ଫୋଟନ୍‌: ଆଲୋକର ମୌଳିକ କଣିକା

ଆଲୋକର ମୌଳିକ କଣିକାକୁ ଫୋଟନ୍ କୁହାଯାଏ ।

Photon
ଫୋଟନ୍‌: ନାମକରଣ, ଇତିହାସ, ତରଙ୍ଗ-କଣିକା ଦ୍ୱେତ ମତବାଦ
Photons emitted in a coherent beam from a laser
ଗଠନElementary particle
ପରିସଂଖ୍ୟାନBosonic
ସମ୍ପର୍କElectromagnetic
ପ୍ରତୀକγ, hν, or ħω
TheorizedAlbert Einstein
ବସ୍ତୁତ୍ଵ0
<×୧୦−୧୮eV/c2
Mean lifetimeStable
ବୈଦୁତିକ ଚାର୍ଜ0
<×୧୦−୩୫e
Spin1
Parity−1
C parity−1
CondensedI(JPC)=0,1(1−−)

ନାମକରଣ

ଇତିହାସ

ନିଉଟନ୍ ଓ ହାଇଜେନ୍‌ସ୍‌ଙ୍କ ଧାରଣା

ଆଲୋକ ହେଉଛି ଶକ୍ତିର ଏକ ପ୍ରବାହା ଶକ୍ତିର ପ୍ରବାହକୁ ତରଙ୍ଗ କୁହାଯାଏ । ତେଣୁ ଆଲୋକକୁ ଏକ ତରଙ୍ଗ କହିବା ଯୁକ୍ତିଯୁକ୍ତ । ତେବେ ସାର୍ ଆଇଜାକ୍ ନିଉଟନ୍ ବିଶ୍ୱାସ କରୁଥିଲେ ଯେ ଆଲୋକ କେତେକ କଣିକାକୁ ନେଇ ଗଠିତ । ଦର୍ପଣ ଉପରେ ଆଲୋକ ପଡ଼ିଲେ ପ୍ରତିଫଳିତ (Reflection ) ହେବା ଓ ବାୟୁ ମାଧ୍ୟମରୁ କାଚ ମାଧ୍ୟମକୁ ଆଲୋକ ପ୍ରବେଶ କଲେ ବଙ୍କେଇ ଯିବା (ପ୍ରତିସରଣ - Reflection) ଭଳି ଆଲୋକୀୟ ପରିଘଟଣାଗୁଡ଼ିକୁ ମଧ୍ୟ ନିଉଟନ୍ ବୁଝେଇ ପାରିଲ । ଆଲୋକ ଉପରେ ନିଉଟନ୍‌ଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଗବେଷଣା ବିଷୟରେ ତାଙ୍କର "ଅପ୍‌ଟିକ୍ସ' (Optiks ) ପୁସ୍ତକରେ ସେ ଲେଖିଛନ୍ତି । ନିଉଟନ୍‌ଙ୍କର ସମସାମୟିକ ପଦାର୍ଥ ବିଜ୍ଞାନୀ ଖ୍ରୀଷ୍ଟିଆନ୍ ହାଇଜେନ୍‌ସ୍ (Christiaan Huygens ) କିନ୍ତୁ ଆଲୋକକୁ ଭିନ୍ନ ରୂପରେ ଦେଖୁଥିଲ । ସେ ଆଲୋକକୁ ତରଙ୍ଗ ବୋଲି କହୁଥିଲେ । ସେ ଭାବୁଥିଲେ ଯେ ଶବ୍ଦ ଭଳି ଆଲୋକ ଏକ ଯାନ୍ତ୍ରିକ ତରଙ୍ଗ, ଯାହାକି ଇଥର୍ (Ether ) ମାଧ୍ୟମରେ ପ୍ରବାହିତ ହୋଇଥାଏ । କିନ୍ତୁ, ସେତେବେଳେ ନିଉଟନ୍‌ଙ୍କ କଥାକୁ ଲୋକେ ଗୁରୁତ୍ୱ ଦେଉଥିଲେ । ପ୍ରାୟ ୧୦୦ ବର୍ଷ ପରେ ବୈଜ୍ଞାନିକ ଥମାସ୍ ୟଙ୍ଗ୍ (Thomas Young ) ନିଜର ଗୁରୁତ୍ୱପୂର୍ଣ୍ଣ ଦ୍ୱି-ରେଖାଛିଦ୍ର (Double-Slit ) ପରୀକ୍ଷା ମାଧ୍ୟମରେ ପ୍ରମାଣ କରିଦେଲେ ଯେ ଆଲୋକ ଏକ ତରଙ୍ଗ ।

