ପ୍ଲେଗ: ମହାମାରୀ

ପ୍ଲେଗ (ଇଂରାଜୀ ଭାଷାରେ Plague) ଏକ ସଂକ୍ରାମକ (infectious disease) ରୋଗ ଯାହା ୟେରସିନିଆ ପେସ୍ଟିସ (Yersinia pestis) ନାମକ ଏକ ଜୀବାଣୁଦ୍ୱାରା (bacterium) ହୁଏ । ଏହି ରୋଗରେ ଜ୍ୱର, ମୁଣ୍ଡ ବିନ୍ଧା ହୁଏ ଓ ଦୁର୍ବଳ ଲାଗେ । ଜୀବାଣୁ ସଂସ୍ପର୍ଶରେ ଆସିବାର ସଂସ୍ପର୍ଶର ୧-୭ ଦିନ ପରେ ରୋଗ ଆରମ୍ଭ ହୁଏ । ବୁବୋନିକ ପ୍ଲେଗରେ (Bubonic plague) ଲସିକା ଗ୍ରନ୍ଥି ଫୁଲିଯାଏ, ସେପ୍ଟିସେମିକ ପ୍ଲେଗରେ (septicemic plague) ତନ୍ତୁମାନଙ୍କ ମୃତ୍ୟୁ ହୋଇ କଳା ପଡ଼ିଯାଏ ଓ ନିମୋନିକ ପ୍ଲେଗରେ (pneumonic plague) ଛାତି ଯନ୍ତ୍ରଣା, କାଶ ହେବା ସ‌ହିତ ରୋଗୀକୁ ଅଣନିଶ୍ୱାସୀ ଲାଗେ ।

ପ୍ଲେଗ (Plague)
ପ୍ଲେଗ: ମହାମାରୀ
ୟେରସିନିଆ ପେସ୍ଟିସ (Yersinia pestis) ୨୦୦ ଗୁଣ ବୃହତ (seen at 200× magnification with a fluorescent label).
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଜ୍ୱର, ଦୁର୍ବଳ, ମୁଣ୍ଡ ବିନ୍ଧା
ଆକ୍ରାନ୍ତ ସମୟସଂସ୍ପର୍ଶର ୧-୭ ଦିନ ପରେ
କାରଣୟେରସିନିଆ ପେସ୍ଟିସ (Yersinia pestis)
ରୋଗ ନିର୍ଣ୍ଣୟ ପଦ୍ଧତିଲସିକା ଗ୍ରନ୍ଥି, ରକ୍ତ ଓ ଖଙ୍କାରରେ (sputum) ଜୀବାଣୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।
ପ୍ରତିକାରପ୍ଲେଗ ଟିକା (Plague vaccine)
ଔଷଧଜେଣ୍ଟାମାଇସିନGentamicin and a ଫ୍ଲୋରୋକୁଇନୋଲିନ (fluoroquinolone)
ଚିକିତ୍ସାଆଣ୍ଟିବାୟୋଟିକ (Antibiotic) ଓ ସାହାଯ୍ୟକାରୀ ଯତ୍ନ (supportive care)
Prognosisଚିକିତ୍ସା ସତ୍ତ୍ୱେ ୧୦% ମୃତ୍ୟୁ
ପୁନଃପୌନିକବର୍ଷକୁ ୬୦୦

ଫ୍ଲି (flea) କାମୁଡ଼ା ଯୋଗୁ ଓ ସଂକ୍ରମିତ ପଦାର୍ଥକୁ ବ୍ୟବ‌ହାର କରିବାଦ୍ୱାରା ବୁବୋନିକ ଓ ସେପ୍ଟିସେମିକ ପ୍ଲେଗ ବ୍ୟାପିଥାଏ । ନିମୋନିକ ପ୍ଲେଗ ସାଧାରଣତଃ ବାୟୁ ମାଧ୍ୟମରେ (through the air) ସଂକ୍ରାମକ କଣିକାଦ୍ୱାରା ବ୍ୟାପିଥାଏ । ଲସିକା ଗ୍ରନ୍ଥି, ରକ୍ତ ଓ ଖଙ୍କାର (sputum) ପରୀକ୍ଷା କରିବାପରେ ସେଥିରେ ଜୀବାଣୁ ଦେଖିଲେ ରୋଗ ନିର୍ଣ୍ଣୟ କରାଯାଏ ।

ରୋଗ ସଙ୍କଟ ଅଧିକ ଥିଲେ ଟିକା (vaccinated) ଦିଆଯାଏ । ବୁବୋନିକ ପ୍ଲେଗ ସଂସ୍ପର୍ଶରେ ଆସିଥିଲେ ପ୍ରତିଷେଧକ ଭାବରେ ଔଷଧ ଦେବା ଆବଶ୍ୟକ । ରୋଗ ଆରମ୍ଭ ହୋଇଗଲେ ଆଣ୍ଟିବାୟୋଟିକ (Antibiotic) ଓ ସାହାଯ୍ୟକାରୀ ଯତ୍ନ (supportive care) ସାହାଯ୍ୟରେ ଚିକିତ୍ସା କରାଯାଏ । ସାଧାରଣତଃ ଜେଣ୍ଟାମାଇସିନGentamicin ଓ ଫ୍ଲୋରୋକୁଇନୋଲିନ (fluoroquinolone) ଆଣ୍ଟିବାୟୋଟିକ ଦିଆଯାଏ । ଉପ‌ଯୁକ୍ତ ଚିକିତ୍ସା ମିଳିଲେ ମଧ୍ୟ ପ୍ରାୟ ୧୦% ରୋଗୀଙ୍କର ମୃତ୍ୟୁ ହୁଏ ଓ ଅଣଚିକିତ୍ସିତ ହେଲେ ୭୦% ରୋଗୀଙ୍କର ମୃତ୍ୟୁ ହୁଏ ।

