ଭଞ୍ଜନଗର

]

ଭଞ୍ଜନଗର
ବିଜ୍ଞାପିତ ଅଞ୍ଚଳ ପରିଷଦ
ଭଞ୍ଜନଗର
ଦେଶଭଞ୍ଜନଗର ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
Elevation
69 m (226 ft)
Population
 (2001)
 • Total୧୯,୬୯୯
ଭାଷା
 • ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୬୧୧୨୬
ଦୁରଭାଷ କୋଡ୬୮୨୧
ଯାନବାହାନ ପଞ୍ଚୀକରଣOR-07/OD-32

ଭଞ୍ଜନଗର, ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଏହାର ପୂରାତନ ନାମ ରସୁଲକୋଣ୍ଡା ଥିଲା । ପରେ ଏହା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହେଲା । ଏହା ମଧ୍ୟ ଦେଇ ଲୋହାରଖଣ୍ଡି ଏବଂ ବଡନଦୀ ପ୍ରବାହିତ ହେଉଅଛି । ଭଞ୍ଜନଗରର ଜାତୀୟ ପଥ କ୍ରମାଙ୍କ ୭ ବ୍ରହ୍ମପୁରରୁ ଫୁଲବାଣୀକୁ ସଂଯୋଗ କରୁଛି | ବହୁତ ଦେବଦେବୀ ମନ୍ଦିର, ଗୀର୍ଜା, ଚର୍ଚ୍ଚ୍, ମସଜିଦ୍, ବିଦ୍ୟାଳୟ, ଏଠାରେ ଅବସ୍ଥିତ । ଏହା ଛତ୍ରପୁରଠାରୁ ୮୯ କି.ମି ଦକ୍ଷିଣ ଏବଂ ଭୁବନେଶ୍ୱରଠାରୁ ୧୫୯ କି.ମି ପୁର୍ବରେ ଅବସ୍ଥିତ

ଇତିହାସ

ଦର୍ଶନୀୟ ସ୍ଥାନ

ଭଞ୍ଜନଗର ସହରରେ ଥିବା ଜଳଭଣ୍ଡାର ନିକଟରେ ୧୭ ଏକର ପରିମିତ ଜାଗାରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଅବସ୍ଥିତ । ଏହି ଶିଶୁ ଉଦ୍ୟାନ ନିକଟରେ ବେଲଗଛରେ ଭରପୁର ଥିବା ଏକ ପାହାଡ଼ ଉପରେ, ୬୧ଫୁଟ ଉଚ୍ଚତା ବିଶିଷ୍ଟ ଶିବଙ୍କ ପ୍ରତିମୂର୍ତ୍ତି ବେଲେଶ୍ୱର ନାମରେ ପୂଜା ପାଉଛନ୍ତି । ଏହି ମୂର୍ତ୍ତି ଓଡ଼ିଶାର ଉଚ୍ଚତମ (ଭାରତର ସପ୍ତମ) ଶିବ ମୂର୍ତ୍ତି । ଏହାଛଡ଼ା ମୂର୍ତ୍ତିଠାରୁ ଅଳ୍ପ ଦୂରରେ ଚନ୍ଦ୍ରଶେଖର ଶିବ ମନ୍ଦିର ଅବସ୍ଥିତ । ଫୁଲବାଣି, ଚିଲିକା ହ୍ରଦ, ଗୋପାଳପୁର୍ ଆଉ ପୁରୀ ଏଠାର ନିକଟତମ ଦର୍ଶନୀୟ ସ୍ଥଳୀ ଅଟନ୍ତି । ଗରମ ଦିନରେ ଏହି ସହରର ତାପମାତ୍ରା 35 ଡିଗ୍ରୀଠାରୁ 45 ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହେ । ସାଧାରଣତଃ ଜାନୁଆରୀ ମାସରେ ୨୩ ଡିଗ୍ରୀ , ଫେବୃଆରି ମାସରେ ୨୪ ଡିଗ୍ରୀ , ମାର୍ଚ୍ଚ୍ ମାସରେ ୨୮ ଡିଗ୍ରୀ , ଅପ୍ରେଲ୍ ମାସରେ 35 ଡିଗ୍ରୀ ଆଉ ମେ ମାସରେ 45 ଡିଗ୍ରୀ ଏହି ସହରର ତାପମାତ୍ରା ରହେ । ।ଭଂଜନଗରର ବାଇପାସ୍ ରୋଡ଼ରେ ଶିରିଡି ସାଇବାବାଙ୍କ ମନ୍ଦିର ଅଛି ।

ଗମନାଗମନ

ଭଞ୍ଜନଗର ସହରକୁ ଯାତାୟତ କରିବା ନିମିତ୍ତ ବସ୍ର ସୁବିଧା ଉପଲବ୍ଧ । ଏହାର ନିକଟତମ ରେଳପଥ ହେଉଛି ବ୍ରହ୍ମପୁର ଏବଂ ନିକଟତମ ଆକାଶପଥ ହେଉଛି ଭୁବନେଶ୍ୱର ।

ଶିକ୍ଷାନୁଷ୍ଠାନ

ଉଚ୍ଚ ବିଦ୍ୟାଳୟ

  • ସ୍ୱାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲ୍
  • ପଣ୍ଡିତ ଶ୍ରୀଧର ରଥ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍
  • ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ
  • ପି.ଏସ୍.ବି. ସ୍କୁଲ୍
  • ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଡିହ ପଢାଳ)
  • ଶ୍ରୀ ସତ୍ୟସାଇ ବିଦ୍ୟା ବିହାର
  • କେନ୍ଦ୍ରିୟ ବିଦ୍ୟାଳୟ
  • ଦିବ୍ୟଶକ୍ତି ଇଂରାଜୀ ମାଧ୍ୟମ ବିଦ୍ୟାଳୟ
  • ଦୀନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
  • ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟ

