ଅଭିନେତ୍ରୀ ଲିପି: ଓଡ଼ିଆ ଅଭିନେତ୍ରୀ

‌ଲିପି‌ ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍‌ରେ ଅଭିନୟ କରିଥିଲେ । ୨୦୦୫ରେ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଦୀର୍ଘଦିନର ବ୍ୟବଧାନ ପରେ ୨୦୧୨ରେ ପୁଣିଥରେ ସେ ବ୍ୟାଡ଼୍ ଗାର୍ଲ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ଲିପି ଅନୁଭବ ମହାନ୍ତି, ଦୀପକ, ଦୁଷ୍ମନ୍ତ, ପ‌ପୁ, ବୁଲୁ, ଦେବାଶିଷ, ଆକାଶ ଆଦି ଅନେକ ନାୟକଙ୍କ ସ‌ହ ଆଲବମ୍‌ରେ ଅଭିନୟ କରିଛନ୍ତି ।

ଲିପି ପରିଡ଼ା
ଜନ୍ମ
ସଙ୍ଗୀତା ପରିଡ଼ା

୨୦ ଜାନୁଆରୀ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫ରୁ-ଏବେଯାଏଁ

ପ୍ରାରମ୍ଭିକ ଜୀବନ

ଲିପି ବ୍ରହ୍ମ‌ପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପୋଲିସ ଆରକ୍ଷୀ ଅଧକ୍ଷ । ସେ ଲିପିଙ୍କୁ ଜଣେ ଆଇ.ପି.ଏସ୍ କରାଇବାର ସ୍ୱପ୍ନ ଦେଖିଥିଲେ । ମାତ୍ର ଲିପି ଛୋଟ ବେଳୁ ଅଭିନୟ ପ୍ରତି ଆକର୍ଷିତ ହେଇଥିଲେ । ଲିପିଙ୍କ ମାଆ ଜଣେ କଥାଚିତ୍ର ଅଭିନେତ୍ରୀ । ଲିପି ବ୍ରହ୍ମ‌ପୁରର ମହାମାୟୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।

ଅଭିନୟ ଜୀବନ

ଆଲବମ୍

ଲିପି ଛୋଟବେଳୁ ନୃତ୍ୟ ଏବଂ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ଆଲବମ୍ ନିର୍ଦ୍ଦେଶକ ଯତୀନ ନାୟକ ଲିପିଙ୍କୁ ପ୍ରଥମ ଆଲବମ୍‌ରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଲିପିଙ୍କର ପ୍ରଥମ ଆଲବମ୍ ଥିଲା ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ । ଆଲବମ୍ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଆଲବମ୍ ହେଉଛି ‌ଜାଇ ଫୁଲ‌ । ଲିପି ପାଖାପାଖି ୩୦୦୦ରୁ ଅଧିକ ଆଲବମ୍‌ରେ ଅଭିନୟ କରିଛନ୍ତି । ଲିପିଙ୍କୁ ‌ଆଲବମ୍ କୁଇନ୍‌ ବୋଲି କୁହାଯାଏ । ସେ ସେତେବେଳର ଆଲବମ୍‌ରେ ଅଭିନୟ କରୁଥିବା ପ୍ରାୟ ସବୁ ନାୟକଙ୍କ ସ‌ହ କାମ କରିଥିଲେ ।

ଚଳଚ୍ଚିତ୍ର

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓମ ଶାନ୍ତି ଓମରେ ୨୦୦୫ରେ ଓଡ଼ିଆ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଦୀର୍ଘ ଦିନର ବ୍ୟବ‌ଧାନ ପରେ ଲିପି ୨୦୧୨ରେ ବ୍ୟାଡ଼୍ ଗାର୍ଲରେ ପୁଣିଥରେ ଚଳଚ୍ଚିତ୍ରକୁ ଫେରିଥିଲେ । ଏହି ଚଳଚ୍ଚିତ୍ରରେ ମିହିର ଦାସ ଏବଂ ବବ୍‌ଲି ଲିପିଙ୍କ ସ‌ହ ମୁଖ୍ୟ ଭୂମିକାରେ ଥିଲେ । ପରେ ପରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି: ଅରିନ୍ଦମ ରାୟଙ୍କ ସ‌ହ ଡାଡି, ମୀମାଂସା, ଗଳ୍ପ ନୁହେଁ ଅଳ୍ପ ଦିନର

ଅଭିନେତା ମନୋଜ ମିଶ୍ରଙ୍କ ସ‌ହ ‌ଆଦିଭୂମି‌ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଦୂରଦର୍ଶନ

ଲିପି ଇ ଟିଭି ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ‌ଅନନ୍ୟା‌ରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ପୁଣିଥରେ ଇ ଟିଭି ଓଡ଼ିଆରେ ‌ଆପଣଙ୍କ ପସନ୍ଦ‌ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଦୂରଦର୍ଶନରେ ପ୍ରସାରିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଲିପି ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । କାହ୍ନୁଚରଣ ମହାନ୍ତିଙ୍କ ଲିଖିତ ଉପନ୍ୟାସ 'କା'ର ନାଟ୍ୟ ରୂପାନ୍ତରରେ ଲିପି ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୦୫ ଓମ ଶାନ୍ତି ଓମ
୨୦୧୨ ବ୍ୟାଡ଼୍ ଗାର୍ଲ
୨୦୧୪ ଡାଡି
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ ମୀମାଂସା

