ଫୋବିଆ

ଫୋବିଆ ଏକ ପ୍ରକାର ଉତ୍କଣ୍ଠା ବେମାରୀ (anxiety disorder) ଯେଉଁଥିରେ କୌଣସି ବସ୍ତୁ ବା ଅବସ୍ଥା ପ୍ରତି ନିରନ୍ତର ଭୀତି ଥାଏ । ଏହି ରୋଗରେ ଶୀଘ୍ର ଭୀତି ଆରମ୍ଭ ହୁଏ ଓ ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ । ପ୍ରଭାବିତ ରୋଗୀ ସେହି ବସ୍ତୁ ବା ଅବସ୍ଥାକୁ ଟାଳିବା ନିମନ୍ତେ ପ୍ରକୃତ ଭୀତିପ୍ରଦ ଅବସ୍ଥାଠାରୁ ବ‌ହୁଦୂରକୁ ଯାଇପାରେ । ଟାଳିବା ଅସମ୍ଭବ ହେଲେ ଲୋକ ବିବ୍ରତ ହୁଏ । ରକ୍ତ ଫୋବିଆ ବା ଆଘାତ ଫୋବିଆ ଥିଲେ ମୂର୍ଚ୍ଛା ହୋଇପାରେ । ଆଗୋରା ଫୋବିଆରେ ଆତଙ୍କ (panic attacks) ଜାତ ହୁଏ । ସାଧାରଣତଃ ଜଣେ ଲୋକ ଅନେକ ସଂଖ୍ୟକ ବସ୍ତୁ ବା ଅବସ୍ଥା ପ୍ରତି ଫୋବିଆଗ୍ରସ୍ତ ହୋଇପାରେ ।

ଫୋବିଆ
ଫୋବିଆ
ବୁଢ଼ିଆଣୀ ଫୋବିଆ (fear of spiders) ଏକ ସାଧାରଣ ଫୋବିଆ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିମାନସିକ ବେମାରୀ
ଆଇସିଡ଼ି-୧୦F40.9{{{2}}}.{{{3}}}
ଆଇସିଡ଼ି-୯-ସିଏମ୍300.20
ଓଏମ୍‌ଆଇଏମ୍608251
ମେଡ଼ିସିନ-ପ୍ଲସ000956
ଇ-ମେଡ଼ିସିନarticle/288016
MeSHD010698

ଫୋବିଆକୁ ୩ ଭାଗରେ ବିଭକ୍ତ କରାଯାଏ ଯଥା ନିର୍ଦ୍ଦିଷ୍ଟ ଫୋବିଆ (specific phobias) , ସାମାଜିକ ଫୋବିଆ (social phobia) ଓ ଆଗୋରାଫୋବିଆ (agoraphobia) । ନିର୍ଦ୍ଦିଷ୍ଟ ଫୋବିଆରେ କେତେକ ପଶୁ, ପ୍ରାକୃତିକ ପରିବେଶ ଅବସ୍ଥା, ରକ୍ତ ବା ଆଘାତ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ପରିସ୍ଥିତି ଉପରେ ନିର୍ଭର କରେ । ସର୍ବାଧିକ ସାଧାରଣ ଫୋବିଆମାନଙ୍କ ନାମ: ବୁଢ଼ୀଆଣି ଫୋବିଆ (fear of spiders), ସାପ ଫୋବିଆ (fear of snakes) ଓ ଉଚ୍ଚସ୍ଥାନ ଫୋବିଆ (fear of heights) । ସ୍ଥଳ ବିଶେଷରେ କୌଣସି ବସ୍ତୁ ବା ପରିସ୍ଥିତିର ବିଯୁକ୍ତାତ୍ମକ ଅନୁଭୂତି ଫୋବିଆ ଟ୍ରିଗର ସୃଷ୍ଟି କରିପାରେ । ସାମାଜିକ ଫୋବିଆରେ ଜଣେ ଲୋକ ଅନ୍ୟମାନଙ୍କର ତା ପ୍ରତି ବିଚାର ଭାବନାକୁ ଚିନ୍ତା କରି ଫୋବିଆ ସୃଷ୍ଟି ହୁଏ । କୌଣସି ମୁକ୍ତି ପଥର ସମ୍ଭାବନା ନ ଥିବା ଅନୁଭବ ହେଲେ ଯେଉଁ ଫୋବିଆ ଜାତ ହୁଏ ତାହାକୁ ଆଗାରୋଫୋବିଆ କୁହାଯାଏ ।

ଏକ୍ସପୋଜର ଥେରାପି (exposure therapy) ସାହାଯ୍ୟରେ ନିର୍ଦ୍ଦିଷ୍ଟ ଫୋବିଆମାନଙ୍କର ଚିକିତ୍ସା କରାଯାଏ, ବସ୍ତୁ ବା ଅବସ୍ଥା ସ‌ହ ତାକୁ ପରିଚିତ କରି ଭୀତି ଯିବାଯାଏ ରଖାଯାଏ । ଏଥି ନିମନ୍ତେ ଔଷଧ ଆବଶ୍ୟକ ହୁଏନାହିଁ । ସାମାଜିକ ଫୋବିଆ ଓ ଆଗାରୋଫୋବିଆ ନିମନ୍ତେ ଉଭୟ କାଉନସେଲିଙ୍ଗ ଓ ଔଷଧ ଦେଇ ଚିକିତ୍ସା କରାଯାଏ । ଔଷଧ ମଧ୍ୟରେ ଅବସାଦରୋଧୀ (antidepressant), ବେଞ୍ଜୋଡାଏଜେପିନ (benzodiazepine) ବା ବିଟାବ୍ଲକର (beta-blockers) ଦିଆଯାଏ ।

