ବିଶ୍ୱ ରକ୍ତଦାନ ଦିବସ

ବିଶ୍ୱ ରକ୍ତଦାନ ଦିବସ ପ୍ରତିବର୍ଷ ଜୁନ ୧୪ ତାରିଖରେ ପାଳିତ ହୁଏ । ୨୦୦୪ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ଏହି ଦିନକୁ ରକ୍ତଦାନ ଦିବସ ରୂପେ ଘୋଷଣା କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ରକ୍ତ ଦାନର ଆବଶ୍ୟକତା ବିଷୟରେ ସଚେତନତା ସହ ପ୍ରୋତ୍ସାହନ ସୃଷ୍ଟି କରିବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ବିଶ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ରକ୍ଷା ଅଭିଯାନ ଅନ୍ତର୍ଗତ ଯେଉଁ ଆଠୋଟି କାର୍ଯ୍ୟକ୍ରମ ପାଳିତ ହେଉଅଛି, ତନ୍ମଧ୍ୟରୁ ବିଶ୍ୱ ରକ୍ତଦାନ ଦିବସ ଅନ୍ୟତମ । ଅନ୍ୟ ସାତୋଟି ହେଲା, .ବିଶ୍ୱ ମ୍ୟାଲେରିଆ ଦିବସ, ବିଶ୍ୱ ଟୀକାକରଣ ସପ୍ତାହ,ବିଶ୍ୱ କ୍ଷୟରୋଗ ଦିବସ,ବିଶ୍ୱ ତମାଖୁ ଦିବସ,ବିଶ୍ୱ ହେପାଟାଇଟିସ ଦିବସ,ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବିଶ୍ୱ ଏଡସ୍ ଦିବସ ।

ରକ୍ତଦାନର ଆବଶ୍ୟକତା

ଟ୍ରାନସ୍‌ଫ୍ୟୁଜନ ପ୍ରଣାଳୀରେ ରକ୍ତଦାନଦ୍ୱାରା ଜୀବନ ନାଶକାରୀ ଅନେକ ରୋଗରୁ ଲୋକଙ୍କୁ ରକ୍ଷା କରାଯାଇପାରୁଛି । ଅନେକ ପ୍ରକାର ଜଟିଳ ଅସ୍ତ୍ରୋପଚାର ନିମିତ୍ତ ରକ୍ତର ଆବଶ୍ୟକତା ରହିଛି ଏବଂ ଏହି ରକ୍ତ ଅଭାବରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ । ପୁଣି କୌଣସି ଦୁର୍ଘଟଣା ଜନିତ ରକ୍ତସ୍ରାବ କିମ୍ବା ଶିଶୁ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଥିବାରୁ ସେଭଳି ସ୍ଥଳରେ ରୋଗୀପାଇଁ ରକ୍ତ ନିତାନ୍ତ ଆବଶ୍ୟକ ହୁଏ । ତେବେ ସୁରକ୍ଷିତ ରକ୍ତ ସହିତ ଉପଯୁକ୍ତ ଗ୍ରୁପର ରକ୍ତ ନ ମିଳିଲେ ତାହା ପୁଣି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ମଣିଷ ଶରୀରର ରକ୍ତର କୌଣସି ବିକଳ୍ପ ନ ଥିବାରୁ ରକ୍ତ ଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୂରୀ ହୋଇପଡିଛି । ଏହି ଉଦ୍ଦେଶ୍ୟରେ ବ୍ଳଡ ବ୍ୟାଙ୍କମାନ ପ୍ରତିଷ୍ଠା କରାଯାଇ ରକ୍ତ ଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଉଛି ।

ଆଧାର

ବାହାର ଆଧାର

Tags:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାପଞ୍ଚଦେବତାଉଇକିଖବରଶରତ କୁମାର ମହାନ୍ତିମଧୁସୂଦନ ରାଓଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଗୌତମ ବୁଦ୍ଧବଡ଼ଦିନବସନ୍ତ ରୋଗମୋହନ ସିଂଅନନ୍ତ ପଟ୍ଟନାୟକଚୈତନ୍ୟତନ୍ତ୍ରସାଲସାଲେଟଫେବୃଆରୀଉତ୍କଳ ସମ୍ମିଳନୀଜୟଦେବଖାରବେଳସହଦେବ ସାହୁବଣ୍ଡ (ଅର୍ଥ)ମୟୂର୧୨୯୪ପ୍ରବୀଣ କୁମାର କବିଗୋଲୋକ ବିହାରୀ ଧଳବଲ୍ଲଭଭାଇ ପଟେଲଓଡ଼ିଶାର ଜଣାଶୁଣା ଲୋକଙ୍କ ତାଲିକାଦିଲ୍ଲୀପ ଦାସଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ବସନ୍ତ କୁମାର ଶତପଥୀଫିଲିପାଇନ୍ସସ୍ୱର ବର୍ଣ୍ଣଜାନୁଆରୀପରିସଂଖ୍ୟାନରବି ପଟ୍ଟନାୟକଭାରତ-ଚୀନ ସୀମା ବିବାଦ୧୩୯୯ହୃତ୍‌ପିଣ୍ଡ ଜନିତ ଝଟକାଘସିପୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭଗତ ସିଂହମୁଜାଫରପୁର ବିମାନ ବନ୍ଦରବ୍ୟୋମକେଶ ରାୟତାଳଚେର ଗଡ଼ଜାତ ରାଜ୍ୟଜଗନମୋହ‌ନ ଲାଲଶୀତଳ ଷଷ୍ଠୀ ଯାତ୍ରାଜୟୀରାମ ସାମଲପୃଥିବୀଓଡ଼ିଶାର ଇତିହାସପ୍ରାଣବନ୍ଧୁ କରଗରିଷ୍ଠ ସାଧାରଣ ଗୁଣନୀୟକଉଦ୍ଭିଦ ବିଜ୍ଞାନମୁଁ ତୁମେ ଲକ୍‌ଡାଉନ୍ଦଶାବତାରପୁନମ ମିଶ୍ରଦୁର୍ଗାଗୋପାଳ ଚନ୍ଦ୍ର ପ୍ରହରାଜନରେନ୍ଦ୍ର ମୋଦୀହାଡ଼ଫୁଟିଗଣନ ସଂଖ୍ୟାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିଦ୍ୟାଳୟକୁକୁରସ୍ୱାମୀ ବିବେକାନନ୍ଦଭାରତୀୟ ଜନତା ପାର୍ଟିଚତୁର ବିନୋଦନବୀନ ପଟ୍ଟନାୟକ🡆 More