ଭଞ୍ଜକିଶୋର ପଟ୍ଟନାୟକ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଭଞ୍ଜ କିଶୋର ପଟ୍ଟନାୟକ(୧୩ ନଭେମ୍ବର ୧୯୨୨ - ୨୭ ନଭେମ୍ବର ୧୯୯୯) ଜଣେ ଓଡ଼ିଆ ନାଟ୍ୟକାର ଥିଲେ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଜଣେ ଅଗ୍ରଣୀ ନାଟ୍ୟକାର ଥିଲେ । ସେ ୩୫ଟି ନାଟକ, ୮ଟି ଏକାଙ୍କିକା, ୪ଟି କ୍ଷୁଦ୍ରଗଳ୍ପ ପୁସ୍ତକ, କବିତା ଓ ମରୁପଥୀକ ନାମରେ ଏକ ଉପନ୍ୟାସ ରଚନା କରିଥିଲେ । ତାଙ୍କର ୧୨ଟି ନାଟକ ବେତାର ଓ ଦୂରଦର୍ଶନରେ ମଧ୍ୟ ପ୍ରସାରିତ ହୋଇଛି । ଅଗ୍ନି-ପରୀକ୍ଷା ନାଟକ ପାଇଁ ସେ ୧୯୫୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଜୀବନର ଜୟଯାତ୍ରା ତାଙ୍କର ଆତ୍ମଜୀବନୀ ।

ଭଞ୍ଜକିଶୋର ପଟ୍ଟନାୟକ
ଜନ୍ମ(1922-11-13)୧୩ ନଭେମ୍ବର ୧୯୨୨
ଛାଣିପୁର,ସାଲେପୁର,କଟକ
ମୃତ୍ୟୁ୨୭ ନଭେମ୍ବର ୧୯୯୯(1999-11-27) (ବୟସ ୭୭)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ ୧୯୫୬
ଶିକ୍ଷାନୁଷ୍ଠାନଖ୍ରୀଷ୍ଟ ମହାବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ନାଟ୍ୟକାର
ପିତାମାତା(s)ସାଧୁଚରଣ ପଟ୍ଟନାୟକ, ସତ୍ୟଭାମା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ

ଭଞ୍ଜ କିଶୋର କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ଛାଣିପୁରଗ୍ରାମରେ ୧୯୨୨ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମିତ ପିତାଙ୍କ ନାମ ଥିଲା ଦୁର୍ଗାଚରଣ ପଟ୍ଟନାୟକ ଓ ମାତାଙ୍କ ନାମ ଥିଲା ସତ୍ୟଭାମା । ତାଙ୍କ ଜନ୍ମନାମ ଥିଲା ମହେନ୍ଦ୍ର । ତାଙ୍କୁ ୯ମାସ ବୟସ ହୋଇଥିବାବେଳେ ହଇଜା ରୋଗରେ ପୀଡ଼ିତ ହୋଇ ତାଙ୍କ ମାତାଙ୍କର ନିଧନ ଘଟିଥିଲା । ଏହା ପରେ ଅପୁତ୍ରିକ ସେ ସାଧୁଚରଣ ପଟ୍ଟନାୟକଙ୍କଦ୍ୱାରା ପାଳିତ ହୋଇଥିବାରୁ, ସାଧୁଚରଣ ହିଁ ତାଙ୍କର ପିତାଭାବରେ ପରିଚିତ । ସାଧୁଚରଣ ତାଙ୍କ ନାମ ପରିବର୍ତ୍ତନ କରି ରଖିଥିଲେ ଭଞ୍ଜ କିଶୋର । ପିଲାଦିନ ତାଙ୍କର ବାରିପଦାରେ ବିତିଥିଲା । ବାରିପଦାର ମହାରାଜା ହାଇସ୍କୁଲରୁ ସେ ମାଟ୍ରିକ ପାସ କରିଥିଲେ । ସେ ଥିଲେ ସ୍କୁଲ କ୍ରିକେଟ ଓ ଫୁଟବଲ ଦଳର ଅଧିନାୟକ । ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ ସ୍ନାତକ ପାଠ ପଢ଼ିଥିଲେ । ସେ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗରେ ଚାକିରି କରିଥିଲେ ।

