ୟଶିକ୍ଷା ଶେଷ କରି ବଡ଼଼ମ୍ବାରେ ନବସ୍ଥାପିତ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷାଗ୍ରହଣ କଲାପରେ ସେ କଟକ କଲେଜିଏଟ ବିଦ୍ୟାଳୟରେ ଶିକ୍ଷାଲାଭ କଲେ। ସେ ସମୟର ସ୍ୱାଧୀନତା ଆନ୍ଦୋଳନ ଡ଼ାକରାରେ ସେ କଲେଜିଏଟ ସ୍କୁଲ ପରିତ୍ୟାଗ କରି ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗଦାନ କରିଥିଲେ। ଏଠାରେ ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ଗୋଦାବରୀଶଙ୍କ ସାହଚର୍ଯ୍ୟ ଓ ବଳିଷ୍ଠ ଶିକ୍ଷାଦାନର ଲାଭ ପାଇଥିଲେ । ଏଠାକାର ଜଳବାୟୁ ତାଙ୍କ ଦେହସୁହା ନ ହେବାରୁ ସେ ଢେଙ୍କାନାଳ ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଲେ। ସେଠାରୁ ଶିକ୍ଷା ସମାପନ କରି ସେ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ ଅଧ୍ୟୟନ କାଳରେ ସେ ସହପାଠୀ ଅନ୍ନଦା ଶଙ୍କର ରାୟ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ହରିହର ଓ ଶରତଚନ୍ଦ୍ରଙ୍କ ସହିତ ମିଶି ସେ ‘ନନସେନ୍ସ କ୍ଲବ’ ନାମକ ସବୁଜ ସାହିତ୍ୟ ସମିତି ଗଠନ କରିଥିଲେ ଓ ‘ଅବକାଶ’ ନାମକ ପତ୍ରିକା ଥିଲା ଏହି ସମିତିର ମୁଖପତ୍ର । ସବୁଜଯୁଗର ଏହି ପଞ୍ଚସଖାଙ୍କର ଅବଦାନ ଓଡ଼ିଆ ସାହିତ୍ୟ ପ୍ରତି ଅତୁଳନୀୟ। ୧୯୨୬ରେ ସେ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଟକସ୍ଥିତ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ। ୧୯୩୧ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ କରିଥିଲେ।

କର୍ମ ଜୀବନ

ଉଚ୍ଚତର ଶିକ୍ଷା ସମାପନ କରି ସାରିବାପରେ ସେ ତତ୍କାଳିନ ବିହାର-ଓଡ଼ିଶା ପ୍ରଦେଶ ଅନ୍ତର୍ଗତ ପୁରୁଲିଆ ସରକାରୀ ବିଦ୍ୟାଳୟ ଓ ପାଟନା କଲେଜିଏଟ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ଏହାପରେ ସେ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟରେ ଯୋଗ ଦେଇଥିଲେ। କର୍ମମୟ ଜୀବନର ଶେଷ ପର୍ଯ୍ୟାୟରେ ସେ ଥିଲେ ବିଦ୍ୟାଳୟ ପରିଦର୍ଶକ ଓ ପ୍ରୌଢ଼ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀ । ୧୯୫୯ ମସିହାରେ ସେ ସେବାନିବୃତ୍ତ ହୋଇଥିଲେ । ଶିକ୍ଷକ ଭାବରେ ସେ ଟିଉସନ ପ୍ରଥାକୁ ବିରୋଧ କରୁଥିଲେ । ବ୍ୟବସ୍ଥାସହ ସାଲିସ କରୁନଥିବାରୁ ବଡ଼ ହାକିମଙ୍କ ଦାଉ ସହିବାକୁ ପଡିଥିଲା । ଅବସରକାଳୀନ ଭତ୍ତା ଅଟକି ଯିବାରୁ, ଶେଷଜୀବନରେ ଆର୍ଥିକ ସ୍ଥିତି ଶୋଚନୀୟ ଥିଲା ।

ପରିବାର

ତାଙ୍କର ପତ୍ନୀ ଆଦରମଣି ଦେବୀଥିଲେ ଜଣେ ଭକ୍ତିପ୍ରାଣା ମହିଳା । ତାଙ୍କର ଦଶଟି ସନ୍ତାନ ସନ୍ତତି ଥିଲେ। ତାଙ୍କ ପୁତ୍ରୀ ସୁନନ୍ଦା ପଟ୍ଟନାୟକ ହେଉଛନ୍ତି ଜଣେ ହିନ୍ଦୁସ୍ତାନୀ ଗାୟିକା।

ସାହିତ୍ୟ ସର୍ଜନା

ସେ ଲେଖିଥିବା ବହି ସବୁ ହେଲା:

କବିତା

  • ଉତ୍ତରାୟଣ (୧୯୬୪)
  • ବିଲ୍ୱମଙ୍ଗଲ (୧୯୫୩)
  • କାବ୍ୟସଞ୍ଚୟନ (୧୯୪୩)
  • ଉପେକ୍ଷିତା
  • କାବ୍ୟ ସଂଚୟନ
  • ମୁକ୍ତିପଥେ
  • ନବାବର୍ଷା ସଙ୍ଗୀତ
  • ଅରୁଣଶ୍ରୀ
  • ମୃତ୍ତିକା ଦର୍ଶନ

