ବିଦ୍ୟାପତି

ମାଲବର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜଦରବାରରେ ବ୍ରାହ୍ମଣମସ୍ତ୍ରୀ ଥିଲେ ବିଦ୍ୟାପତି । ବିଦ୍ୟାପତି ନୀଳାଚଳରୁ ନୀଳମାଧବଙ୍କୁ ସନ୍ଧାନ କରିବାରେ ସହଯୋଗ କରିଥିଲେ ।

କିମ୍ବଦନ୍ତୀ

ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀଜଗନ୍ନାଥ ପ୍ରକୃତରେ ନୀଳମାଧାବ ନାମରେ ବିଶ୍ୱାବସୁ ନାମକ ଜାଣେ ଶବର ରାଜାଙ୍କଦ୍ୱାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । ନୀଳ ମାଧବଙ୍କ ନାମ ଶୁଣିବା ପରେ, ଏହି ବିଷୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ବିଦ୍ୟାପତି ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା ଲଳିତାଙ୍କୁ ବାହା ହୋଇଥିଲେ ଓ ନିଜ ଶ୍ୱଶୁର ବିଶ୍ୱାବସୁଙ୍କ ବିଶ୍ୱାସଭାଜନ ହୋଇଥିଲେ । ବିଶ୍ୱାବସୁ ଶେଷରେ ନିଜ ଜ୍ୱାଇଁଙ୍କ ଅନୁରୋଧ ରକ୍ଷାକରି, ବିଦ୍ୟାପତିଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀଳମାଧବ ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଆସିଯାଇଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହାଯ୍ୟ କରିଥିଲା । ସେଠାରୁ ଫେରିବା ପରେ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ । ବିଦ୍ୟାପତିଠାରୁ ଏ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବଙ୍କ ଦର୍ଶନ ନିମନ୍ତେ ଉତ୍କଳ ଦେଶକୁ ଯାଇଥିଲେ । ଯଦିଓ ବିଦ୍ୟାପତିଙ୍କ ସହାୟତାରେ ନିଳକନ୍ଦରକୁ ଠାବ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ସେଠାରେ ନୀଳମାଧବଙ୍କ ଦର୍ଶନ କରିପାରିନଥିଲେ ।

ବଂଶଧର

ପତି ମହାପାତ୍ର , ସୁଦ୍ଧ ସୁଆର ଆଦି ବିଦ୍ୟାପତିଙ୍କ ବଂଶଧର ଅଟନ୍ତି ଏମାନେ ସ୍ନାନ ପୂର୍ଣ୍ଣିମା ପରେ ଜଗନ୍ନାଥଙ୍କ ଦେହରେ ଲେପ ଲଗାଇବା ପାଇଁ ଚାଉଳର ଖଳି ରାନ୍ଧନ୍ତି ଖଳି ରାନ୍ଧିବା ଯୋଗୁଁ ଏମାନେ 'ସୁପକାର' ବା 'ସୁଆର' ଓ ବ୍ରାହ୍ମଣ ଔରଷରେ ଶବରୁଣୀ ଗର୍ଭରୁ ଜାତ ହୋଇ ଥିବାରୁ 'ଶୂଦ୍ର' ନାମରେ ଆଭିହିତ

