ପାରଦେଶ୍ୱର ମନ୍ଦିର: ଭାରତର ଏକ ହିନ୍ଦୁ ମନ୍ଦିର

thumb|ପାରଦେଶ୍ୱର ମନ୍ଦିର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସହରରେ ପାରଦେଶ୍ୱରଙ୍କ ମନ୍ଦିର ଅବସ୍ଥିତ । ୫୨ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ନିର୍ମାଣ କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପୁରୀ ବଳରାମକୋଠ ମଠର ମଠାଧୀଶ ସ୍ୱର୍ଗତ ଅଯୋଧ୍ୟା ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା । ଏହାର ପାର୍ଶ୍ୱରେ ରହିଛି ମା' ଅମ୍ବେଙ୍କ ମନ୍ଦିର, ଏଥି ସହିତ ଦେବୀଙ୍କ ଷୋଡ଼ଶ ରୂପର ପ୍ରତିମୂର୍ତ୍ତି ସହିତ ସିଂହଦ୍ୱାର, ଷଣ୍ଢଦ୍ୱାର ଓ ହାତୀଦ୍ୱାର ଏହିପରି ୩ଟି ଦ୍ୱାର ରହିଛି । ପୃଥିବୀରେ ଦେଖାଯାଉଥିବା ପ୍ରାୟ ସବୁପ୍ରକାର ଶିବଲିଙ୍ଗ ସ୍ଫଟିକ, ରତ୍ନ, ପାର୍ଥିବ, ପ୍ରସ୍ତର ବା ସ୍ୱୟମ୍ଭୂ କିନ୍ତୁ ପାରଦ ଲିଙ୍ଗ ସମଗ୍ର ବିଶ୍ୱରେ ବିରଳ । ପୁରାଣଶାସ୍ତ୍ର ଅନୁସାରେ ଦେବାଧିଦେବ ମହାଦେବ ଶିବଙ୍କ ଅନେକ ଲିଙ୍ଗ ମଧ୍ୟରୁ ପାରଦେଶ୍ୱର ଲିଙ୍ଗକୁ ଶ୍ରେଷ୍ଠ ଲିଙ୍ଗ ଭାବେ ବିଚାର କରାଯାଏ । ଭାରତର ପ୍ରଥମ ପାରଦ ଶିବଲିଙ୍ଗ ହରିଦ୍ୱାରରେ ଥିବାବେବେଳେ ଦ୍ୱିତୀୟଟି ଧର୍ମଗଡ଼ରେ ରହିଛି । ଏହାକୁ ରସଲିଙ୍ଗ ମଧ୍ୟ କୁହାଯାଏ । ପାରଦ ଏକ ତରଳ ପଦାର୍ଥ ହୋଇଥିଲେ ମଧ୍ୟ ଆୟୁର୍ବେଦିକ ପଦ୍ଧତିରେ ଅଷ୍ଟଦୋଷ ମୁକ୍ତି କରିବା ପରେ ଦିବ୍ୟ ଜଡ଼ିବୁଟିଦ୍ୱାରା ଏହାକୁ ବନ୍ଧିତ କରି ତାକୁ ଲିଙ୍ଗାକାର ସ୍ୱରୂପ ପ୍ରଦାନ କରାଯାଏ । ଗୁଜରାଟର ଭୁଜ ଅଞ୍ଚଳରେ ନିର୍ମିତ ଏହି ଲିଙ୍ଗରେ ୫୨ କିଲୋଗ୍ରାମ ପାରଦ ବ୍ୟବହାର କରାଯାଇଛି । ବିଭିନ୍ନ ଆୟୁର୍ବେଦ ରସାୟନଦ୍ୱାରା ଲିଙ୍ଗର ସୁରକ୍ଷା ପାଇଁ ପ୍ରକ୍ରିୟାକରଣ କରାଯାଇ ଏଥିରେ ରୁପାର ଢାଙ୍କୁଣି ଦିଆଯାଇଛି ।