ନାଟକ

  • କାବ୍ୟନ୍ତିକା

ପୁରସ୍କାର

ମୃତ୍ୟୁ

୧୯୭୯ ମସିହା ଜାନୁଆରୀ ୨୬ ତାରିଖରେ ସେ ତାଙ୍କର ବଡ଼଼ମ୍ବାସ୍ଥିତ ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ପରଲୋକ ଦିନ ମଧ୍ୟ ସେ ନେତା ସାବଧାନ ନାମରେ କବିତାଟିଏ ଲେଖିଥିଲେ ।

ଆଧାର

Tags:

ବୈକୁଣ୍ଠନାଥ ପଟ୍ଟନାୟକ ଶିକ୍ଷାବୈକୁଣ୍ଠନାଥ ପଟ୍ଟନାୟକ କର୍ମ ଜୀବନବୈକୁଣ୍ଠନାଥ ପଟ୍ଟନାୟକ ପରିବାରବୈକୁଣ୍ଠନାଥ ପଟ୍ଟନାୟକ ସାହିତ୍ୟ ସର୍ଜନାବୈକୁଣ୍ଠନାଥ ପଟ୍ଟନାୟକ ନାଟକବୈକୁଣ୍ଠନାଥ ପଟ୍ଟନାୟକ ପୁରସ୍କାରବୈକୁଣ୍ଠନାଥ ପଟ୍ଟନାୟକ ମୃତ୍ୟୁବୈକୁଣ୍ଠନାଥ ପଟ୍ଟନାୟକ ଆଧାରବୈକୁଣ୍ଠନାଥ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଗୋଲକ ବିହାରୀ ନାଏକହିଙ୍ଗୁଳା ମନ୍ଦିରଆଦିଶଙ୍କରଭଗବତୀ ଚରଣ ପାଣିଗ୍ରାହୀମୁକୁନ୍ଦ ପ୍ରସାଦ ଦାସସଚ୍ଚିଦାନନ୍ଦ ରାଉତରାୟଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନସତ୍ୟେନ୍ଦ୍ର ନାଥ ବୋଷ୫୫୭ଶ୍ରୀରାଧାକାହ୍ନୁଚରଣ ମହାନ୍ତିସାରଳା ପୁରସ୍କାରନାରାୟଣ ସାହୁ୨୨ ଫେବୃଆରୀଅଷ୍ଟ୍ରେଲିଆବରାହସାରଳା ଦାସବଣକାପ୍ତାଜବାହରଲାଲ ନେହେରୁଓ ଅନ୍ଧଗଳିପ୍ରଶାନ୍ତ ନନ୍ଦଜଳବାୟୁଓଡ଼ିଶାପ୍ରଷ୍ଟେରନଗଣେଶଗୋପାଳ (ଜାତି)କମ୍ପ୍ୟୁଟରଲକ୍ଷ୍ମୀ ପ୍ରତିମାବିନୋଦ ଚନ୍ଦ୍ର ନାୟକବୈଦେହୀଶ ବିଳାସସିକ୍ଲ ସେଲ୍ ରୋଗବଳରାମ ଦାସଏଚଆଇଭି/ଏଡସହୋମି ଜାହାଙ୍ଗୀର ଭାବା୧୯୯୭ଜୀବ ବିଜ୍ଞାନପୃଥିବୀଗୁଲାବ କୌରମହାଶ୍ୱେତା ରାୟଖାରବେଳମଟର ସାଇକେଲବୈକୁଣ୍ଠନାଥ ପଟ୍ଟନାୟକବର୍ଷାପ୍ରାଣବନ୍ଧୁ କର୨୧ସୁନାଓଡ଼ିଆ ଲିପିପ୍ରତିଭା ରାୟମିଶନ ଶକ୍ତିହୋଲିଓଡ଼ିଶାର କଳାସୋଟ୍ରୋଭିମାବଜନଜାତି ସଂଗ୍ରହାଳୟଭାରତର ନ୍ୟାୟୀକ ବ୍ୟବସ୍ଥାଗ୍ରହଜଗନ୍ନାଥ ଦାସସାପସୌର ଶକ୍ତିପଦାର୍ଥ ବିଜ୍ଞାନକାର୍ତ୍ତିକ ପୂର୍ଣ୍ଣିମାଫନୀ ମହାନ୍ତିକିଲୋଗ୍ରାମତାରିଣୀ ମନ୍ଦିର, ଘଟଗାଁଭାରତର ସଂସ୍କୃତିଆଠମଲ୍ଲିକ ଗଡ଼ଜାତ ରାଜ୍ୟତୁମ ପରି ଛୋଟ ପିଲାଟିଏହନୁମାନ ଚାଳିଶାବର କୋଳିଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗମହାତ୍ମା ଗାନ୍ଧୀ🡆 More