ଜଗନ୍ନାଥଙ୍କ ସେବାରେ ଯୋଗଦାନ

ଦୈନିକ ନୃସିଂହଙ୍କର ସେବା କରନ୍ତି ଓ ବଡ଼ ସିଂହାର ପହୁଡ଼ ଆଳତୀ କରନ୍ତି । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ତମାମ ସବୁ ପର୍ବପର୍ବାଣି, ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମାଂଗଳାର୍ପଣରେ କାମ କରନ୍ତି । ସ୍ନାନ ପୂର୍ଣ୍ଣିମା ଦିନ ବେଦୀରୁ ଦିଅଁ ଫେରିବା ବେଳେ, ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ କରନ୍ତି । ଗୁଣ୍ଡିଚା ଘରୁ ରଥକୁ, ନୀଳାଦ୍ରି ବିଜେବେଳେ ସେ ତିନି ବାଡ଼ର ବନ୍ଦାପନା, କର୍ପୂର ଆଳତୀ, କର୍ପୂର ଲାଗି, ଘସା ଓ ବିଡ଼ିଆ ଲାଗି କରନ୍ତି । ପ୍ରତ୍ୟେକ ଜନ୍ମ ତିଥି ହୋମ, ସହସ୍ର କୁମ୍ଭାଭିଷେକ ଇତ୍ୟାଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି । ଅନବସର ସମୟରେ ଦକ୍ଷିଣଦ୍ୱାର ଓ ତାଟିଦ୍ୱାର ଫିଟାନ୍ତି । ଅଣସର ଘର ଭିତରେ ଭୋଗ କରନ୍ତି । ଦଇତାଙ୍କ ସହ ପ୍ରସାଦଲାଗି, ପଣା ଲାଗି, ଖଡ଼ି ଲାଗି, ଖଳି ଲାଗି, ଫୁଲୁରି ଲାଗି କାମ କରନ୍ତି । ସୁଦର୍ଶନ ଚକ୍ରର ବିଜେ ବେଳେ ସମସ୍ତ କାମ କରନ୍ତି । ଦଇତାଙ୍କ ସହ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି । ମାତ୍ର ଭିତରେ ଭୋଗ ଓ ସଂସ୍କାର ଏ ସେବକ କରନ୍ତି ।" ପୁରୁଷୋତ୍ତମ କର୍ମାଙ୍ଗୀରେ ପତି ମହାପାତ୍ରଙ୍କ ସେବା ବିଷୟରେ ନିମ୍ନମତେ ଲେଖାଯାଇଛି । "ଏ ମହାସାମନ୍ତ ବିଦ୍ୟାପତି ପୁରୋହିତ ବଉଁଶ । ଏ କ୍ଷେତ୍ର ମଣ୍ଡପେ ବାସ କଲା । ଏ ନିଯୋଗ ସାଆନ୍ତ ଅଟେ । ଖେଇ ଭାଗ ଦୁଇ ଭାଗ ଅଧିକା ହେବ । ଏ ସକଳ କାରିଯକୁ ଭାଜନ । ଏ ବିଜେ କାଳ ମଙ୍ଗଳାରୋପଣ କାଳେ ଅଭିନ୍ନିକ । ଏ ଇନ୍ଦ୍ରଦ୍ୟୁମ୍ନର ପୁରୋହିତ ମୁଦିରଥ ତୁଲେ ପ୍ରଭୁଙ୍କୁ ବନ୍ଦାଣ କରିବ । ଏମାନେ ରାଜପ୍ରସାଦ ବିଜେ କାଳେ ମହାଶ୍ରମକୁ ସିଂହଦ୍ୱାରେ ତଳୁଛ ପତି ଦଇତାପଣେ ଲଗ। ଶାଢ଼ୀ ପାଇବେ । ଦାରୁ କାଟିବାକୁ ମଙ୍ଗଳ ବିଜେ କାଳେ ଶିରେ।ପା ଘେନିବେ । ଏ ଅଣସର କାଳେ ଲାଗି ଚକଟା ଭୋଗ ଆଦି କରିବେ । କରାଳ ଲାଗି ବଢ଼ାଇବେ । ଖଳି ଲାଗି କାଳେ ରହି ରାଜପ୍ରସାଦ ଆଣି ମହାଶ୍ରମ ତୁଲେ ସଂପାଦିବ । ପରମ ଗହନ କାର୍ଯ୍ୟ କରିବ । ବ୍ରହ୍ନ ଆଣିବାକୁ ଯଥା ସୁନିଆଁ ନେବ । ବ୍ରହ୍ନ ତୁଳସୀ ଦେବ । ରଥପର ଯାତ୍ରା କାଳେ ସକଳ ବିଜେ କାଳେ ଭେଟିବେ । ଘସ। ନୈବେଦ୍ୟ କରିବେ । ଏ ନିତ୍ୟ ପହୁଡ଼ କାଳେ ପରମେଶ୍ୱର ବାଡ଼େ ଆଳତୀ କରିବେ "।

ନବକଳେବର ବିଧିରେ ଯୋଗଦାନ

ପତି ମହାପାତ୍ର ନୃସିଂହଙ୍କୁ ସେବା କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ବର୍ଷ ସାରା ପର୍ବପର୍ବାଣି ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମାଂଗଳାର୍ପଣରେ ମଝିବାଡ଼ରେ କାମ କରନ୍ତି ଓ ବଡ଼ସିଂହାର ପୌଢ଼ ଆଳତୀରେ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଆଳତୀ କରନ୍ତି । ନବକଳେବର ବେଳେ ତିନିବାଡ଼ରେ ଆଜ୍ଞାମାଳ ନେଇ ଦାରୁ ଅନ୍ୱେଷଣରେ ଯାଆନ୍ତି । ବନଯାଗରେ ବିଦ୍ୟାପତି ରୂପେ ବରଣ ହୁଅନ୍ତି । ନବକଳେବର ବେଳେ ପ୍ରଥମେ କୁରାଢ଼ି ନେଇ ଦାରୁରେ ଲଗାନ୍ତି । ପରେ ଅନ୍ୟମାନେ କାଟନ୍ତି । ସୁଦର୍ଶନଙ୍କର ସମସ୍ତ କାମ କରନ୍ତି । ବନଯାତ୍ରାରେ ଜଣେ ଦଇତା ସେବକ ବିଶ୍ୱାବସୁ ଭାବରେ ଓ ପତି ମହାପାତ୍ର ସେବକ ବିଦ୍ୟାପତି ଭାବରେ ରହିଥାନ୍ତି ।