ମହାବିଦ୍ୟାଳୟ

  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ
  • ଘୁମୁସର ଆବାସିକ ମହାବିଦ୍ୟାଳୟ
  • ଭଞ୍ଜ କଲେଜ୍ ଅଫ୍ କମ୍ପ୍ୟୁଟର୍ ଆଣ୍ଡ୍ ମ୍ୟାନେଜମେଣ୍ଟ୍
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷଣ ମହାବିଦ୍ୟାଳୟ

ମନ୍ଦିର

  • ବେଲେଶ୍ୱର ମହାଦେବ ମନ୍ଦିର (ଓଡ଼ିଶାର ଉଚ୍ଚତ୍ତମ ଶିବ ମୂର୍ତ୍ତି, ୬୧ ଫୁଟ ଏଠାରେ ଅବସ୍ଥିତ)
  • ରଘୁନାଥ ମନ୍ଦିର
  • ଶିରିଡି ସାଇ ମନ୍ଦିର
  • ସତ୍ୟସାଇ ମନ୍ଦିର
  • ବାଞ୍ଛେଶ୍ୱର ମନ୍ଦିର
  • ଗୁପ୍ତେଶ୍ୱର ମନ୍ଦିର
  • ବାଗଦେବୀ ମନ୍ଦିର
  • ବ୍ରାହ୍ମଣୀ ଦେବୀ ମନ୍ଦିର
  • ସୌରାଦେବୀ ମନ୍ଦିର
  • ଠାକୁରାଣୀ ମନ୍ଦିର

ଦର୍ଶନୀୟ ସ୍ଥାନ

  • ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ
  • ବେଲେଶ୍ୱର ଶିବ ମୂର୍ତ୍ତି
  • ବନ ବିହାର
  • ଗାନ୍ଧୀ କୈଳାସ ପର୍ବତ

ଭଞ୍ଜନଗର

]

Tags:

ଭଞ୍ଜନଗର ଇତିହାସଭଞ୍ଜନଗର ଦର୍ଶନୀୟ ସ୍ଥାନଭଞ୍ଜନଗର ଗମନାଗମନଭଞ୍ଜନଗର ଶିକ୍ଷାନୁଷ୍ଠାନଭଞ୍ଜନଗର ମନ୍ଦିରଭଞ୍ଜନଗର ଦର୍ଶନୀୟ ସ୍ଥାନଭଞ୍ଜନଗର ଆଧାରଭଞ୍ଜନଗର

🔥 Trending searches on Wiki ଓଡ଼ିଆ:

ରିୟା ଦେକୃଷ୍ଣଚନ୍ଦ୍ର ପାଣିଗ୍ରାହୀଅଂଶୁଘାତଗୁରୁ ପ୍ରସାଦ ମହାନ୍ତିମନମୋହନ ସାମଲଗୌତମ ବୁଦ୍ଧଉଇକିଅଭିଧାନଖୋର୍ଦ୍ଧା ଜିଲ୍ଲାଧର୍ମେନ୍ଦ୍ର ପ୍ରଧାନକଟକମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ଋଷିଆକେଶବ କୋଇଲିସୁନାଉତ୍କଳଭଦ୍ରକ ଜିଲ୍ଲାବନ୍ଦେ ମାତରମଆଖୁପ୍ରତିଭା ଶତପଥୀଆର୍ଟିଫିସିଆଲ ଇଣ୍ଟେଲିଜେନ୍ସବାବୁଶାନ୍ଚିଲିକା ହ୍ରଦଜଳ ପ୍ରଦୂଷଣଜୟ ଜଗନ୍ନାଥଭୂମିକା ଦାଶସତ୍ୟବାଦୀ ବନ ବିଦ୍ୟାଳୟବିଶ୍ୱନାଥ କରରାସେଶ୍ୱରୀ ପାଣିଗ୍ରାହୀଯକୃତରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ଜନତା ଦଳଶ୍ରୀନିବାସ ରାମାନୁଜନପଟ୍ଟଚିତ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମଙ୍ଗଳା ମନ୍ଦିରକୁନ୍ତଳା କୁମାରୀ ସାବତରସୁଣସୌଭାଗ୍ୟ କୁମାର ମିଶ୍ରଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟକିଶୋରୀ ଚରଣ ଦାସସେପ୍ଟେମ୍ବରଯଶୋବନ୍ତ ଦାସକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବୈଷ୍ଣବ ପାଣିଓଡ଼ିଆ ଯୁବକ ପାଠାଗାରଶ୍ରୀରାମ ପଣ୍ଡାଇରା ମହାନ୍ତିସାଇକେଲwiki.phtmlଉତ୍କଳ ବ୍ରାହ୍ମଣଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଅଶୋକ (ସମ୍ରାଟ)ଭୀମ ପୃଷ୍ଟିଦ୍ରାଘିମାଜଗନ୍ନାଥ୬ ଫେବୃଆରୀରାଜେନ୍ଦ୍ର କିଶୋର ପଣ୍ଡାରେଭେନ୍‌ସା କଲିଜିଏଟ ସ୍କୁଲ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନପ୍ଲୀହାସଂଗୀତଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଯୁକ୍ତରାଷ୍ଟ୍ର ଆମେରିକା୧ (ସଂଖ୍ୟା)ଭାରତୀୟ ଜନତା ପାର୍ଟି🡆 More