ବଛା ବଛା ଆଲବମ୍

  • ଆଲବମ୍ କୁଇନ୍
  • ଜାଇଫୁଲ
  • ସାଗରେ ତ ରଙ୍ଗ ପରି

ଆଧାର

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଲିପି

Tags:

ଅଭିନେତ୍ରୀ ଲିପି ପ୍ରାରମ୍ଭିକ ଜୀବନଅଭିନେତ୍ରୀ ଲିପି ଅଭିନୟ ଜୀବନଅଭିନେତ୍ରୀ ଲିପି ଅଭିନୀତ କଥାଚିତ୍ରଅଭିନେତ୍ରୀ ଲିପି ବଛା ବଛା ଆଲବମ୍ଅଭିନେତ୍ରୀ ଲିପି ଆଧାରଅଭିନେତ୍ରୀ ଲିପି ବାହାର ଆଧାରଅଭିନେତ୍ରୀ ଲିପିଅନୁଭବ ମହାନ୍ତିଓଡ଼ିଆ କଥାଚିତ୍ର ଜଗତଓମ୍ ଶାନ୍ତି ଓମ୍ବ୍ୟାଡ଼୍ ଗାର୍ଲ

🔥 Trending searches on Wiki ଓଡ଼ିଆ:

ପଠାଣି ପଟ୍ଟନାୟକଜ୍ଞାନପୀଠ ପୁରସ୍କାରବେଣୁଧର ରାଉତକ୍ୟୁ. ଆର. କୋଡ଼କାଳୀଚରଣ ପଟ୍ଟନାୟକଅମୃତ ଫଳଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାବିଶ୍ୱନାଥ ଦାସରାମାୟଣଓଡ଼ିଶୀସମ୍ବାଦଭାରତର ରାଷ୍ଟ୍ରପତିଲଳିତ ମାନସିଂହଭାରତୀୟ ଡାକ ସେବାଚନ୍ଦ୍ରଶେଖର ରଥଧର୍ମେନ୍ଦ୍ର ପ୍ରଧାନଓଡ଼ିଆ ସାହିତ୍ୟସୁନାଅଗ୍ନ୍ୟାଶୟ ଅକ୍ଷମତାମହାତ୍ମା ଗାନ୍ଧୀସୂର୍ଯ୍ୟୋଦୟଚଇତି ଘୋଡ଼ା ନାଚଯାଜପୁରଲାନାଡେଲୁମାବନବକୃଷ୍ଣ ଚୌଧୁରୀକ୍ଷୀରତୃପ୍ତି ଦାସଓଡ଼ିଆ ରାନ୍ଧଣାଭଗବତୀ ଚରଣ ପାଣିଗ୍ରାହୀଉଇକିପିଡ଼ିଆ ସମୂହର ତାଲିକାନବୀନ ପଟ୍ଟନାୟକଗୁରୁନନ୍ଦ କିଶୋର ବଳପରଶୁରାମରାଧାମୋହନ ଗଡ଼ନାୟକ୨୧ ମାର୍ଚ୍ଚବୀର ସୁରେନ୍ଦ୍ର ସାଏପ୍ରସନ୍ନ କୁମାର ମିଶ୍ରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସଚିନ ତେନ୍ଦୁଲକରଭାରତର ପ୍ରଧାନମନ୍ତ୍ରୀବ୍ରଜନାଥ ବଡ଼ଜେନାଅଶ୍ରୁମୋଚନ ମହାନ୍ତିରାମକୃଷ୍ଣ ନନ୍ଦଝୁମରଛବିଳ ମଧୁ ବର୍ଣ୍ଣବୋଧସଂସ୍କୃତ ଭାଗବତକାହ୍ନୁଚରଣ ମହାନ୍ତି୧ ଅପ୍ରେଲଶବ୍ଦ (ପଦ)୧୫ ଅପ୍ରେଲସାମବେଦମଥୁରା ମଙ୍ଗଳଗୁଣ୍ଡିଚା ମନ୍ଦିରରାଜନୀତି ବିଜ୍ଞାନଆଖଣ୍ଡଳମଣି ମନ୍ଦିରଚିତ୍ରା (ନକ୍ଷତ୍ର)ମନୋଜ ଦାସଙ୍କ କଥା ଓ କାହାଣୀକାଳିନ୍ଦୀ ଚରଣ ପାଣିଗ୍ରାହୀଆପେଣ୍ଡିସାଇଟିସସ୍ୱାସ୍ଥ୍ୟବୀଣାପାଣି ମହାନ୍ତିହନୁମାନ ଚାଳିଶାରାଧାନାଥ ରାୟଅଚ୍ୟୁତାନନ୍ଦ ଦାସ୪ ଅପ୍ରେଲମହାଦେଶଧାତୁପଦାର୍ଥଜୟ ଜଗନ୍ନାଥ🡆 More