ଆଲୋକର କଣିକା ରୂପ - ଫୋଟନ୍

ପ୍ରଥମରୁ ଆଲୋକକୁ କେବଳ ତରଙ୍ଗ ବୋଲି କୁହାଯାଉଥିଲା । ମାତ୍ର କେତେଗୁଡ଼ିଏ ପରିସ୍ଥିତିରେ ଆଲୋକର ତରଙ୍ଗ ଗୁଣ ଆମକୁ ସନ୍ତୁଷ୍ଟ କରିପାରିଲା ନାହିଁ । ସେମିତିକା ଏକ ପରିଘଟଣା ହେଉଛି "ଆଲୋକ-ବିଦ୍ୟୁତ୍ ପ୍ରଭାବ" (Photoelectric Effect ) । ୧୯୦୦ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ଫିଲିପ୍ ଏଡୁଆର୍ଡ୍ ଏଣ୍ଟନ୍ ଲେନାର୍ଡ (Philipp Eduard Anton Lenard ) ଜାଣିବାକୁ ପାଇଲେ ଯେ କୌଣସି ଧାତବପୃଷ୍ଠ ଉପରେ ନୀଳ ଓ ବାଇଗଣୀ ପ୍ରଭୃତି ରଙ୍ଗର ଆଲୋକ ପଡ଼ିଲେ ଧାତବପୃଷ୍ଠରୁ ଇଲେକ୍‌ଟ୍ରୋନ୍ କଣିକାମାନ ବାହାରକୁ ବାହାରି ଆସୁଛନ୍ତି । ଏହାକୁ "ଆଲୋକ-ବିଦ୍ୟୁତ୍ ପ୍ରଭାବ" କୁହାଗଲା । ଅବଶ୍ୟ ୧୩ ବର୍ଷ ପୂର୍ବରୁ ୧୮୮୭ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ହେନେରିକ୍ ରୁଡୋଲ୍‌ଫ୍ ହର୍ଜ୍ (Heinrich Rudolf Hertz ) ଏଭଳି ପରିଘଟଣା ପ୍ରଥମେ ଲକ୍ଷ୍ୟ କରିଥିଲେ । ସେ ସମୟରେ ଆଲୋକର ତରଙ୍ଗୀୟ ଗୁଣ ଉପରେ ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ, ଯାହାକି ଏହି ପରିଘଟଣାକୁ ସଫଳତାର ସହିତ ବୁଝେଇ ପାରିଲା ନାହିାଁ ବରଂ ଆଲୋକର କଣିକା ରୂପଦ୍ୱାରା ଆଇନ୍‌ଷ୍ଟାଇନ୍ ଏହାର ସଫଳ ବ୍ୟାଖ୍ୟା କରିପାରିଥିଲେ । ୧୯୦୫ ମସିହାରେ "ଆଲୋକ-ବିଦ୍ୟୁତ୍ ପ୍ରଭାବ'କୁ ବୁଝାଇବାକୁ ଯାଇ ଆଇନ୍‌ଷ୍ଟାଇନ୍ ସ୍ପଷ୍ଟ କରିଦେଲେ ଯେ, ଆଲୋକ ଏଠାରେ ତରଙ୍ଗ ପରି ନୁହଁ ବରଂ କଣିକା ପରି ବ୍ୟବହାର କରେ । ଏହି କଣିକାକୁ ଫୋଟନ୍ କୁହାଯାଏ । ଫୋଟନ୍ ହେଉଛି ଶକ୍ତିର କ୍ଷୁଦ୍ରାତିକ୍ଷୁଦ୍ର ପୁଡ଼ିଆ (Quantum) ।

ତରଙ୍ଗ-କଣିକା ଦ୍ୱେତ ମତବାଦ

ଆଲୋକ ଉଭୟ ତରଙ୍ଗ ଓ କଣିକା ପରି ବ୍ୟବହାର କରିଥାଏ । ପଦାର୍ଥର ପରମାଣୁ ଏହି ଫୋଟନ୍ କଣିକାକୁ ଶୋଷିପାରେ ଏବଂ ବିକିରଣ ରୂପରେ ବାହାରକୁ ଛାଡ଼ିପାରେ । ପରମାଣୁ ଭିତରେ ଇଲେକ୍‌ଟ୍ରୋନ୍‌ ଗୁଡ଼ିକ ବୁଲୁଥାଆନ୍ତି । ଇଲେକ୍‌ଟ୍ରୋନ୍‌ର ନିଜର ଶକ୍ତି ଥାଏ । ଫୋଟନ୍ କଣିକାର ମଧ୍ୟ ଶକ୍ତି ରହିଛି । ପରମାଣୁ ଉପରେ ଆଲୋକ ପଡ଼ିଲେ ପରମାଣୁର ଇଲେକ୍‌ଟ୍ରୋନ୍ ଫୋଟନ୍ କଣିକାକୁ ଶୋଷିିନିଏ । ଫୋଟନ୍ କଣିକାକୁ ଶୋଷିବା ପରେ ଇଲେକ୍‌ଟ୍ରନ୍‌ର ଶକ୍ତି ବଢ଼ିଯାଏ । ଅପର ପକ୍ଷରେ ଇଲେକ୍‌ଟ୍ରନ୍‌ରୁ ଫୋଟନ୍ କଣିକା ବାହାରି ଆସିଲେ ଏହାର ଶକ୍ତି ହ୍ରାସ ପାଏ ।