ପଶ୍ଚିମ ଦେଶମାନଙ୍କରେ ନିର୍ଦ୍ଦିଷ୍ଟ ଫୋବିଆ ପ୍ରାୟ ୬-୮% ଲୋକଙ୍କୁ ଓ ଏସିଆ, ଆଫ୍ରକା, ଲାଟିନ ଆମେରିକାର ୨-୪% ଲୋକଙ୍କୁ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୭% ଲୋକଙ୍କୁ ଓ ବାକି ପୃଥିବୀର ୦.୫-୨.୫% ଲୋକଙ୍କୁ ସାମାଜିକ ଫୋବିଆ ହୁଏ । ପ୍ରାୟ ୧.୭% ଲୋକଙ୍କୁ ଆଗାରୋଫୋବିଆ ହୁଏ । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ୨ ଗୁଣ ଅଧିକ ରୋଗ ହୁଏ । ପ୍ରାୟ ୧୦ରୁ ୧୭ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ । ବୟସ ବଢ଼ିବା ସାଥେ ସାଥେ ରୋଗ ହାର କମିଯାଏ । ଏହି ରୋଗରେ ଆତ୍ମହତ୍ୟା ସଙ୍କଟ ବଢ଼ିଯାଏ ।

Video explanation

ଆଧାର

Tags:

en:anxiety disorderen:panic attacksମୂର୍ଚ୍ଛା

🔥 Trending searches on Wiki ଓଡ଼ିଆ:

କର୍କଟ ରୋଗଆଖଣ୍ଡଳମଣି ମନ୍ଦିରଦୀନନାଥ ପାଠୀଅଭିମନ୍ୟୁ ସାମନ୍ତସିଂହାରଭାରତୀୟ ମୁଦ୍ରାଗୋମାଂସଶ୍ରାଦ୍ଧବୈଷୟିକ ବିଜ୍ଞାନରେବତୀ (କ୍ଷୁଦ୍ରଗଳ୍ପ)ବିଭୂତି ପଟ୍ଟନାୟକବେଣୁଧର ରାଉତଅଂଶୁଘାତଭୂମିକମ୍ପଜଗନ୍ନାଥଙ୍କ ବେଶଭୁଟାନ୨୯ ମାର୍ଚ୍ଚହୃଷୀକେଶ ମଲ୍ଲିକବର କୋଳିଶକ୍ତିଶଗୁନ୍ ଚୌଧୁରୀକିଶୋରୀ ଚରଣ ଦାସଚକ୍ଷୁ ପ୍ରତିସରଣ ଦୋଷକୁନ୍ତଳା କୁମାରୀ ସାବତଶିବ୧୯୭୮ରୁକ୍ମଣୀଓଡ଼ିଶାର ଭୂଗୋଳଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରାଶି ଓ ନକ୍ଷତ୍ରକେନ୍ଦ୍ରାପଡ଼ାମ୍ୟାଲେରିଆପରିସଂଖ୍ୟାନକେନ୍ଦୁଝର ଜିଲ୍ଲାମାଳିକାସ୍ୱାମୀ ବିବେକାନନ୍ଦନିତ୍ୟାନନ୍ଦ ଶତପଥୀପ୍ରୋଟାମିନ ସଲଫେଟଅନ୍ତରଙ୍ଗ ସମ୍ପର୍କନବରାତ୍ରୀISBN (identifier)ବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଅଷ୍ଟ୍ରେଲିଆକାଳିନ୍ଦୀ ଚରଣ ପାଣିଗ୍ରାହୀସରୋଜ ବଳସି (ପ୍ରୋଗ୍ରାମିଂ ଭାଷା)୧୯୯୧ଭାଇ ଭାଇଓଡ଼ିଆ ଉଇକିପିଡ଼ିଆକମ୍ପ୍ୟୁଟରନନ୍ଦିନୀ ଶତପଥୀସମାଜ (ଖବରକାଗଜ)ଡାଇନୋସର୪ ମାର୍ଚ୍ଚମିଥୁନ (ରାଶି)ସାନ୍ତାଳ ଜନଜାତିକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଆଣ୍ଟିବଡିଶ୍ରୀନିବାସ ଉଦ୍‌ଗାତାଓଡ଼ିଶୀପଖାଳ ଦିବସମହୁମାଛିବ୍ରହ୍ମା ମନ୍ଦିର, ବିନ୍ଦୁସାଗରଓମାନ୧୯୭୫ଅଶ୍ୱିନୀ କୁମାର ଘୋଷଅନୁରାଧା ବିଶ୍ୱାଳଚନ୍ଦନ ଯାତ୍ରାମେଟାବୋଲିଜିମ୧୯୭୯ପଞ୍ଚସଖାବୀର ହନୁମାନ ମନ୍ଦିର, ରାୟଗଡ଼🡆 More