ପୀତ ଜ୍ୱର

ପୀତ ଜ୍ୱର (ଇଂରାଜୀରେ Yellow fever, ଐତିହାସିକ ନାମ ୟେଲୋ ଜ୍ୟାକ କିମ୍ବା ୟେଲୋ ପ୍ଲେଗ୍ । ଅଧିକାଂଶ ରୋଗୀଙ୍କର ଜ୍ୱର, ଶୀତ, କ୍ଷୁଧାହାନୀ, ଓକାଳ, ମାଂସପେଶୀ ଯନ୍ତ୍ରଣା (ବେଶୀ ପିଠିରେ) ଓ ମୁଣ୍ଡ ବଥା ଲକ୍ଷଣ ଦେଖାଯାଏ । ଏହା ପ୍ରାୟ ୫ ଦିନ ମଧ୍ୟରେ ଉନ୍ନତି ଲାଭ କରେ । କେତେ ରୋଗୀଙ୍କର ଉନ୍ନତି ଲାଭର ଗୋଟିଏ ଦିନ ପରେ ଜ୍ୱର, ପେଟ ଯନ୍ତ୍ରଣା ହୁଏ, ଯକୃତ ନଷ୍ଟ ଆରମ୍ଭ ହୋଇ ଜଣ୍ଡିସ ବା କାମଳ ରୋଗ ହୁଏ । ଏହା ହେଲେ ରକ୍ତସ୍ରାବ ଓ ବୃକ୍‌କ ଫେଲ ହେବା ସଙ୍କଟ ବଢ଼ିଯାଏ ।

ପୀତ ଜ୍ୱର
ପୀତ ଜ୍ୱର
A TEM micrograph of the yellow fever virus (234,000X magnification)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A95.
ଆଇସିଡ଼ି-୯-ସିଏମ୍060
ରୋଗ ଡାଟାବେସ14203
ମେଡ଼ିସିନ-ପ୍ଲସ001365
ଇ-ମେଡ଼ିସିନmed/2432 emerg/645
MeSHD015004

ପୀତ ଜର ଭୁତାଣୁ ଏହି ରୋଗ କରାଏ ଓ ମାଈ ମଶା କାମୁଡ଼ିବାଦ୍ୱାରା ପ୍ୟାପେ । କେବଳ ମଣିଷ, ଅନେକ ପ୍ରାଇମେଟ ଓ ମଶାମାନେ ମଧ୍ୟ ଏ ରୋଗାକ୍ରାନ୍ତ ହୁଅନ୍ତି । ସ‌ହରମାନଙ୍କରେ ଏଡିସଇଜିପ୍‌ଟି ମଶାଦ୍ୱାରା ଏହା ବ୍ୟାପେ । ଏହି ଭୁତାଣୁ ଜେନସ୍ ଫ୍ଲାଭିଭାଇରସ୍ ଅନ୍ତର୍ଗତ ଆର.ଏନ.ଏ ଭୁତାଣୁ ଅଟେ । ପ୍ରାଥମିକ ଅବସ୍ଥାରେ ଏହା ଅନ୍ୟ କେତେକ ରୋଗ ସ‌ହ ସମାନ ଲକ୍ଷଣ ଦେଖାଉଥିବାରୁ ରୋଗ ନିର୍ଣ୍ଣୟ କଷ୍ଟକର ହୁଏ । ସନ୍ଦେହାତ୍ମକ କେଶ୍‌ରେ ରକ୍ତର ପଲିମରେଜ ଚେନ ରିଆକ୍‌ସନ୍ ପରୀକ୍ଷା ଆବଶ୍ୟକ ହୁଏ ।

ପୀର ଜର ନିମନ୍ତେ ଏକ ବିପଦମୁକ୍ତ ଓ ଫଳପ୍ରଦ ଟିକା ଅଛି ଯାହା କେତେକ ଦେଶରେ ଭ୍ରମଣକାରୀଙ୍କ ନିମନ୍ତେ ଆବଶ୍ୟକ ହୁଏ । ଅନ୍ୟ ପ୍ରଚେଷ୍ଟା ମଧ୍ୟରେ ସଂଚାରକାରୀ ମଶା ସଂଖ୍ୟା କମେଇ ସଂକ୍ରମଣ ରୋକିବା ଆବଶ୍ୟକ । ପୀତ ଜର ପ୍ରବଣ ଇଲାକାରେ ଟିକା ଦିଆ ନ ଯାଉଥିଲେ ଶୀଘ୍ରାତିଶୀଘ୍ର ରୋଗ ନିର୍ଣ୍ଣୟ କରି ଗୋଟାଏ ବିରାଟ ଏରିଆର ଲୋକଙ୍କୁ ଟିକା ଦେଇ ସଂକ୍ରମଣ ରୋକିବା ଦରକାର । ରୋଗ ହୋଇଥିଲେ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ, ଯେହେତୁ ଏହି ଭୁତାଣୁ ମାରିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ରୋଗ ଉତ୍କଟ ଥିଲେ ବିନା ଚିକିତ୍ସାରେ ଅଧା ଲୋକ ମରିଯାଆନ୍ତି ।