ଆଧାର

ଅଧିକ ତଥ୍ୟ

Tags:

ଫୋଟନ୍‌ ନାମକରଣଫୋଟନ୍‌ ଇତିହାସଫୋଟନ୍‌ ତରଙ୍ଗ-କଣିକା ଦ୍ୱେତ ମତବାଦଫୋଟନ୍‌ ଆଧାରଫୋଟନ୍‌ ଅଧିକ ତଥ୍ୟଫୋଟନ୍‌ଆଲୋକ

🔥 Trending searches on Wiki ଓଡ଼ିଆ:

ଚିଲିକା (ବହୁବିକଳ୍ପ)ଭୁବନେଶ୍ୱର ବେହେରାପଥ ଓ ପୃଥିବୀ୭ (ସଂଖ୍ୟା)ଦୀପା ସାହୁ (୧୯୮୫ ଜନ୍ମ)ଗର୍ଭାଶୟ ଅନ୍ତଃସ୍ତର କର୍କଟଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାହୀରାକୁଦ ବନ୍ଧକଟକବଳଦେବଜୀଉ ମନ୍ଦିରସୂଚନା ପ୍ରଯୁକ୍ତିବିଦ୍ୟାଉତ୍କଳ ଦୀପିକାମାର୍ଚ୍ଚଆକବରଏ. ପି. ଜେ. ଅବଦୁଲ କଲାମମଙ୍ଗଳୁ ଚରଣ ବିଶ୍ୱାଳଗଡ଼ଜାତ କୃଷକଚାନ୍ଦ୍ରମାସଭାରତୀୟ ସ୍ୱାଧୀନତା ଆନ୍ଦୋଳନଭାରତର ଜାତୀୟ ପତାକାଜୟୀ ରାଜଗୁରୁସଚ୍ଚିଦାନନ୍ଦ ରାଉତରାୟଭାରତର ନଦୀ ସମୂହର ତାଲିକାଆଉରଙ୍ଗଜେବଭୂମିକମ୍ପଶ୍ରୀ ଅରବିନ୍ଦଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାସତ୍ୟବାଦୀ ବନ ବିଦ୍ୟାଳୟଶ୍ରବଣା (ନକ୍ଷତ୍ର)ନଅଙ୍କ ଦୁର୍ଭିକ୍ଷଚନ୍ଦନ ଯାତ୍ରାଇଂଲଣ୍ଡଗର୍ଭାବସ୍ଥାବିଜ୍ଞାନପୁନମ ମିଶ୍ରବାରବାଟି ଦୁର୍ଗଗୋପବନ୍ଧୁ ଚୌଧୁରୀମହାପ୍ରସାଦଗୋଦାବରୀଶ ମିଶ୍ରଫେବୃଆରୀ ୨୮ଫରିନା ଆଜାଦଭୃସଙ୍ଗ ଗଛବ୍ରାଉଜରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଧାତୁଭଣ୍ଡ ଗଣେଶବାଙ୍କୀଜିନା ସାମଲବିନ୍ଦୁଲକ୍ଷ୍ମୀନାରାୟଣ ସାହୁବିଜୁ ପଟ୍ଟନାୟକଏଣ୍ଡୋମେଟ୍ରିଓସିସପ୍ରେମସାରଳା ଦାସଜୁନମୁକ୍ତିକାନ୍ତ ମଣ୍ଡଳଯୁକ୍ତରାଷ୍ଟ୍ର ଆମେରିକାବ୍ୟାସଦେବରାମ ନବମୀଉତ୍ତମ ମହାନ୍ତିବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଇଶି ପାହାଚ୨୧ଜଳମାଗୁଣିର ଶଗଡ଼ (କଥାଚିତ୍ର)ଫେବୃଆରୀମହାନଦୀ🡆 More