ରିପୋର୍ଟ ଅନୁସାରେ ପ୍ରତି ବର୍ଷ ପୃଥିବୀରେ ପ୍ରାୟ ୬୦୦ ଲୋକଙ୍କର ଏହି ରୋଗ ଯୋଗୁ ମୃତ୍ୟୁ ହୁଏ । ସନ ୨୦୧୭ରେ ଅଧିକାଂଶ ରୋଗୀ ଡେମୋକ୍ରାଟିକ ରିପବ୍ଲିକ ଅଫ ଦି କଙ୍ଗୋ (Democratic Republic of the Congo), ମାଡାଗାସ୍କର (Madagascar) ଓ ପେରୁ (Peru) ଭଳି ଦେଶମାନଙ୍କରେ ଦେଖାଯାଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ମଫସଲ ଅଞ୍ଚଳରେ ଏହି ରୋଗ ଦେଖାଯାଏ । ଏହି ରୋଗ ଐତିହାସିକ ମହାମାରୀ (outbreaks) ରୂପ ଧାରଣ କରିପାରେ ଯେପରିକି ୧୪ଶ ଶତାବ୍ଦୀର କଳ ମୃତ୍ୟୁ ବା ବ୍ଲାକ ଡେଥ (Black Death) ଯେଉଁଥିରେ ୫୦ନିୟୁତରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ

Tags:

en:Bubonic plagueen:Enterobacteriaceaeen:Yersinia pestisen:infectious diseaseen:pneumonic plagueen:septicemic plagueଇଂରାଜୀ ଭାଷାଜ୍ୱରନିମୋନିକ ପ୍ଲେଗମୁଣ୍ଡ ବିନ୍ଧା

🔥 Trending searches on Wiki ଓଡ଼ିଆ:

ବିଜୟ ମିଶ୍ର୧୧ ମାର୍ଚ୍ଚଅଳେଇଚଓଡ଼ିଆଅଟିଜିମ୍‌ସୁନ୍ଦରଗଡ଼ବଣ୍ଡା ଜନଜାତି୧୯୬୭ବିଜୁ ପଟ୍ଟନାୟକଖାରବେଳକୋଣାର୍କରୋମଜବାହରଲାଲ ନେହେରୁଭୀମା ଭୂଇଁଆଓଡ଼ିଶା ଉଚ୍ଚ ନ୍ୟାୟାଳୟଗୁରୁ ପ୍ରସାଦ ମହାନ୍ତିକୋଶଳ କ୍ରାନ୍ତି ଦଳସୂର୍ଯ୍ୟ ଦେବତା୫ ଡିସେମ୍ବରଭାରତୀୟ ଦଣ୍ଡ ସଂହିତା, ୧୮୬୦ଓଡ଼ିଆ ଉଇକିପିଡ଼ିଆଜଗନ୍ନାଥ ପ୍ରସାଦ ଦାସ୧୯୭୯୦ (ସଂଖ୍ୟା)କର୍କଟ ରୋଗକାଳୀଶିବରଜନୀ ରଞ୍ଜନରଜ ପର୍ବପଠାଣି ପଟ୍ଟନାୟକମଧୁସୂଦନ ରାଓକଳାପାହାଡ଼କାଳୀକା ଭଗବତୀ ମନ୍ଦିରଓଡ଼ିଶାରେ ଶିଳ୍ପରୁକ୍ମଣୀମହୁଆର୍ଜେଣ୍ଟିନାଯନ୍ତ୍ରଣାଓଡ଼ିଶାର ଦୋଳଯାତ୍ରାବନ୍ଦେ ଉତ୍କଳ ଜନନୀଯୋଗସରଳା ଦେବୀଓଡ଼ିଆ କବି ମାନଙ୍କର ତାଲିକାବକ୍ସି ଜଗବନ୍ଧୁଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସ୍ୱାମୀ ବିବେକାନନ୍ଦଓଡ଼ିଆ ନାଟକକୌରବକଦଳୀପାରମିତା ଶତପଥୀଅପର୍ଣ୍ଣା ମହାନ୍ତିଚନ୍ଦନ ଯାତ୍ରାଲୁସାକସୌଭାଗ୍ୟ କୁମାର ମିଶ୍ରନୂଆଖାଇଅନୁରାଧା ବିଶ୍ୱାଳଭଗବତ ଗୀତାଶାନ୍ତନୁ କୁମାର ଆଚାର୍ଯ୍ୟଚିଙ୍ଗୁଡ଼ିତାରକାସୁରପ୍ରତିଭା ରାୟସ୍କନ୍ଦ ପୁରାଣବ୍ୟାଙ୍କମନମୋହନ ସାମଲ୨ ଜାନୁଆରୀ🡆 More