ନାଗ ଚତୁର୍ଥୀ

ନାଗ ଚତୁର୍ଥୀ କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ପାଳନ କରାଯାଏ । ଏହି ପର୍ବଟି ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ । ଏହି ପର୍ବରେ ନାରୀମାନେ ପରିବାର ତଥା ବିଶେଷ କରି ସନ୍ତାନମାନଙ୍କ ମଙ୍ଗଳ କାମନା କରି ପାଳନ କରିଥାନ୍ତି । ବିଶ୍ୱାସ ରହିଛି ଏହି ପୂଜା କଲେ ସର୍ପ ଦଶଂନର ଭୟ ରହେ ନାହିଁ । ଏହି ପୂଜା ଦୀପାବଳି ଅମାବାସ୍ୟା ପରବର୍ତ୍ତୀ ଚତୁର୍ଥୀ ଦିନ ପରେ ପାଳନ କରାଯାଏ । ଏହି ପୂଜାର ମୁଖ୍ୟ ବିଧି ହେଲା ହୁଙ୍କା ପୂଜା । ନାରୀମାନେ ଏକତ୍ରିତ ହୋଇ ହୁଙ୍କା ଥିବା ସ୍ଥାନରେ ତଥା ହୁଙ୍କାର କିଛି ଅଂଶକୁ ଆଣି ଚଉଁରା ମୂଳେ ରଖି, ନାଗ-ନାଗୁଣିଙ୍କ ତମ୍ବାର ମୂର୍ତ୍ତି ରଖି, ଚିତା ପକାଇ ସିନ୍ଦୁରଦେଇ ଫୁଲରେ ସଜାଇ, ସବୁ ପ୍ରକାରର ପୂଜା ସାମଗ୍ରୀ ଯଥା ଧୂପ ଦୀପ ନଡ଼ିଆ, କଦଳୀ, ଗୁଡ଼ ଚାଉଳ ଚୁନା, ଆଖୁ ଓ ଅନ୍ୟାନ୍ୟ ଫଳ ମୂଳ ଦେଇ ପୂଜା କରିଥାନ୍ତି । କେଉଁ କେଉଁ ସ୍ଥାନରେ କ୍ଷୀର ମଧ୍ୟ ନାଗ ଦେବତାଙ୍କ ସନ୍ତୁଷ୍ଠି ଉଦେଶ୍ୟରେ ଅର୍ପଣ କରାଯାଏ । ହୁଙ୍କା ପୂଜାରେ ଖିର ଓ ସିରିଣି ଦିଆ ଯାଇଥାଏ।

ନାଗ ଚତୁର୍ଥୀ
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନହୁଙ୍କା ପୂଜା
ତାରିଖକାର୍ତ୍ତିକ ଶୁକ୍ଳ ଚତୁର୍ଥୀ
ସମ୍ପର୍କିତସାପ

ଆଧାର

Tags:

କାର୍ତ୍ତିକଚତୁର୍ଥୀଦୀପାବଳିପକ୍ଷ

🔥 Trending searches on Wiki ଓଡ଼ିଆ:

ସୁରେନ୍ଦ୍ର ମହାନ୍ତିମଧୁସୂଦନ ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପ୍ଲୀହାପରୀକ୍ଷାପ୍ରଣବ ପ୍ରକାଶ ଦାସଫତୁରାନନ୍ଦଜର୍ମାନୀଅର୍ଚ୍ଚିତା ସାହୁଦୀପକ ମିଶ୍ରମଟର ସାଇକେଲପ୍ରାଣବନ୍ଧୁ କରବ୍ରାଉଜରଦଣ୍ଡ ନାଟଖଡ଼ଗପୁରଭୂମିକମ୍ପଭୂଗୋଳହନୁମାନ ଚାଳିଶାଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରପାଇକ ବିଦ୍ରୋହଓଡ଼ିଆ ଖାଦ୍ୟଗୋପୀନାଥ ମହାନ୍ତିବାମାଚରଣ ମିତ୍ରବୈଜୟନ୍ତ ପଣ୍ଡାରାଜ ଯୋଗବିଜୟ ମିଶ୍ରଚିନ୍ତାମଣି ବେହେରାଭାରତୀୟ ସମ୍ବିଧାନବିନୋଦ ଚନ୍ଦ୍ର ନାୟକ୩୦ ଅପ୍ରେଲନଅତୁଣ୍ଡୀଚୁଡ଼ାରାଣୀ ଲକ୍ଷ୍ମୀବାଈପାର୍ବତୀବେଲନବଯୌବନ ବେଶଜାଭା (ପ୍ରୋଗ୍ରାମିଂ ଭାଷା)୨୫ ଅପ୍ରେଲବୃହସ୍ପତିଚିଲିକା (କବିତା)ଅଧର ପଟ୍ଟନାୟକତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଟିଣମଙ୍ଗଳା ମନ୍ଦିରବିଦ୍ୟୁତପ୍ରଭା ଦେବୀଓଡ଼ିଆ କାବ୍ୟ କବିତାଟୁକୁନି ସାହୁଓଡ଼ିଆ ସାହିତ୍ୟସ୍ଥୌଲ୍ୟତାଢଗ ଢମାଳିବିରାଟ କୋହଲୀକୃଷ୍ଣପ୍ରସାଦ ମିଶ୍ରଚନ୍ଦନ ଯାତ୍ରାରାମାୟଣମସ୍କୋରାସେଶ୍ୱରୀ ପାଣିଗ୍ରାହୀବ୍ୟାସଦେବମହିଳା ଯୌନାଙ୍ଗ ଛେଦନଶାସ୍ତି (ଓଡ଼ିଆ କଥାଚିତ୍ର)ଚନ୍ଦ୍ରଶେଖର ନନ୍ଦଜଗନ୍ନାଥ ପ୍ରସାଦ ଦାସଗୋଲୋକ ବିହାରୀ ଧଳମଇ ଦିବସସାଇକେଲକିଶୋରୀ ଚରଣ ଦାସନୋବେଲ ପୁରସ୍କାର🡆 More