ବାଣ

ବାଣ ହେଉଛି ଏକ ପ୍ରକାର କ୍ଷୁଦ୍ର ବିସ୍ଫୋଟକ ଯାହା ବାରୁଦରେ ପ୍ରସ୍ତୁତ ହୋଇଥାଏ ଓ ଏଥିରେ ଅଗ୍ନି ସଂଯୋଗ କଲେ, ଧୂଆଁ, ନିଆଁ ଓ ପ୍ରଚଂଡ ଶବ୍ଦ ଉତ୍ପନ୍ନ ହୋଇଥାଏ । ଭୁଇଁବାଣ, ସିଟିବାଣ, ତାଳବାଣ, ଚ଼କ୍ରିବାଣ, ହାବେଳୀ ଏମିତି ସାରା ପୃଥିବୀରେ ପ୍ରାୟ ୩୦୦ ପ୍ରକାରର ବାଣ ଦେଖିବାକୁ ମିଳିଥାଏ । କେତେକ ବାଣରେ ନିଆଁ ଲଗେଇଲେ ସେଥିରୁ କେବଳ ରଙ୍ଗୀନ୍ ସ୍ଫୁଲିଙ୍ଗ ବାହାରେ । ଆଉ କେତେକ ବାଣ ଅଗ୍ନିସଂଯୋଗ ପୂର୍ବକ ପ୍ରଚ଼ଣ୍ଡ ଶବ୍ଦ କରି ଫାଟିଯାଏ । ହାବେଳୀ ବାଣ ରଙ୍ଗୀନ୍ ସ୍ଫୁରଣ ସହିତ ଶେଷରେ ଫାଟିଯାଇ ଶବ୍ଦ ସୃଷ୍ଟି କରେ । କେତେକ ବାଣ ପାଣି ଭିତରେ ବି ଫୁଟେ ।

ବାଣ
ଫୁଟୁଥିବା ବାଣ

ଇତିହାସ

କୁହାଯାଏ ବାଣ ବା ଫୋଟକାର ଆବିଷ୍କାର ପ୍ରଥମେ ଚୀନ ଦେଶରେ ହୋଇଥିଲା। ଏକାଦଶ ଶତାବ୍ଦୀରେ ଚ଼ୀନ୍ ଦେଶରେ ପ୍ରଥମେ ସାମରିକ କ୍ଷେତ୍ରରେ ଯୁଦ୍ଧ ରକେଟ୍ ଓ ବିସ୍ଫୋରକ ସାମଗ୍ରୀ ବ୍ୟବହୃତ ହେଉଥିଲା । ଏହି ଜ୍ଞାନକୌଶଳ ୧୩ଶ ଶତାବ୍ଦୀରେ ଆରବ ଦେଶରେ ପହଞ୍ଚିଥିଲା । ଖ୍ରୀଷ୍ଟାବ୍ଦ ୯୬୦ରୁ ୧୨୭୯ ମଧ୍ୟରେ 'ସୋଙ୍ଗ୍' ବଂଶର ରାଜୁତି ସମୟରେ ସେମାନେ ସୋରା, ଗନ୍ଧକ ଓ କୋଇଲାର ମିଶ୍ରଣରେ ବାରୁଦ ପ୍ରସ୍ତୁତ କରିଥିଲେ । ୧୨୭୯ ମସିହାରେ ମଙ୍ଗୋଲୀୟ ଆକ୍ରମଣକାରୀଙ୍କ ବିରୁଦ୍ଧରେ ସେମାନେ ବାରୁଦ ତିଆରି ରକେଟ୍ ବ୍ୟବହାର କରିଥିବାର କୁହାଯାଏ । ପ୍ରଥମେ ମଙ୍ଗୋଲୀୟମାନେ ୧୨୪୧ ମସିହାରେ ଇଉରୋପ ମହାଦେଶରେ ଚ଼ୀନଦେଶୀୟ ବାରୁଦ ଓ ରକେଟ୍ ବ୍ୟବହାର ଆରମ୍ଭ କରାଇଥିଲେ ବୋଲି ଐତିହାସିକମାନେ ଏକମତ ହୁଅନ୍ତି । ତେବେ ୧୨୫୮ ମସିହାରୁ ଇଉରୋପ୍ରେ ବାରୁଦ ବ୍ୟବହାର କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ । କିନ୍ତୁ ୧୪ଶ ଶତାବ୍ଦୀରେ ଇଉରୋପୀୟମାନେ ବାଣ ତିଆରି କ୍ଷେତ୍ରରେ ଚ଼ୀନ୍ ଦେଶର କାରିଗରମାନଙ୍କୁ ଟପିଯାଇଥିଲେ । ସେହି ସମୟରେ ବନ୍ଧୁକର ଆବିଷ୍କାର ହୋଇଥିଲା । ଇଟାଲୀ ଓ ଜର୍ମାନୀରେ ଏହି କୌଶଳରେ ବୈଜ୍ଞାନିକ ଉନ୍ନତି ଆଣିବା ଦିଗରେ ପ୍ରଚେ଼ଷ୍ଟା କରାଯାଇଥିଲା । ୧୩୩୪ ମସିହାରେ ଇଂଲଣ୍ଡରେ ବାରୁଦ ପ୍ରସ୍ତୁତ କରାଯାଇଥିଲା । ଇଉରୋପ୍ରେ ପ୍ରାୟ ୧୭ଶ ଶତାବ୍ଦୀରେ ଲୋକମାନଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ ବାରୁଦର ବହୁଳ ବ୍ୟବହାର ଆରମ୍ଭ ହୋଇଥିଲା । ଆଜି ପ୍ରାୟ ସବୁ ଦେଶରେ ବିଭିନ୍ନ ପର୍ବପର୍ବାଣିରେ ବାଣ ଫୁଟାଯାଉଛି । ବାର୍ଷିକ ପ୍ରାୟ ୫୦୦୦ କୋଟି ଟଙ୍କା ବାଣ ବାବଦରେ ଖର୍ଚ୍ଚ ହୋଇଥାଏ ।


