ଲଲାଟେନ୍ଦୁ ମହାପାତ୍ର: ଓଡ଼ିଆ ରାଜନୀତିଜ୍ଞ

ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ମହାପାତ୍ର ନାମରେ ମଧ୍ୟ ଜଣା; ୧୪ ଫେବ୍ରୁଆରୀ ୧୯୬୪ - ୬ ନଭେମ୍ବର ୨୦୧୬) ଓଡ଼ିଶାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦଳର ଜଣେ ନେତା ଥିଲେ । ସେ ପୁରୀ ଜିଲ୍ଲାର ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ତିନି ଥର ନିର୍ବାଚିତ ହୋଇଥିଲେ । ସେ ୨୦୦୪ ମସିହାରୁ ୨୦୦୯ ଯାଏ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଥିଲେ । ଏଥି ସହିତ ସେ ୧୯୮୩ ମସିହାରେ ଭାରତୀୟ ଜାତୀୟ ଛାତ୍ର ପରିଷଦର ଯୁଗ୍ମ ସମ୍ପାଦକ ଥିଲେ । ମହାପାତ୍ର ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପାଖଲୋକ ଭାବେ ବିବେଚିତ ହେଉଥିଲେ ।

୨୦୧୬ ମସିହା ନଭେମ୍ବର ୬ ତାରିଖରେ ଗୁରୁଗାଓଁଠାରେ ଲିଭର ସିରୋସିସ୍ ରୋଗରେ, ଓ ପରେ ଏକାଧିକ ଅଙ୍ଗ ଅକାମୀ ଓ ଷ୍ଟ୍ରୋକ ହେତୁ ୫୨ ବର୍ଷ ବୟସରେ ପ୍ରାଣ ହରାଇଥିଲେ ।

ପ୍ରାରମ୍ଭିକ ଜୀବନ

ମହାପାତ୍ର ୧୯୬୪ ମସିହା ଫେବ୍ରୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ଛାତ୍ର ରାଜନୀତି

ସେ ବିଜେବି କଲେଜରୁ ସ୍ନାତକ ଲାଭ କରିଥିଲେ । କଲେଜରେ ପଢ଼ିବା ବେଳେ ସେ ୧୯୮୩ ମସିହାରେ ଭାରତୀୟ ଜାତୀୟ ଛାତ୍ର ପରିଷଦର ଯୁଗ୍ମ ସମ୍ପାଦକ, ୧୯୮୫ରେ ସାଧାରଣ ସମ୍ପାଦକ, ଓ ୧୯୮୭ରେ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୬ରେ ସେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ହୋଇଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ିବା କାଳରେ ସେ ସେଠାର ସିନେଟ ସଦସ୍ୟ ହୋଇଥିଲେ ।

ସକ୍ରିୟ ରାଜନୀତି

୧୯୮୭ରୁ ୧୯୯୬ ମସିହା ଯାଏ ସେ ଓଡ଼ିଶା ଛାତ୍ର କଂଗ୍ରେସର ସଭାପତି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଦସ୍ୟ ଥିଲେ । ମହାପାତ୍ର ଏହି ଦଳର ଉପସଭାପତି ଭାବେ ୨୦୦୯ରୁ ୨୦୧୪ ଯାଏ କାମ କରିଥିଲେ । ୧୯୯୫ରୁ ୨୦୦୯ ଯାଏ ବ୍ରହ୍ମଗିରିର ବିଧାୟକ ଭାବେ ଜିତିଥିବା ମହାପାତ୍ର ୨୦୦୯ ମସିହାରେ ଭାରତୀୟ ଜନତା ଦଳର (ବିଜେଡ଼ି) ସଞ୍ଜୟ ଦାସବର୍ମାଙ୍କଠାରୁ ପରାଜିତ ହୋଇଥିଲେ ।

ମହାପାତ୍ରଙ୍କ ପ୍ରତିନିଧିତ୍ୱରେ ବିରୋଧୀ ବିଜେଡ଼ି ଦଳର ନେତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓ ସେହି ଦଳର ଅନ୍ୟାନ୍ୟ ନେତା ଅତନୁ ସବ୍ୟସାଚୀ, ପୁଷ୍ପେନ୍ଦ୍ର ସିଂହଦେଓ ଓ ସଞ୍ଜୟ ଦାସବର୍ମାଙ୍କ ଉପରେ ଅଣ୍ଡାମାଡ଼ ହୋଇଥିଲା । ୨୦୧୬ ମସିହା ଆରମ୍ଭରେ ତାଙ୍କ କାମରେ ଯୋଗଦେଉଥିବା ଯୁବଦଳ "ଲୁଲୁ ସେନା" ନାମରେ ଜଣା ।