୧୯୯୯ ନଭେମ୍ବର ୨୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

ନାଟ୍ୟକାର ଜୀବନ

୧୯୩୯ ମସିହାରେ ଭଞ୍ଜ କିଶୋର ପଢୁଥିବା ମହାରାଜା ହାଇସ୍କୁଲରେ ତାଙ୍କ ପ୍ରଥମ ନାଟକ ଝଡ଼ରାତି ମଞ୍ଚସ୍ଥ ହୋଇଥିଲା । ୧୯୪୦ ମସିହାରେ ତାଙ୍କ ଗ୍ରାମ ଛାଣିପୁରର "ଭୀଷ୍ମ ରଙ୍ଗମଞ୍ଚ"ରେ ତାଙ୍କ ଦ୍ୱିତୀୟ ନାଟକ "ପ୍ରେମପୁଷ୍ପ" ମଞ୍ଚସ୍ଥ ହୋଇଥିଲା । ଏହି ନାଟକରେ ସେ ନାରୀ ଚରିତ୍ର "ପୁଷ୍ପ" ଭୂମିକାରେ ଅଭିନୟ କରିଥିଲେ । ସେହି ଭୀଷ୍ମ ରଙ୍ଗମଞ୍ଚରେ ତାଙ୍କର ଅନ୍ୟାନ୍ୟ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା । କଟକରେ ଚାକିରୀ କରିବା ସମୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଏ ଓ ବି ତଥା "ଜନତା" ରଙ୍ଗମଞ୍ଚରେ ତାଙ୍କର ଅନେକ ନାଟକ ମଞ୍ଚସ୍ଥ ହୋଇଥିଲା ।

ରଚନାବଳୀ

ନାଟକ

  • ଅଗ୍ନି-ପରୀକ୍ଷା
  • ଅତିଥି - ୧୯୫୪(ଇଉନିଭରସିଟି ବୁକ୍ ଷ୍ଟୋର)
  • ଦିଗ ଦର୍ଶନ - ୧୯୯୧(ଫ୍ରେଣ୍ଡସ ପବ୍ଲିସରସ)
  • ବେନାମୀ
  • ଅଶୋକ ସ୍ତମ୍ଭ
  • ବୈରାଗୀର ସଂସାର
  • ମାଣିକଯୋଡ଼ି
  • ଜୟମାଲ୍ୟ
  • ତୋଫାନ
  • ଗରିବ
  • ଶିକାରୀ
  • ପ୍ରତାପରୁଦ୍ର
  • ରାଜନତିର୍କୀ
  • କାଶ୍ମୀର ବେଗମ୍
  • ଗୁଲ୍ନାୟକ

ଏକାଙ୍କିକା

  • ବାଣହରଣ
  • ସଂସ୍କାର
  • ପ୍ରାୟଶ୍ଚିତ ଭେଟି
  • ଜନ୍ମାନ୍ତର
  • ବରକନ୍ୟା
  • ସାବିତ୍ରୀ
  • ଧରଣୀ
  • ସୁଲତାନ ରେଜିଆ

ଚଳଚ୍ଚିତ୍ର

ଆତ୍ମଜୀବନୀ

  • ଜୀବନର ଜୟଯାତ୍ରା

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮(ଅଗ୍ନି-ପରୀକ୍ଷା)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ସମ୍ମାନୀତ - ୧୯୭୭
  • କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ସମ୍ମାନୀତ
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ବିଷୁବ ପୁରସ୍କାର
  • ଜାତୀୟ ପୁରସ୍କାର - ୧୯୮୪(କୋଣାର୍କ ନାଟକ ପାଇଁ)
  • କବିଚନ୍ଦ୍ର ସ୍ମୃତି ସମ୍ମାନ - ୧୯୮୨
  • ଓଡ଼ିଆ ନାଟକ ଶତବାର୍ଷିକୀ ସମ୍ମାନ - ୧୯୭୭
  • ଆଦି ନାଟ୍ୟକାର ସମ୍ମାନ - ୧୯୯୬
  • ରବୀନ୍ଦ୍ର କଳାକ୍ଷେତ୍ର ସମ୍ମାନ(ବାଙ୍ଗାଲୋର) - ୧୯୭୩
  • ରାଷ୍ଟ୍ରପତି ପୁରସ୍କାର (ଚଳଚ୍ଚିତ୍ର ନବଜନ୍ମ ପାଇଁ)
  • ନାଟ୍ୟରତ୍ନ ଉପାଧି
  • ନାଟ୍ୟ ଭାରତୀ ଉପାଧି