ଅନ୍ୟ ଭାଷାରେ ନାମ

  • ହିନ୍ଦୀ - ଫଟାକା, ପଟାଖା
  • ଇଂରାଜୀ - cracker,
  • ଫରାସୀ – ତରକେ
  • ଆରବୀ – ترقه
  • ଗୁଜରାଟି – ଫଟାକ
  • ପର୍ତୁଗୀଜ – ପନଚାଉ (Panchão)

ଆହୁରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

Tags:

ବାଣ ଇତିହାସବାଣ ଅନ୍ୟ ଭାଷାରେ ନାମବାଣ ଆହୁରି ଦେଖନ୍ତୁବାଣ ଆଧାରବାଣ ଅଧିକ ତଥ୍ୟବାଣ

🔥 Trending searches on Wiki ଓଡ଼ିଆ:

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଉଇକିପିଡ଼ିଆବିଜୁ ଜନତା ଦଳଗୀତଗୋବିନ୍ଦକାନାଡ଼ାଶ୍ରାଦ୍ଧଯୋଗସମ୍ବଲପୁରୀ ଭାଷାବେଣୁଧର ରାଉତଉଇକିକମନ୍ସସୁବର୍ଣ୍ଣରେଖା ନଦୀଯୌନ ସମ୍ଭୋଗସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିମୀନ (ମାସ)ଭାରତୀୟ ଜାତୀୟ କଂଗ୍ରେସଆଲେକ୍‌ଜାଣ୍ଡର୍ ମହାନମଧୁମେହଓଡ଼ିଶାର ମାପ ବ୍ୟବସ୍ଥାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଚନ୍ଦନଲାଗି ବେଶବିରଜା ମନ୍ଦିରକଲମ୍ବିଆଗାଲୁଆୱାଟରଲୁ ଯୁଦ୍ଧପ୍ଲୀହାସତ୍ୟ ସାଇ ବାବାୟୁ ଟ୍ୟୁବମହାତ୍ମା ଗାନ୍ଧୀଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବାଜି ରାଉତଓଡ଼ିଆ କବି ମାନଙ୍କର ତାଲିକାମକର (ରାଶି)ଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଡୋନେସିଆ୬ ଫେବୃଆରୀଦ୍ରୌପଦୀ ମୁର୍ମୁକାଳିନ୍ଦୀ ଚରଣ ପାଣିଗ୍ରାହୀହିଙ୍ଗୁଳା ମନ୍ଦିରଆକବରଭୁବନେଶ୍ୱରଫକୀର ମୋହନ ସେନାପତିବିଷ୍ଣୁରାମାୟଣଉଦୟନାଥ ଷଡ଼ଙ୍ଗୀଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନବିଶ୍ୱଜିତ ଦାସକୁଞ୍ଜବିହାରୀ ଦାଶପଣା ସଂକ୍ରାନ୍ତିକୋଣାର୍କ ସୂର୍ଯ୍ୟ ମନ୍ଦିରତାରାତାରିଣୀ ମନ୍ଦିରଚନ୍ଦନ ବୋଡ଼ାଚିନ୍ତାମଣି ମହାନ୍ତିକୃଷ୍ଣଚନ୍ଦ୍ର ପାଣିଗ୍ରାହୀଜଣ୍ଡିସ୍ମହାପାତ୍ର ନୀଳମଣି ସାହୁବଳରାମ ଦାସସ୍ୱିଡେନରୋହିତ ପୂଜାରୀଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟସତ୍ୟବାଦୀ ବନ ବିଦ୍ୟାଳୟଭାଷାଓଡ଼ିଆ ସାହିତ୍ୟର ଇତିହାସପ୍ରତିଭା ରାୟଚଉତିଶାଏଚଆଇଭି/ଏଡସଭାରତର ରାଷ୍ଟ୍ରପତିତରୁଣକାନ୍ତି ମିଶ୍ରଗୋପାଳ ଛୋଟରାୟ🡆 More