ପର୍ବପର୍ବାଣି

ମହଶିବରାତ୍ରୀରେ ଜାଗରଯାତ୍ରା ଏଠାକାର ମୁଖ୍ୟ ପର୍ବ । ଶ୍ରାବଣ ମାସରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଶହ ଶହ କାଉଡ଼ିଆ ଏଠାରେ ପାରଦେଶ୍ୱରଙ୍କୁ ଜଳଲାଗି କରିଥାନ୍ତି ।

ଗମନାଗମନ

ରାଜଧାନୀ ଭୁବନେଶ୍ୱରଠାରୁ ଧର୍ମଗଡ଼ର ମୋଟ ଦୁରତା ପ୍ରାୟ ୫୦୦ କିଲୋମିଟର । ନିକଟତମ ରେଳଷ୍ଟସନ କେସିଙ୍ଗାଠାରୁ ଧର୍ମଗଡ଼ର ଦୂରତା ୮୦କିଲୋମିଟର

ଆଧାର

Tags:

କଳାହାଣ୍ଡି ଜିଲ୍ଲାଗୁଜରାଟପୁରୀଭାରତଶିବ

🔥 Trending searches on Wiki ଓଡ଼ିଆ:

ଭାରତୀୟ ସ୍ୱାଧୀନତା ଆନ୍ଦୋଳନସ୍ୱାମୀ ବିବେକାନନ୍ଦଆସିକାଉତ୍କଳ ଦୀପିକାସୌଭାଗ୍ୟ କୁମାର ମିଶ୍ରସମୀର ରଞ୍ଜନ ଦାଶବାରାକ ଓବାମାବିଲେଇଚନ୍ଦନ ବୋଡ଼ାମାଟିର ମଣିଷଗୀତଗୋବିନ୍ଦଅଶୋକାଷ୍ଟମୀମଧୁସୂଦନ ଦାସଗୋଲୋକ ବିହାରୀ ଧଳହେମନ୍ତ ଦାସଅମରକଣ୍ଟକ ଏକ୍ସପ୍ରେସଭାରତ ସରକାରଆନନ୍ଦପୁରରାମାୟଣଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଶାଭଗବତୀ ଚରଣ ପାଣିଗ୍ରାହୀ୧୨ ଅପ୍ରେଲ୬ ଫେବୃଆରୀତରୁଣକାନ୍ତି ମିଶ୍ର୧୯୨୦ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାରାଜା ରାମମୋହନ ରାୟଭୁବନେଶ୍ୱର ବେହେରାବିଦ୍ୟୁତସତ୍ୟବାଦୀ ବନ ବିଦ୍ୟାଳୟଦ୍ୱିତୀୟ ବିଶ୍ୱଯୁଦ୍ଧପକ୍ଷୀଗାର୍ଗୀ ମହାନ୍ତିସମାଜ (ଖବରକାଗଜ)ଶ୍ରାଦ୍ଧରାମଚନ୍ଦ୍ର ବେହେରାପୁରୀ ଜିଲ୍ଲାସବ୍ୟସାଚୀ ମିଶ୍ରସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସାଇକେଲବ୍ୟାସଦେବ୧୫ ଫେବୃଆରୀଓଡ଼ିଶୀବିଷ୍ଣୁକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାରୋହିତ ପୂଜାରୀଓଡ଼ିଶା ସରକାରଆକବରବୁଧବାରବିଧାନ ସଭା ସଭ୍ୟଗୁଣନନବୀନ ପଟ୍ଟନାୟକଟେସାମୋରେଲିନଦୁର୍ଗାବୋବ୍ୱିଲିକାଳୀଚରଣ ପଟ୍ଟନାୟକରାସନ କାର୍ଡ଼ (ଭାରତ)ସୁରେନ୍ଦ୍ର ମହାନ୍ତିସ୍ନେହସାରଗୁରୁପ୍ରସାଦ ମହାନ୍ତି🡆 More