ରବି କାନୁନଗୋ (ଜନ୍ମ : ୨୦.୪.୧୯୪୬) ଜଣେ ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାର । ଦୈନିକ ଖବର କାଗଜ ସୂର୍ଯ୍ୟପ୍ରଭାର ସମ୍ପାଦକ ଅଟନ୍ତି । ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଆଇନ ଓ ଟ୍ରେଡ଼ ୟୁନିୟନ ଅନୁଷ୍ଠାନ ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ଅଛନ୍ତି ।
ରବି କାନୁନଗୋ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚଁପୁର, କେନ୍ଦ୍ରାପଡ଼ା ଜିଲ୍ଲା | ୨୦ ଅପ୍ରେଲ ୧୯୪୬
ବୃତ୍ତି | ସ୍ତମ୍ଭ ଲେଖକ, ପ୍ରାବନ୍ଧିକ ଏବଂ କଥାକାର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ବିଏ ଏଲଏଲବି |
ଶିକ୍ଷାନୁଷ୍ଠାନ | ରାଉରକେଲା ଆଇନ ମହାବିଦ୍ୟାଳୟ |
ଶୈଳୀ | ସାହିତ୍ୟ |
ପୁରସ୍କାର | ଡ ରାଧାନାଥ ରଥ ବିଶିଷ୍ଟ ସାମ୍ବାଦିକ ସମ୍ମାନ - ୨୦୧୧ (ଉତ୍କଳ ସାହିତ୍ୟ ସମାଜ ଦ୍ୱାରା) |
ଜୀବନସାଥୀ | ମଞ୍ଜୁମିତା କାନୁନଗୋ |
ସନ୍ତାନ | ସ୍ନାତଶାନ୍ତା ସାମନ୍ତରାୟ (କନ୍ୟା) ସଙ୍ଘମିତ୍ରା ମହାନ୍ତି (କନ୍ୟା) ଓ ସନ୍ତଦୀପ୍ତି କାନୁନଗୋ (ପୁତ୍ର) |
ସମ୍ପର୍କୀୟ | ହରିହର କାନୁନଗୋ (ସାନ ଭାଇ) |
ମହାରାଜ କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟ, ବାରିପଦା ଓ ଜୟରାମ ଉଚ୍ଚବିଦ୍ୟାଳୟ କରୋଳୋ ପାଟଣା, କେନ୍ଦ୍ରାପଡ଼ାରୁ ଏକାଦଶ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ (ପ୍ରଥମ ବ୍ୟାଚ ଛାତ୍ର), ନାଇଟ କଲେଜ ରାଉରକେଲାରୁ କଳାରେ ସ୍ନାତକ, ରାଉରକେଲା ଆଇନ ମହାବିଦ୍ୟାଳୟରୁ ବିଏ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ରବି କାନୁନଗୋ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀ ଥିଲେ । ଅବସର ନେବାପରେ ଭୁବନେଶ୍ୱରରେ ସ୍ଥାନାନ୍ତର ହୋଇଥିଲେ । ୨୦୦୯ ମସିହା ଜାନୁଆରୀରୁ ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜରେ ସମ୍ପାଦକ ଅଛନ୍ତି ।
ପ୍ରାୟ ପଚାଶ ବର୍ଷ ଧରି ତାଙ୍କ ସୃଷ୍ଟିର ପାଖାପାଖି ୫0୦୦୦ରୁ ଅଧିକ ସ୍ତମ୍ଭ, କାହାଣୀ, କବିତା ପ୍ରକାଶିତ ହୋଇଛି । ୧୯୭୨ ମସିହାରେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ବାଟେଘାଟେ ସ୍ତମ୍ଭରେ 'ଲଘୁପାକ' ପ୍ରସଙ୍ଗରୁ ଲେଖିବା ଆରମ୍ଭ କରିଥିଲେ । 'ସମ୍ବାଦ'ରେ 'କଥା କିଂଚିତ୍' (୧୯୮୪-୯୩), ତାଙ୍କର ଅକ୍ଷର ଅନାବାଦୀ (ପ୍ରଜାତନ୍ତ୍ର ସାପ୍ତାହିକ ସ୍ତମ୍ଭ ୧୯୯୩ରୁ ୨୦୦୫ମସିହା ପର୍ଯ୍ୟନ୍ତ), ଦୈନିକ ସମାଜ ଓ ସମ୍ବାଦ ଖବର କାଗଜରେ ମନେଥାଉ ସେମିତି ସେମିତି ଆଦି ଅନେକ ସ୍ଥମ୍ଭ ୨୦୦୦ରୁ ୨୦୦୫ ମସିହା ମଧ୍ୟରେ ପ୍ରକାଶ ପାଇଥିଲା । ତା' ଛଡ଼ା ସାଂପ୍ରତିକ ଘଟଣାବଳୀ ତାଙ୍କ ଲେଖନୀରେ ସାହିତ୍ୟର ସ୍ପନ୍ଦନ, ହାସ୍ୟରସର ବେଢ଼ଣ ଏବଂ ମାନବବାଦର ସ୍ପର୍ଶ ଦେଖିବାକୁ ମିଳେ । ଗମ୍ଭିର ତଥା ହାସ୍ୟ କବିତା ଲିଖନରେ ତାଙ୍କର ସ୍ପଷ୍ଟ ଓ ଅନନ୍ୟ ପରିଚୟ ରହିଛି l ରାଜନୀତି, ଶ୍ରମ ସଂଗଠନ, ଆଇନଜ୍ଞ ଏବଂ ବହୁ ଭ୍ରମଣ ଅଭିଜ୍ଞତା ଯୋଗୁ ତାଙ୍କ ନିରୀକ୍ଷଣର ଶୈଳୀ ଏକଦମ ନିଆରା । ସେ ଜଣେ ଗଳ୍ପ ଲେଖକ ମଧ୍ୟ । ୧୯୬୭ ମସିକରେ ପ୍ରକାଶିତ "ଅଇଁଠା ଓ ଅନାବାଦୀ" ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ ରଚନା ଅଟେ ।
This article uses material from the Wikipedia ଓଡ଼ିଆ article ରବି କାନୁନଗୋ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.