ପ୍ରତି ବର୍ଷ ୨୦୦୦୦୦ ଲୋକ ପୀତ ରୋଗରେ ସଂକ୍ରମିତ ହୁଅନ୍ତି ଓ ୩୦୦୦୦ ହଜାର ମୃତ୍ୟୁ ବରଣ କରନ୍ତି, ଏମାନଙ୍କ ମଧ୍ୟରୁ ୯୦% ଆଫ୍ରିକାର ଅଧିବାସୀ । ଏହି ରୋଗ ଥିବା ସ୍ଥାନମାନଙ୍କରେ ପ୍ରାୟ ଏକ ବିଲିଅନ (ଆମେରିକା ହିସାବରେ ୧୦୦ କୋଟି) ଲୋକ ବାସ କରନ୍ତି । ଗ୍ରଷ୍ମମଣ୍ଡଳୀୟ ସ୍ଥାନ ଯଥା ଦକ୍ଷିଣ ଆମେରିକା, ଆଫ୍ରିକାରେ ଏହା ଅତି ସାଧାରଣ କିନ୍ତୁ ଏସିଆରେ ନୁହେଁ । ସନ ୧୯୮୦ ପରଠାରୁ ଏହି ରୋଗ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱସ କରାଯାଏ ଯେ ଅଳ୍ପ ଲୋକ ଇମ୍ମ୍ୟୁନ ଥିବାରୁ, ଅଧିକ ସ‌ହର ଅଧିବାସୀ ହୋଇଥିବାରୁ, ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ଓ ଜଳବାୟୁ ବଦଳୁଥିବାରୁ ଏହି ରୋଗ ହୁଏ । ଆଫ୍ରିକାରୁ ଆରମ୍ଭ ହୋଇ ସପ୍ତଦଶ ଶତାବ୍ଦୀରେ ଦାସ ବ୍ୟବସାୟ ଯୋଗୁ ଆମେରିକାକୁ ବ୍ୟାପିଗଲା । ସେହି ଶତାବ୍ଦୀଠାଅରୁ ଆମେରିକା, ଆଫ୍ରିକା ଓ ୟୁରୋପରେ ଅନେକ ପୀତ ଜର ମଡ଼କ ହେଲାଣି । ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ଏହି ରୋଗକୁ ଏକ ଭୟଙ୍କର ସଂକ୍ରମଣକାରୀ ରୋଗ ହିସାବରେ ବିବେଚନା କରାଯାଉଥିଲା । ପ୍ରଥମ ମାନବ ଭୁତାଣୁ ଭାବେ ଏହା ଆବିଷ୍କୃତ ହୋଇଥିଲା ।

ଆଧାର

Tags:

କାମଳଯକୃତ

🔥 Trending searches on Wiki ଓଡ଼ିଆ:

ଆଣ୍ଟିସାଇକୋଟିକସୁଗ୍ରୀବଯୌନ ସମ୍ଭୋଗରଙ୍ଗବତୀସମ୍ବଲପୁରୀ ଭାଷାଗଣିତକଟକଚାଣକ୍ୟଭାରତର ପ୍ରଧାନମନ୍ତ୍ରୀସ୍ତନ୍ୟପାୟୀଇଣ୍ଡୋନେସିଆ୨୮ ଅପ୍ରେଲଲକ୍ଷ୍ମୀକାନ୍ତ ମହାପାତ୍ରକଲମରାମ ନବମୀସାରଳା ଦାସଜନ ଗଣ ମନଚୈତ୍ର ପୂର୍ଣ୍ଣିମାwiki.phtmlଧର୍ମେନ୍ଦ୍ର ପ୍ରଧାନହରପ୍ରସାଦ ଦାସଅୟେନ୍ଦ୍ରୀ ଲୱନିୟା ରାୟଶିବ ସେନା୨୦ ଅପ୍ରେଲହନୁମାନ ଜୟନ୍ତୀସାରଳା ମନ୍ଦିରଟାଟା ମୋଟରସ୨୧ ଅପ୍ରେଲଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଧୋତିଉପେନ୍ଦ୍ର ଭଞ୍ଜପଠାଣି ପଟ୍ଟନାୟକସମ୍ବାଦ (ଖବରକାଗଜ)କଳିଙ୍ଗ ଯୁଦ୍ଧରବି ପଟ୍ଟନାୟକଓଡ଼ିଆ ନବବର୍ଷକଟକ ଜିଲ୍ଲାଜୟୀରାମ ସାମଲଗୌତମ ବୁଦ୍ଧଭାରତୀୟ ଜନଗଣନାଦୁର୍ଗା୩୦ ଅପ୍ରେଲଇତିହାସଜଗନ୍ନାଥ ଦାସଭରତ (ରାମାୟଣ)୧୯୯୯ ଓଡ଼ିଶା ମହାବାତ୍ୟା୪ ଅପ୍ରେଲମଧୁସୂଦନ ରାଓପୃଥିବୀଓଡ଼ିଆରାଜେନ୍ଦ୍ର ନାରାୟଣ ସିଂହଦେଓନବକୃଷ୍ଣ ଚୌଧୁରୀଇଲନ ମସ୍କଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଶରତ କୁମାର ମହାନ୍ତିଜ୍ଞାନକୋଷକାହ୍ନୁଚରଣ ମହାନ୍ତିରାମଚନ୍ଦ୍ର ବେହେରାଫକୀର ମୋହନ ସେନାପତିଭାରତର ରାଷ୍ଟ୍ରପତିମହାତ୍ମା ଗାନ୍ଧୀଙ୍କ ପରିବାରଶିଶୁ ଅନନ୍ତ ଦାସଓଡ଼ିଆ ଭାଷା ଆନ୍ଦୋଳନଗୋଦାବରୀଶ ମିଶ୍ର୧୪ ଅପ୍ରେଲବିଭୂତି ଭୂଷଣ ପ୍ରଧାନ🡆 More