ଆଧାର

Tags:

ଲଲାଟେନ୍ଦୁ ମହାପାତ୍ର ପ୍ରାରମ୍ଭିକ ଜୀବନଲଲାଟେନ୍ଦୁ ମହାପାତ୍ର ଛାତ୍ର ରାଜନୀତିଲଲାଟେନ୍ଦୁ ମହାପାତ୍ର ସକ୍ରିୟ ରାଜନୀତିଲଲାଟେନ୍ଦୁ ମହାପାତ୍ର ଆଧାରଲଲାଟେନ୍ଦୁ ମହାପାତ୍ରଓଡ଼ିଶାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଜାନକୀ ବଲ୍ଲଭ ପଟ୍ଟନାୟକପୁରୀ ଜିଲ୍ଲାବ୍ରହ୍ମଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ପୂର୍ବ ଭାଦ୍ରପଦ (ନକ୍ଷତ୍ର)କନ୍ଧମାଳ ଜିଲ୍ଲାଅମଲା ଅକ୍କିନେନିପଞ୍ଚାୟତ ରାଜ୫ ଜୁଲାଇସାହି ଯାତତିଳ ଚତୁର୍ଥୀବିନୋଦ ଚନ୍ଦ୍ର ନାୟକଦ୍ରୌପଦୀ ମୁର୍ମୁସଂଯୁକ୍ତା ପାଣିଗ୍ରାହୀବୈଶାଖଉଇକିକଥାମୟୂରଭଞ୍ଜ ରାଜ୍ୟକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶତ୍ରୁଘ୍ନ ପାଣ୍ଡବସୌଭାଗ୍ୟ କୁମାର ମିଶ୍ରଗେଣ୍ଡୁଫୁଲଅକ୍ଷାଂଶ୨୭ ଅପ୍ରେଲ୧ମ ଲୋକ ସଭାଯୌଥ ପରିବାରବେଦଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଓଡ଼ିଆ ଭାଗବତସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)ଜଳଛ ମାଣ ଆଠ ଗୁଣ୍ଠମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଡାକ ସେବାଧରିତ୍ରୀଚଇତି ଘୋଡ଼ା ନାଚମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଭାରତର ସଂସ୍କୃତିଗୁରୁଚୈତନ୍ୟଅଶୋକାଷ୍ଟମୀଶବ୍ଦ (ପଦ)ମସ୍କୋଇନ୍ଦୁରାଣୀ ମହାପାତ୍ରପ୍ରତାପରୁଦ୍ର ଦେବଭାରତୀୟ ସମ୍ବିଧାନଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)ଓଡ଼ିଆ ସାହିତ୍ୟତାରିଣୀ ମନ୍ଦିର, ଘଟଗାଁଉତ୍କଳ ସମ୍ମିଳନୀHydrogenଓଡ଼ିଶାର ପର୍ବପର୍ବାଣିଗୋଦାବରୀଶ ମିଶ୍ରରବୀନ୍ଦ୍ରନାଥ ଠାକୁରବାଘଦସ୍ତାଆଷ୍ଟାଟାଇନବିଜୁ ଜନତା ଦଳଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ସ୍ୱାମୀ ବିବେକାନନ୍ଦଗଜ ଉଦ୍ଧାରଣ ବେଶଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଅବକାଶ ବେଶହରିହର ବେଶଚିନ୍ତାମଣି ବେହେରାନମ୍ରତା ଦାସୱାଇ-ଫାଇଡେଙ୍ଗୁ ଜରଧାତୁରଘୁନାଥ ପରିଚ୍ଛାଚନ୍ଦ୍ରଶେଖର ରଥଯୁକ୍ତରାଜ୍ୟଭୂଇଁନିମ୨୦୨୪ ଭାରତୀୟ ସାଧାରଣ ନିର୍ବାଚନଆଦିଶଙ୍କରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା🡆 More