ଆଧାର

ଅଧିକ ତଥ୍ୟ

Tags:

ଭଞ୍ଜକିଶୋର ପଟ୍ଟନାୟକ ଜୀବନୀଭଞ୍ଜକିଶୋର ପଟ୍ଟନାୟକ ନାଟ୍ୟକାର ଜୀବନଭଞ୍ଜକିଶୋର ପଟ୍ଟନାୟକ ରଚନାବଳୀଭଞ୍ଜକିଶୋର ପଟ୍ଟନାୟକ ପୁରସ୍କାର ଓ ସମ୍ମାନଭଞ୍ଜକିଶୋର ପଟ୍ଟନାୟକ ଆଧାରଭଞ୍ଜକିଶୋର ପଟ୍ଟନାୟକ ଅଧିକ ତଥ୍ୟଭଞ୍ଜକିଶୋର ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଲକ୍ଷ୍ମଣ ନାୟକଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦଶହରାଦଶରଥଶ୍ରୀ ଅରବିନ୍ଦଏଚଆଇଭି/ଏଡସମହର୍ଷି ଗୌତମଓଧମାଣବସା ଗୁରୁବାରଦକ୍ଷିଣ କୋରିଆବୀଣାପାଣି ମହାନ୍ତିବାରବାଟି ଦୁର୍ଗପିପିଲିସମୀର ରଞ୍ଜନ ଦାଶରେବା ରାୟଆର୍ଥିକ ସ୍ୱାଧୀନତାବିଶ୍ୱ ଏଡ୍‌ସ ଦିବସଦିବ୍ୟସିଂହ ଦେବମାହିମ ଦୁର୍ଗ , ମୁମ୍ବାଇବୈଶାଖସମ୍ବାଦ (ଖବରକାଗଜ)ସୋଫିଆ ଆଲାମଚବିଶ ଗୁରୁତାରାତାରିଣୀ ମନ୍ଦିରନବକୃଷ୍ଣ ଚୌଧୁରୀଭଗବତୀ ଦେଉଳୟୁ ଟ୍ୟୁବଉଇଲିୟମ୍ ହେନେରୀ ପର୍କିନଜଗଦୀଶ ମହାନ୍ତିକୁନ୍ତଳା କୁମାରୀ ସାବତପୁନର୍ମିଳନସୁଧାକର ନନ୍ଦଏଡା ଲଭ୍‌ଲେସ୍‌ଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟୀରାମ ସାମଲଇରା ମହାନ୍ତିରାଧାମୋହନ ଗଡ଼ନାୟକ୧୨ ଅପ୍ରେଲଅର୍ଥଶାସ୍ତ୍ରଆଲାନ ଟ୍ୟୁରିଙ୍ଗInotuzumab ozogamicinହ୍ୱାଟ୍ସଆପଓଡ଼ିଶାର କଳାଶ୍ରୀନିବାସ ରାମାନୁଜନଗଞ୍ଜାମ ଜିଲ୍ଲାକାଜାଖସ୍ତାନଧର୍ମକୃଷ୍ଣଭୁବନେଶ୍ୱର୬ ମାର୍ଚ୍ଚବାବା ବଳିଆହାଡ଼ଫୁଟିମାରୀଚଇନୋଟୁଜୁମାବ ଓଜୋଗାମିସିନଜର୍ମାନୀଦୀପକ ମିଶ୍ରନବମୀଯୁକ୍ତରାଷ୍ଟ୍ର ଆମେରିକାହିନ୍ଦୁ ସମୟ ଗଣନା🡆 More