ଭଞ୍ଜ କିଶୋର ପଟ୍ଟନାୟକ(୧୩ ନଭେମ୍ବର ୧୯୨୨ - ୨୭ ନଭେମ୍ବର ୧୯୯୯) ଜଣେ ଓଡ଼ିଆ ନାଟ୍ୟକାର ଥିଲେ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଜଣେ ଅଗ୍ରଣୀ ନାଟ୍ୟକାର ଥିଲେ । ସେ ୩୫ଟି ନାଟକ, ୮ଟି ଏକାଙ୍କିକା, ୪ଟି କ୍ଷୁଦ୍ରଗଳ୍ପ ପୁସ୍ତକ, କବିତା ଓ ମରୁପଥୀକ ନାମରେ ଏକ ଉପନ୍ୟାସ ରଚନା କରିଥିଲେ । ତାଙ୍କର ୧୨ଟି ନାଟକ ବେତାର ଓ ଦୂରଦର୍ଶନରେ ମଧ୍ୟ ପ୍ରସାରିତ ହୋଇଛି । ଅଗ୍ନି-ପରୀକ୍ଷା ନାଟକ ପାଇଁ ସେ ୧୯୫୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଜୀବନର ଜୟଯାତ୍ରା ତାଙ୍କର ଆତ୍ମଜୀବନୀ ।
ଭଞ୍ଜକିଶୋର ପଟ୍ଟନାୟକ | |
---|---|
ଜନ୍ମ | |
ମୃତ୍ୟୁ | ୨୭ ନଭେମ୍ବର ୧୯୯୯ | (ବୟସ ୭୭)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ ୧୯୫୬ |
ଶିକ୍ଷାନୁଷ୍ଠାନ | ଖ୍ରୀଷ୍ଟ ମହାବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ନାଟ୍ୟକାର |
ପିତାମାତା(s) | ସାଧୁଚରଣ ପଟ୍ଟନାୟକ, ସତ୍ୟଭାମା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଭଞ୍ଜ କିଶୋର କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ଛାଣିପୁରଗ୍ରାମରେ ୧୯୨୨ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମିତ ପିତାଙ୍କ ନାମ ଥିଲା ଦୁର୍ଗାଚରଣ ପଟ୍ଟନାୟକ ଓ ମାତାଙ୍କ ନାମ ଥିଲା ସତ୍ୟଭାମା । ତାଙ୍କ ଜନ୍ମନାମ ଥିଲା ମହେନ୍ଦ୍ର । ତାଙ୍କୁ ୯ମାସ ବୟସ ହୋଇଥିବାବେଳେ ହଇଜା ରୋଗରେ ପୀଡ଼ିତ ହୋଇ ତାଙ୍କ ମାତାଙ୍କର ନିଧନ ଘଟିଥିଲା । ଏହା ପରେ ଅପୁତ୍ରିକ ସେ ସାଧୁଚରଣ ପଟ୍ଟନାୟକଙ୍କଦ୍ୱାରା ପାଳିତ ହୋଇଥିବାରୁ, ସାଧୁଚରଣ ହିଁ ତାଙ୍କର ପିତାଭାବରେ ପରିଚିତ । ସାଧୁଚରଣ ତାଙ୍କ ନାମ ପରିବର୍ତ୍ତନ କରି ରଖିଥିଲେ ଭଞ୍ଜ କିଶୋର । ପିଲାଦିନ ତାଙ୍କର ବାରିପଦାରେ ବିତିଥିଲା । ବାରିପଦାର ମହାରାଜା ହାଇସ୍କୁଲରୁ ସେ ମାଟ୍ରିକ ପାସ କରିଥିଲେ । ସେ ଥିଲେ ସ୍କୁଲ କ୍ରିକେଟ ଓ ଫୁଟବଲ ଦଳର ଅଧିନାୟକ । ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ ସ୍ନାତକ ପାଠ ପଢ଼ିଥିଲେ । ସେ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗରେ ଚାକିରି କରିଥିଲେ ।
୧୯୯୯ ନଭେମ୍ବର ୨୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।
୧୯୩୯ ମସିହାରେ ଭଞ୍ଜ କିଶୋର ପଢୁଥିବା ମହାରାଜା ହାଇସ୍କୁଲରେ ତାଙ୍କ ପ୍ରଥମ ନାଟକ ଝଡ଼ରାତି ମଞ୍ଚସ୍ଥ ହୋଇଥିଲା । ୧୯୪୦ ମସିହାରେ ତାଙ୍କ ଗ୍ରାମ ଛାଣିପୁରର "ଭୀଷ୍ମ ରଙ୍ଗମଞ୍ଚ"ରେ ତାଙ୍କ ଦ୍ୱିତୀୟ ନାଟକ "ପ୍ରେମପୁଷ୍ପ" ମଞ୍ଚସ୍ଥ ହୋଇଥିଲା । ଏହି ନାଟକରେ ସେ ନାରୀ ଚରିତ୍ର "ପୁଷ୍ପ" ଭୂମିକାରେ ଅଭିନୟ କରିଥିଲେ । ସେହି ଭୀଷ୍ମ ରଙ୍ଗମଞ୍ଚରେ ତାଙ୍କର ଅନ୍ୟାନ୍ୟ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା । କଟକରେ ଚାକିରୀ କରିବା ସମୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଏ ଓ ବି ତଥା "ଜନତା" ରଙ୍ଗମଞ୍ଚରେ ତାଙ୍କର ଅନେକ ନାଟକ ମଞ୍ଚସ୍ଥ ହୋଇଥିଲା ।
ନାଟକ
| ଏକାଙ୍କିକା
ଚଳଚ୍ଚିତ୍ର
ଆତ୍ମଜୀବନୀ
|
This article uses material from the Wikipedia ଓଡ଼ିଆ article ଭଞ୍ଜକିଶୋର ପଟ୍ଟନାୟକ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.