ଅଧିକ ଦେଖନ୍ତୁ

ଆଧାର

Tags:

ବିଦ୍ୟାପତି କିମ୍ବଦନ୍ତୀବିଦ୍ୟାପତି ବଂଶଧରବିଦ୍ୟାପତି ଅଧିକ ଦେଖନ୍ତୁବିଦ୍ୟାପତି ଆଧାରବିଦ୍ୟାପତିଇନ୍ଦ୍ରଦ୍ୟୁମ୍ନନୀଳମାଧବ

🔥 Trending searches on Wiki ଓଡ଼ିଆ:

ଅଜିତ କୁମାର ମହାନ୍ତିଜନ୍ ଏଫ୍. କେନେଡ଼ିବଣ୍ଡା ଜନଜାତିବାସୁଦେବ ମହାପାତ୍ରଓଡ଼ିଶାର ଦୋଳଯାତ୍ରାଜଳସାବିତ୍ରୀ ଓଷାଅଗ୍ରବାହୁ ଭଗ୍ନଏକାଦଶୀନବରାତ୍ରୀରମାଦେବୀ ଚୌଧୁରୀପ୍ରାଣୀକରଣ (ଜାତି)ବୌଦ୍ଧ ଧର୍ମଓଡିଶାରେ ପର୍ଯ୍ୟଟନକମ୍ପ୍ୟୁଟରଗୋବିନ୍ଦ ଚନ୍ଦ୍ର ମାଝୀସୁରେନ୍ଦ୍ର କୁମାର ମହାରଣାବିଛା (ରାଶି)ରାଧାନାଥ ରାୟଭଗବତୀ ଚରଣ ପାଣିଗ୍ରାହୀଉପେନ୍ଦ୍ର ତ୍ରିପାଠୀ୧୭୨୫ଭାରତୀୟ ସମ୍ବିଧାନସୁନାବେଶହୃଷୀକେଶ ପଣ୍ଡାକାର୍ତ୍ତିକଚନ୍ଦ୍ର ରଥଓଡ଼ିଶୀରାଧାମୋହନ ଗଡ଼ନାୟକଓଡ଼ିଆ ନାଟକହଳଦୀବାଲେଶ୍ୱର ଜିଲ୍ଲାଟାଇଫଏଡ୧୯ ଡିସେମ୍ବରକୋଷାଙ୍ଗଆମ୍ବ ମୁରବାଇଲେକ୍ଟ୍ରୋନିକ କମର୍ସସୂର୍ଯ୍ୟ ଦେଓଇଟାଲୀନରସିଂହ ଦେବଗୋକୁଳାନନ୍ଦ ମହାପାତ୍ରଉତ୍କଳ ରତ୍ନ ସମ୍ମାନଗୋପୀନାଥ ମହାନ୍ତିଗୁରୁ ପ୍ରସାଦ ମହାନ୍ତିଡାଇନୋସରପୃଥିବୀମହାଦେଶମଇ ଦିବସମାୟାଧର ମାନସିଂହଗୋପବନ୍ଧୁ ଦାସଡ୍ରେକୋ ଏଣ୍ଡୁଅ (ପ୍ରଜାତି)ବୁଢ଼ୀ ଠାକୁରାଣୀ ଯାତ୍ରାଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁନ୍ତଳା କୁମାରୀ ସାବତଜଗନ୍ନାଥଙ୍କ ଧୂପଗଣେଶ ପୂଜାସରସ୍ୱତୀ ସମ୍ମାନଦେବ ପ୍ରସାଦ ଦାସରାଘବ ଦାସ ମଠମନୋରଞ୍ଜନ ଦାସଅନ୍ତରା ଚକ୍ରବର୍ତ୍ତୀକୋଣାର୍କ ସୂର୍ଯ୍ୟ ମନ୍ଦିରରଘୁନାଥ ମୁର୍ମୁଦ୍ରୌପଦୀ ମୁର୍ମୁତିଳକଯଶୋଧାରା ମିଶ୍ର୨୦ ସେପ୍ଟେମ୍ବରକଟକଅନନ୍ତ ପଟ୍ଟନାୟକଉପେନ୍ଦ୍ର ଭଞ୍ଜବଳରାମ ଦାସ🡆 More